Breaking News
Home / Bhubaneswar / 5th Annual day celebration of ODMS

5th Annual day celebration of ODMS

“ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ”ର ୫ମ ପ୍ରତିଷ୍ଠା ଦିବସ ପାଳନ ଓ ସ୍ମରଣିକା ସଂଘର୍ଷ-୨୦୧୬ ଉନ୍ମୋଚନ”

  red-cross-photo-1  ଭୁବନେଶ୍ୱର, ତା ୨୩.୯.୨୦୧୬ (ସଞ୍ଜିତ କୁମାର ମହାନ୍ତି) -ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ(ଓ.ଡି.ଏସ୍.ଏମ୍.)ର ୫ମ ପ୍ରତିଷ୍ଠା ଦିବସ ତା ୨୩.୯.୨୦୧୬ରିଖ ଭୁବନେଶ୍ୱରସ୍ଥିତ ରେଡ଼କ୍ରସ ଭବନରେ ପାଳିତ ହୋଇଯାଇଛି। ଏହି ଅବସରରେ ମଧ୍ୟ “ସରକାର ଓ ସମାଜରୁ ଦୁର୍ନୀତି ଦୂର କରିବାରେ ଗଣମାଧ୍ୟମର ଭୂମିକା” ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା। ଏହି ଦିବସରେ ଶ୍ରୀଯୁକ୍ତ ପଞ୍ଚାନନ କାନୁନ୍ଗୋ (ପୂର୍ବତନ ମନ୍ତ୍ରୀ), ମୁଖ୍ୟ ଅତିଥିଭାବେ, ପ୍ରଦୋଷ ପଟ୍ଟନାୟକ (ବରିଷ୍ଠ ସାମ୍ବାଦକ ଓ ସମୟର ମୁଖ୍ୟ ସମ୍ପାଦକ), କୁନା ତ୍ରିପାଠୀ (ଓଟିଭି ନୁ୍ୟଜ୍ଫୁ୍ୟଜ୍ର ସଞ୍ଚାଳକ), ପ୍ରସନ୍ନ ମହାନ୍ତି (ବରିଷ୍ଠ ସାମ୍ବାଦିକ), ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। କୁନା ତ୍ରିପାଠୀ ଓ ପ୍ରସନ୍ନ ମହାନ୍ତିଙ୍କୁ ମଞ୍ଚ ପକ୍ଷରୁ ଦୁର୍ନୀତି ବିରୋଧରେ ସମ୍ବାଦ ବିରୋଧରେ ସମ୍ବାଦ ପରିବେଷଣ/ପ୍ରସାରଣ ଓ ନିରପେକ୍ଷ, ନିର୍ଭୟ ସମ୍ବାଦ ପରିବେଷଣ ପାଇଁ ତାଙ୍କର ପ୍ରଚେଷ୍ଟା ଯୋଗୁଁ ମଞ୍ଚ ସେମାନଙ୍କୁ ମାନପତ୍ର ପ୍ରଦାନ କରିବା ସହ ସମ୍ମାନିତ କରିଥିଲେ। ମଞ୍ଚ ତରଫରୁ ପ୍ରକାଶିତ ଏକ ସଚିତ୍ର ସ୍ମରଣିକା “ସଂଘର୍ଷ-୨୦୧୬”ର ଉନ୍ମୋଚନ ଉପସ୍ଥିତ ଅତିଥିମାନେ କରିଥିଷଲ। ଉକ୍ତ ଅବସରରେ ମାଷ୍ଟର ନୈସର୍ଗିକ (ଡ଼ିଏଭି ପବ୍ଲିକ ସ୍କୁଲ୍, ୟୁନିଟ୍-୮ର ଛାତ୍ର) ଓ ମିସ୍ ସ୍ମରଜା ଦ୍ୱିବେଦୀ (କେଦାରଗୌରୀସ୍ଥିତ ସେ ଜାଭିୟର ହାଇସ୍କୁଲ୍ର ୮ମ ଶ୍ରେଣୀର ଛାତ୍ରୀ)ଯଥାକ୍ରମେ ଇଂରାଜୀ ଓ  ଓଡ଼ିଆରେ ସ୍ୱାମୀ ବିବେକାନନ୍ଦଙ୍କ ଚିକ୍କାଗୋ ଭାଷଣକୁ ଅତି ସୁନ୍ଦର ଭାବରେ ଆବୃତ୍ତି କରି ପ୍ରଶଂସିତ ଓ ପୁରସ୍କୃତ ହୋଇଥିଲେ। ପ୍ରଦୋଷ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଲେ ଯେ ଦୁର୍ନୀତି ଆମେରିକା, ରୁଷିଆ, ·ଇନା ଇତ୍ୟାଦି ଦେଶରେ ବର୍ତ୍ତମାନ ଅନେକ ମାତ୍ରାରେ ବଢିଗଲାଣି। ଅମଲାତନ୍ତ୍ରରେ ପଇସା ନ ଦେଲେ କାର୍ଯ୍ୟ ହେଉନାହିଁ। ଆମ ଦେଶ ଓ ରାଜ୍ୟରେ ସମାଜ ପରି ଆଉ ଅଳ୍ପ ଖବର କାଗଜକୁ ଛାଡ଼ିଦେଲେ ଅନ୍ୟମାନେ କର୍ପୋରେଟ/ବ୍ୟବସାୟୀ ଓ ରାଜନେତା ମାନଙ୍କ ଦ୍ୱାରା ପରିଚାଳିତ। ଏଣୁ ସେମାନେ ନିରପେକ୍ଷ ସମ୍ବାଦ ପରିବେଷଣ କରିବାରେ ଅଙ୍କୁଶ ଅଛି। କେତେକ ଯାଗାରେ ପେଡ୍ ନୁ୍ୟଜ୍ ଆମ ଗଣମାଧ୍ୟମକୁ କଳଙ୍କିତ କରୁଛି।ମୁଖ୍ୟଅତିଥି ପଞ୍ଚାନନ କାନୁନ୍ଗୋ କହିଲେ ଯେ, ଜଣେ ନିରପେକ୍ଷ ଓ ନିର୍ଭର୍ୟ ସାମ୍ବାଦିକ/ଗଣମାଧ୍ୟମ ହେବାକୁ ହେଲେ ନିଜକୁ ବା ଅନୁଷ୍ଠାନକୁ ନିର୍ଲୋଭ ହେବାକୁ ପଡ଼ିବ। ସେ କହିଲେ, ହେ ସାମ୍ବାଦିକ ଭାଇଗଣ, ସତ୍ୟ ଉନ୍ମୋଚନ ପାଇଁ ନିର୍ଲୋଭ ଓ ନିର୍ଭୀକ ହୁଅ। ତା ହେଲେ ସମାଜରୁ ଦୁର୍ନୀତି ହଟିବ। ୧୯୮୫ ମସିହାରେ ବାଙ୍କ ବିହାରୀ ଦାଶଙ୍କ ପ୍ରଚେଷ୍ଟାରେ ବିଧାନ ସଭା ଓ ସରକାରର ସମସ୍ତ କାର୍ଯ୍ୟ ଗଣମାଧ୍ୟମ ପ୍ର·ର କରିପାରିଲେ। ଏଣୁ ସାଧାରଣ ଲୋକମାନେ ସତର୍କ ହେଲେ ସରକାରଙ୍କ ଦୋଷ ଦୁର୍ବଳତା ପଦାରେ ପଡ଼ିବ।ମଞ୍ଚର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଜିଲ୍ଲାଜଜ୍ ଉମାଚରଣ ମିଶ୍ର ସଭାରେ ସଭାପତିତ୍ୱ କରି କହିଲେ ଯେ, ଦୁର୍ନୀତି ସଂଘର୍ଷ ମଞ୍ଚ ସମାଜରୁ ଓ ସରକାରରୁ ଦୁର୍ନୀତି ଦୂର ପାଇଁ ତାର ପ୍ରଚେଷ୍ଟା ଜାରି ରଖିଛି। କିନ୍ତୁ ଗଣମାଧ୍ୟମ କୌଣସି ସଂସ୍ଥା ବା ରାଜନେତାଙ୍କ ହାତବାରିସ୍ ବା ପେଡ଼୍ନୁ୍ୟଜ୍ ନ କରି ନିରପେକ୍ଷ ସମ୍ବାଦ ପରିବେଷଣ/ପ୍ରସାରଣ କରନ୍ତୁ। ମଞ୍ଚର ରାଜ୍ୟ ସାଧାରଣ ସମ୍ପାଦକ ଇଂ ଜଗବନ୍ଧୁ ଷଡ଼ଙ୍ଗୀ ମଞ୍ଚର ଗତବର୍ଷ କାର୍ଯ୍ୟର ବିବରଣୀ ପ୍ରଦାନ କରିବା ସହ କହିଲେ ଯେ କେତେକ ଗଣମାଧ୍ୟମର ମୁଖ୍ୟମାନେ ବ୍ରିଟିଶ ସାମ୍ରାଜ୍ୟର ଶାସନ କାଳ ପରି ବ୍ୟବହାର କରୁଛନ୍ତି। ଟେଲିଫୋନ୍ ବା ମୋବାଇଲ୍ରେ ମଧ୍ୟ ସେମାନେ, ଏପରିକି ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଉପଲବ୍ଧ ହେଉନାହାଁନ୍ତି। ଏହା ପୁଣି ୭୦ବର୍ଷ ସ୍ୱାଧୀନତା ପରେ। ଏଣୁ ସେମାନେ ଜନସାଧାରଣଙ୍କ ଟେଲିଫୋନ୍ ଧରନ୍ତୁ ଓ ତାଙ୍କ ଅଭିଯୋଗ ବା ଦୁଃଖ ଶୁଣନ୍ତୁ।ମଞ୍ଚର ସାଧାରଣ ଅଧବେଶନ ଅପରାହ୍ନରେ ଅନୁଷ୍ଠିତ ହୋଇ ଶାଖା ମାନଙ୍କର କାର୍ଯ୍ୟ ସମୀକ୍ଷା ସହ ଆସନ୍ତା ବର୍ଷ ପାଇଁ ଲକ୍ଷ୍ୟ ସ୍ଥିର କରାଯାଇଥିଲା। ସକାଳ ଅଧିବେଶନରେ କୁନା ତି୍ରପାଠୀ, ପ୍ରସନ୍ନ ମହାନ୍ତି ଓ ଡ଼ ହରପ୍ରସନ୍ନ ମିଶ୍ର ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଉତ୍ସବରେ ମଞ୍ଚ ର ଉପାଧ୍ୟକ୍ଷ ଇଂ ଅଶୋକ ରଥ, ଡାଃ ବ୍ରଜକିଶୋର ମିଶ୍ର, ସମ୍ପାଦକ ସୁଧୀର ମହାନ୍ତି, କୋଷାଧ୍ୟକ୍ଷ ତରୁଣ ପଟ୍ଟନାୟକ, ସମ୍ପାଦକ ପ୍ରବୋଧ ପାଳ, ଡଃ ନନ୍ଦନନ୍ଦନ ଦାସ, ରାଇଚରଣ ମହାନ୍ତି, ବିକାଶ ମହାନ୍ତି, ଅମ୍ବିକା ଷଡ଼ଙ୍ଗୀ, ଜୟଶ୍ରୀ ମହାପାତ୍ର, ସୁଷମା ଦାସ, ସୁଧାଂଶୁ ପରିଜା ଇତ୍ୟାଦି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଶେଷରେ ପଦ୍ମଜା ଦେବତା, ସୌଦାମିନୀ ପଣ୍ଡା, ଉପାସନା ରାଓ ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ।

About surendrahota

Leave a Reply

%d bloggers like this:
Skip to toolbar