Breaking News
Home / Bhubaneswar / Odia Bhasa moment reaches in 148 Days

Odia Bhasa moment reaches in 148 Days

୧୪୮ଦିନରେ ଭାଷା ଆନେ୍ଦାଳନ

 photo1ଭୁବନେଶ୍ୱର,୭/୯(ବିଶ୍ୱରଞ୍ଜନ ମିଶ୍ର୍ର)-ାଜିକୁ ୧୪୮ ଦିନ ତଳେ ଅପ୍ରେଲ ୧୩ ତାରିଖରୁ ଆରମ୍ଭ ହୋଇଥିବା କଳା ପତାକା ପଟୁଆରର ୬୪ ଦିନରେ ପହ ିଛି । ଭାଷା ଆନେ୍ଦାଳନ ପ୍ରଥମ ପର୍ଯ୍ୟାୟ କଳାପତାକା ପଟୁଆରରେ ସରକାର ଆଇନ ପ୍ରଣୟନ କରିବା ପାଇଁ ଅଧ୍ୟାଦେଶ ବଳରେ କ୍ଷମତା ହାତକୁ ନେଇଥିଲେ ଏବଂ ଘେଷଣା କରିଥିଲେ ଅଗଷ୍ଟ ୧୫ ତାରିଖ ସୁଦ୍ଧା କରିବାକୁ । କିନ୍ତୁ ଆଜି ପର୍ଯ୍ୟନ୍ତ ଆଇନଟିକୁ ନ କରି ଓଡ଼ିଶା ଲୋକଙ୍କୁ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରି ଓଡ଼ିଶାବାସୀଙ୍କୁ ଠକିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଭାଷା ଆନେ୍ଦାଳନ, ଓଡ଼ିଶା ଦାବି ଅନୁସାରେ ଆଇନ କରି ଦଣ୍ଡ ବିଧାନ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ଏହି ଆନେ୍ଦାଳନ ଚାଲୁ ରହିବ ବୋଲି ଘୋଷଣା କରିଛି ।  ଏହି କ୍ରମରେ ଆଜି ସୁଦୂର କେଉଁଝର ଜିଲ୍ଳାର ଯୋଡ଼ା ଅଞ୍ଚଳରୁ ଡ଼ାକ୍ତର ଲକ୍ଷ୍ମୀକାନ୍ତ ମହାନ୍ତି ସଞ୍ଜିବୀ ପତ୍ରୀ, ସବ୍ୟସାଚୀ ଶତପଥୀ, ଏସ୍.କେ. କେଫାତୁଲା ପ୍ରମୁଖ ରାଜଧାନୀରେ ପହଞ୍ଚô ଭାଷା ଆନେ୍ଦାଳନରେ ସାମିଲ ହୋଇଥିଲେ।୨୩ ଦିନରେ ଅସୁସ୍ଥ ଥିଲେ ମଧ୍ୟ ସୁଦୂର ଯୋଡାରୁ ଆସି ପହଞ୍ଚôଥିଲେ ଡାକ୍ତର ଦମ୍ପତ୍ତି ଲକ୍ଷ୍ମୀକାନ୍ତ ମହାନ୍ତି, ଯେ କି ଭାଷା ଆନେ୍ଦାଳନ, ଓଡ଼ିଶା ଆରମ୍ଭ ହେବା ଦିନଠାରୁ ଭାଷା ଆନେ୍ଦାଳନ ଅଧ୍ୟକ୍ଷ ଓ ଆବାହକଙ୍କ ସହିତ ପ୍ରତି ମୂହୁର୍ତ୍ତରେ ଆନେ୍ଦାଳନ ସପକ୍ଷରେ ଆଲୋଚନା ଠାରୁ ଆରମ୍ଭ କରି ଯୋଡା ଅଞ୍ଚଳରେ ମଧ୍ୟ କିପରି ଏହା ହୋଇପାରିବ ତାହା ଯୁବ ସମାଜକୁ ଉତ୍ସାହିତ ମଧ୍ୟ କରି ଆସୁଛନ୍ତି।ତାଙ୍କ ସହିତ ସାମିଲ ହୋଇଥିଲେ ରେଭେନ୍ସା ମହାବିଦ୍ୟାଳୟର ପ୍ରାକ୍ତନ ସଭାପତି ସଞ୍ଜିବୀ ପତ୍ରୀ, ଯୁବ ପ୍ରତିଭା ସବ୍ୟସାଚୀ ଶପତଥୀ ଏବଂ ଭାଷା ପ୍ରାଣ ଓଡ଼ିଆ ମାର ଦାୟଦ ହିସାବରେ କଳା ପତାକା ଧରିଥିଲେ ଏସ୍.କେ. କେଫାତୁଲା ।ାଜି ମଧ୍ୟ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଠାରୁ କଳା ପତାକା ଧରି ବାହାରି ଥିଲା କଳାପତାକା ପଟୁଆର। ବିଧାନସଭା ସମ୍ମୁଖ ନବକୃଷ୍ଣ ଚୋ÷ଧୂରୀଙ୍କ ପ୍ରତିମୂର୍ତ୍ତି  ନିକଟରୁ କଳା ପତାକା ପଟୁଆର ବାହାରି ଏ.ଜି. ଛକ ଦେଇ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯିବା ପରେ ଭାଷା ଆନେ୍ଦାଳନର ସଭାପତି ପ୍ରଦୁ୍ୟମ୍ନ ଶତପଥୀ, ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ତୁଷାରକାନ୍ତ ଶତପଥୀ ଓ ଆବାହକ ପବିତ୍ର ମହାରଥା ମଧୁବାବୁଙ୍କ ନିକଟକୁ ପାଛୋଟି ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନବ କିଶୋର ପ୍ରଧାନ, ସ୍ୱଦେଶ ଦାସ, ଆଶିଷ କୁମାର, ଅର୍ଜୁନ ସାମନ୍ତରାୟ, ପ୍ରମୋଦ ଦେବ, ଅବଦୁଲ କଲାମ, ବିଣାପାଣୀ ସାମଲ, ସୁମିତ୍ରା ଜେନା, ନିର୍ମଳ ବେହେରା, ସୁଧାଂଶୁ ପରିଡା, ଅମରେଶ ବିଶ୍ୱାଳ, ବିଜୟ ପରିଡା, ଗୋବିନ୍ଦ ଶତପଥୀ, ବିକାଶ ପରିଡା ପ୍ରମୁଖ ସାମିଲ ହୋଇଥିଲେ ବୋଲି ଆବାହକ ପବିତ୍ର ମହାରଥା ଜଣାଇଛନ୍ତି ।

About surendrahota

Leave a Reply

%d bloggers like this:
Skip to toolbar