Breaking News
Home / BJD / BJD Jibn Bindu Program at Erasama

BJD Jibn Bindu Program at Erasama

ଏରସମାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ

Jiban bindu at Erasama
ଜଗତ୍ସିଂହପୁର, ତା ୦୨/୦୯ – ଏରସମା, କୃଷ୍ଣଚନ୍ଦ୍ରପୁର ଅରଡା ମକରଧ୍ୱଜ ଆଇ.ଟି.ଆଇ. ଠାରେ ସକାଳ ୯ ଘଟିକା ସମୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିଲା।  ଉକ୍ତ କାର୍ଯ୍ୟକ୍ରମକୁ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଉକ୍ତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ ପିତବାସ ଗଛାୟତ, ସ୍ଥାନୀୟ ବ୍ଲକ୍ର ଉପସଭାପତି ଶ୍ରୀଯୁକ୍ତ ନିମାଇଁ ସ୍ୱାଇଁ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଜୀବନବିନ୍ଦୁ କାର୍ଯ୍ୟକ୍ରମ ଶିବିରରେ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ବବିନା ମହାନ୍ତି ସର୍ବପ୍ରଥମେ ତାଙ୍କର ରକ୍ତଦାନ କରିଥିଲେ। ଉକ୍ତ କାର୍ଯ୍ୟକରମରେ ବିଜୁ ଜନତା ଦଳର ସକ୍ରିୟ ସଭ୍ୟ ସାମ୍ବାଦିକ ତଥା ସମାଜସେବୀ ଶ୍ରୀଯୁକ୍ତ କେଦାର ମହାପାତ୍ର ଉପସ୍ଥିତ ରହି ପ୍ରଚ୍ଛଦପଟରୁ ସୁପରିଚାଳନା ଓ ଗଣମାଧ୍ୟମଙ୍କ ଉପସ୍ଥିତିକୁ ଭୂୟସି ପ୍ରଶଂଶା କରିଥିଲେ ଏବଂ ରକ୍ତଦାନ କରିଥିବା ୧୫୦ ଜଣ ବ୍ୟକ୍ତିଙ୍କୁ ଉଚ୍ଚପ୍ରଶଂସା କରିଥିଲେ। ଉକ୍ତ ଉତ୍ସବକୁ ମନୋଜ ସାହୁ, ବିଷ୍ଣୁ ସ୍ୱାଇଁ, ବାବୁ ପାଳ, ଦିପ୍ତିରଂଜନ କୁଅଁର, ପ୍ରଦୀପ ପରିଡା, ସୁଧୀର କୁମାର ମହାପାତ୍ର ପ୍ରମୁଖ ପରି•ଳନା କରିଥିଲେ।

About surendrahota

Leave a Reply

%d bloggers like this:
Skip to toolbar