Breaking News
Home / Culture / Lord Ganesh in the Indian Culture

Lord Ganesh in the Indian Culture

ଭାରତୀୟ ସଂସ୍କୃତିରେ ଗଣପତି

ପ୍ରସ୍ତୁତି: ସୁରେନ୍ଦ୍ର ହୋତା,ବରଗଡ଼

ଭାରତୀୟ ସଂସ୍କୃତିରେ ଗଣେଷ ପୂଜାର ବିଶେଷ ସ୍ଥାନ ରହିଛି। “ଆଦୌ ପୂଜ୍ୟୋ ବିନାୟକଃ।” ପ୍ରତ୍ୟେକ ଦେବାଦେବୀଙ୍କ ପୂଜା ପୂର୍ବରୁ, ଗୃହ÷ ପ୍ରବେଶ ବିବାହ ବ୍ରତାଦି ମାଙ୍ଗଳିକ କାର୍ଯ୍ୟର ପ୍ରାମର୍ଭରେ ଗଣେଷ ପୂଜନର ପ୍ରାଚୀନ ପରମ୍ପରା ରହିଛି। ବେଦରେ ମଧ୍ୟ ଗଣେଷ ପୂଜାର ଉଲ୍ଲେଖ ଦେଖାଯାଏ।
“ଗଣନାଂ ଗଣପତି ହବାମହେ କବି କବିନାମୁପପଶ୍ର ବସ୍ତୁମନା।
ଜ୍ୟେଷ୍ଠରାଜଂ ବ୍ରହ୍ମାଣାଂ ବ୍ରହ୍ମସ୍ୱତ ଆନଃ ଶୃଣ୍ପନ୍ନୁନିଭିଃ ସିଦ ସାଦନମ୍।ା”
ଗଣ+ଈଶ = ଗଣେଶ। ଗଣ ଏକ ସମୁହବାଚକ ଶବ୍ଦ  ସମାଜରେ ବ୍ୟକ୍ତି ଠାରୁ ଗଣ (ସମୁହ)ର ମହତ୍ତ୍ୱ ଅଧିକ ହୋଇଥିବାରୁ ଗଣେଷ ସର୍ବଦା ଅଗ୍ରପୂଜ୍ୟ ଅଟନ୍ତି। ଅମରସିଂହକୃତ ଅମରକୋଷ ଅନୁସାରେ ଗଣେଶଙ୍କ ଅଷ୍ଟନାମ ରହିଛି। “ବିନାୟକୋ ବିଘ୍ନରାଜ ହୈମାତୁର ଗଣାଧିପଃ; ଅପୋକଦନ୍ତ ହେରମ୍ବ ଲମ୍ବୋଦର ଗଜାନନଃ।” ଅର୍ଥାତ ବିନାୟକ, ବିଘ୍ନରାଜ, ହୈମାତୁର, ଗଣାଧିପ, ଏକଦନ୍ତ, ହେରମ୍ବ, ଲମ୍ବୋଦର, ଗଜାନନ ଏ ଆଠ ନାମ ଗଣେଶଙ୍କର।ବିଭିନ୍ନ ଶାସ୍ତ୍ରରେ ଗଣେଶଙ୍କ ବହୁରୂପ ସମ୍ପର୍କରେ ଚିତ୍ରଣ ମିଳେ। ତେବେ ବହୁଳ ପ୍ରଚଳିତ ଗଣେଶ ଧ୍ୟାନ ବର୍ଣ୍ଣନାରେ ନିମ୍ନ ରୂପେ ତାଙ୍କ ରୂପ ବର୍ଣ୍ଣନା କରାଯାଇଛି।
Sand art of Lord ganesh at Puri sea beach by Sand artist Sudam Pradhan“ଖର୍ବ ସ୍ଥୁଳତନୁଂ ଗଜେନ୍ଦ୍ର ବଦନଂ ଲମ୍ବୋଦରଂ ସୁନ୍ଦରଂ
ପ୍ରସ୍ୟନ୍ଦ୍ରନ୍ମଦ ଗାନ୍ଧଳୁବ୍ଧ ମଧୁପବ୍ୟାଲୋକ ଗଣ୍ଡ ସ୍ଥଳମ୍।
ଦନ୍ତାଘାତ ବିଦାରିତାରିରୁଧିରୈଃ ସିନ୍ଦୁର ଶୋଭାକରଂ
ବନେ୍ଦ ଶୈଳ ସୁତାସୁତଂ ଗଣପତିଂ ସିଦ୍ଧିପ୍ରଦଂ କର୍ମସୁ।ା”
ଅର୍ଥାତ୍ :- ଗଣେଶଙ୍କ ଆକୃତି ଖର୍ବ, ମାତ୍ର ସ୍ଥୁଳ ଶରୀର, ଗଜେନ୍ଦ୍ରମୁଖ, ବିଶାଳ ଉଦର ତଥା ସୁନ୍ଦର, ତାଙ୍କ ଗଣ୍ଡସ୍ଥଳରୁ ବହି ଆସୁଥିବା ସୁଧାପାନ ପାଇଁ ଭ୍ରମରଗଣ ଏକତି୍ରତ ହେବାରେ ଲାଗିଛନ୍ତି। ସେ ତାଙ୍କ ଦନ୍ତରେ ଶତୃବିନାଶ କରିବା ଦ୍ୱାରା ଶରୀରରେ ଲାଗିଥିବା ରକ୍ତ ସିନ୍ଦୁର ସମ ଶୋଭା ପାଉଛ।ଗଣେଷଙ୍କ ଏତାଦୃଶ ରୂପ ପରିକଳ୍ପନାର ପୃଷ୍ଠଭୂମିରେ ଅତ୍ୟନ୍ତ ତାତ୍ତ୍ୱିକ ଅର୍ଥ ଛପି ରହିଛି। ଏ ସମ୍ପର୍କରେ ବିଶିଷ୍ଟ ପାଶ୍ଚାତ୍ୟ ଲେଖିକା ଏଲିସ ଗେଟି ୧୯୨୦ରେ ପ୍ରକାଶିତ ତାଙ୍କ “ଗଣେଶ” ପୁସ୍ତକରେ ଲେଖିଛନ୍ତି -“That we are incapable of judgeing the conception of an eastern mind, seems proved when a writer looks upon the reprehension of the Elephant – faced God with amusement rather than with comprehension; ଗଣେଶଙକ ମସ୍ତକରେ ହାତୀ ମୁଣ୍ଡ ହିଁ ମୁଖ୍ୟ ଆକର୍ଷଣ। ଏ ସମ୍ପର୍କରେ ବିଭିନ୍ନ ପୌରାଣିକ କିମ୍ବଦନ୍ତୀ ରହିଛି। ବେଦ ସମେତ ଶିବ ପୁରାଣକ୍ସ୍ନ୍ଦ ପୁରାଣ, ପଦ୍ମ ପୁରାଣ, ମୌଦ୍ମଳ ପୁରାଣ, ମହାଭାରତ ଆଦିରେ ଗଣେଶଙ୍କ ଉଲ୍ଲେଖ ଦେଖାଯାଏ।ମହର୍ଷିର୍ବ୍ୟାସ ଏତିକିରେ ସନ୍ତୁଷ୍ଟ ନହୋଇ ସ୍ୱତନ୍ତ୍ର ରୂପେ ଗଣେଶ ପୁରାଣ ଟିଏ ମଧ୍ୟ ଲେଖିଯାଇଛନ୍ତି। ସମ୍ଭବତଃ ମଣିଷମାନଙ୍କ ପରେ ହାତି ହିଁଁ ସର୍ବାଧିକ ବିଦ୍ଧିମାନ୍ ଶାକାହାରୀ ପ୍ରାଣୀ; ଏଣୁ ବୁଦ୍ଧି ଓ ସିଦ୍ଧିଦାତା ଗଣେଶଙ୍କୁ ଗଜାନନ ରୂପେ ଚିତ୍ରଣ କରାଯାଇଛି। ଗଣେଶଙ୍କ ଉପର ଅଂଶ ଗଜ ସଦୃଶ। ଶାସ୍ତ୍ର ଅନୁସାରେ ଗଜ ଅର୍ଥାତ୍ ସମାଧି ଦ୍ୱାରା ଯୋଗୀରାଜ ଯାହାଙ୍କ ନିକଟତର ହୋଇଥାଏ ତାହା ହେଉଛି “ଗ” (ସମାଧିନା ଯୋଗୀନୋ ଯତ୍ର ଗଛନ୍ତିତି-ଗଃ) ତଥା ଯାହାଙ୍କ ଠାରୁ ଜଗତ୍ ଉତ୍ପନ୍ନ ହୋଇଥାଏ ସେ “ଜ” (ଯସ୍ମାତ୍ ବିମ୍ବ-ପ୍ରତିବିମ୍ବତୟ ପ୍ରଣବାତ୍ମକଂ ଜଗଜ୍ଜାୟତେ ଇତି-ଜଃ)ଏଣୁ ‘ଗଜ’ ବିଶ୍ୱକାରକ ଅଟେ    ାମସ୍ତକ ହିଁ ଶରୀରର ସ୍ୱାମୀ ଅଟେ, ପୁନଶ୍ଚ ଅଧୋଃଭାଗ ଉଦ୍ଧ୍ୱର୍ଭାଗ ଅପେକ୍ଷା ନିକୃଷ୍ଟ ଅଟେ। ଏଣୁ ଗଜପତିଙ୍କର ଏହି ଗଜ ମସ୍ତକ ହିଁ ଶ୍ରେଷ୍ଠ ଅଟେ। କାରଣ ଏହା ନିରୁପାଧି-ଉପାଧିରହିତ, ମାୟା ବନ୍ଧନ ଛିନ୍ନ ବ୍ରହ୍ମାଙ୍କ ଦ୍ୟୋତକ।ଗଣେଶଙ୍କ ଶରୀରରେ ହତୀର ମସ୍ତକ ଲାଗିବା ସଂଜୋଜକ, ସମାହାରକ, ସମନ୍ୱୟ କାରକ ଓ ସଂଶ୍ଲେଷକ ଭାବର ପ୍ରତୀକ ଅଟେ।ଗଣେଶଙ୍କ ଚାରି ବାହୁ ଚାରିଲୋକର ରକ୍ଷା ନିମନ୍ତେ ଉଦ୍ଦିଷ୍ଟ। ଉଦ୍ଧ୍ୱର୍କୁ ଉଠିଥିବା ଏକ ବାହୁ ସ୍ୱର୍ଗ ଲୋକର ଦେବତାମାନଙ୍କ ପାଇଁ, ଅନ୍ୟଟି ମର୍ତ୍ତ୍ୟର ମଣିଷଙ୍କ ପାଇଁ ଓ ଅନ୍ୟ ଦୁଇଟି ଅସୁରତା ପାତାଳ ଲୋକର ନାଗଙ୍କ ପାଇଁ ଉଦ୍ଦିଷ୍ଟ।ଗଣେଶ ଧରିଥିବା ପାଶ (ମୋହନାମକ) ଅଙ୍କୁଶ (ନିୟନ୍ତ୍ରକ) ଦନ୍ତ (ଦୁଷ୍ଟଦଳନ) ଓ ବର (ଅଭୟ ପ୍ରଦାନ)ର ସାଙ୍କେତିକ ରୂପ ବୋଲି ଗ୍ରହଣ କରି ନିଆଯାଇପାରେ। ସେହିପରି ତାଙ୍କର କୁଲା ବା ଶୂପ ସଦୃଶ କର୍ଣ୍ଣ ଯୋଗୁଁ ତାଙ୍କୁ “ଶୂପକଣ୍ଡ” କୁହାଯାଏ। କୁଲା ଯେପରି ଧାନରୁ ଅଗାଡ଼ି ବାହାର କରି ଶୁଦ୍ଧତା ପ୍ରଦାନ କରିଥାଏ ସେହିପରି ଉତ୍ତମ କଥା ଶ୍ରବଣ ପାଇଁ ଏହା ପରୋକ୍ଷରେ ଇଙ୍ଗିତ ଦେଇଥାଏ। ଗଣେଶଙ୍କ ବାହନ ମୂଷିକ ଯାହାର କାମ ପ୍ରତ୍ୟେକ ବସ୍ତୁକୁ ଟିକି ଟିକି କରିବା ଏଣୁ ଆମେ ମୂଷିକକୁ ବିବେଚକ, ବିଭାଜକ, ଭେଦକାରକ,ବିସ୍ତାରକ ଓ ବିଶ୍ଲେଷଣ କାରକ ରୂପେ ଗ୍ରହଣ କରିପାରୁଁ। ମୂଷା ଯେପରି ଭଲମନ୍ଦ ନଦେଖି କାଟିଚାଲେ ସେହିପରି ଭଲମନ୍ଦ ନ ବିଚାରି ଯୁକ୍ତିତର୍କ ମାଧ୍ୟମରେ ବ୍ୟାଖ୍ୟାନ କଲେ ହେଁ ପ୍ରବଳ ବୁଦ୍ଧିର ପ୍ରଭାବରେ ତାହା ଦବି ଯାଇଥାଏ। ଗଣେଶଙ୍କ ନିକଟରେ ମୂଷିକର ବଶ୍ୟତା ଏହା ସୂଚାଇ ଥାଏ।ଗଣେଶ ଚତୁର୍ଥୀ ଦିନ ଜନ୍ମ ହେବା ପଛରେ ଚାରି ସଂଖ୍ୟାର ମହତ୍ତ୍ୱ ରହିଛି।ଗଣେଶ ଜ୍ଞାନର ଦେବତା ।ଜାଗ୍ରତ, ସ୍ତୁପ, ସୁସୁପ୍ତି ଓ ତୁରୀୟ ଏ ଚାରି ଅବସ୍ଥା ମଧ୍ୟରୁ ଚତୁର୍ଥ ଅବସ୍ଥା ହିଁ ବାସ୍ତବରେ ଜ୍ଞାନାବସ୍ଥା। ସମ୍ଭବତଃ ଏହା ସୂଚାଇବାକୁ ଗଣେଷଙ୍କ ଜନ୍ମ ଚତୁର୍ଥୀରେ ବୋଲି କୁହାଯାଉଛି। ଗଣେଷ ପୂଜନରେ ସିଦ୍ଧି, ବୁଦ୍ଧି, ଲାଭ ଓ କ୍ଷେମ ପ୍ରଦାନ ମିଳିଥାଏ। ସେହିପରି ଗଣେଶକୁ ବାଙ୍ଗରା ବୋଲି କୁହାଯିବା ପଛରେ ଥିବା ରହସ୍ୟଟି ହେଲା ଯେ, ସରଳତା, ନମ୍ରତା ଆଦି ସଦ୍ଗୁଣଯୁକ୍ତ ହୋଇ ନିଜକୁ ଛୋଟ ମନେକରେ ସେ ସମାଜରେ ପ୍ରତିଷ୍ଠିତ ହୋଇଥାଏ। ପୁନଶ୍ଚ ଗଣେଶଙ୍କ ଭିନ୍ନ ନାମ “ଏକଦନ୍ତା” ଏଠାରେ ‘ଏକ’ ଶବ୍ଦ ପ୍ରାଧାନାର୍ଥକ ଓ ‘ଦନ୍ତା’ ଶବ୍ଦ ବଳବାଚକ ଅଟେ।ଏଣୁ ଏହାକୁ ଏକତା ସୂଚକ ବୋଲି ଗ୍ରହଣ କରି ନିଆଯାଇ ପାରେ। ସେହିପରି ଗଣେଶ ଧରିଥିବା ଲଡ଼ୁ ଅତ୍ୟନ୍ତ ଛୋଟ ଛୋଟ ବୁନ୍ଦିର ସମାହାର ଅଟେ।ଏତଦ୍ୱାରା ବିଘ୍ନରାଜ ଗଣେଶ ସୂଚନା ଦେଉଛନ୍ତି କି, ଏକତା ଦ୍ୱାରା ହିଁ ସମସ୍ତ ପ୍ରକାର ବାଧାବିଘ୍ନକୁ ଦୂରିଭୂତ କରାଯାଇ ପାରେ।ସିନ୍ଦୁର ସୌଭାଗ୍ୟ ସୂଚକ ହୋଇଥିବାରୁ ମଙ୍ଗଳମୂର୍ତ୍ତି ଗଣେଶଙ୍କୁ ସିନ୍ଦୁର ଅର୍ପଣ କରିବା ଯୁକ୍ତି ସଙ୍ଗତ ଅଟେ। ଦୁବ ଗଣେଶଙ୍କ ପ୍ରିୟ, କାରଣ ଦୂବରେ ନମ୍ରତା ଓ ସରଳତା ଭରି ରହିଛି। ନାନକଙ୍କ ଭାଷାରେ – “ନାନକ ନହେବନି ରହୋ, ଜୈସେ ନହି ଦୁବ। ସବୈ ଘାସ ଜରି ଜାଏଗୀ, ଦୁବ୍ ଖୁବ୍ ହି ଖୁବ୍।”ଏହିପରି ଗଣେଶଙ୍କ ପ୍ରତ୍ୟେକ ଅଙ୍ଗରୁ ସୁସ୍ଥ ସମାଜ ଗଠନର ଶିକ୍ଷା ମିଳିଥାଏ। ପୌରାଣିକ ବ୍ୟାଖ୍ୟାନ ଅନୁସାରେ ଗଣେଶଙ୍କ ତିନି ଅକ୍ଷର ମଧ୍ୟରୁ ‘ଗ’ ଜ୍ଞାନାର୍ଥ ବାଚକ ‘ଣ’ ନିର୍ବାଣ ବାଚକ ଓ ‘ଈଶ’ ସ୍ୱାମୀ ବାଚକ ଅଟେ। ଏଣୁ ଗଣେଶ ଶବ୍ଦର ଅର୍ଥ ହେବ ଜ୍ଞାନ ତଥା ନିର୍ବାଣର ସ୍ୱାମୀ।ପୌରାଣିକ ମାନ୍ୟତା ଅନୁସାରେ ମାଘ କୃଷ୍ଣ ଚର୍ତୁଦଶୀରେ ସଙ୍କଟମୋଚନ ନିମନ୍ତେ ଗଣେଶଙ୍କ ଅବିର୍ଭାବ ହୋଇଥିଲା (ସର୍ବଦେବମୟଃ ସାକ୍ଷାତ ମଙ୍ଗଳ ଦାୟକ ମାଘ କୃଷ୍ଣ ଚତୁର୍ଥ୍ୟାତୁ ପ୍ରାଦୁର୍ଭୁତୋ ଗଣାଧିପ।) ଏଣୁ ଏହି ଦିନକୁ ସଙ୍କଟ ଚତୁର୍ଥୀ କୁହାଯାଏ। ମାତ୍ର ସ୍କନ୍ଧ ପୁରାଣ ଅନୁଯାୟୀ ଭାଦ୍ରବ ଶୁକ୍ଲପକ୍ଷ ଚତୁର୍ଥୀ ବିଶେଷ ମହତ୍ତ୍ୱ ରହିଛି।ଏହି ଦିନ ଗଣେଶ ତାଙ୍କ ଭକ୍ତଙ୍କ ସମସ୍ତ କାର୍ଯ୍ୟକଳା ପାଇଁ ସିଦ୍ଧି ପ୍ରଦାନ କରିଥାନ୍ତି। ଏଣୁ ସେ ସିଦ୍ଧ ବିନାୟକ ରୂପେ ଖ୍ୟାତ।(ସିଦ୍ଧୟନ୍ତି ସର୍ବକାର୍ଯ୍ୟାଣି ମନସା ଚିନ୍ତିତାନ୍ୟପି। ତେନ ଖ୍ୟାତି ଗଣେ ଲୋକେ ନାମ୍ନା ସିଦ୍ଧି ବିନାୟକଃ) ପାଶ୍ଚାତ୍ୟ ଲେଖିକା ଏଲିସଗେଟେ ମଧ୍ୟ ତାଙ୍କ ଗଣେଶ ପୁସ୍ତକର ପ୍ରଥମ ଭାଗରେ ଗଣେଶଙ୍କୁ ସିଦ୍ଧିଦାତା ରୂପେ ଅବିହିତ କରି ଲେଖିଛନ୍ତି :- “Prabodh Chandra Bagchi suggest the Ganesha was associated with writing because of confusion in regards to word “Siddhi”, From very ancient times, the Hindu alphabet was calles “Siddham” and the enumeration of the alphabet began with the word “Siddhi”. As one of the epithets of Ganesha id “Siddhidata” – giver of success. He beloeves it to be probab;e that his association with the word gave rise to the legends depicting him as a scribe. ସାଧାରଣତଃ ଆମ ଓଡ଼ିଶାରେ ଗଣେଶ ଚତୁର୍ଥୀ ଦିନ ଶିଶୁ ମାନଙ୍କୁ ଖଡ଼ି ଛୁଆଁଇ “ସିଦ୍ଧିରସ୍ତୁ” ଲେଖି ବିଦ୍ୟାରମ୍ଭ କରାଯାଇଥାଏ। ଅବଶ୍ୟ ଆଜିକାଲି ଏହାର ପ୍ରଚଳନ ପ୍ରାୟ କମି ଯାଇଛି।ବୁଦ୍ଧିଦାତା, ସିଦ୍ଧିଦାତା ଗଣେଶଙ୍କୁ ପର୍ଥଦେବଙ୍କ ମଧ୍ୟରେ ସ୍ଥାନୀତ କରାଯାଇଛି। ଶବ୍ଦ କଳ୍ପହୁମର ବର୍ଣ୍ଣନାରେ କୁହାଯାଇଛି :- ଆଦିତ୍ୟଂ ଗଣନାଥଂ ଚ ଦେବୀ ରୁଦ୍ରଂ ଚ କେଶବମ୍; ପର୍ଥଦୈବତ ମିତୁ୍ୟକ୍ତଂ ସର୍ବକର୍ମସୁ ପୁଜୟତେ।ା ପୁନଶ୍ଚ ଏ ପର୍ଥଦେବତାଙ୍କୁ ପର୍ଥ ମହାଭୂତର ସ୍ୱାମୀ ରୂପେ ଚିତି୍ରତ କରାଯାଇଛି (ଆକାଶସ୍ୟାଧିପୋ ବିଷ୍ଣୁରଗ୍ନେଶ୍ନୈବ ମହେଶ୍ୱରୀ, ବାୟୋଃ ସୂର୍ଯର୍୍ୟଃ କ୍ଷିତେରିଶୋ ଜୀବନସ୍ୟ ଗଣାଧିପଃ।ା) ଅର୍ଥାତ୍ କ୍ଷୀତି ବା ପୃଥିବୀର ଅଧିଶ୍ୱର ଶିବ ହୋଇଥିବା ସମୟରେ ଅପ୍ ବା ଜଳର ସ୍ୱାମୀ ହେଉଛନ୍ତି ଗଣେଶ, ତେଜ ବା ଅଗ୍ନିର ଅଧିଷ୍ଠାତ୍ରୀ ହେଉଛନ୍ତି ମହେଶ୍ୱରୀ, ମୁରୁତ ବା ବାୟୁର ଇଷ୍ଟ ହେଉଛନ୍ତି ସୂର୍ଯ୍ୟ ଓ ବ୍ୟୋମ ବା ଆକାଶର ଇଷ୍ଟ େଉଉଛନ୍ତି ବିଷ୍ଣୁ।ବେଦ ଉପନିଷଦର ବ୍ୟାଖ୍ୟାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଲୋକଗୀତ ଓ ଲୋକନୃତ୍ୟର ସାହାଯ୍ୟ ନିଆଯାଇଥାଏ। ଶୈବ ଧର୍ମର ପ୍ରଚାର ପ୍ରସାରରେ ବ୍ୟବହୃତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଦଣ୍ଡ ନୃତ୍ୟର ପ୍ରାରମ୍ଭରେ “ବିନାକାଳିଆ” ଚରିତ୍ର ମାଧ୍ୟମରେ ଗଣେଶଙ୍କ ବର୍ଣ୍ଣନା କରାଯାଏ। ସେହିପରି ଦଶହରା ଅଷ୍ଟମୀ ସମୟରେ “ଭାଇଜିଉଁତିଆ” ଅବସରରେ ଡ଼ାଲଖାଇ କୁଠି (ପୂଜାସ୍ଥଳୀ)ରେ ଦେବୀ ଦୁର୍ଗାଙ୍କ ସହ ଗଣେଶଙ୍କ ମଧ୍ୟ ପୂଜା କରାଯାଇଥାଏ। ସମ୍ଭବତଃ ଜନସାଧରଣଙ୍କ ଦ୍ୱାରା ଏତାଦୃଶ ଗଣେଷ ପୂଜନକୁ ଲକ୍ଷ କରି ଆଚାର୍ଯ୍ୟ କ୍ଷୀତି ମୋହନ, ରାମଧାରୀ ସିଂହ, ଦିନକର ଆଦି ଅନେକ ବିଦ୍ୱାନ ଗଣେଶଙ୍କୁ ଅନାର୍ଯ୍ୟ ମାନଙ୍କର ଦେବତା ରୂପେ ବର୍ଣ୍ଣନା କରିଥାନ୍ତି। ସେମାନଙ୍କ ମତରେ ଗଣେଶ ପ୍ରଥମରୁ ଆର୍ଯ୍ୟ ମାନଙ୍କର ଦେବତା ନଥିଲେ।ଦ୍ରାବିଡ଼ ମାନଙ୍କ ଉପରେ ଆର୍ଯ୍ୟମାନେ ଅଧିକାର କରି ନେଲା ପରେ ସେମାନେଙ୍କୁ ସ୍ୱାନ୍ତନା ଦେବାଉଦେ୍ଦଶ୍ୟରେ କିଛି ଦେବାଦେବୀଙ୍କୁ  ଗ୍ରହଣ କରି ନେଇଥିଲେ।ତନ୍ମଧ୍ୟରୁ ଗଣେଶ ଅନ୍ୟତମ। ସେମାନେ ଆହୁରି ମଧ୍ୟ ଯୁକ୍ତି କରନ୍ତି କି ଗୁପ୍ତଯୁଗ ପର୍ଯ୍ୟନ୍ତ ଗଣେଶ ହିନ୍ଦୁଧର୍ମରେ ଅଜ୍ଞାତ ଥିଲେ ଏବଂ ଦଶମ ଶତାବ୍ଦୀରେ ହିଁ ଦକ୍ଷିଣ ଭାରତରେ ଗଣେଶ ପୂଜାର ପ୍ରଚଳନ ବୃଦ୍ଧି ପାଇଥିଲା ସେ ଯାହା ହେଉନାହିଁ କାହିଁକି, ଅତି ପ୍ରାଚୀନ କାଳରୁ ଗୁମ୍ପାଚିତ୍ର ଓ ମୂର୍ତ୍ତିକଳାରେ ଗଣେଶଙ୍କ ଉଲ୍ଲେଖ ଦେଖାଯାଏ। କେଉଁଠି ଗଣେଶ ଦ୍ୱିଭୂଜ ତ ଆଉ କେଉଁଠି ଚତୁର୍ଭଜ, ଷଡ଼ଭୂଜ, ଅଷ୍ଟଭୂଜ, ଦଶଭୂଜ ଓ ଦ୍ୱାଦଶଭୂଜ ମଧ୍ୟା କେବଳ ଭାରତ କାହିଁକି ନେପାଲ, ଚୀନ, ବଙ୍ଗଳାଦେଶ, ତିଦ୍ଦତ, ଜାଭା, ବାଳି, ସୁମ୍ରାତା, ଜାପାନ ଆଦି ଦେଶରେ ମଧ୍ୟ ମୂର୍ତ୍ତି ରହିଛି। ତେବେ ଅଧିକାଂଶ ମୂର୍ତ୍ତିରେ ଗଣେଶଙ୍କୁ ଗଜମୁଖ, ଲମ୍ବୋଦର, ପାଶ ଅଙ୍କୁମଯୁକ୍ତ ତଥା ନାଗକୁ ଯଙ୍କେପବିତ ରୂପେ ଧାରଣ କରିଥିବା ଦେଖାଯାଏ।ଭାରତର ସୁପ୍ରସିଦ୍ଧ ପ୍ରତ୍ନତତ୍ତ୍ୱବିଦ୍ ରାୟବାହାଦୁର ଦୟାରାମ ସାହାନୀ ରାଜସ୍ଥାନର ସମ୍ବର ହ୍ରଦ ନିକଟରୁ ପାଇଥିବା ଦ୍ୱିଭୂଜ ଗଣେଶଙ୍କ ପ୍ରତିମା ଖ୍ରୀଷ୍ଟପୂର୍ବ ୧୩୦ରେ ବୋଲି ଜଣାପଡ଼ିଛି। ପଶ୍ଚିମବଙ୍ଗର ୨୪ ପ୍ରଗଣା ଅଞ୍ଚଳରୁ ଖ୍ରୀଷ୍ଠପୂବୟ ଦ୍ୱିତୀୟା ଶତାବ୍ଦୀର ଚାରିଇର୍ଞ୍ଚର ଏକ ଗଣେଶ ପ୍ରତିମା ମିଳିଛି। ଅମରାବତାରୁ ସଂଗୃହୀତ ହୋଇ ସମ୍ପ୍ରତି ଚେନ୍ନାଇ ମୁ୍ୟଜିଅମ୍ରେ ଥିବା ଗଣେଶ ପ୍ରତିମାର ବହୁଳ ପ୍ରଚଳନ ଦେଖା ଯାଇଥିଲା।ଗଣେଶ କେବଳ ଲେଖନ ବିଦ୍ୟାର ଅଧିଷ୍ଠାତା ନୁହନ୍ତି,ନୃତ୍ୟ ସଙ୍ଗୀତର ମଧ୍ୟ ସେ ଦେବତା। ଦକ୍ଷିଣ ଭାରତର ଦେବାଳୟ ଗୁଡ଼ିକରେ ନୃତ୍ୟରତ ଗଣେଶ ପ୍ରତିମାର ବହୁଳତା ଦେଖାଯାଏ। ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ନୃତ୍ୟରତ ଗଣେଶ ମୂର୍ତ୍ତି ଦେଖାଯାଏ। ବରଗଡ଼ ଜିଲ୍ଳାର ନୃସିଂହନାଥ ଠାରେ ଗନ୍ଧମାର୍ଦ୍ଦନ ପର୍ବତ ଗାତ୍ରରେ ଖୋଦିତ ୨୦ ଫୁଟ୍ ଉଚ୍ଚର ନୃତ୍ୟରତ ଅଷ୍ଟଭୂଜ ଗଣେଶଙ୍କ ଶୋଭା ଅନୁପମ।ଏହି ମୂର୍ତ୍ତିରେ ଗଣେଶ ଉପରକୁ ଉଠିଥିବା ଦୁଇ ହାତରେ ଗୋଟାଏ ନାଗକୁ ଟେକି ଧରିଥିବା ସମୟରେ ଅନ୍ୟ ଏକ ନାଗକୁ ଯଜେ୍ଞାପଚିତ ରୂପେ ବ୍ୟବହାର କରିଛନ୍ତ।ଏହି ନୃତ୍ୟରତ ଗଣେଶଙ୍କ ନିକଟରେ ମୂଷିକ ଦଣ୍ଡାୟମାନ ରହିଛି। ଏହି ନୃତ୍ୟରତ ଗଣେଶଙ୍କ ଅଙ୍ଗଭଙ୍ଗୀରୁ ତାଣ୍ଡବ ନୃତ୍ୟ ଛଟା ପରିଲକ୍ଷିତ ହୁଏ। ଏଠାରେ ଆହୁରି ମଧ୍ୟ ପ୍ରକାଶ କରାଯାଇ ପାରେ ଯେ, ବରଗଡ଼ ଜିଲ୍ଲାର “କୁମ୍ଭାରୀ” ଗ୍ରାମରେ ରହିଥିବା ଶାସ୍ତ୍ରୀୟ ସମ୍ମତ-“ଶବ୍ଦନୃତ୍ୟ”(ଧୀରେନ ପଟ୍ଟନାୟକଙ୍କ ସମେତ ଅନେକ ଗବେଶକ ଏହାକୁ ଓଡ଼ିଶା ନୃତ୍ୟର ପ୍ରାଚୀନତମ ତାଣ୍ଡବ ଅଂଶ ବିଶେଷ ବୋଲି ଯୁକ୍ତି କରନ୍ତି)ରେ ମଧ୍ୟ ଗଣେଷ ତାଣ୍ଡବର ଉଲ୍ଲେଖ ରହିଛି। ପ୍ରାଚୀନ ତାଳପତ୍ର ପୋଥିରୁ ଏହାକୁ ଉଦ୍ଧାର କରି କୁମ୍ଭାରୀର ବ୍ରଜେଶ୍ୱରୀ କଳା ସଂସଦ ଓ ପରିଷଦ ଏହାକୁ ପରିବେଶଣ କରଉଛନ୍ତିା ବରଗଡ଼ ଜିଲ୍ଲାର ସୀମାନ୍ତବର୍ତ୍ତୀ ମଧ୍ୟ ପ୍ରଦେଶର ପୂଝାରୀପାଲି ଅଞ୍ଚଳରେ ମଧ୍ୟ ଚତୁର୍ଭୁଜ ଓ ଷଷ୍ଠଭୂଜ ଗଣେଷ ମୂର୍ତ୍ତି ବାହାରିଛ।ମାତ୍ର ସୁରକ୍ଷା ଅଭାବରୁ କାଳକ୍ରମେ ଏସବୁ ମୂର୍ତ୍ତି ଚୋରି ହେବାରେ ଲାଗିଛି।ସଙ୍ଗୀତ ଶାସ୍ତ୍ରରେ ଗଣେଶଙ୍କ ନାମାନୁସାରେ ୨୧ ଯାତ୍ରା ବିଶିଷ୍ଟ ଗଣେଶ ତାଳର ପ୍ରଚଳନ ଦେଖାଯାଏ। ତେବେ ସମ୍ଭବତଃ ଏହି ଗଣେଶ ତାଳର ପ୍ରଚଳନ “ସଙ୍ଗୀତ ରନôାକର” ରଚନାର ବହୁ ପଛରେ ହୋଇଥିବ।କାରଣ ସଙ୍ଗୀତ ସମ୍ରାଟ ତାନ୍ସେନ୍ ତାଙ୍କ ଧୃପଦ ରଚନାବଳୀକୁ ଶ୍ରୀ ଗଣେଶଙ୍କ ଶ୍ରୀ ଚରଣରେ ଅର୍ପଣ କରିଥିଲେ ହେଁ ତାଙ୍କ ରଚିତ “ସଙ୍ଗୀତ ସାର” ଓ ଭାରତଙ୍କ “ତାଳାଧ୍ୟାୟ”ରେ ଯୁଦ୍ରତାଲ, ବ୍ରହ୍ମତାଲ,ବିନ୍ଧ୍ୟତାଳ, କନ୍ଦର୍ପତାଳ, ସିଂହତାଳ, କନକତାଳ, ବିଷ୍ଣୁତାଳ ଆଦିର ଉଲ୍ଲେଖ କରିଥିଲେ ହେଁ “ଗଣେଶତାଳ”ର ଉଲ୍ଲେଖ କରିନାହାନ୍ତି।ପୁନାର ଲୋକମାନ୍ୟତିଳକ ଗଣେଶଙ୍କୁ ଗଣଦେବତା ରୂପେ ଅବିହିତ କରି ସ୍ୱତନ୍ତ୍ର ଭାରତ ଗଣରାଜ୍ୟ ଗଠନର ମୂଳଦୂଆ ପକେଇଥିଲେ।ତାଙ୍କ ସଂପାଦିତ “କେଶରୀ” ପତି୍ରକାରେ ସେ ଧାରାବାହିକ ରୂପେ ଏକଥା ଲେଖି ଆସୁଥିଲେ ହେଁ ଇଂରେଜମାନେ ଲେଖା ଗୁଡ଼ିକ ଧର୍ମ ସମ୍ପର୍କୀତ ହୋଇଥିବାରୁ କିଛି କରି ପାରୁନଥିଲେ।ରାଷ୍ଟ୍ରୀୟ ଚେତନା ଜାଗରଣର ଲକ୍ଷ ନେଇ ସରଦାର କୃଷ୍ଣାଜୀ କାଶିନାଥ ଉର୍ଫ୍ ନାନାସାହେବ ୧୮୯୩ରେ ପୁନାରେ ଗଣେଶ ମହୋସôବର ଆରମ୍ଭ କରିଥିଲେ। ପ୍ରଥମେ ପ୍ରଥମେ ଇଂରେଜମାନେ ଏହାର ଗୁରୁତ୍ୱ ବୁଝି ପାରିନଥିଲେ ହେଁ ପରେ ବିଭେଦ ସୃଷ୍ଟି ଉଦେ୍ଧଶ୍ୟରେ ମୁସଲମାନ ମାନଙ୍କୁ ଗଣେଶୋସôବ ବର୍ଜନ ପାଇଁ ପ୍ରୋସôାହିତ କରିଥିଷଲ। ମାତ୍ର ବିଶେଷ ରୂପେ ସଫଳ ହୋଇ ପାରିନଥିଲେ। କାରଣ ଏହି ଗଣେଶୋସôବର ପ୍ରଭାବ ମହାରାଷ୍ଟ୍ରର କଳା, ସାହିତ୍ୟ ଓ ରଙ୍ଗ ମଞ୍ଚରେ ପଡ଼ିସାରିଥିଲା।ଗଣେଶ କୌଣସି ଜାତି ଧର୍ମ ସମ୍ପ୍ରଦାୟ ଓ ବର୍ଣ୍ଣର ଦେବତା ନୁହନ୍ତି। ସେ ସମସ୍ତଗଣଙ୍କ ଦେବତା ଅଟନ୍ତି ତଥା ସର୍ବବ୍ୟାପି ଅଟନ୍ତି ଏକଥା ମାନବ ସମ୍ପ୍ରଦାୟକୁ ଜଣାଇବା ଉଦେ୍ଦଶ୍ୟରେ ବିଗତ ୧୯୯୫ ଅଶ୍ୱିନ ମାସ ଗୁରୁବାର ଦିନ ଗଣେଶଙ୍କ ଧାତୁ, ପାଶାଣ ଆଦି ନିର୍ଜିବ ପ୍ରତିମା ମଧ୍ୟ ମଣିଶ ହାତରୁ କ୍ଷୀର ପାନ କରି ବିଶ୍ବାସୀଙ୍କୁ ଚକିତ କରିଦେଇଥିଲେ। ଏତଦ୍ୱାରା ସେ ସୂଚାଇ ଦେବାକୁ ଚାହିଁଥିଲେ ଯେ. ସେ ହିଁ ହେଉଛନ୍ତି ସମଗ୍ର ବିଶ୍ୱର ଶକ୍ତିର ପ୍ରତୀକ। ମୁଦ୍ମଳ ପୁରାଣରେ ତାଙ୍କୁ ଓଁକାର ସ୍ୱରୂପ ବୋଲି ବର୍ଣ୍ଣନା କରାଯାଇଛି। ଗଣେଶ ପୁରାଣରେ ଉକ୍ତ ବୈରୋଚନକୁ ନିଜର ସ୍ୱରୂପ ସମ୍ପର୍କରେ ଜଣାଇ ଗଣେଶ କହଇଛନ୍ତି :-
“ଅଜୋଽବ୍ୟୟୋଽହଂ ଭୂତାତ୍ମାନାନିରିଶ୍ୱର ଏବ ଚ;
ଅସ୍ଥାୟ ତି୍ରଗୁଣାଂ ମାୟାଂ ଉଦାମି ବହୁ ଯୋନିଷୁ।ା
ଅଧର୍ମୋପଚୟୋ ଧର୍ମାପଚେୟା ହି ୟଦା ଭବେତ୍;
ସାଧୁନ୍ ସଂରକ୍ଷିତୁ ଦୁଷ୍ଟସ୍ତାଡ଼ିତୁଂ ସମ୍ଭବାହ୍ୟମ।ା
ଉଚ୍ଛିଦା ଧର୍ମ ନିଚୟଂ ଧର୍ମଂ ସଂସ୍ଥାପୟା ମି ଚ;ହାନ୍ନି ଦୁଷ୍ଟାଶ୍ଚ ଦୈତାଂଶ୍ଚ ନାନାଳୀଳା କରୋମୁଦା।ା”
ସେହିପରି ଯୋଗଶାସ୍ତ୍ରରେ ପଦାର୍ଥର ଦେହ ମଧ୍ୟ (Neuclus) ରେ ଗଣପତିଙ୍କ ଆସ୍ଥାନ ଗେଳି କୁହାଯାଇଛି। ଏଣୁ ଗଣେଶ ପରମାଣୁଶକ୍ତିର ମଧ୍ୟ ସ୍ୱାମୀ ଅଟନ୍ତି। ଏଣୁ ଗଣ ବା ସାମୁହିକ ସ୍ୱାର୍ଥରକ୍ଷା ନିମନ୍ତେ ତଥା ଶାନ୍ତି ପ୍ରତିଷ୍ଠା ସକାଶେ ହିଁ ପରମାଣୁ ଶକ୍ତିର ବିନିଯୋଗ କରିବା ଆବଶ୍ୟକ।ଏଣୁ ଜଡ଼, ଚେତନ ପ୍ରତ୍ୟେକ ସ୍ତରରେ ସମଗ୍ର ବିଶ୍ୱରେ ଗଣେଶଙ୍କ ସତ୍ତା ରହିଛି। ଉପଯୁକ୍ତ ଜ୍ଞାନର ବିକାଶ ଦ୍ୱାରା ହିଁ ଗଣେଶଙ୍କ ସତ୍ତା ଅନୁଭବ କରିହେବ। ଆସନ୍ତୁ ତାଙ୍କ ପ୍ରଦତ୍ତତ୍ତ ସଙ୍କେତ ଅନୁଯାଇ ବିଶ୍ୱହିତ ନିମନ୍ତେ ଜଞାନ ଆହରଣରେ ଲାଗିବା।

ପ୍ରସ୍ତୁତି: ସୁରେନ୍ଦ୍ର ହୋତା,ବରଗଡ଼

About surendrahota

Leave a Reply

%d bloggers like this:
Skip to toolbar