Breaking News
Home / Bhubaneswar / Demonstration of BJP

Demonstration of BJP

ବିଜେଡି ସରକାର ରାଜ୍ୟକୁ ଲଜ୍ଜା ପ୍ରସଙ୍ଗରେ ବିଜେପିର ଗଣ ଧାରଣା

bjp-party-photo-32
ଭୁବନେଶ୍ୱର, ତା.୧୪/୦୯/୨୦୧୬ (ବିଶ୍ୱରଞ୍ଜନ ମିଶ୍ର): ରାଜ୍ୟ ସରକାର କେବଳ ଘୋଷଣାରେ ସୀମିତ ଅଛନ୍ତି। ରାଜ୍ୟର ସାଧାରଣ ଗରୀବ ଲୋକଙ୍କ ପାଖରେ ଯୋଜନାର ସୁଫଳ ପହଂଚୁ ନାହିଁ। ସରକାର ସ୍ଥାଣୁ, ଅପାରଗ ଓ ଅସମ୍ବେଦନଶୀଳ ବୋଲି ଅଭିଯୋଗ କରି ଭାରତୀୟ ଜନତା ପାର୍ଟୀ ତରଫରୁ ରାଜଧାନୀର ଲୋଅର ପିଏମଜି ଛକଠାରେ ବିଜେଡି ସରକାର ରାଜ୍ୟକୁ ଲଜ୍ଜା ନାମରେ ଧାରଣା ଆୟୋଜନ କରାଯାଇଛି। ଏହି ଅବସରରେ ବିଜେପିର ବରିଷ୍ଠ ନେତା ମାନେ କହିଥିଲେ ଯେ ନିକଟରେ ନବୀନ ନିବାସ ସାମନାରେ ଆତ୍ମାହୁତି ଦେବା ପରେ ମୃତ୍ୟୁବରଣ କରିଥିବା ହୋମଗାର୍ଡ ସନ୍ଦୀପ ହାତୀ, କଳାହାଣ୍ଡିର ଦାନ ମାଝି ପତ୍ନୀର ମୃତ ଶରୀରକୁ କାନ୍ଧରେ ବୋହିବା, ଶିଳ୍ପ ସମୃଦ୍ଧ ଯାଜପୁରର ନଗଡାର ଶିଶୁ ମଡକ ଓ ପରେପରେ ନଗଡା ପରି ଅନେକ ଗ୍ରାମର ଚିତ୍ର , କନ୍ଧମାଳ ଜିଲ୍ଲା ଗୁମୁଡୁମାହାରେ ପୋଲିସ୍ ଦ୍ୱାରା ଆଦିବାସୀ ଓ ଦଳିତଙ୍କୁ ଗୁଳିକରି ହତ୍ୟା ପରର ଚିତ୍ର ରାଜ୍ୟ ସରକାରଙ୍କ ବିଫଳତାକୁ ସ୍ପଷ୍ଟ କରୁଛି । ରାଜରାସ୍ତାରେ ମହିଳାମାନେ ପ୍ରସବ ବେଦନାରେ ଛଟପଟ ହୋଇ ସନ୍ତାନ ଜନ୍ମ କରିବା ଦୈନିକ ସାମ୍ନାକୁ ଆସୁଛି । ବେତା ଓ ଖଟିଆରେ ମଣିଷଙ୍କ କାନ୍ଧରେ ରୋଗୀ ମାନେ ଡାକ୍ତରଖାନା ବୁହା ହେବା ରାଜ୍ୟର ଆଭ୍ୟନ୍ତରୀଣ ଅଂଚଳର ନିତିଦିନିଆ ଚିତ୍ର ବୋଲି ଦଳର ବରିଷ୍ଠ ନେତା ମାନେ କହିଛନ୍ତି।ସ୍କୁଲରେ ଶିକ୍ଷକ ନାହାନ୍ତି , ଡାକ୍ତରଖାନା ଡାକ୍ତରଶୂନ୍ୟ , ପିଇବା ପାଣିର ଘୋର ସମସ୍ୟା , ମହିଳା ମାନଙ୍କ ସୁରକ୍ଷା ଓ ଆଇନ ଶୃଙ୍ଖଳା ସଙ୍କଟରେ ଏହା ରାଜ୍ୟର ଅସଲ ଚିତ୍ର । ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର କେବଳ ପ୍ରଚାର ସର୍ବସ୍ୱ ସରକାର । ମୁଖ୍ୟମନ୍ତ୍ରୀ ମିଥ୍ୟା ତଥ୍ୟର ସୌଦାଗର ବୋଲି ଏହି ଧାରଣାରେ ଦଳର ବରିଷ୍ଠ ନେତା ମାନେ ଅଭିଯୋଗ କରିଥିଲେ।୧୭ ବର୍ଷର ଶାସନରେ ଓଡିଶାର ଲୋକ ମାନଙ୍କ ପାଖରେ ବିକାଶ ପହଂଚାଇବା ପାଇଁ ବିଜେଡି ସରକାର ସମ୍ପୂର୍ଣ ରୂପେ ବିଫଳ ହୋଇଥିବା ବେଳେ ଦଳ ଜନମତକୁ ବିଭ୍ରାନ୍ତ କରିବା ପାଇଁ ନାଟକ କରୁଛି ବୋଲି ଦଳ ତରଫରୁ ଅଭିଯୋଗ କରାଯାଇଛି।ଚିଟ ଫଣ୍ଡ ଦଲାଲୀ ମାମଲାରେ ଶାସକ ବିଜେଡି ଦଳର ଏମପି ଜେଲରେ ଓ ବିଧାୟକ ବେଲରେ ଅଛନ୍ତି। ମୁଖ୍ୟମନ୍ତ୍ରୀ , ମନ୍ତ୍ରୀ ଓ ବିଧାୟକଙ୍କ ଅପକର୍ମ, ଅପରାଧ ଓ ଅପାରଗତାକୁ ଘୋଡାଇବାକୁ ଶାସକ ବିଜେଡି ବିଭିନ୍ନ ପ୍ରସଙ୍ଗରେ ଆନେ୍ଦାଳନର ସୁଆଙ୍ଗ କରୁଛି ବୋଲି ବିଜେପି ତରଫରୁ ଅଭିଯୋଗ କରାଯାଇଛି ।ଏହି ବିକ୍ଷୋଭ ସମାବେଶରେ ମୃତ ସନ୍ଦୀପ ହାତୀଙ୍କର ଫଟୋ ଚିତ୍ରରେ ଦଳୀୟ ନେତା ମାନେ ପୁଷ୍ପମାଲ୍ୟ ଦେଇ ଧାରଣା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସରକାରୀ ଚାକିରୀର ତଳ ସ୍ତରରେ ଥିବା ଲୋକ ମାନଙ୍କ ପ୍ରତି ସରକାର ସମ୍ବେଦନହୀନ ଥିବା ଅଭିଯୋଗ କରିଥିଲେ। ସନ୍ଦୀପଙ୍କପରିବାରକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ପାର୍ଟି ସଂଗ୍ରାମ ଚଲାଇ ରଖିବ ବୋଲି ନେତାମାନେ ସଂକଳ୍ପ କରିଥିଲେ। ଏହା ସହ ସରକାରୀ ବ୍ୟବସ୍ଥାର ତଳିଆ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷାର ପଦକ୍ଷେପ ନେବା ପାଇଁ ପାର୍ଟି ପକ୍ଷରୁ ଘୋଷଣା କରାଯାଇଛି।ପାର୍ଟି ତରଫରୁ ମୃତ ସଂଦୀପଙ୍କ ଦଗ୍ଧ ଶରୀର, ଦାନ ମାଝୀଙ୍କ କାନ୍ଧରେ ମୃତ ସ୍ତ୍ରୀ, ନଗଡା, ଗୁମୁଡୁମାହା, ଟ୍ରଲିରେ ମର ଶରୀର ବୁହା ହେବା, ବେତା, ଖଟିଆରେ ରୋଗୀ ବୁହାର ଚିତ୍ର ସମ୍ବଳିତ ପ୍ଲାକାର୍ଡ ପ୍ରଦର୍ଶିତ କରାଯାଇ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରାଯାଇଥିଲା।ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଧାରଣାରେ ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ଉପସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ରଂଜନ ପଟେଲ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଦିଲୀ୍ଲପ ମଲିକ, ଲେଖାଶ୍ରୀ ସାମନ୍ତ ସିଂହାର, ଶୋଭନା ମହାନ୍ତି ଓ ଡ.ଯତୀନ ମହାନ୍ତି, ମହିଳା ମୋର୍ଚା ସଭାନେତ୍ରୀ ପ୍ରଭାତୀ ପରିଡା, ଯୁବ ମୋର୍ଚା ସଭାପତି ଟଙ୍କଧର ତ୍ରିପାଠୀ ଓ ଦଳରବରିଷ୍ଠ ନେତା ମନମୋହନ ସାମଲ, ସୁରମା ପାଢୀ, ରୁଦ୍ର ନାରାୟଣ ପାଣି, ମୁଖପାତ୍ର ସଜ୍ଜନ ଶର୍ମା, ଦିଲ୍ଲୀପ ମହାନ୍ତି, ସୁଦୀପ୍ତ ରାୟଙ୍କ ସମେତଭୂବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଅମୀୟ ଦାଶ, ରତିକାନ୍ତ ଦାଶ, ଓମ୍ ପ୍ରକାଶ ମିଶ୍ର,କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ।

bjp-party-photo-31bjp-party-photo-8

About surendrahota

Leave a Reply

%d bloggers like this:
Skip to toolbar