Breaking News
Home / Bhubaneswar / Gaun Sathi Sangha Re organised : Dharmendra Pradhan became Advisior

Gaun Sathi Sangha Re organised : Dharmendra Pradhan became Advisior

ଗାଁସାଥୀ ସଂଘର ନୂତନ ରାଜ୍ୟ କମିଟି ଗଠିତ, କେନ୍ଦ୍ରମନ୍ତ୍ରୀ ହେଲେ ସଂଗଠନର ମୁଖ୍ୟ ଉପଦେଷ୍ଟା:ଚଳିତ ସେପ୍ଟେମ୍ବର ୨୭ ତାରିଖରେ ଆନେ୍ଦାଳନ

bhubaneswar-21-09-2016-009
ଭୁବନେଶ୍ୱର, ତା ୨୦.୯.୧୬- (ରିପୋର୍ଟ:ବିଶ୍ୱରଞ୍ଜନ ମିଶ୍ର) –ଗାଁସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶ ଶାଖା ତରଫରୁ ଚଳିତ ସେପ୍ଟେମ୍ବର ମାସ ୧୮ ଓ ୧୯ ତାରିଖରେ ସ୍ଥାନୀୟ ଲିଙ୍ଗରାଜ ମନ୍ଦିର ନିକଟସ୍ଥ କୋରାପୁଟ ଭବନ ପରିସରରେ ଏକ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହେଇଯାଇଛି। ସେହି କର୍ମଶାଳାର ନିଷ୍ପତ୍ତି ସମ୍ପର୍କରେ ସବିଶେଷ ତଥ୍ୟ ପ୍ରକାଶ କରିବା ପାଇଁ କେଶରୀ ଟକିଜ ନିକଟସ୍ଥ ସାମ୍ବାଦିକ ଭବନ ପରିସରରେ ସଂଘର ନବଗଠିତ ରାଜ୍ୟ କମିଟିର ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସଂଘର ଅଧିକାଂଶ ବ୍ଲକ ଓ ଜିଲ୍ଲା କର୍ମକର୍ତ୍ତାଙ୍କ ଦ୍ୱାରା ନୂତନ କରି ମନୋନୀତ ହୋଇଥିବା ସମସ୍ତ କର୍ମକର୍ତ୍ତା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ। ସର୍ବସମ୍ମତି ନିଷ୍ପତ୍ତି ଅନୁଯାୟୀ ଦେଶର ଦକ୍ଷ ରାଜନେତା ତଥା କେନ୍ଦ୍ର ସରକାରଙ୍କର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଜୀ ଗାଁସାଥୀଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସଂଗଠନର ମୁଖ୍ୟ ଉପଦେଷ୍ଟା ହେବାକୁ ସହମତ ହୋଇଥିବାରୁ ଗାଁସାଥୀ ସଂଘ ରାଜ୍ୟ କମିଟି ତରଫରୁ ତାଙ୍କୁ କୃତଜ୍ଞତା ଅର୍ପଣ କରାଯାଇଛି। ଏଥିସହିତ ତାଙ୍କର ପରାମର୍ଶକ୍ରମେ ରାଜ୍ୟ ଖଦୀବୋର୍ଡ଼ର ପୂର୍ବତନ ଚେୟାରମ୍ୟାନ୍ ଶ୍ରୀଯୁକ୍ତ ସମୀର ମହାନ୍ତିଙ୍କୁ ସଂଘର ଅନ୍ୟତମ ଉପଦେଷ୍ଟା ଭାବେ ଗ୍ରହଣ କରାଯାଇଛି ବୋଲି ସଂଘ ତରଫରୁ ପ୍ରକାଶ କରାଯାଇଛି। ଏଥିସହିତ ରାଜ୍ୟ କମିଟିର ସଭାପତି ଭାବେ ଲକ୍ଷ୍ମୀଧର ବିଶ୍ୱାଳ, ସାଧାରଣ ସମ୍ପାଦକ ଭାବେ ସୌଭାଗ୍ୟ ମିଶ୍ର, କୋଷାଧ୍ୟକ୍ଷ ଭାବେ ପ୍ରତାପ ମଲ୍ଲିକ, ରାଜ୍ୟ ମହିଳା ସଂଯୋଜିକା ଭାବେ ସତ୍ୟଭାମା ସୁବୁଦ୍ଧି ଓ ଏତଦ୍ବ୍ୟତୀତ ୧୩ଜଣ କର୍ମକର୍ତ୍ତା ଓ ୧୧ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ/ସଦସ୍ୟାମାନଙ୍କୁ ଉକ୍ତ କର୍ମଶାଳାରେ ଏକ ସ୍ୱତନ୍ତ୍ର ଅଧିବେଶନରେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି। ସମଗ୍ର ରାଜ୍ୟ ବୁଲି ସଂଘକୁ ପୁଣିଥରେ ମଜ୍ଭୁତ କରି ନିଜର ମୂଳ ଲକ୍ଷ୍ୟ ନିଯକ୍ତି ବା ମାସିକ ପ୍ରୋତ୍ସାହନ ରାଶି ପ୍ରାପ୍ତି ଯାଏ ଉଦ୍ୟମ ଜାରି ରଖିବ ବୋଲି ସଂଗଠନ ତରଫରୁ ଗଣମାଧ୍ୟମକୁ ଜଣାଇ ଦିଆଯାଇଛି। ଏଥିସହିତ କେନ୍ଦ୍ର ସରକାର ସଂଘର ଦାବିକୁ ବି·ର କରିବ ବୋଲି କଥା ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଦେବା ସହିତ ରାଜ୍ୟ ସରକାର ଗତ ତା ୦୪.୧୨.୨୦୧୪ରେ ଦେଇଥିବା ନିଯୁକ୍ତିର ପ୍ରତିଶ୍ରୁତି ରକ୍ଷା କରିବା ଦାବିରେ ଚଳିତ ସେପ୍ଟେମ୍ବର ୨୭ ତାରିଖରେ ରାଜ୍ୟର ସମସ୍ତ ବ୍ଲକ ଓ ଜିଲ୍ଲାରେ ନିଜ ନିଜର ଶକ୍ତିମତେ ଆନେ୍ଦାଳନ କରାଯିବାକୁ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି ବୋଲି ଏଠାରେ ପ୍ରକାଶ କରାଯାଇଛି। ଏହି ନିଷ୍ପତ୍ତିକୁ ମାନି ରାଜ୍ୟର ଗାଁସାଥୀ ସଂଗଠକମାନେ କାର୍ଯ୍ୟ କରିବା ସହିତ ଚଳିତବର୍ଷ ନଭେମ୍ବର ମାସ ଶେଷ ସପ୍ତାହରେ ଭୁବନେଶ୍ୱରଠାରେ ଏକ ବିଶାଳ ଗାଁସାଥୀ ସମାବେଶ କରିବା ପାଇଁ ପ୍ରସ୍ତୁତ ରହିବାକୁ ଶ୍ରୀଯୁକ୍ତ ବିଶ୍ୱାଳ ରାଜ୍ୟର ସମସ୍ତ ଗାଁସାଥୀ ଭାଇ ଓ ଭଉଣୀମାନଙ୍କୁ ଆହ୍ୱାନ ଜଣାଇଅଛନ୍ତି।

ଗାଁସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶ ଶାଖାର ନୂତନ କର୍ମକର୍ତ୍ତାଙ୍କ ନାମ ଓ ଦାୟିତ୍ୱ। ତା ୨୦.୦୯.୨୦୧୬
ମୁଖ୍ୟ ଉପଦେଷ୍ଟା    :    ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ମନ୍ତ୍ରୀ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ବିଭାଗ, ଭାରତ ସରକାର ମହୋଦୟ।
ଉପଦେଷ୍ଟା    :    ଶ୍ରୀଯୁକ୍ତ ସମୀର ମହାନ୍ତି, ପୂର୍ବତନ ଖଦୀ ବୋର୍ଡ଼ ଚେୟାରମ୍ୟାନ୍, ଓଡ଼ିଶା।
ଉପଦେଷ୍ଟା    :    ବଟକୃଷ୍ଣ ମଲ୍ଲିକ, ଗାଁସାଥୀ ତଥା ସମାଜସେବୀ।
ସଭାପତି    :    ଲକ୍ଷ୍ମୀଧର ବିଶ୍ୱାଳ
ସାଧାରଣ ସମ୍ପାଦକ    :    ସୌଭାଗ୍ୟ ମିଶ୍ର
କୋଷାଧ୍ୟକ୍ଷ    :    ପ୍ରତାପ କୁମାର ମଲ୍ଲିକ
ରାଜ୍ୟ ମହିଳା ସଂଯୋଜିକା    :    ସତ୍ୟଭାମା ସୁବୁଦ୍ଧି।
ରାଜ୍ୟ ମହିଳା ସହସଂଯୋଜିକା     :    କୁମୁଦିନୀ ପତି
ରଶ୍ମିତା ଜେନା
ଉପ-ସଭାପତି    :    ସୁଧାଂଶୁ ଶେଖର ଶତପଥୀ
ରମେଶ ରଣା
ପ୍ରଫୁଲ୍ଲ ନାୟକ
ସହ ସମ୍ପାଦକ    :    ସନ୍ତୋଷ ସୂତାର
ଚନ୍ଦ୍ରଶେଖର ଶାଣ୍ଢ
ସୁଶାନ୍ତ ଜେନା
ସନ୍ତୋଷ ଚୌଧୁରୀ
ସଂଗଠନ ସମ୍ପାଦକ    :    ଇଂ. କରୁଣାକର ନାୟକ
ସୁରେନ୍ଦ୍ର ସାହୁ
ଉମେଶ ଚନ୍ଦ୍ର ସାହୁ
ନିରଞ୍ଜନ ନାୟକ
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ/ସଦସ୍ୟା :
ଅଶୋକ କୁମାର ପଲାଇ
ଉମେଶ ଚନ୍ଦ୍ର ମୁଣ୍ଡା
ମୁରଲୀ ବଗର୍ତ୍ତୀ
ପ୍ରଫୁଲ୍ଲ କୁମାର ସ୍ୱାଇଁ
ନନ୍ଦକିଶୋର ବେହେରା
ଲକ୍ଷ୍ମୀଧର ମହାନ୍ତି
ପ୍ରଦୀପ କୁମାର ଭୂତିଆ
କନକଲତା ଜେନା
ଅଜୟ କୁମାର ଦାସ
ସନାତନ ବେହେରା

bhubaneswar-21-09-2016-008

About surendrahota

Leave a Reply

%d bloggers like this:
Skip to toolbar