Breaking News
Home / Agriculture / Workshop on Traditional Herbal Medicine

Workshop on Traditional Herbal Medicine

ପାରମ୍ପରିକ ଜନଜାତି ବୈଦ୍ୟ କର୍ମଶାଳା

dscn5114
ଭୁବନେଶ୍ୱର  ତା ୧୧.୦୯.୨୦୧୬ ରବିବାର ଜନଜାତି ସମାଜ ନିକଟରେ ଚିକିସôା ସମ୍ବନ୍ଧରେ ବହୁତ ଜ୍ଞାନଥିଲେ ମଧ୍ୟ ତାହାର ପ୍ରଚାର ପ୍ରସାର ଅଭାବରୁ ବହୁତ ଲୋକ ଏହି ଚିକିସôାର ସୁଫଳ ପାଇପାରୁ ନାହାଂନ୍ତି ଏବଂ ଧିରେଧିରେ ଏହି ଜ୍ଞାନଲୁପ୍ତ ହୋଇଯାଉଛି ବୋଲି ରାଷ୍ଟ୍ରୀୟ ଆୟୁର୍ବେଦୀୟ ଗବେଷଣା କେନ୍ଦ୍ରର ବରିଷ୍ଠ ଗବେଷକ ଡା. ପୂର୍ଣ୍ଣେନ୍ଦୁ ପଣ୍ଡା ମତ ବ୍ୟକ୍ତ କରିଛନ୍ତି। ସେ ତାଙ୍କ ଅଭିଭାଷଣରେ କେହିଲେ ଯେ ଆୟୁର୍ବେଦରେ କୌଣସି ରୋଗର ସ୍ପଷ୍ଟିକରଣ ଦେଖିକରି, ସ୍ପର୍ଷକରି ଓ ପ୍ରଶ୍ନପଚାରି ଜଣାପଡିଥାଏ।ବନବାସୀ କଲ୍ୟାଣ ଆଶ୍ରମ ଦ୍ୱାରା ଶ୍ରୀ ପ୍ରକାଶ ବେତାଲା ସଂଯୋଜନାରେ, ସରସ୍ୱତୀ ଶିଶୁ/ବିଦ୍ୟା ମନ୍ଦିର, ନିଳାଦ୍ରୀ ବିହାର, ଭୁବନେଶ୍ୱର ପରିସରରେ ଆୟୋଜିତ ରାଜ୍ୟ ସ୍ତରିୟ ପାରମ୍ପରିକ ଜନଜାତି କର୍ମଶାଳାରେ ରାଜ୍ୟର ବିଭିନ୍ନ ଜନଜାତି ଅଂଚଳରୁ ୩୪ ଜଣ ବୈଦ୍ୟ ଉପସ୍ଥିତ ହୋଇ ସେମାନଙ୍କର ବିଶେଷ ଉପଲବ୍ଧୀ  ଏବଂ ଔଷଧିୟ ଜ୍ଞାନ ସମ୍ବନ୍ଧରେ ଉପସ୍ଥାପନା କରିଥିଲେ।ସମ୍ମାନୀୟ ଅତିଥି ସମାଜସେବି ଶ୍ରୀ ଜଗଦୀଶ ମିଶ୍ର ଜନଜାତି ବୈଦ୍ୟମାନଙ୍କର ଜ୍ଞାନର ଡକୁମେଂଟେସନ୍ ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ସଭାପତିତ୍ୱ କରି ଶ୍ରୀ ଚିତରଂଜନ ହୋତା ବନବାସୀ କଲ୍ୟାଣ ଆଶ୍ରମ କାର୍ଯ୍ୟର ପ୍ରସଂଶା କରିବାସହ ଏଥିପାଇଁ ଭବିଷ୍ୟତରେ ସମସ୍ତ ସାହାଯ୍ୟ ସହଯୋଗ କରିବାକୁ ଆଶ୍ୱାସନା  ଦେଇଥିଲେ। ସମ୍ପାଦକ ଡା. ଲକ୍ଷ୍ମୀକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟଶାଳା ବ୍ୟବସ୍ଥାରେ ଶ୍ରୀ ରଂଜନ କୁମାର ସ୍ୱାଇଁ, ଶ୍ରୀ ହୃଦାନଂଦ ଟପୋ  ଏବଂ ଶ୍ରୀ ବିଶ୍ୱାମିତ୍ର ମହନ୍ତଙ୍କର ଉଦ୍ୟମ ପ୍ରସଂଶନୀୟ।

About surendrahota

Leave a Reply

%d bloggers like this:
Skip to toolbar