Breaking News
Home / Sambalpur / Triranga yatra by Union Tribal Minister Juel Oram at Khinda

Triranga yatra by Union Tribal Minister Juel Oram at Khinda

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ତି୍ରରଙ୍ଗା ଯାତ୍ରା

image2ସମ୍ବଲପୁର, ତା.୧୭.୮.୨୦୧୬ (ଜଶବୀର ସିଂ) ଭାରତୀୟ ଜନତା ପାର୍ଟି ତରଫରୁ ଦେଶଭରି ଚାଲିଥିବା ତ୍ରିରଙ୍ଗା ଯାତ୍ରା ଅବସରରେ ଆଜି ବୁଧବାର  ଦିନ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ସମ୍ବଲପୁରର ରେଙ୍ଗାଲି ଠାରୁ ତାଙ୍କର ତି୍ରରଙ୍ଗା ଯାତ୍ରା ଆରମ୍ଭ କରିଛନ୍ତି। ପୂର୍ବାହ୍ନରେ ସମ୍ବଲପୁର ଠାରେ ଦଳୀୟ କାର୍ଯ୍ୟକର୍ତାମାନଙ୍କର ଏକ ବୈଠକରେ ଯୋଗଦେଇ ସାରି ଶ୍ରୀ ଓରାମ ପ୍ରଥମେ ସମ୍ବଲପୁର ଜେଲ ଛକସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସି.ଏସ୍ ପୁରର ଗାନ୍ଧୀପାର୍କରେ ଥିବା ମହାତ୍ମା ଗାନ୍ଧି ଏବଂ ଅଇଁଠାପାଲି ଠାରେ ଥିବା ସହିଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ଶ୍ରୀ ଓରାମ ଦିବା ୧୧ ଟାରେ ୨୦୦ରୁ ଉଦ୍ଧ୍ୱର୍ ଏକ ବିରାଟ ମୋଟର ସାଇକେଲ ର୍ୟାଲିରେ ରେଙ୍ଗାଲି ଛକ ଠାରୁ  ତ୍ରିରଙ୍ଗା ଯାତ୍ରା ଆରମ୍ଭ କରି ବୀର ସୁରେନ୍ଦ ସାଏଙ୍କ ଗ୍ରାମ ଖିଣ୍ଡା ପର୍ଯ୍ୟନ୍ତ ଯାଇଥିଲେ । ମନ୍ତ୍ରୀ ଶ୍ରୀ ଓରାମ ଖିଣ୍ଡା ଠାରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତି ସ୍ତମ୍ଭରେ ପୁଷ୍ଫମାଲ୍ୟ ଅର୍ପଣ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ। ଏହି ଅବସରରେ ଆୟୋଜିତ ଏକ ସ୍ମୃତି ସଭାରେ ଉଦ୍ବୋଧନ ଦେଇ ଶ୍ରୀ ଓରାମ ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିଚାରଣ କରିଥିଲେ। ସେ କହିଥିଲେ ଯେ ଦେଶ ଗଠନରେ ସମ୍ବଲପୁରର ଭୂମିକା ଅତୁଳନୀୟ। ୧୮୫୭ରେ ଆରମ୍ଭ ହୋଇଥିବା ପ୍ରଥମ ସ୍ୱାଧୀନତା ଆନେ୍ଦାଳନର ବହୁ ପୂର୍ବରୁ ସମ୍ବଲପୁରରେ ଇଂରେଜମାନଙ୍କ ବିରୁଦ୍ଧରେ  ସ୍ୱର ଉତୋଳନ କରିଥିରେ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ। ଯୌବନର ଦୀର୍ଘ ୧୭ ବର୍ଷ ଏବଂ ଶେଷ ପର୍ଯ୍ୟାୟରେ ୨୦ ବର୍ଷ ବନ୍ଦି ଜୀବନ ବିତାଇ ଏବଂ ଶେଷରେ ମୃତୁବରଣ କରି ସ୍ୱାଧୀନତା ସଂଗ୍ରାମ ଇତିହାସରେ ନିଜର ନାମକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରାଇଥିଲେ।  ଶ୍ରୀ ଓରାମ କହିଥିଲେ ଯେ ସ୍ୱାଧୀନତାର ଦୀର୍ଘ ୭୦ ବର୍ଷ ବିତି ଯାଇଥିଲେ ମଧ୍ୟ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନକୁ ଗୁରୁତ୍ୱ ଦିଆଯାଇ ନାହିଁ । ଏହି ସ୍ଥାନକୁ ପର୍ଯ୍ୟଟନି ସ୍ଥଳର ମାନ୍ୟତା ଏବଂ  ଏଠାରେ ଏକ ସଂଗ୍ରହାଳୟ ସ୍ଥାପନ ଲାଗି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ଓରାମ କହିଥିଲେ।ଏହି କାର୍ଯ୍ୟକ୍ରମମାନଙ୍କରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି କେନ୍ଦ୍ରୀୟ ସମ୍ପାଦକ ଶ୍ରୀ ସୁରେଶ ପୂଜାରୀ,ବିଧାୟିକ ରାଧାରାଣୀ ପଣ୍ଡା, ବିଧାୟକ ରବି ନାଏକ, ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର, ନାଉରୀ ନାୟକ, ସୀମାଂଚଳ ଖଟେଇ, ଗୋବିନ୍ଦ ଅଗ୍ରୱାଲ, ଦାମୋଦର କର. ରିକନ ପଟ୍ଟନାୟକ, ଆରତୀ ବରାଡ଼, ଆଶିଷ ହୋତା, ରମେଶ ପ୍ରଧାନ, ପ୍ରଶାନ୍ତ କୁମାାର ପଣ୍ଡାଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

image1

About surendrahota

Leave a Reply

%d bloggers like this:
Skip to toolbar