Breaking News
Home / Bhubaneswar / Removal of 8 Kilo tumor at Vivekananda hospital

Removal of 8 Kilo tumor at Vivekananda hospital

ବିବେକାନନ୍ଦ ହସ୍ପିଟାଲ୍ରେ ଲାପାରୋସ୍କୋପି ପଦ୍ଧତିରେ ଚଉଦବର୍ଷ ଝିଅ ପେଟରୁ ଆଠ କିଲୋ ଓଜନା ଏକ ଟୁ୍ୟମର ବାହାରିଲା।

PIC
ସାଧାରଣ ଅପରେସନ କରି ଆଠ କୀଲୋ ଓଜନର ଏକ ଓଭାରିଆନ୍ ଟୁ୍ୟମର ବାହାର କରିବା କିଛି ନୂଆ ମଥା ନୁହେଁ। କିନ୍ତୁ ଲାପାରୋସ୍କୋପି ପଦ୍ଧତିରେ ଏତେବଡ ଟୁ୍ୟମରକୁ ପେଟରେ ଗୋଟିଏ ଛୋଟ କଣା ଦ୍ୱାରା ବାହାର କରିବା ନିଶ୍ଚିତ ଭାବେ ଚିକିସôା ବିଜ୍ଞାନ କ୍ଷେତ୍ରରେ ଏକ ଆହ୍ୱାନ୍। ଗୋଟିଏ ଚଉଦବର୍ଷିୟ କନ୍ୟା ପେଟରୁ ଏଭଳି ଏକ ଟ୍ୟୁମର ବିନ ଅସୁବିଧାରେ ସୁରୁଖୁରୁରେ ବାହାର କରି ଅବିବାହିତ ଝିଅ ଦେହରେ ଏକ ଲମ୍ବା ଦାଗ ଜନିତ ସାମାଜିକ ଓ ମାନସିକ ଯନ୍ତ୍ରଣାରୁ ରକ୍ଷାକରାଯାଇଛି।ଏଭଳି ଏକ ଘଟଣା ଘଟିଛି ସ୍ଥାନୀୟ ବିବେକାନନ୍ଦ ହସ୍ପିଟାଲ୍ରେ। ଝିଅର ଅପରେସନ କରିବା ପାଇଁ ସହରର ବିଭିନ୍ନ ଡାକ୍ତରଙ୍କ ସହାୟତା ଲୋଡିଥିଲେ ତାର ବାପା ମା। ହେଲେ ଡାକ୍ତାରମାନେ ଏହାକୁ ଲାପାରୋସ୍କୋପି ସାହାଯ୍ୟରେ କରିବା ଅସମ୍ଭବ କହି ପେଟ କାଯି ବାହାର କରିବା ପାଇଁ ଉପଦେଶ ଦେଇଥିଲେ। କିନ୍ତୁ ବିବେକାନନ୍ଦ ହସ୍ପିଟାଲ୍ରେ ଉଚ୍ଚମାଦର ଅତ୍ୟାଧୁନିକ ଯନ୍ତ୍ର ସାହାଯ୍ୟରେ ତଥା କିଛି ଅନୁଭୁତି ସଂପନ୍ନ ଡାକ୍ତରମାନଙ୍କ ଟିମ୍ମାନଙ୍କ ସହାୟତାରେ ଲାପାରୋସ୍କୋପ ପଦ୍ଧତିରେ ଏ ଅସମ୍ଭବକୁ ସମ୍ଭବ କାି ଝିଅଟିକୁ ଆରୋଗ୍ୟ ପ୍ରଦାନ କରପାରିଛନ୍ତି। ଏଥି ସକାଶେ ଝିଅର ପିତା ମାତା ଅଭିଜ୍ଞ ଯୁବ ଡାକ୍ତର ପ୍ରତୁ୍ୟଶ କୁମାର ରାୟ  ଅନୁଭୁତି ସଂପନ ଓ ଆନେସ୍ଥେସିଆ ବିଶେଷଜ୍ଞ ଡାକ୍ତର ସରୋଜ କୁମାର ସାହୁ ଏବଂ ବିବେକାନନ୍ଦ ହସ୍ପିଟାଲ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଆଧୁନିକ ଚିକିସôା ବିଜ୍ଞାନରେ ଲାପାରୋସ୍କୋପି ପଦ୍ଧତିରେ ହେଉଥିବା ଅଗ୍ରଗତି ସାଙ୍ଗରେ ତାଳଦେଇ ଚାଲିଛି ବିବେକାନନ୍ଦ ହସ୍ପିଟାଲ ,ଏଠାକାର ଅତ୍ୟାଧୁନିକ ଯନ୍ତ୍ର ତଥେ ଅଭିଜ୍ଞ ଖ୍ୟାତି ସଂପନ୍ନ ଡାକ୍ତର, ମାନଙ୍କ ସହାୟତାରେ ଲାପାରୋସ୍କୋପି ଉପାୟରେ ଗୋଟିଏ କ୍ଷୁଦ୍ର ଛିଦ୍ର ଦେଇ ୟିରେଟସ୍ , ଓଭାରି ,କିଡ୍ନି ,ଗଲ୍ବ୍ଲାଡର , ଥାଇରଡ୍ , ଓ ଟନସିଲର୍ ମଧ୍ୟ ଅପରେସନ୍ କରାଯାଇପାରୁଛି। ଯାହାସାହାଯ୍ୟରେ ରୋଗୀ ଦିନେ ବା ଦୁଇଦିନ ମଧ୍ୟରେ ସଂପନ୍ନ ଆରୋଗ୍ୟ ଲାଭକରି  ନିଜ କାର୍ଯ୍ୟରେ ଯୋଗଦାନ କରିବା ପାଇଁ ସକ୍ଷମ ହେଉଛି।

About surendrahota

Leave a Reply

%d bloggers like this:
Skip to toolbar