Breaking News
Home / Bhubaneswar / Odia language movement

Odia language movement

ଭାଷା ପାଇଁ କଳାପତାକା ପଟୁଆରରେ ଜଗଦିଶ୍ ବକ୍ସିପାତ୍ର ଭଦ୍ରକରୁ ଅଭୟ ଦ୍ୱିବେଦୀ, ବାରିପଦାରୁ ମୁକ୍ତିକାନ୍ତ ପଣ୍ଡା ଓ ଶୁଭ୍ରଜିତ୍ ସାମନ୍ତରାୟ

30 bhasa 4ଭୁବନେଶ୍ୱର ୩୦.୦୮.୨୦୧୬ (ବିଶ୍ୱରଞ୍ଜନ ମିଶ୍ର) ବିଗତଏପ୍ରିଲ ୧୩ ତାରିଖ (ପଣା ସଂକ୍ରାନ୍ତି) ଓଡ଼ିଆ ନବବର୍ଷ ଠାରୁ ଚାଲିଥିବା କଳାପତାକା ପଟୁଆର ୪୧ ଦିନ ଚାଲିବା ପରେ ମେ ୨୪ ତାରିଖ ଦିନ ସରକାରଙ୍କ ଅଧ୍ୟାଦେଶ ଯୋଗୁ ସ୍ଥଗିତ ରହିଥିଲା । ଏହି ଆନେ୍ଦାଳନର ନିର୍ଦ୍ଦିଷ୍ଟ ଦୁଇଟି ଦାବି ଉପରେ ଦୃଢଥିବା ବେଳେ ଗୋଟିଏ ଦାବି ହେଲା ଓଡ଼ିଆରେ ଓଡ଼ିଶା ଶାସନ ଓ ଅନ୍ୟଟି ଦଣ୍ଡ ବିଧାନ ବ୍ୟବସ୍ଥା । ସରକାର ଓଡ଼ିଆରେ ଓଡ଼ିଶା ଶାସନ ଚାଲିବା ପାଇଁ ଅଧ୍ୟାଦେଶ ବଳରେ ନିଜ ହାତକୁ ନେଇଥିଲେ । ପରବର୍ତ୍ତୀ ସମୟରେ ଆଇନରେ ଦଣ୍ଡ ବିଧାନ କରିବା କଥା, କିନ୍ତୁ ତାହା ନ କରି ଓଡ଼ିଆ ଜାତିକୁ ପଛରୁ ଛୁରିକା ଘାତ କରିବା ପାଇଁ ଚେଷ୍ଟା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭାଷା ଆନେ୍ଦାଳନ, ଓଡ଼ିଶା ଆଇନରେ ଦଣ୍ଡ ବ୍ୟବସ୍ଥା ପାଇଁ ଦାବି କରି ପୁନର୍ବାର ଅଗଷ୍ଟ ୧୬ ତାରିଖରୁ କଳା ପତାକା ପଟୁଆର ଆରମ୍ଭ କରିଛି ।    ଆଜି ୫୬ ଦିନ କଳାପତାକା ପଟୁଆରେ ଜଗଦିଶ୍ ବକ୍ସିପାତ୍ର, ଭଦ୍ରକରୁ ଅଭୟ ଦ୍ୱିବେଦୀ, ବାରିପଦାରୁ ମୁକ୍ତିକାନ୍ତ ପଣ୍ଡା ଓ ଶୁଭ୍ରଜିତ୍ ସାମନ୍ତରାୟ ପ୍ରମୁଖ ସାମିଲ ହୋଇ ବିଧାନସଭା ସମ୍ମୁଖ ନବକୃଷ୍ଣ ଚୋ÷ଧୂରୀଙ୍କ ପ୍ରତିମୂର୍ତ୍ତି ନିକଟରୁ ବାହାରି ରାଜ୍ୟପାଳଙ୍କ ବାସଭବନସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯାଇଥିଲେ। ପ୍ରତିଦିନ ପରି ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଠାରୁ କଳା ପତାକା ଗ୍ରହଣ କରି ୫ ଘଟିକା ସମୟରେ ପଟୁଆରଟି ବାହାରିଥିଲା । ଏହି ଅବସରରେ ଆଜିର ପଟୁଆରକୁ ଭାଷା ଆନେ୍ଦାଳନର ସଭାପତି ପ୍ରଦୁ୍ୟମ୍ନ ଶତପଥୀ ଓ ଆବାହକ ପବିତ୍ର ମହାରଥା ମଧୁବାବୁଙ୍କ ନିକଟକୁ ପାଛୋଟି ନେଇଥିଲେ ଏବଂ ସଭାପତି ତାଙ୍କର ସଂକ୍ଷିପ୍ତ ଅଭିଭାଷଣରେ କେତେଜଣ ଭାଷା ଦ୍ରୋହୀମାନେ ସରକାରଙ୍କର ହାତ ବାରିଶ ହୋଇ ଆନେ୍ଦାଳନକୁ ଭଣ୍ଡୁର କରିବା ପାଇଁ ଚେଷ୍ଟା କରୁଛନ୍ତି ଯାହାକି ସମ୍ଭବ ନୁହେଁ, ଯଥାସମ୍ଭବ ସେମାନଙ୍କ ପଥରୋଧ ପାଇଁ ଅନେକ ଦସ୍ତାବିଜ୍ ଆମ ପାଖେ ମହଜୁଦ୍ ଅଛି, ତେଣୁ କୋ÷ଣସି ଭାଷା ପ୍ରେମୀ ନିରୁତ୍ସାହିତ ବା ସେମାନଙ୍କ ଦ୍ୱାରା ପ୍ରତାରିତ ନ ହୋଇ ଭାଷା ପାଇଁ କାମ କରିବାକୁ ଆହ୍ୱାନ ଦେଇଥିଲେ ।  ପ୍ରତିଷ୍ଠାତା ସଭ୍ୟ ତୁଷାରକାନ୍ତ ଶତପଥୀ ପ୍ରମାଣି ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅଜୟ ଜେନା, ସଞ୍ଜିବ ପତ୍ରୀ, ନବ କିଶୋର ପ୍ରଧାନ, ସ୍ୱଦେଶ ଦାସ, ଷ୍ଟାଲିନ ଦାସ, ବିରଞ୍ଚି ମହାରଣା, ରୁଦ୍ରପ୍ରତାପ ବାଘ, ସବ୍ୟସାଚୀ ଶତପଥୀ, ପ୍ରତାପ ସାହୁ, ଜୟପ୍ରକାଶ ମିଶ୍ର, ସୁଭାଷ ପ୍ରଧାନ, ବିଭୁତି ଭୁଷଣ ମହାପାତ୍ର, ଭକ୍ତି ଭୂଷଣ ମହାପାତ୍ର, ବାବାଜି ଚରଣ ସ୍ୱାଇଁ, ବିକାଶ ସ୍ୱାଇଁ, ସଜତ କୁମାର ଜେନା ପ୍ରମୁଖ ସାମିଲ ହୋଇ ଭାଷା ଆନେ୍ଦାଳନକୁ ଆହୁରି ତୀବ୍ରତର କରି ରାଜ୍ୟର ସମସ୍ତ କୋଣ ଅନୁକୋଣକୁ ବ୍ୟାପକ କରିବା ପାଇଁ ଶପଥ ନେଇଥିଲେ ବୋଲି ଆବାହକ ପବିତ୍ର ମହାରଥା ଜଣାଇଛନ୍ତି ।

About surendrahota

Leave a Reply

%d bloggers like this:
Skip to toolbar