Breaking News
Home / Bhubaneswar / Demonstration of BJD in front of Raj Bhawan

Demonstration of BJD in front of Raj Bhawan

ବିଜୁ ଜନତା ଦଳ ଆହ୍ୱାନରେ ଓଡ଼ିଶାର ସ୍ୱାର୍ଥ ବିରୋଧୀ ପୋଲାଭରମ  ପ୍ରକଳ୍ପ ନିର୍ମାଣ ବିରୋଧରେ ରାଜଭବନ ସମ୍ମୁଖରେ ବିଶାଳ ଗଣବିକ୍ଷୋଭ ଓ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର

polavarama-prakalapa-nirman-birodhare-bjd-pakhyaru-rajbhavan-samukhare-ganabikhyab-09
ଭୁବନେଶ୍ୱର, ତା.୧୪/୦୯/୨୦୧୬ (ବିଶ୍ୱରଞ୍ଜନ ମିଶ୍ର): ବିଜୁ ଜନତା ଦଳର ଆହ୍ୱାନରେ ଓଡ଼ିଶା ସ୍ୱାର୍ଥ ବିରୋଧୀ ପୋଲାଭରମ ୍‌ପ୍ରକଳ୍ପ ନିର୍ମାଣ ବିରୋଧରେ ଆଜି (ବୁଧବାର) ରାଜଭବନ ସମ୍ମୁଖରେ ଏକ ବିଶାଳ ଗଣବିକ୍ଷୋଭ ଅନୁଷ୍ଠିତ ହେବା ସହ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ପୋଲାଭରମ ୍‌ ପ୍ରସଂଗରେ ରାଷ୍ଟ୍ରପତି ତୁରନ୍ତ ହସ୍ତକ୍ଷେପ କରି କେନ୍ଦ୍ର ସରକାରଙ୍କୁ ଓଡ଼ିଶା ସ୍ୱାର୍ଥ ବିରୋଧୀ କାର୍ଯ୍ୟରୁ ନିବୃତ ରହିବା ପାଇଁ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଦଶ ଦେବା ଲାଗି ଅନୁରୋଧ କରାଯାଇଛି। ପୋଲାଭରମ ପ୍ରକଳ୍ପ ନିର୍ମାଣ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସତ୍ତ୍ୱେ ଆନ୍ଧ୍ର ସରକାରଙ୍କ ଦ୍ୱାରା ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦକ୍ଷିଣ ଓଡ଼ିଶାର ଅର୍ଦ୍ଧାଧିକ ଅଞ୍ଚଳ ବୁଡିଯିବ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସରକାର ୨୦୦୬ ମସିହାରୁ ତକ୍ରାଳୀନ ଆନ୍ଧ୍ର ଓ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ, ଜଳ ସଂପଦ ମନ୍ତ୍ରାଳୟ, ଯୋଜନା କମିଶନ ଏବଂ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାନ କରି ସୁପ୍ରିମକୋର୍ଟଙ୍କବିଚାରାଧୀନ ପୋଲାଭରମ ୍‌ପ୍ରକଳ୍ପକୁ ବିରୋଧ କରିଆସିଛନ୍ତି। ଆନ୍ଧ୍ରର ସ୍ୱାର୍ଥ ରକ୍ଷା ଲାଗି ପୋଲାଭରମ ପ୍ରକଳ୍ପର ସଂଶୋଧିତ ନକ୍ସାକୁ କେନ୍ଦ୍ରୀୟ ଦଳ କମିଶନ ଏକତରଫା ଭାବେ ଅନୁମୋଦନ କରିଛନ୍ତି, ଯାହା ଗୋଦାବରୀ ଜଳ ବିଭାଗ ଟ୍ରିବୁ୍ୟନାଲ ୍‌ ରାୟର ପରିପନ୍ଥୀ। ସେହିପରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଓଡ଼ିଶାର ଜଙ୍ଗଲ ସଂପଦ କ୍ଷୟକ୍ଷତି ପ୍ରତି ଦୃଷ୍ଟି ନଦେଇ ପୋଲାଭରମ  ପ୍ରକଳ୍ପକୁ ପରିବେଶ ଅନୁମତି ଦେବା ଦୁର୍ଭାଗ୍ୟଜନକ। ମାଲାକାନଗିରି ଓ ରାୟଗଡ଼ା ଜିଲ୍ଳାର କିଛି ଅଂଶରେ ସ୍ଥାନୀୟ ଅଧିବାସୀ ଓ ବିଶେଷକରି ଆଦିବାସୀଙ୍କୁ ବାସଚୁ୍ୟତ କରିବା ପାଇଁଆନ୍ଧ୍ର ଓ କେନ୍ଦ୍ର ସରକାର ଯେଉଁ ଓଡ଼ିଶା ବିରୋଧୀ ଆଭିମୁଖ୍ୟ ପୋଷଣ କରିଛନ୍ତି ତାହାର ଦୃଢ଼ ଜବାବ ଦେବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଆଜି ରାଜଭବନ ସମ୍ମୁଖରେ ଧାରଣା ଓ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ମବୀ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ସଭାପତିତ୍ୱରେ ଏହି ବିକ୍ଷୋଭ ସଭାରେ ମନ୍ତ୍ରୀ ଲାଲବିହାରୀ ହିମିରିକା, ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ନରେନ୍ଦ୍ର କୁମାର ସ୍ୱାଇଁ, ସରକାରୀ ମୁଖ୍ୟ ସଚେତକ ଅନନ୍ତ ଦାସ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ଶଶୀଭୂଷଣ ବେହେରା, ସମୀର ରଞ୍ଜନ ଦାଶ, ବ୍ୟୋମକେଶ ରାୟ, ପ୍ରଶାନ୍ତ ଜଗ ୍‌ଦେବ, ପ୍ରମୋଦ ମଲ୍ଲିକ, ମାନସ ମାଡକାମି, ଶ୍ରୀକାନ୍ତ ସାହୁ, ମେୟର ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆର ସିଂ, ଅନୁପ ସାଏ, ଉମେଶ ସ୍ୱାଇଁ, ଦଳର ସାଧାରଣ ସଂପାଦକ ତଥା ମୁଖପାତ୍ର ବିଜୟ ନାୟକ, ପୂର୍ବତନ ମେୟର ମିହିର ମହାନ୍ତି, ଭୁବନେଶ୍ୱର ସଭାପତି ବାବୁଲି ମିଶ୍ର, ଯୁବ ସଭାପତି ବାବୁ ସିଂହ, ମହିଳା ସଭାନେତ୍ରୀ ଭାରତୀ ସିଂହ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ସାଧାରଣ ସଂପାଦକ ରାଜକମଲ ଜେନା, ଯୁବ ଉପସଭାପତି ରବି ସାମଲ, କୁନବିହାରୀ ଦାସ, ଅମରେଶ ଜେନା, ସଂଜୟ ବାବୁ, ବିଜୟ ବେହେରା, ଅଧ୍ୟକ୍ଷ ସୁବାସ ସିଂହ, ତେଜେଶ୍ୱର ପରିଡ଼ା, ଶ୍ରୀମୟୀ ମିଶ୍ର, ମହିଳା ବିଜେଡି ଉପ-ସଭାନେତ୍ରୀ ଗୀତାଞ୍ଜଳି ବସ୍ତିଆ, ସଂଯୁକ୍ତା ମହଲ, ସରଳା ସ୍ୱାଇଁ ଏବଂ ବିଏମ ୍‌ସି ଓ ସିଏମ୍‌ସିର ବହୁ କର୍ପୋରେଟର ୍‌ଙ୍କ ସମେତ ୫୦୦୦ରୁ ଊଦ୍ଧ୍ୱର୍ ଦଳୀୟ କର୍ମୀ ସାମିଲ ହୋଇ ‘ପୋଲାଭରମ ପ୍ରୀତି କାହାର ଏ ଦୋମୁହାଁ ନୀତି?’,‘ସହିବାର ସୀମା ଟପିଗଲା, ପୋଲାଭରମ ୍‌ ଦୁରଭିସନ୍ଧି ଧରାପଡିଲା’, ‘ଆମେ ସବୁଦିନ ଉପେକ୍ଷିତ, ଆଜି ପୋଲାଭରମ ରେ ପୁଣି ତାହା ପ୍ରମାଣିତ’, ‘ହୀନ ରାଜନୀତି ବନ୍ଦ ହେଉ, ଓଡ଼ିଶାର ସ୍ୱାର୍ଥ ରକ୍ଷା ହେଉ, ପୋଲାଭରମ ୍‌ ବନ୍ଦ ହେଉ’, ‘କରାଇ ଦେବୁନି ପୋଲାଭରମ ୍‌, ମା’ମାଟି ପାଇଁ ଦେବୁ ଜୀବନ’, ଲେଖାଥିବା ପ୍ଲାକାର୍ଡମାନ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ପରେ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କ ନେତୃତ୍ୱରେ ୨୫ଜଣିଆ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

1 2 3 4polavarama-prakalapa-nirman-birodhare-bjd-pakhyaru-rajbhavan-samukhare-ganabikhyab-photo-11

About surendrahota

Leave a Reply

%d bloggers like this:
Skip to toolbar