Breaking News
Home / Bargarh / Release of Kishor Sahu’s Odia poetry Madhumati

Release of Kishor Sahu’s Odia poetry Madhumati

ପ୍ରେମ କବିତା ‘ମଧୁମତୀ ମଧୁମତୀ ଓ ମଧୁମତୀ’ ଲୋକାର୍ପିତ

1
ବରଗଡ଼,୨/୧୦/୨୦୧୬-ପଶ୍ଚିମ ଓଡ଼ିଶାର ଅନ୍ୟତମ ଯୁବ କବି କିଶୋର ସାହୁଙ୍କ ପ୍ରଥମ ଓଡ଼ିଆ ପ୍ରେମ କବିତା ସଙ୍କଳନ ‘ମଧୁମତୀ ମଧୁମତୀ ଓ ମଧୁମତୀ ’ ଉନ୍ମୋଚିତ ହୋଇ ଯାଇଛି।ବରଗଡ଼ ଜିଲ୍ଳାରେ ଏକ ସୃଜନାତ୍ମକ ସାହିତି୍ୟକ ବାତାବରଣ ସୃଷ୍ଟି କରି ଆସିଥିବା ‘ବରଗଡ଼ ସାହିତ୍ୟ ସଂସଦ’ ପକ୍ଷରୁ ସ୍ଥାନୀୟ ଗଣପତି ହେଟେଲ ପରିସରରେ ଏହାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଏକ ନିଆରା ଢ଼ଙ୍ଗରେ ଏହି ପ୍ରେମ କବିତା ସଙ୍କଳନ ଉନ୍ମୋଚିତ ହୋଇଥିଲା। ମହିଳା ମାନଙ୍କ ହୁଲହୁଲି ଧ୍ୱନି ମଧ୍ୟରେ ମଞ୍ଚାସୀନ ଅତିଥି,ଲେଖକ ଓ ପାଠକ ଏହାକୁ ମିଳିତ ରୂପେ ଲୋକାର୍ପିତ କରିଥିଲେ।ବରିଷ୍ଠ ଓଡ଼ିଆ ଅଧ୍ୟାପକ ଝସକେତନ ପ୍ରଧାନ ଓ ଡ଼କ୍ଟର ଅଶୋକ କୁମାର ମହାପାତ୍ରଙ୍କ ସଂଯୋଜନାରେ ସଭାକାର୍ଯ୍ୟ ସଞ୍ଚାଳିତ ହୋଇଥିଲା। ଉନ୍ମୋଚିତ  ପ୍ରେମ କବିତା ସଙ୍କଳନ ‘ମଧୁମତୀ ମଧୁମତୀ ଓ ମଧୁମତୀ ’ର ସମୀକ୍ଷା କରିଥିଲେ ରାଜୀବ ଲୋଚନ ଆଚାର୍ଯ୍ୟ, ଆନନ୍ଦ ଚନ୍ଦ୍ର ସାହୁ,ସୁଜିତ ଶତପଥି, ଏବଂ ଅଧ୍ୟାପିକା ସଂଘମିତ୍ରା ମିଶ୍ର।ଏହି ସାରସ୍ୱତ ସଭାରେ ବରଗଡ଼ ସମେତ ରାଉରକେଲା, ସୁନ୍ଦରଗଡ଼,ଟିଟିଲାଗଡ଼, ବଲାଙ୍ଗିର,ବରପାଲି,ବିଜେପୁର, ପାଇ୍‌ମାଲ ଓ ସମ୍ବଲପୁର ଅଞ୍ଚଳରୁ ଆସିଥିବା ସାହିତି୍ୟକ ମାନେ ପୁସ୍ତକ ସମ୍ପର୍କରେ ସେମାନଙ୍କ ସକ୍ଷିପ୍ତ ଅଭିମତ ଉପସ୍ଥାପନ କରିଥିଲେ। ଡ଼କ୍ଟର ଭଗବତୀ କରଙ୍କ ପ୍ରକାଶକୀୟ ବକ୍ତବ୍ୟ ସାଙ୍ଗକୁ ସ୍ରଷ୍ଟା କିଶୋର ସାହୁଙ୍କ ଲେଖକୀୟ ବକ୍ତବ୍ୟ ପରିବେଶକୁ  ଆନନ୍ଦ ମୁଖର କରିଥିଲା। ଶେଷରେ କବିପତ୍ନୀ ଶ୍ରୀମତୀ ମାମି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

About surendrahota

Leave a Reply

%d bloggers like this:
Skip to toolbar