Breaking News
Home / Bhubaneswar / Directorate of Skill Development soon in Bhubaneswar

Directorate of Skill Development soon in Bhubaneswar

ଦେଶର ଯୁବପୀଢ଼ି ଭାରତକୁ ବିଶ୍ୱବିଜୟୀ କରାଇବେ: ମୁରଲୀ ମନୋହର ଶର୍ମା:ଭୁବନେଶ୍ୱରରେ ଖୋଲିଲା କୌଶଳ ବିକାଶ କାର୍ଯ୍ୟାଳୟ

10bhup12ଭୁବନେଶ୍ୱର,୧୦/୯(ରିପୋର୍ଟ:ମୁସୀର ମୁବିନ): ଭାରତ ସରକାରଙ୍କ ଦ୍ୱାରା ଯୁବବର୍ଗଙ୍କୁ କୁଶଳୀ କରିବା ଉଦେ୍ଦଶ୍ୟରେ ଆରମ୍ଭ ହୋଇଥିବା ‘କୌଶଳ ବିକାଶ’ ଯୋଜନା ଅନ୍ତର୍ଗତ ରାଜଧାନୀ ଭୁବନେଶ୍ୱରରେ  ଇ-ଲାଇଟ୍ ଫାଉଣ୍ଡେସନ ପକ୍ଷରୁ କୌଶଳ ବିକାଶ କାର୍ଯ୍ୟାଳୟର ଶୁଭାରମ୍ଭ ହୋଇଛି। ସ୍ଥାନୀୟ ବିଜେବି ନଗର ଲୁଇସ୍ ରୋଡ୍ରେ ଅବସ୍ଥିତ ଏହି କାର୍ଯ୍ୟାଳୟ ନିରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟାଳୟର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଓଡିଶା ସ୍ୱାଭିମାନ ମଞ୍ଚର ଅଧ୍ୟକ୍ଷ ମୁରଲୀ ମନୋହର ଶର୍ମା ଉଦ୍ଘାଟନ କରିଥିଲେ। ଏହି ଅବସରରେ ଟେଲି ଅଭିନେତ୍ରୀ ରାକ୍ଷୀ ଦାସ, ଭୁବନେଶ୍ୱର ଭାରତୀୟ ଜନତା ଯୁବମୋର୍ଚ୍ଚାର ଜିଲ୍ଲା ଅଧ୍ୟକ୍ଷ ସରୋଜ ସାମଲ, ଉଦ୍ୟୋଗପତି ରଞ୍ଜୀବ ଜେନା, ଅନ୍ନପୂର୍ଣ୍ଣା ହୋଟେଲର ମୁଖ୍ୟ ସନ୍ତୋଷ କୁମାର ମୁନି ଏବଂ କେନ୍ଦ୍ରାପଡାର ସଞ୍ଜୟ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟାଳୟର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟ ଅତିଥି ଶ୍ରୀ ଶର୍ମା କହିଥିଲେ ଯେ, ନରେନ୍ଦ୍ର ମୋଦିଙ୍କ ସରକାର ଭାରତର ବିକାଶ ଉଦେ୍ଦଶ୍ୟରେ ଅନେକ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ତନ୍ମଧ୍ୟରୁ ଡିଜିଟାଲ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ ଏବଂ ସ୍କିଲ୍ ଇଣ୍ଡିଆ ଭଳି  ପ୍ରମୁଖ  କାର୍ଯ୍ୟକ୍ରମ ସାମିଲ ଅଛି। ଶ୍ରୀ ଶର୍ମା କହିଥିଲେ ଯେ, ୟୁପିଏ ସରକାର ସ୍କିଲ୍ ଇଣ୍ଡିଆ ଅନ୍ତର୍ଗତ ୨୦୨୨ ପର୍ଯ୍ୟନ୍ତ ୫କୋଟି ଲୋକଙ୍କର କୌଶଳ ବିକାଶ କରିବାର ଲକ୍ଷ୍ୟ ରଖିଥିଲା କିନ୍ତୁ ଏନ୍ଡିଏ ସରକାର ଏହି ଲକ୍ଷ୍ୟକୁ ବଢ଼ାଇ କରି ଏହି ସମୟ ମଧ୍ୟରେ ୪୦ କୋଟି ଲୋକଙ୍କୁ କୌଶଳ ବିକାଶ ପ୍ରଶିକ୍ଷଣ ଦେବା ପାଇଁ ସଂକଳ୍ପବଦ୍ଧ। ଏହି କାରଣ ଯୋଗୁଁ ପୂର୍ବରୁ ଏହି କାମ ୨୦ଟି ଭିନ୍ନଭିନ୍ନ ମନ୍ତ୍ରାଳୟ ଦ୍ୱାରା ହେଉଥିବାବେଳେ ଏବେ ଗୋଟିଏ ମନ୍ତ୍ରାଳୟ ଏହି ସମସ୍ତ କାର୍ଯ୍ୟକ୍ରମକୁ ସଞ୍ଚାଳିତ କରୁଛି। ଏହି ଯୋଜନା ଅନ୍ତର୍ଗତ ନା କେବଳ କୌଶଳ ବିକାଶ ହେଉଛି ବରଂ ନୂଆ ସମ୍ଭାବନାର ଅନ୍ୱେଷଣ କରାଯାଉଛି। ଶ୍ରୀ ଶର୍ମା କହିଥିଲେ ଯେ, ଏହି ଯୋଜନା ମାଧ୍ୟମରେ ଗରିବ ଯୁବକର କୌଶଳ ବିକାଶ  କରିବା ସହିତ  ସେମାନଙ୍କୁ ଆଗକୁ ବଢ଼ିବାର ଭୂମିକା ଗ୍ରହଣ କରାଯାଉଛି। ଭାରତ ବର୍ଷର ଲୋକସଂଖ୍ୟାର ୬୦ ପ୍ରତିଶତ ଯୁବବର୍ଗ ଯେଉଁମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ଏବଂ ଦେଶକୁ ଆଗକୁ ନେଇପାରିବେ। ତତ୍ସହିତ ସମଗ୍ର ବିଶ୍ୱରେ ଭାରତର ଜୟଜୟ କାର କରାଇପାରିବେ। ଦେଶର ଯୁବକ ଗାଡି ଚାଳନା, କପଡା ସିଲାଇ, ଭଲ ଖାଦ୍ୟ ରାନ୍ଧିବା, ସ୍ୱଚ୍ଛତା ରକ୍ଷା କରିବା, ମେକାନିକ୍ କାମ କରିବା, ଚୁଟି କାଟିବା ଆଦି ପରମ୍ପରାଗତ ଦୃଷ୍ଟିରୁ  ଜାଣିଥାଏ। ତାହାର ଏହି ଦକ୍ଷତାକୁ ଆହୁରି ପ୍ରସ୍ଫୁଟିତ ଏବଂ ତାକୁ ପ୍ରଶିକ୍ଷିତ କରାଇ ସେହି ବ୍ୟକ୍ତିକୁ ସରକାର ଦ୍ୱାରା ମାନ୍ୟତା ଦିଆଯାଉଛି। ଏହି କାର୍ଯ୍ୟାଳୟ ଦ୍ୱାରା ରାଜ୍ୟ ରାଜଧାନୀର ଯୁବକମାନଙ୍କୁ ଲାଭ ମିଳିବ ବୋଲି ଆଶା କରାଯାଉଛି। ବିଶ୍ୱରେ ବଦଳୁ ଥିବା ବୈଷୟିକ ଜ୍ଞାନକୌଶଳ ସହ ଆମ ଦେଶର ବୈଷୟିକ ସଂସ୍ଥାଗୁଡିକୁ ତାଳଦେଇ ଗତିଶୀଳ ହେବାକୁ ପଡିବ ବୋଲି ସେ କହିଥିଲେ। ଦେଶର ସମସ୍ତ ରାଜ୍ୟକୁ ଏକତ୍ରୀତ ସଂଗଠିତ କରି ଆଇଆଇଟି ପରି ଶିକ୍ଷାନୁଷ୍ଠାନ ସହଯୋଗରେ ନିଜକୁ ଆହୁରି ପ୍ରତିଷ୍ଠିତ କରାଇ ସମଗ୍ର ବିଶ୍ୱକୁ ଭାରତର ଜ୍ଞାନକୌଶଳ ସାହାଯ୍ୟରେ ଆଗକୁ ବଢ଼ାଇବା ଭଳି ମହତ୍ୱପୂର୍ଣ୍ଣ ଭୂମିକା ନେବାର ଆବଶ୍ୟକତା ଅଛି। ଶ୍ରୀ ଶର୍ମା କହିଥିଲେ ଯେ, ୨୦୨୨ରେ ଭାରତର  କୌଶଳ ଏବଂ ବୈଷୟିକ ଜ୍ଞାନର ଜୟଜୟକାର ସମଗ୍ର ବିଶ୍ୱରେ ଗୁଞ୍ଜରିତ ହେବ। ଏହି ଅବସରରେ ନିରଞ୍ଜନ ପାଣିଗ୍ରାହୀ କହିଥିଲେ ଯେ, ଆମେ ଓଡିଶାର ଗଞ୍ଜାମ, ଭୁବନେଶ୍ୱର (ଖୋର୍ଦ୍ଧା), ରାୟଗଡା, ଯାଜପୁର, ନୟାଗଡ ଆଦି ଜିଲ୍ଲାରେ ପ୍ରଶିକ୍ଷଣ ଦେବାର କାମ  ଆରମ୍ଭ ହୋଇଯାଇଛି। ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟର ଉଦ୍ଘାଟନ ହେବା ଦ୍ୱାରା ସେ କହିଥିଲେ କି ଅନ୍ୟ ସମସ୍ତ ଜିଲ୍ଲା ମାନଙ୍କରେ ଖୁବ୍ ଶୀଘ୍ର ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ।

About surendrahota

Leave a Reply

%d bloggers like this:
Skip to toolbar