Breaking News
Home / Bhubaneswar / Memorandum of Odisha Rajaswa Amala Sangha

Memorandum of Odisha Rajaswa Amala Sangha

ଓଡ଼ିଶା ରାଜସ୍ୱ ଅମଲା ସଂଘର ଦାବିପତ୍ର ପ୍ରଦାନ

odisha-amala-sabgha ଭୁବନେଶ୍ୱର,ତା୨୩.୯.୨୦୧୬(ସଞ୍ଜିତ କୁମାର ମହାନ୍ତି) -ଆଜି  ଓଡ଼ିଶା ରାଜସ୍ୱ ଅମଲା ସଂଘର ଏକ ପ୍ରତିନିଧି ଦଳ ସଂଘର ସଭାପତି ଶ୍ରୀଯୁକ୍ତ ଦ୍ୱାରିକା ପ୍ରସାଦ ରଥଙ୍କ ନେତୃତ୍ୱରେ ରାଜ୍ୟ ସଚିବାଳୟ ଠାରେ ରାଜସ୍ୱ ବିଭାଗର ପ୍ରମୁଖ ସଚିବ ଡଃ ମୋନା ଶର୍ମାଙ୍କୁ ସାକ୍ଷାତ୍ କରି ୭ ଦଫା ଦାବି ପତ୍ର ପ୍ରଦାନ କରିଥିଲେ ଏବଂ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ନରେଶ ଚନ୍ଦ୍ର ମହାପାତ୍ର ଦାବିଗୁଡ଼ିକ ସମ୍ବନ୍ଧରେ ତାଙ୍କୁ ଅବଗତ କରାଇଥିଲେ। ସଂଘର ପ୍ରତିନିଧି ଦଳ ଦାବି ପୂରଣ କରିବା ସମ୍ପର୍କରେ ଡଃ ଶର୍ମାଙ୍କ ସହିତ ବିଶଦ୍ଭାବରେ ଆଲୋଚନା କରିଥିଲେ। ଆଲୋଚନା କାଳରେ ପ୍ରମୁଖ ସଚିବ ଡଃ ଶର୍ମା ମହାଶୟା ଦାବିଗୁଡ଼ିକ ଯୁକ୍ତିଯୁ୍କ୍ତ ବୋଲି ହୃଦୟଙ୍ଗମ କରିଥିଲେ ଏବଂ ଏହା ପୂରଣ କରିବା ଦିଗରେ ସେ ଉଚିତ୍ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ରାଜସ୍ୱ ଅମଲା ସଂଘର ପ୍ରମୁଖ ଦାବିଗୁଡ଼ିକ ହେଲା (୧) ପ୍ରବେଶକାଳୀନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପୁଟର ଜ୍ଞାନ ଏବଂ ଏକବର୍ଷ ତାଲିମ୍ (୨) ମୂଳ ବେତନହାର ୯,୩୦୦ଟଙ୍କା ଏବଂ ଗ୍ରେଡ଼୍ ପେ ୪,୨୦୦ଟଙ୍କା (୩) ରାଜସ୍ୱ ଅମଲାମାନଙ୍କୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରାଯାଇ କନିଷ୍ଠ କିରାଣୀ ଏବଂ ବରିଷ୍ଠ କିରାଣୀ ବଦଳରେ  ଏଜୁ୍ୟକୁଟିଭ ଆସିଷ୍ଟାଣ୍ଟ ଏବଂ ମୁଖ୍ୟ କିରାଣୀ ବଦଳରେ ସେକ୍ସନ ଅଫିସର ପଦବୀକୁ ପରିବର୍ତ୍ତନ କରାଯିବା (୪) ଓଡ଼ିଶା ରାଜସ୍ୱ ସେବା ପଦବୀରେ ୧୦୦ରୁ ୧୦୦ଭାଗ କେବଳ ରାଜସ୍ୱ ଅମଲାମାନଙ୍କୁ ପଦୋନ୍ନତି ଦିଆଯିବା ଏବଂ ଜିଲ୍ଳାସ୍ତରୀୟ ରାଜସ୍ୱ ଅମଲାମାନଙ୍କ ପାଇଁ ୭୫ଭାଗ ପଦବୀ ସଂରକ୍ଷିତ ରଖାଯିବା (୫) ରାଜ୍ୟ ସରକାର ଦ୍ୱିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ ଏବଂ ଚତୁର୍ଥ ଶ୍ରେଣୀ କର୍ମ·ରୀମାନଙ୍କ ପାଇଁ ଲାଗୁ କରିଥିବା ଚୁକ୍ତିଭତ୍ତିକ ଅଧିସୂଚନାକୁ ତୁରନ୍ତ ପ୍ରତ୍ୟାହାର କରାଯିବା (୬) ୨୦୦୫ମସିହା ଠାରୁ ଲାଗୁ ହୋଇଥିବା ନୂତନ ପେନ୍ସନ ସ୍କିମ୍କୁ ପ୍ରତ୍ୟାହାର କରାଯାଇ ପୁରାତନ ପେନ୍ସନ ସ୍କିମ୍ର ପୁନଃ ପ୍ରଚଳନ କରାଯିବା (୭) କେନ୍ଦ୍ର ସରକାରଙ୍କ ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଅନୁଯାୟୀ ତୁରନ୍ତ ରାଜ୍ୟ କର୍ମ·ରୀଙ୍କ ପାଇଁ ଏହା ସମାନ ଭାବରେ ପ୍ରଚଳନ କରାଯିବା ଇତ୍ୟାଦି ପଦାବି ରହିଥିବା ଜଣାଯାଏ। ଉପରୋକ୍ତ ଆଲୋଚନାରେ ସଂଘର ରାଜ୍ୟ ପ୍ରବକ୍ତା ଶ୍ରୀଯୁକ୍ତ ରଶ୍ମିରଞ୍ଜନ ମହାନ୍ତି, କଟକ ଜିଲ୍ଳା ସଭାପତି ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର ମହାପାତ୍ର, କୋରାପୁଟ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଭତ୍ରା ପ୍ରମୁଖ ଭାଗ ନେଇଥିଲେ।

 

About surendrahota

Leave a Reply

%d bloggers like this:
Skip to toolbar