Breaking News
Home / Bargarh / Bargarh in Festive Mood : Nayak Pada celebrating its Golden Jubilee

Bargarh in Festive Mood : Nayak Pada celebrating its Golden Jubilee

ପାର୍ବଣର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଉତ୍ସବମୁଖର ବରଗଡ଼ ନାଏକପଡ଼ା

nayak-pada-durgapujaବରଗଡ଼,୧/୧୦/୨୦୧୬– ପାର୍ବଣରେ ଧରାପୃଷ୍ଠରେ ପଡ଼ିଛି ମା’ଙ୍କ ପାଦ। ଦୀର୍ଘ ନଅଦିନ ଧରି ଜଗତଜନନୀ ମା’ ଅଲୌକିକ ନବ ରୂପ ଧାରଣ କରି ଜୀବଜଗତକୁ ଦର୍ଶନ ଦେବେ, ମୋକ୍ଷ ପ୍ରାପ୍ତିର ବାଟ ଦେଖାଇବେ। ମା’ଙ୍କ ଦର୍ଶନ କରି ମୋକ୍ଷ ପ୍ରାପ୍ତି ନିମନ୍ତେ ଗାଁ ହେଉ କି ସହର; ଧନୀ ହେଉ କି ଗରିବ ସବୁ ଠାରେ ପାର୍ବଣର  ମହକ। ସବୁରି ମନରେ ଆନନ୍ଦ। ଜୀବଜଗତର କଲ୍ୟାଣ ନିମିତ୍ତ ଧରାପୃଷ୍ଠରେ ଅବତରଣ କରିଥିବା ମମତାମୟୀ ମା’ ସବୁରି ମନର ଦୁଃଖକଷ୍ଟ ହରି ନେଇ ଧରାପୃଷ୍ଠକୁ ସବୁଜ ସୁନ୍ଦର କରିବା ସହ ତା’ର ଶ୍ରେଷ୍ଠ ଜୀବ ମାନବକୁ ମାନବିକତାର ମାର୍ଗ ଦେଖାଇବେ। ଶକ୍ତିମୟୀ, ମମତାମୟୀ, ସର୍ବଂସହା ସେ ସିଂହବାହିନୀଙ୍କ ପୂଜାରେ ଆଜି ସମସ୍ତେ ବିଭୋର। ମା’ ସବୁବେଳେ ତାର ସନ୍ତାନ ମାନଙ୍କୁ ଦୋଷମୁକ୍ତ କରି ସୁ-ମାର୍ଗର ବାଟ ଦେଖାଇଥାଏ। ସେଥିପାଇଁ ପାପି ହେଉ କି ତପି; ଧନୀ କେଉ କି ଗରିବ, ଦାନବ ହେଉ କି ମାନବ କରୁଣାମୟୀ ମା’ଙ୍କ ଆଶୀର୍ବାଦ ଟିକିଏ ପାଇବା ପାଇଁ ସବୁଠି ଭିଡ଼। ତା’ର ସନ୍ତାନମାନେ କେଉଁଠି ମା’ର ରୌପ୍ୟ ଜୟନ୍ତୀ ତ ଆଉ କେଉଁଠି ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛନ୍ତି। ଏହି କ୍ରମରେ ବରଗଡ଼ ନାଏକପଡ଼ାବାସୀ ପାଳୁଛନ୍ତି ମମତାମୟୀ ମା’ଙ୍କ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ।
2 ବରଗଡ଼ ସହର ନାଏକପଡ଼ାରେ ହେଉଥିବା ମା’ଙ୍କ ଶାରଦୀୟ ଦୁର୍ଗାପୂଜା ଚଳିତବର୍ଷ ୫୦ବର୍ଷରେ ପଦାର୍ପଣ କରିଛି। ଏହି ପରିପ୍ରେକ୍ଷୀରେ ପଡ଼ାବାସୀ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରୁଛନ୍ତି। ମା’ଙ୍କ ମେଢ଼ ତିଆରି ପାଇଁ ନବାନ୍ନ ପୂର୍ବରୁ କଟକର କାରିଗର କୁମୁଦ ବେହେରା ଓ ସାଥୀ ଏବଂ ସାଜସଜ୍ଜା ପାଇଁ କଲିକତାରୁ ଶିଶିର ଓ ସାଥୀ ଆସି ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି। ସୁ-ଦୃଶ୍ୟ ତୋରଣ, ଆଲୋକମାଳା ସାଙ୍ଗକୁ ମାଁ ଦୁର୍ଗାଙ୍କ ନଅଟି ମେଢ଼ ଏବଂ ୩୦ ଫୁଟ ଉଚ୍ଚତାର କୃଷ୍ଣଙ୍କ ବିଶ୍ୱରୂପ  ଦେଖିବାକୁ ବରଗଡ଼ ସହର ସମେତ ଆଖପାଖ ଅଞ୍ଚଳରୁ ଭକ୍ତଙ୍କ ସୁଅ ଛୁଟୁଛି।
ଆଜି ଆଶ୍ୱିନ କୃଷ୍ଣପକ୍ଷ ଅମାବାସ୍ୟା ମହାଳୟା ଦିନ କଳସ ଅଧିବାସ ହୋଇ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି। ଆଜି ଦେବୀଙ୍କ ପୀଠ ପୂଜା, ୧୫୧ଜଣ ବ୍ରାହ୍ମଣଙ୍କ ପାଦପୂଜା ଏବଂ ଧୂପଦୀପ ପ୍ରଜ୍ୱଳନ କରିବା ପରେ ସୁବର୍ଣ୍ଣ ଜୟନ୍ତୀ ପରିପ୍ରେକ୍ଷୀରେ ୧୦୮ ବ୍ରାହ୍ମଣଙ୍କ ଅଷ୍ଟାଦଶ ପୁରାଣ ପାଠ ରେ ଗଗନ, ପବନ ପ୍ରକମ୍ପିତ ହେଉଥିବା ପରି ମନେ ହେଉଥିଲା। ସନ୍ଧ୍ୟାରେ ଗୀତାଯଜ୍ଞ, ଚଣ୍ଡୀହୋମ ଓ ମହା ଆରତୀ ହେଉଛି। ବିଶିଷ୍ଟ ସମାଜସେବୀ ସର୍ବେଶ୍ୱର ରଥ (କୁନୁ), କଲେଜରୋଡ଼ ରାଧାକୃଷ୍ଣ ମନ୍ଦିରର ଗୋପାଲଜୀ ମହାରାଜ ଓ ବେଣୁ ବାବା ମଠ ଅମ୍ବାପାଲିର ହରିଚରଣ ଦାଶ ମହାରାଜ ନାଏକପଡ଼ା ମା’ଙ୍କ ମଣ୍ଡପରେ ପହଞ୍ଚି ସହର ତଥା ସମସ୍ତ ଜୀବଜଗତରେ ସୁଖଶାନ୍ତି ଭରି ଦେ ମା’ ବୋଲି ପ୍ରାର୍ଥନା କରିଥିଲେ। ଚଣ୍ଡୀହୋମ, ଅଷ୍ଟାଦଶ ପୁରାଣ ପାଠ, ବେଦମନ୍ତ୍ରରେ ସମଗ୍ର ସହର ପ୍ରକମ୍ପିତ ହେଉଛି। ପୂଜା ମଣ୍ଡପର ମୁଖ୍ୟ ପଣ୍ଡିତ ଧବଳେଶ୍ୱର ପଣ୍ଡା, ଚଣ୍ଡୀପାଠକ ବିପିନ ଦାଶ, ପୁରୁଷୋତ୍ତମ ଦାଶ, ସଂଜୟ ଦାଶ, କାହ୍ନା ଦାଶ, ଚିତ୍ତ ଦାଶଙ୍କ ମନ୍ତ୍ରୋଚ୍ଚାରଣରେ ମନପ୍ରାଣ ଶିହରୀ ଉଠୁଛି। ପୂଜା କାର୍ଯ୍ୟରେ କେଶବ ଚନ୍ଦ୍ର ଦାଶ ଓ ଭୋଳାନାଥ ଦାଶ କର୍ତ୍ତା ଦାୟିତ୍ୱ ତୁଲାଉଛନ୍ତି। ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନ ଯେତେବେଳେ ଯୁଦ୍ଧ କରିବା ପାଇଁ ବାରଣ କରିଥିଲେ ସେତେବେଳେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜର ବିଶ୍ୱରୂପ ଦେଖାଇଥିଲେ। ଏହି ଦୃଶ୍ୟ ନାଏକପଡ଼ା ମେଢ଼ର ମୁଖ୍ୟ ଆକର୍ଷଣ ପାଲଟିଛି। ପୂର୍ବତନ ଉପଦେଷ୍ଟା କମିଟିର ସ୍ୱର୍ଗତ ବଳରାମ ଦାଶଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ନାଏକପଡ଼ାର ଯୁବଗୋଷ୍ଠୀ ବାବାଧାମରୁ ପେଡ଼ା ଭୋଗ ଆଣିବା ପାଇଁ ବାହାରିଛନ୍ତି। ରୀତିନୀତି, ବିଧିମତେ ଶାନ୍ତିଶୃଙ୍ଖଳା ସହ ମା’ଙ୍କ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ନବଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି।

ସେମାନଙ୍କ ମୁହଁରୁ :

dinabandhu-dash-30ଦୀନବନ୍ଧୁ ଦାଶ (ପ୍ରଥମ କାର୍ଯ୍ୟକାରୀ ସଭାପତି)– ହରିନାରାୟଣ ଛାପ୍ରିଆ ଓ ସତ୍ୟନାରାୟଣ ବର୍ମାଙ୍କ ଉଦ୍ୟମ କ୍ରମେ ୧୯୬୬ ମସିହାରେ ନାଏକପଡ଼ାରେ ପ୍ରଥମ କରି ମା’ଙ୍କ ପୂଜା ଆରମ୍ଭ ହେଲା। ପଡ଼ାର ଶିବ ମନ୍ଦିର ପଛପଟେ ଥିବା ମଦା ସୁନାରୀଙ୍କ ଘର ପାଖରେ ଦେବୀଙ୍କ ମୂର୍ତ୍ତି ସ୍ଥାପନ କରି ପୂଜା ଆରମ୍ଭ ହେଲା। ଏହି କାର୍ଯ୍ୟ ମୁଁ ଓ ମୋର ବନ୍ଧୁମାନେ ସହଯୋଗ କରୁଥିଲୁ। ଏହାପରେ ପଡ଼ାର ଶିବ ମନ୍ଦିର ପଛପଟେ ବଦ୍ରୀଙ୍କ ଘର ଏକ କୋଠରୀରେ ୧୯୬୭ରେ ପୁଣି ଗୋଟିଏ ବର୍ଷ ମା’ଙ୍କ ପୂଜାର୍ଚ୍ଚନା ହୋଇଥିଲା। ଏହାପରେ ଆମେ ସମସ୍ତେ ପଡ଼ାବାସୀ ମିଶି ଦୁରାବନ୍ଧ ହନୁମାନ ଗୁଡ଼ିରେ ଆଲୋଚନା କଲୁ ଶିବ ମନ୍ଦିର ସାମ୍ନାରେ ମା’ଙ୍କ ଏକ ମଣ୍ଡପ ନିର୍ମାଣ ପାଇଁ। କେମିତି ନିର୍ମାଣ ହେବ, ଟଙ୍କା କେଉଁଠୁ ଆସିବ ଆଦି ଅନେକ କଥା ଆଲୋଚନା ପରେ ଆଲୋଚନା ହେଲା ଯାହାକି ଆଜି କରୁଣାମୟୀ ମା’ଙ୍କ କରୁଣାରୁ ଫଳପ୍ରଦ ହୋଇଛି।

shankar-dash-30ଶଙ୍କର ଦାଶ (ଉପଦେଷ୍ଟା କମିଟିର ମୁଖ୍ୟ)– ୧୯୬୮ ରୁ ୧୯୭୯ ପର୍ଯ୍ୟନ୍ତ ପଡ଼ାର ଶିବ ମନ୍ଦିର ସାମ୍ନାନୁ ଗୁଟେ ମେଲା ଜାଗା ଥିଲା। ସେ ଜାଗାନୁ ଖୁଣ୍ଟି ଗାଡ଼ିକରି, ନଡ଼ା ଦେଇକରି ପୂଜା ହେଲା। ୧୯୮୦ ନୁ ପଡ଼ାର ସ୍ୱର୍ଗତ ଗୌରୀଶଙ୍କର ଅଗ୍ରୱାଲଙ୍କ ଦେହାନ୍ତ ହେଲା। ତାଙ୍କର ନାମରେ ଗୌରୀଶଙ୍କର ମଣ୍ଡପ ନିର୍ମାଣ ହେଲା। ଭାଦ୍ରବ କୃଷ୍ଣପକ୍ଷ ଦଶମୀ ଦିନରେ ଛାତ କାମ ଆରମ୍ଭ ହୋଇ ୨୦ ଦିନ ଭିତରେ ମଣ୍ଡପ ସଂପୂର୍ଣ୍ଣ ହୋଇଥିଲା। ସେନୁ ତା’ପରେ ପୂଜା ଆରମ୍ଭ ଇହାଦେ ବି ଚାଲିଛେ। ଦୀନବନ୍ଧୁ ଦାଶ, ସ୍ୱର୍ଗତ ଧନୁ ନାଏକ, ସୁରୁ ସାହୁ, କେଶବ ଦାଶ ଓ ଶଙ୍କର ଦାଶ ପ୍ରମୁଖଙ୍କ ନିଷ୍ପତ୍ତି କ୍ରମେ ଉକ୍ତ ସ୍ଥାନରେ ପୂଜା ଆରମ୍ଭ ହେଲା। ସ୍ୱର୍ଗତ ଦୟାନିଧି ସାହୁ, ଜଗଦୀଶ ଦାଶ, ହରିବୋଲ ଦାଶ, କୈଳାସ ସାହୁ ତଥା ପଡ଼ାବାସୀ ସବୁ କାର୍ଯ୍ୟରେ ସହଯୋଗ କଲେ। ପ୍ରଥମବର୍ଷ ଜଗଦୀଶ ଦାଶ, ସ୍ୱର୍ଗତ ଫକୀର ଚରଣ ଦାଶ, ସ୍ୱର୍ଗତ ଅର୍ଜୁନ ଦାଶ, ଭିକାରୀ ଚରଣ ମିଶ୍ର, କ୍ଷେତ୍ରପାଳୟ ନାୟକ ପ୍ରମୁଖ ପ୍ରଥମ ବର୍ଷର ପୂଜା ଦୟିତ୍ୱ ବହନ କରି ସଫଳତାର ସହ ସଂପାଦିତ କରିଥିଲେ। କେଶବ ଚନ୍ଦ୍ର ଦାଶ ହଉଛନ ପୂଜାର ପ୍ରଥମ କର୍ତ୍ତା। ଏହାପରେ ୧୦ ରୁ ୧୨ ବର୍ଷ ପର୍ଯ୍ୟନ୍ତ ସ୍ୱର୍ଗତ ଅଚୁ୍ୟତା ଦାଶ ପୂକାର କର୍ତ୍ତା ଥିଲେ। ଗୋଟିଏ ବର୍ଷ ପାଇଁ ନିତ୍ୟା ପୂଜାରୀ, କିଛି ବର୍ଷ ପାଇଁ ଉପେନ୍ଦ୍ର ଦାଶ, ଶାନ୍ତିସ୍ୱରୂପ କର ଓ ଭୋଳା ଦାଶ କର୍ତ୍ତା ଥିଲେ। ବର୍ତ୍ତମାନ ସ୍ଥାୟୀ ଭାବେ ଅବସରପ୍ରାପ୍ତ ଶିକ୍ଷକ କେଶବ ଦାଶ ଓ ଭୋଳାନାଥ ଦାଶ କର୍ତ୍ତା ଦାୟିତ୍ୱ ନିଭାଇ ଆସୁଛନ୍ତି। ମା’ଙ୍କର ଆଶୀର୍ବାଦ ନୁ ପୂଜା ଜୋରସୋରରେ ବଢ଼ୁଛେ।

vikari-ch-mishra-30ଭିକାରୀ ଚରଣ ମିଶ୍ର (ମା’ଙ୍କ ପୁରୁଖା ଭକ୍ତ)– ପ୍ରତିବର୍ଷ ବିଧିମତେ ଏହି ମଣ୍ଡପରେ ମା’ଙ୍କ ପୂଜା ହୋଇଆସୁଛି। ମା’ଙ୍କ ଆଶୀର୍ବାଦ ଯୋଗୁଁ ଆଜିଯାଏ ପଡ଼ାରେ ସେମିତି ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ। ଦୀର୍ଘ ୫୦ବର୍ଷ ହେଲା ଆମେ ପୂଜାରେ ସକ୍ରୀୟ ଭାବେ ଜଡ଼ିତ ରହିଆସୁଛୁ। ସୁବିଧା, ଅସୁବିଧା ସବୁ ସମାଧାନ ହୋଇଆସୁଛି। ପୂଜା ଧୀରେ ଧୀରେ ବଢ଼ୁଛି। ଆଜି ପଡ଼ାରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହେଉଛି। ଏଥିପାଇଁ ଆମେ ଗର୍ବିତ ଓ ଖୁସି। ବାଧାବିଘ୍ନ ସତ୍ତ୍ୱେ ମା’ର ପ୍ରତି ପଡ଼ାବାସୀଙ୍କ ଭକ୍ତିଭାବନା ଏତେବାଟ ଆଣିପାରିଛି ବୋଲି ପୁରୁଖା ଭିକାରୀ ଚରଣ ମିଶ୍ର ଓ କେଶବ ଚରଣ ଦାଶ ନିଜର ଅନୁଭୂତି ବର୍ଣ୍ଣନା କରନ୍ତି।

pandit-dhabaleswar-panda-30ପଣ୍ଡିତ ଧବଳେଶ୍ୱର ପଣ୍ଡା (ପ୍ରଥମ ପୂଜକ)- ଦିନେ ମୁଁ ସମଲେଶ୍ୱରୀ ମନ୍ଦିର ଦର୍ଶନ କରିଯିବା ସମୟରେ ଚଣ୍ଡୀପାଠକ ତପୋଧନ ରଥ ମତେ କହିଲେ, ଆପଣଙ୍କ ଭଳିଆ ପଣ୍ଡିତ ଏବଂ ନିଷ୍ଠାପର ବ୍ୟକ୍ତି ଯଦି ବରଗଡ଼ ନାଏକପଡ଼ା ନବରାତ୍ର ଦୁର୍ଗାପୂଜାର ପୂଜା କରନ୍ତେ ତା’ହେଲେ ମା’ଙ୍କ କରୁଣା ବର୍ଷା ନିଶ୍ଚିତ ହେବ। ଆପଣ ଜଣେ ବିଜ୍ଞ, ପଣ୍ଡିତ ହୋଇ ମା’ଙ୍କ ପୂଜାର୍ଚ୍ଚନା ପାଇଁ ଆଗେଇ ପଡ଼ୁନାହାନ୍ତି କାହିଁକି ବୋଲି ବାଟ ଦେଖାଇଲେ। ପଡ଼ାବାସୀଙ୍କ ଭକ୍ତିଭାବ ମତେ ମା’ର ସେବା କରିବା ପାଇଁ ବାଟ ଦେଖାଇଲା। ଦୀର୍ଘ ୫୦ବର୍ଷ ହେଲା ପୂଜା କରିଆସୁଛି। ମରିଯିବା ପର୍ଯ୍ୟନ୍ତ ମା’ଙ୍କ ସେବା କରୁଥିବି ବୋଲି ପଣ୍ଡିତ ଧବଳେଶ୍ୱର ପଣ୍ଡା କହନ୍ତି।

କେଶବ ଚରଣ ଦାଶ ଓ ଭୋଳାନାଥ ଦାଶ (ଏବେକାର କର୍ତ୍ତା)– ନାଏକପଡ଼ା ଦୁର୍ଗାପୂଜା ଆଜି ୫୦ ବର୍ଷରେ ପହଞ୍ଚିଛେ। ଚଳିତବର୍ଷ ଆମେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମନାଉଛୁ। ମା’ଙ୍କ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଆମେ କର୍ତ୍ତା ହୋଇଥିବାରୁ ନିଜକୁ ଧୈନ୍ୟ ମନେ କରୁଛି। ବିଧିମତେ, ଶାନ୍ତିଶୃଙ୍ଖଳା ସହ, ମହାଆଡ଼ମ୍ବରରେ ମା’ଙ୍କ ପୂଜା ବର୍ଷକୁ ବର୍ଷ ବଢ଼ିଚାଲିଥିବାରୁ ଆମେ ବହୁତ ଖୁସି। ଏହାର ପଛରେ ପଡ଼ାବାସୀ, ସହରବାସୀ ତଥା ମା’ଙ୍କର ଆଶୀର୍ବାଦ ରହିଛେ। ମା’ ପଡ଼ାରେ, ସହରରେ ସବୁଘରେ ସୁଖଶାନ୍ତି ଭରି ଦେଉନ। ନାଏକପଡ଼ା ପୂଜାର ଖ୍ୟାତି ବଢ଼ିଚାଲୁ ଏଥିପାଇଁ ମା’ଙ୍କ ଠାରେ ପ୍ରାର୍ଥନା କରିବା ସହ ସମସ୍ତଙ୍କ ସହଯୋଗ କାମନା କରୁଛି ବୋଲି ଚଳିତବର୍ଷର କର୍ତ୍ତା କେଶବ ଚରଣ ଦାଶ ଓ ଭୋଳାନାଥ ଦାଶ କହନ୍ତି।

3

 

About surendrahota

Leave a Reply

%d bloggers like this:
Skip to toolbar