Breaking News
Home / Bhubaneswar / Eye Donation awareness campaign of Sakshyama

Eye Donation awareness campaign of Sakshyama

‘ସକ୍ଷମ’ ତରଫରୁ ଚକ୍ଷୁଦାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Jharapada  ganes mandap thare manabaadhikar proctation cell pakhyaru national eye donation fortnight awarness campign  06ଭୁବନେଶ୍ୱର, ୦୭.୦୯.୨୦୧୬(ଶେଖ ମୁସୀର ମୁବୀନ)-ଚକ୍ଷୁଦାନ ଶ୍ରେଷ୍ଠ ଦାନ। ଜଣେ ବ୍ୟକ୍ତିର ଚକ୍ଷୁଦାନ ଫଳରେ ଦୁଇଜଣ ବ୍ୟକ୍ତିଙ୍କୁ ଦୃଷ୍ଟିଶକ୍ତି ମିଳିଥାଏ। ବିଶ୍ୱରେ ୪୫ଲକ୍ଷ ଦୃଷ୍ଟିହୀନ ଥିବାବେଳେ ଭାରତରେ ଏହାର ସଂଖ୍ୟା ୧୫ଲକ୍ଷ। ଏହି ଦୃଷ୍ଟିହୀନଙ୍କ ମଧ୍ୟରୁ ୭୫ଭାଗ ଦୃଷ୍ଟିହୀନମାନଙ୍କୁ ଦୃଷ୍ଟିଶକ୍ତି ଦିଆଯାଇ ପାରିବ କେବଳ ଚକ୍ଷୁଦାନ ମାଧ୍ୟମରେ। କିନ୍ତୁ ଭାରତରେ ବର୍ଷକୁ ୨ଲକ୍ଷ ୫୦ ହଜାର ଚକ୍ଷୁଦାନର ଆବଶ୍ୟକତା ଥିଲାବେଳେ ମାତ୍ର ୨୫ ହଜାର ଚକ୍ଷୁଦାନ ସମ୍ଭବ ହୋଇପାରୁଛି। ଚକ୍ଷୁଦାନ ପାଇଁ କେବଳ ଚକ୍ଷୁ ପଟଳ ହିଁ ଆବଶ୍ୟକତା ହୋଇଥାଏ। ଏହି ଚକ୍ଷୁଦାନ ମୃତୁ୍ୟର ୬ ରୁ ୮ ଘଣ୍ଟା ଭିତରେ କରାଯିବା ଉଚିତ। ମାତ୍ର ୧୫ ରୁ ୨୦ ମିନିଟ ମଧ୍ୟରେ ମୃତ ଶରୀରରୁ ଚକ୍ଷୁ ସଂଗ୍ରହ କରାଯାଏ। ଏଥିନିମନ୍ତେ ମୃତ ବ୍ୟକ୍ତିର ଆଖିକୁ ପାଣିଦ୍ୱାରା ଓଦା କରି ରଖିବାକୁ ପଡ଼ିଥିବା ବେଳେ ଆଖି ପତା ବନ୍ଦ ହୋଇ ରହିବା ଆବଶ୍ୟକ। ମୃତକଙ୍କ ଶରୀରକୁ ପଙ୍ଖାଠାରୁ ଦୂରେଇ ରଖିବା ଉଚିତ୍ ଏବଂ ବ୍ୟକ୍ତିର ମୃତୁ୍ୟ ପରେ ତୁରନ୍ତ ଚକ୍ଷୁବ୍ୟାଙ୍କକୁ ଯୋଗାଯୋଗ  କରିବା ଉଚିତ୍। ଚକ୍ଷୁ ସଂଗ୍ରହର ୭୨ ଘା ବା ୩ ଦିନ ମଧ୍ୟରେ ପ୍ରତିରୋପଣ କରାଯିବା ଆବଶ୍ୟକ। ଚକ୍ଷୁ କିଣାବିକା କରାଯିବାର ଆଇନ୍ ଭାରତରେ ନାହିଁ, ତେଣୁ ଏଥିନିମନ୍ତେ ଚକ୍ଷୁଦାନ ଦ୍ୱାରା ହିଁ ଦୃଷ୍ଟିଶକ୍ତି ଫେରାଯାଇ ପାରିବ। ମୃତୁ୍ୟ ପରେ ଅମୂଲ୍ୟ ଏହି ଚକ୍ଷୁକୁ ଦାନ କରାଗଲେ ଅନ୍ୟର ଶରୀରରେ ମୃତବ୍ୟକ୍ତି ବôରୁହେ। ଏହି ଚକ୍ଷୁଦାନ ସମ୍ପର୍କରେ ଆମ ରାଜ୍ୟରେ ଅଧିକରୁ ଅଧିକ ସଚେତନତା ଆବଶ୍ୟକ ବୋଲି ଝାରପଡ଼ାଠାରେ ‘ସକ୍ଷମ’ ତରଫରୁ ଆୟୋଜିତ ଚକ୍ଷୁଦାନ ସଚେତନତା ଶିବିରରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି।ସକ୍ଷମର ସଚିବ ପ୍ରକାଶ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ସକ୍ଷମର ଉପଦେଷ୍ଟା ପ୍ରଭାସ ରଞ୍ଜନ ତ୍ରିପାଠୀ, ସମାଜସେବୀ ଇନ୍ଦିରା ଦାଶ, ଧନୁ ମଙ୍ଗରାଜ, ନିମିତା ପାଳ, ସିପ୍ରା ଚକ୍ରବର୍ତ୍ତୀ,କର୍ପୋରେଟର ସୁରେଶ ଚନ୍ଦ୍ର ଜେନା, ଗୌତମବୁଦ୍ଧ ସିଂ ସାମନ୍ତ ପ୍ରମୁଖ ଯୋଗଦେଇ ଚକ୍ଷୁଦାନର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଏକ ବ୍ଲାଇଣ୍ଡ ୱାକ ଅନୁଷ୍ଠିତ ହୋଇଥିଲା ବେଳେ ପ୍ରାୟ ୩୫ଜଣ ମହିଳା ଓ ପୁରୁଷ ସ୍ୱ-ଇଚ୍ଛାରେ ଚକ୍ଷୁଦାନ କରିବା ପାଇଁ ସମ୍ମତି ଜଣାଇଥିଲେ। ଶେଷରେ ଦିଲ୍ଲୀପ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

About surendrahota

Leave a Reply

%d bloggers like this:
Skip to toolbar