Breaking News
Home / Bhubaneswar / Strike by BPUT Students Union

Strike by BPUT Students Union

BeautyPlus_20160831143732_saveଭୁବନେଶ୍ୱର, ୩୧/୦୮/୨୦୧୬/(ବିଶ୍ୱରନ ମିଶ୍ରଙ୍କ ରିପୋର୍ଟ) ଆଜି ତା ୩୧.୦୮.୨୦୧୬ରିଖ, ବୁଧବାର ଦିନ ଅଲ୍ ଓଡ଼ିଶା ବିପିୟୁଟି ଛାତ୍ର ସଂଘ (ଏଓବିଏସ୍ଓ) ଏବଂ ଅଲ୍ ଓଡ଼ିଶା ଡ଼ିପ୍ଲୋମା ଛାତ୍ର ସଂଘ ପକ୍ଷରୁ ସମସ୍ତ ଇଂଜିନିୟରିଂ କଲେଜ ୧୦ ଦଫା ଦାବିକୁ ନେଇ ବନ୍ଦ ଡ଼ାକରା ଦିଆଯାଇଥିଲା ଏବଂ ଆଜି ସମସ୍ତ ସରକାରି ଏବଂ ବେସରକାରି ଡ଼ିପ୍ଲୋମା ଓ ବିଟେକ୍ କଲେଜ ବସ୍  ବନ୍ଦ କରାଯାଇଥିଲା ଏବଂ ଛାତ୍ର ଛାତୀମାନଙ୍କୁ ଏହି ବନ୍ଦ ବିଷୟରେ ଜଣାପଡ଼ିବା ପରେ, ସେମାନେ ଏହି ଦାବିକୁ ସମର୍ଥନ ମଧ୍ୟ ଜଣାଇଥିଲେ । ଏହି ଦାବି ଭିତରୁ ବିପିୟୁଟର ପ୍ରମୁଖ ଦାବି ଗୁଡ଼ିକ ଥିଲା, ଭୁବନେଶ୍ୱର ବିପିୟୁଟର ସ୍ଥାୟି କ୍ୟାମ୍ପ ଅଫିସ୍, ରିଚେକ୍କିଂ ରେସ୍ଲଟ୍ ଏବଂ ଖାତା ନିର୍ଭୁଲ ଭାବରେ ମୂଲ୍ୟାୟନ ଇତ୍ୟାଦି ଏବଂ ଡ଼ିପ୍ଲୋମାର ପ୍ରମୁଖ ଦାବି ୧-୬ ସେମିଷ୍ଟର ସ୍ପେଷିଆଲ୍ ପରୀକ୍ଷା, ରିଚେକ୍କିଂ, ନିର୍ଭୁଲ ମୂଲ୍ୟାୟନ, ଠିକ୍ ସମୟରେ ରେଜ୍ଲ୍ଟ ଇତ୍ୟାଦି ଦାବି ରହିଥିଲା । ଏହି ଧାରଣାକୁ ଛାତ୍ର ନେତା ବିପ୍ଲବ ପଣ୍ଡା, ତାରିଣୀ ପ୍ରସାଦ ନାୟକ, ରଶ୍ମୀରଞ୍ଜନ ଦାସ, ସଗ୍ରାମ୍ ରାଉତରାୟ, ଶକ୍ତି ପ୍ରସାଦ ରାଉତ, ଦିବ୍ୟରଞ୍ଜନ ବିଶ୍ୱାଳ ଏବଂ ଅନନ୍ତ ନାରାୟଣ ଜେନା ଏବଂ ଅନ୍ୟାନ୍ୟ ସଦସ୍ୟମାନେ ଆଗାମୀ ଦିନରେ ଯଦି ଦାବି ପୁରଣ ନ ହୁଏ, ଏହି ଧାରଣା ଯୋରଦାର ହେବ ଏବଂ ରାଜ ରାସ୍ତା ଅବରୋଧ କରିବେ ବୋଲି ଚେତାବନି ଦେଇଛନ୍ତି ।

AOBSO SCAN COPY

About surendrahota

Leave a Reply

%d bloggers like this:
Skip to toolbar