Breaking News
Home / Bargarh / 154th Gangadhar Jayanti Celebration at AYS Bargarh

154th Gangadhar Jayanti Celebration at AYS Bargarh

ସତ୍ୟ-ଶିବ-ସୁନ୍ଦରର ଏକନିଷ୍ଠ ଉପାସକ ଗଙ୍ଗାଧର

DSC04786 ବରଗଡ,18.08.2018-ସ୍ୱଭାବକବି ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟର ଜଣେ ମହାରଥି ତଥା ସତ୍ୟ ଶିବ ସୁନ୍ଦରର ଏକନିଷ୍ଠ ଉପାସକ ଓ ମାନବବାଦର ଆଦ୍ୟ ପ୍ରବର୍ତ୍ତକ ବୋଲି ଗତକାଲି ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ଜୟନ୍ତୀ ସଭାର ଆଲୋଚକ ମାନେ ମତବ୍ୟକ୍ତ କରିଛନ୍ତି।ସେ ପ୍ରକୃତି ଚିତ୍ରଣରେ ସିଦ୍ଧହସ୍ତ ଥିଲେ।ବହିଃ ପ୍ରକୃତି ସହ ଅନ୍ତଃ ପ୍ରକୃତିର ସମନ୍ୱୟ ତଥା ସ୍ୱତନ୍ତ୍ର ଦୃଷ୍ଟିକୋଣ ତାଙ୍କ ସିଦ୍ଧହସ୍ତତାର ସୁଷ୍ପଷ୍ଟ ପରିଚୟ ବୋଲି ଏଥିରେ ମତ ପ୍ରକାଶ ପାଇଥିଲା। ଅଗ୍ରଗାମୀ ଯୁବକ ସଂଘର ସଭାପତି ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗୀନୀ ଛୁରିଆ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ , ବରଗଡ଼  ଲୋକସଭା ସାଂସଦ ଡ଼କ୍ଟର ପ୍ରଭାସ ସିଂହ, ବରେଣ୍ୟ ଅତିଥି ଏବଂ  ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୂର୍ବତନ ସଭାପତି ହୁସେନ ରବିଗାନ୍ଧୀ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ।ସଭାର ପ୍ରାରମ୍ଭରେ ବିକାଶ ରେସିଡ଼େନସିଆଲ ସ୍କୁଲର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଗଙ୍ଗାଧର ସଙ୍ଗୀତ ବିଚିତ୍ରା ଅନୁଷ୍ଠିତ ହୋଇଥିଲା। ସଙ୍ଗୀତ ନିଦେ୍ର୍ଦଶକ ଗୋପାଲ ପ୍ରସାଦ ମିଶ୍ର ଓ ସୁଶୀଲ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସଂଘର ସଭାପତି ତଥା ବିଧାୟକ ଦେବେଶ ଆଚାର୍ଯ୍ୟ ଅଗ୍ରଗାମୀ ଯୁବକ ସଂଘର ଗୌରବମୟ ଇତିହାସ ସମ୍ପର୍କରେ ସୂଚନା ଦେବା ସହ ଅଗ୍ରଗାମୀ ଯୁବକ ସଂଘର ତିନି ପ୍ରମୁଖ ସେଲ ଯଥା ଅଗ୍ରଗାମୀ ବାୟୋ ଡ଼ାଇଭରସିଟି ସେଲ,ଅଗ୍ରଗାମୀ ଲିଟେରାରୀ ସେଲ ଓ ଅଗ୍ରଗାମୀ କଲଚୁରାଲ ସେଲକୁ ଅଧିକ ସକ୍ରୀୟ କରାଯିବଏବଂ ତହିଁର ମାଧ୍ୟମରେ ଅଞ୍ଚଳର ବିଜ୍ଞ ଗୁଣିଜନଙ୍କୁ ଅଗ୍ରଗାମୀ ଯୁବକ ସଂଘ ସହ ଯୋଡ଼ାଯିବ ବୋଲି ସୂଚନା ଦେଇଥିଲେ। ଏହି ଅବସରରେ ଅଗ୍ରଗାମୀ ଯୁବକ ସଂଘ ପକ୍ଷରୁ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ଲୋକସଭା ସଦସ୍ୟ ଡ଼କ୍ଟର ପ୍ରଭାସ ସିଂହ ,ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଏବଂ ସାହିତି୍ୟକ ହୁସେନ ରବି ଗାନ୍ଧୀଙ୍କୁ ଉପାୟନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ସେହିପରି ବରଗଡ଼ର ବିଶିଷ୍ଟ ସମାଜସେବୀ ସର୍ବେଶ୍ୱର ରଥ (କୁନୁ ବାବୁ)ଙ୍କୁ ଚଳିତ ‘ଗଙ୍ଗାଧର ସମ୍ମାନ, ଓ ବରଗଡ଼ ନଦୀପଡ଼ାର ଆର୍ନ୍ତଜାତିକ ବାଳୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କୁ ‘ଗଙ୍ଗାଧର ସାଂସ୍କୃତିକ ସମ୍ମାନ’ ପ୍ରଦାନ କରାଯାଇଥିଲା। ମୁଖ୍ୟବକ୍ତା ହୁସେନ ରବି ଗାନ୍ଧୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଯେ ସ୍ୱଭାବକବି ଗଙ୍ଗାଧର ମେହେର ବାସ୍ତବରେ ଜଣେ ନିରଳଷ ପ୍ରକୃତି ପ୍ରେମୀ ବ୍ୟକ୍ତି ଥିଲେ।ସମଗ୍ର ଜୀବ ଜଗତରେ ବିଭୁସତ୍ତା ଉପଲବ୍ଧୀ କରିପାରୁଥିବା କବି ଗଙ୍ଗାଧର ମେହେର ବାସ୍ତବରେ ଜଣେ ବ୍ରହ୍ମଜ୍ଞ ପଣ୍ଡିତ ଥିଲେ। ଗଙ୍ଗାଧରଙ୍କ ପ୍ରତ୍ୟେକ ଉକ୍ତି ଅତ୍ୟନ୍ତ ହୃଦୟଶ୍ୱର୍ସିୀ ଅଟେ। ଗଙ୍ଗାଧରଙ୍କ ପ୍ରଦର୍ଶିତ ମାର୍ଗର ଅନୁସରଣ କରି ମଣିଷ ଯଦି ‘ମୁଁ’କାରକୁ ପରିହାର କରିପାରିବ ତାହେଲେ  ମଣିଷ ଦେବତ୍ୱ ଲାଭ କରିବ।ବାସ୍ତବରେ ଗଙ୍ଗାଧର ମଣିଷ ପରି ମଣିଷଟିଏ ଥିଲେ ବୋଲି ହୁସେନ ରବି ଗାନ୍ଧୀ ମନ୍ତବ୍ୟ ଦେଇଥିଲେ।ସେହିପରି ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଗଙ୍ଗାଧର ମେହେର ଅତ୍ୟନ୍ତ ପ୍ରତିକୂଳ ପରିବେଶରେ ବସବାସ କରିଥିଲେ। ତାଙ୍କ ଆଦର୍ଶବାଦୀ ଚିନ୍ତାଧାରା ସକାଶେ ତାଙ୍କୁ ବହୁବାର ଅପମାନିତ ହେବାକୁ ପଡ଼ିଛି। ଏଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଗଙ୍ଗାଧର ମଧୁମୟ ବିଶ୍ୱର କାମନା କରିଛନ୍ତି।ତାଙ୍କ କାବ୍ୟ କବିତାରେ ତତକାଳୀନ ପ୍ରତିକୁଳ ପରିସ୍ଥିତିର ଛାପ ପଡ଼ିନାହିଁ। ପ୍ରତିଟି କ୍ଷେତ୍ରରେ ସେ ଅମୃତର ସତ୍ତା ଉପଲବ୍ଧô କରିଛନ୍ତି ବୋଲି ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ମନ୍ତବ୍ୟ ଦେଇଥିଲେ।ସେହିପରି ଲୋକସଭା ସଦସ୍ୟ ଡ଼କ୍ଟର ପ୍ରଭାସ ସିଂ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ନଦୀ ଓ କବି ଉଭୟଙ୍କୁ କୌଣସି ଆାଞ୍ଚଳିକ ସରହଦ ମଧ୍ୟରେ ଆବଦ୍ଧ କରି ରଖାଯାଇ ପାରିବ ନାହିଁ। ସେମାନେ ବାସ୍ତବରେ ଜାତୀୟ ସମ୍ପତ୍ତି। ଗଙ୍ଗାଧର ମେହେରଙ୍କ କାବି୍ୟକ ଚେତନା ସମ୍ପର୍କରେ ଏପର୍ଯ୍ୟନ୍ତ ବିଶ୍ୱବାସୀ ପପରିଚିତ ହୋଇ ନାହାନ୍ତି। ଏଣୁ ତାଙ୍କ ସାହିତ୍ୟ କୃତି କିଭଳି ବିଶ୍ୱରେ ବିଭିନ୍ନ ଭାଷାରେ ଅନୁବାଦିତ ହୋଇ ପାରିବ ସେ ଦିଗରେ ପ୍ରୟାସ କରିବାକୁ ସେ ଆହ୍ୱାନ ଦେଇଥିଲେ। ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଯେ ଗଙ୍ଗାଧରଙ୍କ କାବ୍ୟ ତପସ୍ୱିନୀ  ଶହେବର୍ଷ ଅତିକ୍ରାନ୍ତ କରି ସାରିଛି। ଶହେ ବର୍ଷ ପୂର୍ବେ ଦେଶରେ ମହିଳାଙ୍କ ମାନେ ପ୍ରତିକୂଳ ପରିସ୍ଥିତିରେ ରହୁଥିଲେ। ସେ ସମୟରେ ମଧ୍ୟ କବି ଗଙ୍ଗାଧର ତାଙ୍କ କାବ୍ୟ କବିତାରେ ନାରୀ ଜାତିକୁ ସମାଜର ଶୀର୍ଷ ସ୍ଥାନରେ ପହଞ୍ଚାଇଥିଲେ।ଏଥି ସକାଶେ ସେ ସାମଗ୍ରିକ ରୂପେ ନାରୀ ଜାତିର ଚିର ନମସ୍ୟ ହୋଇ ରହିବେ।ସହ ସମ୍ପାଦକ ଗୋପାଳ ପ୍ରସାଦ ମିଶ୍ର ମାନପତ୍ର ପାଠ କରିଥିବା ସମୟରେ ଶେଷରେ ଅଗ୍ରଗାମୀ ଯୁବକ ସଂଘ ପକ୍ଷରୁ ତ୍ରିନାଥ ପ୍ରସାଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

About surendrahota

Leave a Reply

%d bloggers like this:
Skip to toolbar