Breaking News
Home / Bhubaneswar / FIR against 4 BJD MLA by State BJP

FIR against 4 BJD MLA by State BJP

ଶିଳ୍ପପତିଙ୍କ ଠାରୁ ଲାଂଚ ଦାବି ସମ୍ପର୍କୀତ ଖବର ନେଇ ୪ ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ କ୍ୟାପିଟାଲ୍ ଥାନାରେ ଏତଲା ଦାୟର କଲା ବିଜେପି

DSC_0083ଭୁବନେଶ୍ୱର, ୩୧/୦୮/୨୦୧୬/(ବିଶ୍ୱରନ ମିଶ୍ରଙ୍କ ରିପୋର୍ଟ)-ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପପତିଙ୍କ ଠାରୁ ଲାଂଚ ମାଗିଥିବା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବାପରେ ଭାରତୀୟ ଜନତା ପାର୍ଟି ଚାରିଜଣ ବିଜେଡି ବିଧାୟକ ଶ୍ରୀମତୀ ସୀମାରାଣୀ ନାୟକ, ସୁଶାନ୍ତ ବେହେରା, ବିଜୟ ନାୟକ, ଅନାମ ନାୟକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଅଧିନିୟମ-୧୯୮୮ ଅନୁସାରେ ସ୍ଥାନୀୟ କ୍ୟାପିଟାଲ୍ ଥାନାରେ ଏତଲା ଦାୟର କରିଛି। ଦଳ ପକ୍ଷରୁ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏହି ଏତଲା ଦାୟର କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମହାନ୍ତି କହିଛନ୍ତି, ୨୯ ଅଗଷ୍ଟରେ ଗଣମାଧ୍ୟମରେ ଶିଳ୍ପ ସ୍ଥାପନା ପାଇଁ ଏନ୍ଓସି ପ୍ରଦାନ କରିବାକୁ ବିପୁଳ ଟଙ୍କା ଦେବାପାଇଁ ସମ୍ପୃକ୍ତ କ୍ଷମତାସୀନ ଦଳର ବିଧାୟକମାନେ ମୁଲଚାଲ୍ କରୁଥିବା ଖବର ପ୍ରସାରିତ ହୋଇଥିଲା। ସେମାନେ ମୁଖ୍ୟମନ୍ତ୍ରୀ ତଥା ବିଜେଡିର ସଭାପତି ନବୀନ ପଟ୍ଟନାୟକଙ୍କ ନାମ ନେଇ ଟଙ୍କା ମାଗୁଥିବା ଦେଖାଯାଇଥିଲା। ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଜେଡିର ଉକ୍ତ ଚାରିଜଣ ବିଧାୟକ ଜନ ପ୍ରତିନିଧି ହୋଇଥିବା କାରଣରୁ ସେମାନେ ଦୁର୍ନୀତି ନିବାରଣ ଅଧିନିୟମ -୧୯୮୮ର  ପରିସରଭୁକ୍ତ ବୋଲି ଏହି ଏତଲାରେ ଦର୍ଶାଯାଇଛି। ଏହି ବିଧାୟକମାନେ ଅନ୍ୟ ମନ୍ତ୍ରୀ, ବିଧାୟକ ଏପରିକି ମୁଖ୍ୟମନ୍ତ୍ରୀଙ୍କ ନାମ ବ୍ୟବହାର କରି ଟଙ୍କା ମାଗିଥିଲେ। ବିଜେଡିର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଅଛନ୍ତି। ତେଣୁ ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ବିନା ସହମତିରେ ଏଭଳି ଡିଲ୍ ହେବା ସମ୍ଭବ ନୁହେଁ ବୋଲି ଏତଲାରେ ଦର୍ଶାଯାଇଛି। ତେଣୁ  ଏହି ମାମଲାରେ ମୁଖ୍ୟମନ୍ତ୍ରୀ ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀବୋଲି ଏତଲାରେ କୁହାଯାଇଛି। ଏହା ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏହି ମାମଲାର ନିରପେକ୍ଷ ତଦନ୍ତ କରାଯିବାକୁ ଏତଲାରେ ଦାବି କରାଯାଇଛି।

DSC_0071

About surendrahota

Leave a Reply

%d bloggers like this:
Skip to toolbar