Breaking News
Home / BJP / State Executive of BJP

State Executive of BJP

ରାଜ୍ୟ ବିଜେପି ଅନୁସୁଚିତ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ:ରାଜ୍ୟ ସରକାର ଦଳିତଙ୍କ ହତ୍ୟାକାରୀ ଓ ସେମାନେ ବିକାଶର ବହୁ ଦୂରରେ : ବିଜେପି ଅନୁସୁଚିତ ଜାତି ମୋର୍ଚ୍ଚାscm_sec_01_09-09-2016

ଭୁବନେଶ୍ୱର, ତା, ୦୯/୦୯/୨୦୧୬:(ରିପୋର୍ଟ ଶେଖ ମୁସୀର ମୁବୀନ)– ଷ୍ଟାଣ୍ଡଅପ୍ ଯୋଜନା ମାଧ୍ୟମରେ ଅନୁସୁଚିତ ଜାତି, ଉପଜାତି ଓ ମହିଳା ଉଦ୍ୟୋଗୀମାନଙ୍କୁ ଆର୍ଥିକ ସହାୟତା ଦେଇ ସେମାନେ ଯେପରି ନିଜସ୍ୱ ଉଦ୍ୟୋଗ ପ୍ରତିଷ୍ଠା କରିପାରିବେ ଓ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବେ ସେଥିପାଇଁ କେନ୍ଦ୍ର ସରକାର ଏହି ଐତିହାସିକ ପଦକ୍ଷେପ ନେଇଛନ୍ତି। ସେହିପରି କେନ୍ଦ୍ର ସରକାର ଦଳିତ ଆଦିବାସୀ ଛାତ୍ର ବୃତି ସେମାନଙ୍କ ବ୍ୟାଙ୍କ ଆକାଉଂଟରେ ଜମା କରିବାର ବ୍ୟବସ୍ଥା କରିଥିବାରୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଥାବର ଚାନ୍ଦ ଗେହଲଟ୍ଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଅଛି।କନ୍ଧମାଳର ଗୁମୁଡୁମାହାଠାରେ ମାଓବାଦୀ ନାମରେ ନିରୀହ ଦଳିତ ଓ ଆଦିବାସୀମାନଙ୍କୁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଶସ୍ତ୍ର ବାହିନୀ ଦ୍ୱାରା ହତ୍ୟା ଘଟଣାକୁ ଦୃଢ ନିନ୍ଦା କରିବା ସହିତ ପୀଡିତମାନଙ୍କୁ ନ୍ୟାୟ ଦେବା ସହିତ ତଦନ୍ତକୁ ତ୍ୱରାନ୍ୱିତ କରି ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ କାର୍ଯ୍ୟକାରିଣୀରେ ଦାବୀ କରାଯାଇଅଛି।୧୪ ବର୍ଷ ପର୍ଯ୍ୟନ୍ତ ଶିକ୍ଷାକୁ ମୈାଳିକ ଅଧିକାର ଭୁକ୍ତ କରାଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ତ‘ସିଲ ଭୁକ୍ତ ଜାତି ଓ ଜନଜାତିଙ୍କ କ୍ଷେତ୍ରରେ ସଠିକ ଭାବେ ଲାଗୁ କରାଯାଉନାହିଁ। ମଡେଲ ସ୍କୁଲରେ ଏହି ବର୍ଗର ପିଲାମାନେ ନାମ ଲେଖାଇବାରୁ ବଂଚିତ ହେଉଛନ୍ତି। ମିଥ୍ୟା ଜାତି ପ୍ରମାଣପତ୍ର ଦେଇ ଶିକ୍ଷା ପାଉଥିବା ଏବଂ ଚାକିରୀ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ମଧ୍ୟ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଥିବାରୁ କାର୍ଯ୍ୟକାରିଣୀ କ୍ଷୋଭ ପ୍ରକାଶ କରିଛି।ତ‘ସିଲଭୁକ୍ତ ବର୍ଗର ଲୋକମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସର୍ବଦା ଅବହେଳତି ହୋଇ ଆସୁଛନ୍ତି। ତେଣୁ ସେମାନଙ୍କୁ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏବଂ ତାଲିକାରେ ଅନ୍ତର୍ଭୁକ୍ତ ହୋଇନଥିବା ତ‘ସିଲଭୁକ୍ତ ଜାତିର ଲୋକମାନଙ୍କୁ ଜାତୀୟ ଖାଦ୍ୟ ନିରାପତା ଆଇନ ଜରିଆରେ ପଡିକାର୍ଡ ଯୋଗାଇ ଦେବାକୁ ଏହି କାର୍ଯ୍ୟକାରିଣୀରେ ଦାବୀ କରାଯାଇଛି।ରାଜ୍ୟରେ ଆଇନ ଶୃଙ୍ଖଳାର ଦୃତ ଅବନତି ଘଟୁଥିବାବେଳେ ବିଶେଷ କରି ଦଳିତମାନେ ବେଶୀ ଅତ୍ୟାଚାରିତ ହେଉଛନ୍ତି। ଜାତିଆଣ ଭାବ ନେଇ ଅନେକ କ୍ଷେତ୍ରରେ ବାସନ୍ଦ କରାଯାଇ ସେମାନଙ୍କ ଘର ଜାଳିଦେବା ଭଳି ଅକଥନୀୟ ଓ ଆମନବୀୟ ଘଟଣା ଘଟୁଥିଲେହେଁ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଥିବାକୁ କାର୍ଯ୍ୟକାରିଣୀରେ ତାର ଘୋର ନିନ୍ଦା କରାଯାଇଛି।ଗରିବ ଭୂମିହୀନ ତ‘ସିଲଭୁକ୍ତ ଜାତି ଲୋକଙ୍କୁ ଘରଡିହ ଯୋଗାଇଦେବାରେ ରାଜ୍ୟ ସରକାର ବାରମ୍ବାର ମିଥ୍ୟା ପତିଶୃତି ଦେଇ ଭୂଆଁ ବୁଲାଉଛନ୍ତି ବୋଲି ଅଭିଯୋଗ କରିବା ସହ ସମସ୍ତ ଠିକା ସେ‘ଇ କର୍ମଚାରୀଙ୍କୁ ତୁରନ୍ତ ସ୍ଥାୟୀ ଭାବେ ନିଯୁକ୍ତି ଦେବା ପାଇଁ ରାଜ୍ୟ କାର୍ଯ୍ୟକାରିଣୀ ଦାବୀ କରିଛି।ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେପି ଅନୁସୁଚିତ ଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଶ୍ରୀ ଦୁଷ୍ମନ୍ତ ଗୈାତମ କହିଥିଲେକି, ଦେଶବାସୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଉପରେ ଆସ୍ଥା ରଖିଛନ୍ତି। ମୋଦିଙ୍କ ଯୋଗୁଁ ସମଗ୍ର ବିଶ୍ୱରେ ଭାରତର ସମ୍ମାନ ବଢିବାରେ ଲାଗିଛି। ଦେଶକୁ କଂଗ୍ରେସ ଶାସନରୁ ସଂପୂର୍ଣ୍ଣ ଭାବେ ମୁକ୍ତ କରିବାକୁ ହେଲେ ଅନୁସୁଚିତ ଜାତି ମୋର୍ଚ୍ଚାର ପ୍ରତ୍ୟେକ ସଦସ୍ୟଙ୍କୁ କଠୋର ସଂଗ୍ରାମ କରିବାକୁ ହେବ। ଯାହା ‘ଳରେ ଦେଶରେ ବିଜେପିର ସୁଶାସନ ପ୍ରତିଷ୍ଠା ହୋଇପାରିବ। ଡ.ଆମ୍ବେଦକରଙ୍କ ସ୍ମୃତି ରକ୍ଷା ପାଇଁ ପ୍ରଧାନମନ୍ତ୍ରି ନେଇଥିବା ବିଭିନ୍ନ ପଦକ୍ଷେପର ଭୂୟସୀ ପ୍ରଶଂସା କରି, ମୃତ୍ୟୁର ୪୦ ବର୍ଷ ପରେ ତାଙ୍କୁ ବିଜେପି ସରକାର ହିଁ ଭାରତରତ୍ନରେ ସମ୍ମାନିତ କରିଛି ବୋଲି ଶ୍ରୀ ଗୈାତମ କହିଥିଲେ। କେନ୍ଦ୍ରୀୟ ମୋର୍ଚ୍ଚା ପ୍ରଭାରୀ ଶ୍ରୀ ମହାବୀର ପାଶ୍ୱାନ ସଂଗଠନକୁ ସୁଦୃଢ କରି ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା କରିବାକୁ ଆହ୍ୱାନ ଦେଇଥିଲେ। ଏହି ସଭାରେ ଅଧ୍ୟକ୍ଷତା କରି ରାଜ୍ୟ ମୋର୍ଚ୍ଚା ସଭାପତି ତଥା ବିଧାୟକ ଶ୍ରୀ ଗୋବିନ୍ଦ ଦାସ ସମସ୍ତ କାର୍ଯ୍ୟକର୍ତା ସଂଗଠିତ ଭାବେ କାର୍ଯ୍ୟ କରି ଦଳକୁ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ରହିବାକୁ ପରାମର୍ଶ ଦେଇଛନ୍ତି।ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ରାଜ୍ୟ ଅନୁସୁଚିତ ମୋର୍ଚ୍ଚାର ଏହି ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ଦଳର ବରିଷ୍ଠ ସଦସ୍ୟ ବିଶ୍ୱଭୂଷଣ ହରିଚନ୍ଦନ ଉଦଘାଟକ ରୂପେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ବିଷ୍ନୁ ସେଠୀ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶାରଦା ପ୍ରସାଦ ଶତପଥୀ, ସାଧାରଣ ସଂପାଦକ ରଂଜନ ପଟେଲ, ରାଷ୍ଟ୍ରୀୟ ସଂପାଦକ ବାଇଧର ମଲ୍ଲିକ, ରାଜ୍ୟ ସଂପାଦକ ତଥା ମୋର୍ଚ୍ଚା ପ୍ରଭାରୀ ଦିଲୀପ ମଲ୍ଲିକ, ବିଜେପି ବାର୍ତା ସଂପାଦକ ଅଧ୍ୟାପକ ପ୍ର.ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ମୋର୍ଚ୍ଚା ସାଧାରଣ ସଂପାଦକ ସୁଶାନ୍ତ ମଲ୍ଲିକ ଓ ଧରଣୀଧର ବେହେରା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ ନାୟକ ପ୍ରମୁଖ ମଂଚାସୀନ ଥିଲେ। ଏହି ବୈଠକରେ ମୋର୍ଚ୍ଚାର ସମସ୍ତ ଜିଲ୍ଲା ସଭାପତି, ସାଧାରଣ ସଂପାଦକ, ଜିଲ୍ଲା ପ୍ରଭାରୀ, ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।

scm_sec_04_09-09-2016

About surendrahota

Leave a Reply

%d bloggers like this:
Skip to toolbar