Breaking News
Home / Agriculture / National Highway blockage at Bargarh by Farmers demanding crop Insurence

National Highway blockage at Bargarh by Farmers demanding crop Insurence

ଫସଳ ବୀମା , ବୋନସ ସହାୟତା ପ୍ରଦାନ ତଥା ବରଗଡ ଜିଲ୍ଳାକୁ ମରୁଡି ଘୋଷଣା ଦାବିରେ ଆଚଂଳିକ ଚାଷୀ ସଂଗଠନ ତରଫରୁ ରାସ୍ତାରୋକ।

fashal-bima-dabi-re-rastarok
ବରଗଡ,୨୩/୦୯/୨୦୧୬-ଗତ ବର୍ଷ ବର୍ଷା ଭାବ ଯୋଗୁଁ ଜିଲ୍ଳାରେ ମରୁଡି ଦେଖାଦେଇଥିବା ବେଳେ ଚାଷୀ ଏ ଯାଏଁ ଫସଳ ବୀମା ପାଇ ପାରି ନାହାଁନ୍ତି । ଏପରି ସ୍ଥିତିରେ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ବୋନଓ ସହାୟତା ଚାଷୀଙ୍କ ପାଇଁ ଲଲିପପ୍ ପାଲଟିଛି । ଆଉ ମଧ୍ୟ ଚଳିତ ବର୍ଷ ମଧ୍ୟ ଗତ ବର୍ଷର ପୁନୁରାବୃତି ଘଟି ଜିଲ୍ଳାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି । ଯାହାକୁ ନେଇ ବରଗଡ ଜିଲ୍ଳାରେ ପୁଣି ମରୁଡି ଦେଖାଦେଲାଣି । ଏହାକୁ ନେଈ ଚାଷୀ ମାନଙ୍କ ମଧ୍ୟରେ ଭାଲେଣି ପଡିଯାଇଥିବା ବେଳେ ଆଚଂଳିକ ଚାଷୀ ସଂଗଠନ ତରଫରୁ ଉଦବେଗ ପ୍ରକାଶ ପାଇଛି । ଯାହାକୁ ନେଇ ଶୁକ୍ରବାର ଆଚଂଳିକ ଚାଷୀ ସଂଗଠନ ତରଫରୁ ଆନେ୍ଦାଳନ କରାଯିବା ସହ ଛଅ ନମ୍ବର ଜାତୀୟ ରାଜପଥର ଚକରକେନ୍ଦ ଠାରେ ରାସ୍ତାରୋକ କରିଥିଲେ । ସକାଳ ୧୦ ଟାରୁ ଶହ ଶହ ଚାଷୀ ଜାତୀୟ ରାଜପଥରେ ବସି ରହି ଆନେ୍ଦାଳନରେ ସାମିଲ ହୋଇଥିଲେ । ଚାଷୀ ସଂଗଠନ ତରଫରୁ ବିଗତ ଖରିଫ ଋତୁରେ ବରଗଡ ଜିଲ୍ଳାରେ ଭୟାବହ ମରୁଡି ହୋଇଥିବା ବେଳେ ରାଜ୍ୟ ସରକାର ସମସ୍ତ ପ୍ରକାର ସର୍ଭେ କରି ମରୁଡି ଘୋଷଣା କରିଥିଲେ । ମାତ୍ର କେତେକ ସ୍ଥଳରେ ଇନପୁଟ ସବସିଡି ବ୍ୟତୀତ ସରକାରଙ୍କ ତରଫରୁ ଘୋଷିତ  କ୍ୱିନ୍ଟଟାଲ ପିଛା ଶହେ ଟଙ୍କାର ବୋନସ ସହାୟତା ବର୍ତମାନ ସୁଦ୍ଧା ପ୍ରଦାନ କରାଯାଇ ନାହିଁ । ଆଉ ମଧ୍ୟ ଚାଷ ପୂର୍ବରୁ ଚାଷୀମାନେ କରିଥିବା ଇନସ୍ୟୁରାନ୍ସ ବାବଦକୁ ପ୍ରିମିୟମ ସଠିକ ସମୟରେ ପଇଠ କରିଥିଲେ ମଧ୍ୟ ଏ ଯାଏଁ ଫସଳ ବୀମା ପାଇ ପାରି ନାହାଁନ୍ତି । ତେଣୁ ଯଥା ଶୀଘ୍ର ଚାଷୀ ମାନଙ୍କୁ ମରୁଡି ସହାୟତା ବୀମାରାଶି ପ୍ରଦାନ,  ଶହେ ଟଙ୍କାର ବୋନଓ ସହାୟତା ସହ ଚଳିତ ବର୍ଷ ମଧ୍ୟ ବରଗଡ ଜିଲ୍ଳାକୁ ମରୁଡି ଘୋଷଣା କରାଯିବାକୁ ଚାଷୀ ସଂଗଠନ ଦାବି କରିଥିଲା । ତେବେ ଚକରକେନ୍ଦଠାରେ ଛଅ ନମ୍ବର ଜାତୀୟ ରାଜପଥ ଦୀର୍ଘ ସମୟ ପର୍ଯ୍ୟନ୍ତ ଅବରୋଧ ହେବା ଫଳରେ ରାସ୍ତାର ଉଭୟ ପାଶ୍ୱରେ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା । ପରେ ବରଗଡ ତହସିଲଦାର ଜ୍ୟୋତି ପ୍ରକାଶ ମହାପାତ୍ର ଆନେ୍ଦାଳନସ୍ଥଳକୁ ପହଂଚି ଚାଷୀ ସଂଗଠନ ସହ ଆଲୋଚନା କରିଥିଲେ ଏବଂ ଏ ନେଇ ଜିଲ୍ଳା ପ୍ରଶାସନ ସହ ରାଜ୍ୟ ସରକାରଙ୍କୁ ଆବଶ୍ୟକ ପଦକ୍ଷେପ ପାଇଁ ଜଣାଇବା ପାଇଁ ପ୍ରତିଶୃତି ଦେବା ପରେ ଦିନ ୧ ଟାରେ ରାସ୍ତା ଅବରୋଧ ହଟିବା ସହ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ଏହି ଆନେ୍ଦାଳନ ତଥା ରାସ୍ତାରୋକ ରେ ଚାଷୀ ସଂଗଠନର ସଭାପତି ପ୍ରଫୁଲ୍ଳ ନାଏକ, ତରୁଣ ନାଏକ, ସ୍ଥାନୀୟ ସରପଂଚ ସରୋଜ ଭୋଇ , ଯଦୁମଣି ଭୋଇ, ସନ୍ତୋଷ ସା, ଆନନ୍ଦ ସାହୁ, ନିତ୍ୟାନନ୍ଦ ନାଏକ, ଅଶୋକ ସାହୁ, ଗୁରୁଦେବ ସାହୁ, ଗଶେଶ୍ୱର ଭୋଇ, କପିଳ ଭୁଏ,ରବି ପ୍ରଧାନ, ରୋହିତ ଭୋଇ, ବିନୋଦ ପ୍ରଧାନ, ତ୍ରିଲୋଚନ ମହାକୁର, ବ୍ରହ୍ମାନନ୍ଦ ଭୋଇ , ନତ୍ୟାନନ୍ଦ ବାରିକ, ବେଣୁଧର ମେହେର ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ ।

About surendrahota

Leave a Reply

%d bloggers like this:
Skip to toolbar