Breaking News
Home / Bhubaneswar / BJP demands judicial inquiry for the death of home guard in front Naveen Nivas

BJP demands judicial inquiry for the death of home guard in front Naveen Nivas

ସନ୍ଦୀପ ଆତ୍ମଦାହ ଓ ମୃତ୍ୟୁ ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିଦେ୍ର୍ଦଶ ଦାବି କଳା ଭାଜପା

press-meet-for-bjp-party-photo-5ଭୁବନେଶ୍ୱର,୧୧/୯/୨୦୧୬: (ବିଶ୍ୱରଞ୍ଜନ ମିଶ୍ର /ଶେଖ ମୁସୀର ମୁବୀନ)- ଭାଜପା ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମାଙ୍କ ସାମ୍ବାଦିକ ସମ୍ମିଳନୀରେ ନବୀନ ନିବାସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ କଟକ ଏସ୍ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ବହିଷ୍କୃତ ହୋମଗାର୍ଡ ସନ୍ଦୀପ ହାତୀଙ୍କର ମୃତ୍ୟରେ ବିଜେପି ଗଭୀର ଦୁଃଖ ପ୍ରକାଶ କରିବା ସହ ଏହି ଦୁଃଖ ଦାୟକ ଘଟଣା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି। ଓଡ଼ିଶା ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ସନ୍ଦୀପଙ୍କ ଭଳି କର୍ମଚାରୀ ଆତ୍ମହତ୍ୟା ଭଳି କଠୋର ପଦକ୍ଷେପି ନେଇଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ହୋମଗାର୍ଡ ଚାକିରିରୁ ବହିଷ୍କାର କରାଯିବା ପରେ ଦୀର୍ଘଦିନ ଧରି ଚାକିରି ପୁନଃ ନିଯୁକ୍ତି ପାଇଁ ଉଦ୍ୟମ କରି ବିଫଳ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଗୃହ ସାମ୍ନାରେ ଆତ୍ମାହୁତି ଦେବା ଭଳି କଠୋର ନିଷ୍ପତ୍ତି ନେଇଥିଲେ। ତେବେ ପୋଲିସ ବିଭାଗ ତରଫରୁ କେଉଁ ପରିସ୍ଥିତିରେ ସନ୍ଦୀପଙ୍କୁ ବହିଷ୍କାର କରାଗଲା ସେ ନେଇ ଯେଉଁ ତଦନ୍ତ ହେଉଛି ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ବିଜେପି ମନ୍ତବ୍ୟ ଦେଇଛି।ଏହି ଘଟଣା ସର୍ମ୍ପକରେ ଏକ ବିଚାର ବିଭାଗୀୟ ତଦନ୍ତ ନିଦେ୍ର୍ଦଶ ଦେବାପାଇଁ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ ଦାବି କରାଯାଇଛି। ଆତ୍ମହତ୍ୟା ଉଦ୍ୟମର କାରଣ ଓ ଆତ୍ମହତ୍ୟା ଉଦ୍ୟମ ପରେ ସନ୍ଦୀପଙ୍କ ଚିକିତ୍ସାର ଅବହେଳା ହୋଇଛି କି ନାହିଁ ଏହା ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦଳ ତରଫରୁ ଦାବି କରାଯାଇଛି।ଏହା ସହିତ ରାଜ୍ୟ ସରକାର ସନ୍ଦୀପଙ୍କ ପତ୍ନୀଙ୍କୁ ଚାକିରି ସହ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଯୋଗାଇଦେବା,ସନ୍ଦୀପଙ୍କ ଭଳି ତଳସ୍ତରର କର୍ମଚାରୀଙ୍କ ପ୍ରତି ସରକାର ସମ୍ବେଦନଶୀଳ ହେବା ଉଚିତ ବୋଲି ଦଳ ତରଫରୁ କୁହାଯାଇଛି। ଯଦି ରାଜ୍ୟର ସରକାରୀ ବ୍ୟବସ୍ଥା ସମ୍ବେଦନଶୀଳ ହୋଇଥାଆନ୍ତା ତାହେଲେ ସନ୍ଦୀପ ଆଜି ଆତ୍ମହତ୍ୟା ଭଳି କଠୋର ନିଷ୍ପତି ନେଇ ନଥାନ୍ତେ।ସରକାର ମୃତ ହୋମଗାର୍ଡ ସନ୍ଦୀପଙ୍କ ଭଳି ସମାନ ମାନସିକତା ଓ ପରିବାର ଚଳାଇବା ପାଇଁ ଆର୍ଥିକ ଚାପରେ ଥିବା ଅନ୍ୟମାନଙ୍କ ବିଷୟରେ ଚିନ୍ତା କରିବା ଜରୁରୀ ବୋଲି ଦଳ ତରଫରୁ କୁହାଯାଇଛି।ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶର୍ମାଙ୍କ ସହିତ ଅନ୍ୟ ଦୁଇ ପ୍ରବକ୍ତା ଦିଲୀପ ମହାନ୍ତି ଏବଂ ସୁଦୀପ୍ତ ରାୟ ଉପସ୍ଥିତ ଥିଲେ।

press-meet-for-bjp-party-photo-2ସେହିପରି ପୋଲାଭରମ ପ୍ରକଳ୍ପ ନେଇ ବିଜେଡ଼ି ଆନେ୍ଦାଳନ ପ୍ରସଙ୍ଗରେ ମନ୍ତବ୍ୟ ଦେଇ ଭାଜପା ପ୍ରବକ୍ତା ଶ୍ରୀ ଶର୍ମା କହିଥିଲେ ଯେ ବିଜେଡିର ପୋଲାଭରମ ଆନେ୍ଦାଳନ ଓଡିଶା ଲୋକଙ୍କର ସ୍ୱାର୍ଥ ନୁହେଁ ବରଂ ଶାସକ ଦଳ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ହୀନ ପ୍ରୟାସ ମାତ୍ର।ଲୋକ ମାନଙ୍କ ମନ ମଧ୍ୟରେ ଭୟ ସୃଷ୍ଟି କରି ସେଥିରୁ ରାଜନୈତିକ ଫାଇଦା ପାଇଁ ବିଜେଡ଼ି ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଥିଲେ।ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର କେଉଁ କେଉଁ ଜିଲ୍ଲାରେ କଣ କଣ କ୍ଷତି ହେବ ତାହାର ବିଧିବଦ୍ଧ ଆକଳନ କରି ନାହିଁ ରାଜ୍ୟ ସରକାର  ଜନଶୁଣାଣି ପ୍ରସ୍ତାବକୁ ଗ୍ରହଣ କରି ସମ୍ଭାବ୍ୟ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ନିଜ ସମସ୍ୟା କହିବାକୁ ସୁଯୋଗ ଦିଆଯିବା ଉଚିତ ବୋଲି ଭାଜପା ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ପୋଲାଭରମ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାର ଦେଇଥିଲା।ଏଥି ସକାଶେ  ଅର୍ଥ ପ୍ରଦାନ କରିବା ଆଜିର ସରକାର ପାଇଁ ଏକ ଔପଚାରିକତା ମାତ୍ର।ମାତ୍ର ପୋଲାଭରମ ପ୍ରକଳ୍ପ ଦ୍ୱାରା ଓଡିଶାର ସ୍ୱାର୍ଥରେ କୌଣସି ସମ୍ଝୋତା ହେବାକୁ ଦିଆଯିବ ନାହଁ। ଓଡିଶାର ଯାହା କିଛି ସମସ୍ୟା ଅଛି ତାହାକୁ ଅଲଗା ଭାବରେ ସମାଧାନ କରାଯାଇପାରିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ତାଙ୍କ ବୟାନ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି।ଆନେ୍ଦାଳନ କରିବା ରାଜନୈତିକ ଦଳର ଅଧିକାର ହୋଇପାରେ। ମାତ୍ର ବିଜେଡି ସରକାର ନିଜର ଦାୟୀତ୍ୱ ଦୃଷ୍ଟିରୁ ଏହି ପକଳ୍ପ ଯୋଗୁଁ ସମ୍ଭାବ୍ୟ କ୍ଷତିର ସଠିକ୍ ଆକଳନ ଓ ଏହାକୁ ନେଇ କେନ୍ଦ୍ର ସରକାର ସହିତ ଉଚିତ୍ ଫୋରମରେ କଥା ହୋଇ ସମାଧାନ ପାଇଁ ଚେଷ୍ଟା କରିବା ପାଇଁ ବିଜେପି ତରଫରୁ ଏକ ସା ମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ମତ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ଶ୍ରୀ ଦିଲୀପ ମହାନ୍ତି ଏବଂ ସୁଦୀପ୍ତ ରାୟ ଉପସ୍ଥିତ ଥିଲେ।

About surendrahota

Leave a Reply

%d bloggers like this:
Skip to toolbar