Breaking News
Home / Bhubaneswar / Memories of Veteran Journalist Satya Mahapatra

Memories of Veteran Journalist Satya Mahapatra

ସତ୍ୟାନୁସନ୍ଧାନୀ ସାମ୍ବାଦିକ ସତ୍ୟ ମହାପାତ୍ର
 – ସୌମେନ୍ଦ୍ର ଜେନା

satya-mahapatraସାମ୍ବାଦିକ ଓ ସାହିତ୍ୟିକ ସତ୍ୟବାବୁ ଆମଠୁ ଯିବାର ବର୍ଷଟିଏ ପୂରିବାକୁ ବସିଲାଣି। ୧ ଅକ୍ଟୋବର ୧୯୩୯ରେ ଆଠଗଡ଼ରେ ଜନ୍ମିତ ସତ୍ୟବାବୁ ପରବର୍ତ୍ତୀ ସମୟରେ କଟକରୁ ନାଗାଲାଣ୍ଡ ଯାଏଁ କାର୍ଯ୍ୟକ୍ଷେତ୍ରକୁ ବ୍ୟାପକ କରିଥିଲେ। କଟକରେ ପ୍ରଜାତନ୍ତ୍ର ପ୍ରଚାର ସମିତିର ଇଷ୍ଟର୍ଣ୍ଣ ଟାଇମ୍ରୁ କାର୍ଯ୍ୟକରି ପରେ ପତ୍ର ସୂଚନା ନିଦେ୍ର୍ଦଶାଳୟ, ନାଲ୍କୋର ଲୋକସମ୍ପର୍କ ଅଧିକାରୀ, ଭାରତୀୟ ସମ୍ବାଦ ସେବା ଅଧିକାରୀ ଭାବେ ଭିନ୍ନ ଭିନ୍ନ ରାଜ୍ୟରେ କାର୍ଯ୍ୟ କରିଥିଲେ। ସେ ଦେଶବିଦେଶ ଭ୍ରମଣ କରିବା ସହ ଭାରତୀୟ ସମ୍ବାଦପତ୍ର ସୋସାଇଟିର ଦୁଇଥର ନିଦେ୍ର୍ଦଶକ ହୋଇଥିଲେ। ·କିରିରୁ ସ୍ୱେଚ୍ଛାରେ ଅବସର ନେବା ପରେ ଓଡ଼ିଶାକୁ ଫେରି ସେ ଦିନିଲିପି ସମ୍ବାଦପତ୍ରର ସମ୍ପାଦନା ଓ ଦୂରଦର୍ଶନ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ମନୋନିବେଶ କରିଥିଲେ। ଛାତ୍ରାବସ୍ଥାରୁ ରାଜନୀତି ଓ ସାହିତ୍ୟ ପ୍ରତି ସେ ଆକୃଷ୍ଟ ହୋଇଥିଲେ। ଉକôଳ ବିଶ୍ୱବିଦ୍ୟାଳୟର ସେ ସିନେଟ୍ ସଦସ୍ୟ ରହିଥିଲେ। ବନ୍ଧୁମାନଙ୍କୁ ନେଇ ରବିବାସରୀୟ ସାହିତ୍ୟ ସଂସଦ ଏବଂ ‘ଙ ଞ ଌ’ ପତି୍ରିକା ପ୍ରକାଶ କରିଥିଲେ। ଯୁବ ଲେଖକ ସମ୍ମେଳନର ସେ ଥିଲେ ଅନ୍ୟତମ ପ୍ରତିଷ୍ଠାତା। ସାମ୍ବାଦିକତା ଓ ସାହିତ୍ୟ ତାଙ୍କ ଜୀବନପଥର ଦୁଇପାଶ୍ୱର୍ ଥିଲା। ·କିରିରେ ଥାଇ ଯେମିତି ସାମ୍ବାଦିକତାର କାର୍ଯ୍ୟକୁ ଛାଡ଼ି ନଥିଲେ, ସେମିତି ସାହିତ୍ୟ ରଚନାରୁ ମଧ୍ୟ ଦୂରେଇ ଯାଇ ନଥିଲେ। ଗଣମାଧ୍ୟମର ସ୍ୱାଧୀନତା, ଅର୍ଥନୀତିର ଉପକଥା, ଆଫି୍ରକାର ନାରୀ କବି, କ୍ରୋଡ଼ପତ୍ର, ଗଣମାଧ୍ୟମର କଥା, ଅମୃତା ଅମୃତା, ଚିଠି ଲେଖିବାର ବେଳ, ଅନେକ ଶୀତର ମୃତୁ୍ୟରେ, ନଷ୍ଟରାଗ, ପିଲାଙ୍କ ପାଇଁ ଗପ ବହି, ସ୍ମୃତିରେ ଜୀବନ ଆଦି ପୁସ୍ତକ ରଚନା କରିଥିଲାବେଳେ ସମକାଳୀନ ଓଡ଼ିଆ କବିତା (ହିନ୍ଦୀ) ସଂପାଦନା କରିଥିଲେ। ଭୁବନେଶ୍ୱର ସାହିତ୍ୟ ସମାଜ ଗଠନ କରି ପ୍ରତି ମାସରେ ଥରେ ସାହିତ୍ୟ ଆସରର ଆୟୋଜନ କରୁଥିଲେ। ବର୍ଷରେ ଥରେ ଡ଼ିସେମ୍ବର ମାସର ଶେଷ ସପ୍ତାହରେ ଦୁଇଦିନିଆ ଶୀତ ଆସର ଆୟୋଜନ କରି ସାହିତି୍ୟକ ସମ୍ମୋଳନ, ପୁସ୍ତକ ଉନ୍ମୋଚନ, ଲେଖକ ସମ୍ବର୍ଦ୍ଧନା ଆଦି କାର୍ଯ୍ୟକ୍ରମ କରୁଥିଲେ। ଜରୁରୀ ପରିସ୍ଥିତି ବେଳେ ସରକାରୀ ଅଧିକାରୀ ଥାଇ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଦେ୍ର୍ଦଶକୁ ସେ ପ୍ରତିବାଦ କରି ଚହଳ ପକାଇଥିଲେ। କେନ୍ଦ୍ର ସରକାର ତାଙ୍କୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟକୁ ବଦଳି କରିଥିଲେ ମଧ୍ୟ ସେ ନିଜ ନୀତି ସହ ଆଦୌ ସାଲିସ୍ କରିନଥିଲେ। ଓଡ଼ିଶାକୁ ଫେରିଆସିବା ପରେ ଦୂରଦର୍ଶନରେ ‘ଦର୍ପଣ’ ଓ ‘ଆଇନା’ ପରି ସମ୍ବାଦ ସାପ୍ତାହିକୀ ଏବଂ ‘ଉଦ୍ଧବ କେତେ ତୁ ପଚାରୁ’ ହାସ୍ୟରସାତ୍ମକ ଧାରାବାହିକ ନିର୍ମାଣ କରିଥିଲେ। ପ୍ରସିଦ୍ଧ ଓଡ଼ିଆ ଚଳଚିତ୍ର କିଏ କାହାର, ସ୍ତ୍ରୀ ଓ କା ତାଙ୍କର ସୂତାହାଟ ସ୍ଥିତ ବାସଭବନରୁ ମୂଳରୂପ ନେଇଥିଲା। ଅଧ୍ୟୟନ, ଅନୁଶୀଳନ ଓ ଅନୁସନ୍ଧାନରେ ତାଙ୍କର ଥିଲା ଅଧିକ ଋଚି। ସେଥିପାଇଁ ସେ ଲେଖିଥିବା ବହିଗୁଡ଼ିକର କ୍ୟାନଭାସ୍ ବିଶ୍ୱବ୍ୟାପୀ ହୋଇଥାଏ। ସାହିତ୍ୟ ନିଷ୍ଠା ଓ ସାମ୍ବାଦିକତାକୁ ପେଶା କରିଥିବା ସତ୍ୟବାବୁଙ୍କ ସମ୍ପର୍କ ମହତାବଙ୍କଠାରୁ ଜାନକୀବାବୁ ଓ ନନ୍ଦିନୀ ଶତପଥୀଙ୍କ ଯାଏ ଯେମିତି ଥିଲା ସେମିତି ସାହିତ୍ୟରେ ଅକ୍ଷୟ ମହାନ୍ତି, ଗୁରୁପ୍ରସାଦ ମହାନ୍ତି, ଅସୀମ ବସୁ, ଦିନନାଥ ପାଠୀ, ବ୍ରଜନାଥ ରଥଙ୍କ ପର୍ଯ୍ୟନ୍ତ ରହିଥିଲା। ସମକାଳୀନ ଓଡ଼ିଶାର ମୂର୍ଦ୍ଧନ୍ୟ ଲୋକମାନଙ୍କ ମଧ୍ୟରେ ସେ ଥିଲେ ଭିଡ଼ ବାହାରର ମଣିଷ। କୋଳାହଳ, ଗହଳି ଓ ସଭାସମିତିଠାରୁ ସେ ନିଜକୁ ଦୂରେଇ ରଖୁଥିଲେ। ନିଜ ମତକୁ ସବୁଠି ସେ ସ୍ପଷ୍ଟ ଭାବେ ପ୍ରକାଶ କରୁଥିଲେ। ଗତବର୍ଷ ହୃଦ୍ଘାତରେ ଏହି ତିଥିରେ ତାଙ୍କର ଦେହାବସାନ ଭୁବନେଶ୍ୱରରେ ହୋଇଥିଲା। ଏବେବି ତାଙ୍କ ହାତଗଢ଼ା ଅନୁଷ୍ଠାନ ଭୁବନେଶ୍ୱର ସାହିତ୍ୟ ସମାଜ ସବୁ ମାସ ସାହିତ୍ୟ ଆସର କରୁଛି, ନିରନ୍ତର ନବ ଲେଖକମାନଙ୍କୁ ଅଧିକ ପ୍ରୋତ୍ସାହନ ଦେଇ·ଲିଛି।

Email:soumendrajena1994@gmail.com
Mobile: 9853335078

About surendrahota

Leave a Reply

%d bloggers like this:
Skip to toolbar