Breaking News
Home / Bargarh / 24th Children Science Congress at Bargarh

24th Children Science Congress at Bargarh

ସମୟ ଓ ସାମାଜିକ ପରିବର୍ତନରେ ନିଜକୁ ସାମିଲ କଲେ ହିଁ ସମାଜରେ ତିଷ୍ଠି ହୁଏ, ୨୪ ତମ ଶିଶୁ ବିଜ୍ଞାନ କଂଗ୍ରେସ।

shishu-bigyan-congressବରଗଡ,୨୩/୦୯/୨୦୧୬ସମୟ ଓ ସାମାଜିକ୍ ପରିବର୍ତନରେ ନିଜକୁ ସାମିଲ କଲେ ହିଁ ସମାଜରେ ତିଷ୍ଠି ହୁଏ ବୋଲି ବରଗଡ ଜିଲ୍ଳାସ୍ତରୀୟ ୨୪ ତମ ଶିଶୁ ବିଜ୍ଞାନ କଂଗ୍ରେସରେ ମତ ପ୍ରକାଶ ପାଇଛି । ଶୁକ୍ରବାର ବରଗଡ ବିକାଶ ସ୍କୁଲ ପରିସରରେ ଅନୁଷ୍ଠିତ ଜିଲ୍ଳାସ୍ତରୀୟ ୨୪ ତମ ଶିଶୁୂ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏଥିରେ ବିକାଶ ସ୍କୁଲର ଚେୟାରମ୍ୟାନ ଡି ମୁରଲୀ କ୍ରୀଷ୍ଣା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିଶୁ ବିଜ୍ଞାନ କଂଗ୍ରେସକୁ ଉଦଘାଟନ କରିଥିଲେ । ଜିଲ୍ଳା ଶିକ୍ଷା ଅଧିକାରୀ ଶିବ ଶଙ୍କର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିକାଶ ସ୍କୁଲର ନିଦେ୍ର୍ଦଶକ ଡି ନାଗେଶ୍ୱର ରାଓ ସମ୍ମାନୀତ ଅତିଥି ଏବଂ ଅଧ୍ୟକ୍ଷ ସମରେନ୍ଦ୍ର ପଣ୍ଡା ଯୋଗ ଦେଇ ସାଂପ୍ରତିକ ବିଜ୍ଞାନର ବ୍ୟବହାରିକ ଦିଗ ଉପରେ ଆଲୋକପାତ କରିବା ସହିତ ଶିଶୁ ବୈଜ୍ଞାନିକ ମାନେ ଆଗାମୀ ଦିନରେ କିପରି ଦେଶର ବିଜ୍ଞାନର ପ୍ରଗତିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ସେ ଦିଗରେ ଯତ୍ନବାନ ହେବା ପାଇଁ ବିଜ୍ଞାନ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ । ଏ ଅବସରରେ ଭାରତର ପ୍ରଥମ ୨୦ ଜଣ ଶିଶୁ ବୈଜ୍ଞାନିକ ଭିତରେ ବରଗଡ ଜିଲ୍ଳା ଲେବିଡି ୟୁଜି ହାଇସ୍କୁଲର ଛାତ୍ର ଉତ୍ତମ ସାହୁ ସ୍ଥାନ ପାଇଥିବା ଆମ ଜିଲ୍ଳା ପାଇଁ ଗର୍ବ ଓ ଗୌରବ ବୋଲି ଜିଲ୍ଳା ବିଜ୍ଞାନ ଶିକ୍ଷା ନିରୀକ୍ଷକ ମନୋଜ କୁମାର ସାହୁ କହିଥିଲେ । ସେହିପରି ଏସିସି ବିକାଶ ସ୍କୁଲର ଅଧ୍ୟକ୍ଷ ମୁରାରୀ ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଏ ଅବସରରେ ଆୟୋଜିତ କର୍ମଶାଳାରେ ବିକାଶ ସ୍କୁଲର ଚେୟାରମ୍ୟାନ ଡି ମୁରଲୀ କ୍ରୀଷ୍ଣା , ଭିଆଇଟିର ଅଧ୍ୟକ୍ଷ ଇଂ ଅଜୟ କୁମାର ମହାପାତ୍ର ପ୍ରଶିକ୍ଷକ ଭାବେ ଯୋଗ ଦେଇ ସୌର ଶକ୍ତି ଓ ତାର ଉପଯୋଗ ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ । ଏ ଅବସରରେ ଶିଶୁ ବୈଜ୍ଞାନିକ ଉତମ ସାହୁଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ବିଜ୍ଞାନ ଶିକ୍ଷକ ବିବେକା ନନ୍ଦ ଅଦାବର ଧନ୍ୟବାଦ ଅର୍ପଣ କରିଥିଲେ ।

About surendrahota

Leave a Reply

%d bloggers like this:
Skip to toolbar