Breaking News
Home / Bhubaneswar / Model United Nations 2016 summit at KiiT International School

Model United Nations 2016 summit at KiiT International School

କିଟ୍ ଆନ୍ତର୍ଜାତିକ ସ୍କୁଲରେ ମଡେଲ ଜାତିସଂଘ(ମୁନ) ଉପରେ ସମ୍ମିଳନୀ

inagural session (13) inagural session (18) inagural session (20)
ଭୁବନେଶ୍ୱର,ତା୧୬ା୮ା୨୦୧୬: କିଟ୍ ଆନ୍ତର୍ଜାତିକ ସ୍କୁଲରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ କୂଟନୈତିକ ପ୍ରତିନିଧିଙ୍କ ଉପସ୍ଥିତିରେ ‘ଗୋଟିଏ ସମୟରେ ବିଶ୍ୱ ଏକ ମଡେଲ ଜାତିସଂଘରେ ପରିଣତ ହେଉଛି’ ଶୀର୍ଷକରେ  ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିମ୍ବାୱେ, ଜିବୁତି, ଗିନି, ବଲିଭିଆ, ଟୋଗୋ, କଲମ୍ବିଆ, ବୁରକିନା ଫାସୋ, ଘାନା, ସୋମାଲିଆ ଏବଂ ଆଫଗାନିସ୍ତାନର ରାଷ୍ଟ୍ରଦୂତ ଓ କୂଟନୈତିକ ପ୍ରତିନିଧି ଏବଂ ଜାତିସଂଘର ପ୍ରତିନିଧି ଭାବେ ଶାସନ ବିଶେଷଜ୍ଞ ଡଃ ସୁରଜ କୁମାର, ଏଫଏକ୍ସବି ସୁରକ୍ଷା ଇଣ୍ଡିଆର ସିଇଓ ଶ୍ରୀମତୀ ମମତା ବର୍ଗୋୟାରୀ, ଓଡିଶା ୟୁନାଇଟେଡ ନେସନ୍ସ ପପୁଲେସନ ଫଣ୍ଡ ରାଜ୍ୟ ମୁଖ୍ୟ ଡଃ ଦୀପା ପ୍ରସାଦ ପ୍ରମୁଖ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଉପସ୍ଥିତ ଛାତ୍ର ନେତାମାନଙ୍କୁ ନିଜର ଉଦବୋଧନରେ ବିଶ୍ୱକୁ ବାସଯୋଗ୍ୟ କରିବା ନେଇ ମୂଲ୍ୟବାନ ମତାମତ ଉପସ୍ଥାପନ କରିଥିଲେ। ଏହି ଅବସରରେ କିଟ୍ର ପ୍ରତିଷ୍ଠାତା ଡଃ ଅଚୁ୍ୟତ ସାମନ୍ତ ସବୁଠାରୁ ପୁରାତନ ମଡେଲ ଜାତିସଂଘ ସମ୍ମିଳନୀର ୫ମ ସଂସ୍କରଣର ସଫଳତା କାମନା କରିଥିଲେ।     ଚଳିତବର୍ଷ ୩୨ ଟି ସ୍କୁଲର ୫୦୦ରୁ ଉଦ୍ଧ୍ୱର୍ ପ୍ରତିନିଧି ଯୋଗ ଦେଇ ୬ଟି ପରିଷଦ ମାଧ୍ୟମରେ ମାନବ ସମାଜରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ଯଥା ଜାତିସଂଘର ସାଧାରଣ ପରିଷଦରେ ଉଠିଥିବା ବହୁପୁରୁଣା ଇସ୍ରାଏଲ-ପାଲେଷ୍ଟାଇନ ବିବାଦରୁ ଆରମ୍ଭ କରି ନିକଟରେ ହାଉସ ଅଫ କମନ୍ସରେ ଉଠିଥିବା  ବ୍ରେକ୍ଜିଟ ଜନମତ ଉପରେ ଆଲୋଚନା କରିଥିଲେ। ‘ଗୋଟିଏ ସମୟରେ ବିଶ୍ୱ ଏକ ମଡେଲ ଜାତିସଂଘରେ ପରିଣତ ହେଉଛି’ ଲକ୍ଷ୍ୟକୁ ଏହି ସମ୍ମିଳନୀ ପୂରଣ କରିବା ନେଇ ମତପ୍ରକାଶ ପାଇଥିଲା।    ଆଲୋଚନାର ଦ୍ୱିତୀୟ ପର୍ଯ୍ୟାୟରେ ଡଃ ଶଶି ଥରୁର ଏବଂ ଡଃ ସୁରଜ କୁମାରଙ୍କ ନେତୃତ୍ୱରେ ‘ହିଫରସୀ ଟକସୋ’ ମାଧ୍ୟମରେ ଚଳିତବର୍ଷର ସଂସ୍କରଣ ଅନୁଯାୟୀ ଓଡିଶାରେ ଲିଙ୍ଗଗତ ସମାନତାକୁ ନେଇ ଆଲୋଚନା ହୋଇଥିଲା। ଡଃ ଥରୁର ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ନିଜର ଉଦବୋଧନରେ ମହିଳାଙ୍କ ପ୍ରତି ଥିବା ଭେଦଭାବକୁ ଚିକ୍ରାର କରି ଦବାଇ ଦିଆଯାଇପାରିବ ନାହିଁ ଦର୍ଶାଇ ଲିଙ୍ଗଗତ ଅସମାନତା ବିରୋଧରେ ଲଢ଼େଇ କରିବାକୁ ଆହ୍ୱାନ ଦେବା ସହ ସମ୍ମିଳନୀ ଶେଷ ହୋଇଥିଲା।  ଓଡିଶାର ସର୍ବପୁରାତନ ଜାତିସଂଘ ସମ୍ମିଳନୀ ଧୂମଧାମରେ ସଫଳତାର ଆୟୋଜନ କରାଯାଇପାରିଛି।

About surendrahota

Leave a Reply

%d bloggers like this:
Skip to toolbar