Breaking News
Home / Bargarh / Gandhi Jayanti Celebrated at Bargarh

Gandhi Jayanti Celebrated at Bargarh

 ବରଗଡ଼ରେ ଗାନ୍ଧୀ ଜୟନ୍ତୀ

2
ବରଗଡ,ତା୨/୧୦-ବରଗଡ଼ ଜିଲ୍ଲା ସଦର ମହକୁମାରେ ଗାନ୍ଧୀ ଜୟନ୍ତୀ  ଉତ୍ସବ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକଠାରେ ଏକ ସାଧାରଣ ସଭା ଓ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକ ମୁଖ୍ୟ ଅତିଥି ଓ ବରଗଡ଼ ଉପଜିଲ୍ଳାପାଳ ଭୀମସେଣ୍ଟ ପୁନମକାନ୍ତ ଏକ୍କା,ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ବିଭାଗୀୟ ଅଧିକାରୀ ତଥା ବୁଦ୍ଧିଜୀବୀ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।ଏହା ପରେ ରାମଧୁନ ସହ ସର୍ବଧର୍ମ ପ୍ରାର୍ଥନ ସଭା ହୋଇଥିଲା। ଫାଦର ମଲିଆ କାଲେ ବାଇବେଲର କିଛି ଅଂଶ ଆବୃତ୍ତି କରିଥିବା ସମୟରେ ଜ୍ଞାନୀ ଗୁରୁମୁଖ ସିଂ ପବିତ୍ର ଗ୍ରନ୍ଥ ସାହେବ ଓ ପଣ୍ଡିତ ଦେବରାଜ ଦାଶ ଭଗବତ ଗୀତାର କିଛି ଅଂଶ ଆବୃତ୍ତି କରିଥିଲେ। ଜିଲ୍ଳାପାଳ ଅଞ୍ଜନ କୁମାର ମାଣିକ ମହାତ୍ମାଗାନ୍ଧୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ଜିଲ୍ଳା ପ୍ରଶାସନ ପକ୍ଷରୁ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରଯାଇଥିଲା। ବକ୍ତୃତା ପ୍ରତିଯୋଗୀତା କନିଷ୍ଠ ବର୍ଗରେ ରେନବୋ ପବ୍ଳିକ ସ୍କୁଲର ଅଂଶୁମାନ ପତି ପ୍ରଥମ, ବିକାଶ ସ୍କୁଲର ସମୀକ୍ଷା ବାରିକ ଦ୍ୱିତୀୟ ଓ ହିନ୍ଦି ବାଳିକା ଉଚ୍ଚ ବିଦ୍ୟାଳୟର ଶ୍ୱେତା କୁମାରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ବରିଷ୍ଠ ବର୍ଗରେ ବିକାଶ ଶିକ୍ଷାନୁଷ୍ଠାନର ନୀହାରିକା ଦେବତା ପ୍ରଥମ, ରସ୍ମୀରେଖା ମାଝୀ ଦ୍ୱିତୀୟ ଓ ହିରଣ୍ମୟୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଉତ୍ସବରେ ବରଗଡ଼ ବିଡ଼ିଓ ଅଜୟ ତିତ୍ୱାରୀ,ଡ଼େପୁଟି କଲେକଟେର ସିଦେ୍ଦଶ୍ୱର ନାଏକ,ବରଗଡ଼ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ରାଉ ତ ପ୍ରମୁଖ ଉପସ୍ଥିତ ଥିଲେ।

About surendrahota

Leave a Reply

%d bloggers like this:
Skip to toolbar