Breaking News
Home / Bhubaneswar / 70th Independence day celebration by PCC

70th Independence day celebration by PCC

ପ୍ରଦେଶ କଂଗ୍ରେସ ପକ୍ଷରୁ ପବିତ୍ର ସ୍ୱାଧିନତା ଦିବସ ପାଳିତ

PCC
ଭୁବନେଶ୍ୱର ତା ୧୫.୮.୨୦୧୬ (ବିଶ୍ୱରଞ୍ଜନ ମିଶ୍ର) – ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୭୦ ତମ ସ୍ୱାଧିନତା ଦିବସ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ କଂଗ୍ରେସ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ଅଗଷ୍ଟ ମାସ ଭାରତବର୍ଷ ପାଇଁ ଏକ ମହତ୍ୱପୂର୍ଣ୍ଣ ମାସ ଅଟେ। ଏହା ସଂଗ୍ରାମର ମାସ। ସ୍ୱାଧିନତା ହାସଲ ପାଇଁ ଯେଉଁ ମହାମନିଷୀମାନେ ଜୀବନ ବଳିଦାନ ଦେଇଛନ୍ତି, ଆଜି ସେହି ଦିବଂଗତ ଆତ୍ମାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଆମ ରାଜ୍ୟ ଗଠନର ୮୦ ବର୍ଷ ପୂରି ୮୧ ବର୍ଷ ହେଲାଣି। କିନ୍ତୁ ସେତେବେଳର ସ୍ୱପ୍ନ ଆଜି ସଫଳ ହୋଇପାରିନାହିଁ। ଆଜି ବି ଓଡିଆ ବେକାରୀ, ବେମାରୀ, ଦେଶାନ୍ତରୀ ଓ ଭୋକମାରୀରେ ଆଉଟୁପାଉଟୁ ହେଉଛି। ଗୁମୁଡୁମାହା ଠାରେ ପୋଲିସର ଗୁଳିକାଣ୍ଡ, ନଗଡାରେ ପୁଷ୍ଟିହୀନତା ଓ ଡେଙ୍ଗୁ ଭଳି ଘଟଣାର ଉଦାହରଣ ଦେଇ ଶ୍ରୀ ହରିଚନ୍ଦନ ରାଜ୍ୟ ସରକାରଙ୍କର ବିଫଳତାର ସମାଲୋଚନା କରିଥିଲେ। ସେ ଦିନର ସ୍ୱପ୍ନକୁ ଚରିତାର୍ଥ କରିବା ପାଇଁ ଆଜି ପ୍ରତ୍ୟେକ କଂଗ୍ରେସ କର୍ମୀ ଉତ୍ସର୍ଗୀକୃତ କାମ କରିବାକୁ ଶ୍ରୀ ହରିଚନ୍ଦନ ଆହ୍ୱାନ କରିଥିଲେ। ସେବାଦଳ ପକ୍ଷରୁ ଶ୍ରୀ ନବ ନାୟକ ଓ ଶ୍ରୀ ଜ୍ୟୋତିଷ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶ୍ରୀକାନ୍ତ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ରବିନ୍ଦ୍ର କୁମାର ସେଠୀ, ଡ. ଯୁଧିଷ୍ଠିର ଜେନା, ଶିବାନନ୍ଦ ରାୟ, ଜଗନ୍ନାଥ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ଅଧ୍ୟାପକ କୈଳାସ ଆଚାର୍ଯ୍ୟ, ଶୁଭେନ୍ଦୁ ମହାନ୍ତି, ବଟକୃଷ୍ଣ ତି୍ରପାଠୀ, ସୀତାକାନ୍ତ ମହାପାତ୍ର, କିଶୋର ଜେନା, ସମୀର କୁମାର ରାଉତରାୟ, ଡ. ଲଲାଟେନ୍ଦୁ ମହାପାତ୍ର, ହରିଶ୍ ଗୌରାଙ୍ଗ, ସୁମିତ୍ରା ଜେନା, ମନୋରଞ୍ଜନ ଦାଶ, ସୁଲୋଚନା ଦାସ, ସନ୍ଧ୍ୟା ମହାପାତ୍ର, ସଂଗ୍ରାମ କେଶରୀ ଜେନା, ସସ୍ମିତା ବେହେରା, ଅମୀୟ ପଟ୍ଟନାୟକ, ଲୋକନାଥ ମହାରଥି, ପ୍ରକାଶ ଜେନା, ବିଣାପାଣି ସାମଲ, ଅବଦୁଲ୍ ବାରୀ, ପ୍ରକାଶ ମିଶ୍ର, ବିଜୟ ଦ୍ୱିବେଦୀ, ରାଘବ ସେଠୀ, ସୁଧାଂଶୁ ମହାନ୍ତି, ସୁଶାନ୍ତ ତି୍ରପାଠୀ, ଗିରିଜା ଶଙ୍କର ଦାଶ, ମନୋଜ ମହାପାତ୍ର, ସୁଶାନ୍ତ ବେହେରା, ରାମକୃଷ୍ଣ ପରିଡା, ସଞ୍ଜୟ ତି୍ରପାଠୀ, ଦିପକ ସାହୁ, ପ୍ରଣତୀ ମିଶ୍ର, ସତ୍ୟବ୍ରତ ନାୟକ, ବିନୋଦିନୀ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, ସୌମ୍ୟପ୍ରକାଶ ମହାପାତ୍ର, ସ୍ୱାଧିନବାଳା ଦାସ, ଯୋଗୀନାଥ ବାହୁବଳେନ୍ଦ୍ର, ମାନସ ଆଚାର୍ଯ୍ୟ, ଏନ୍.ବି. ଚଇନି, ସଞ୍ଜୟ ସାହୁ, ସଞ୍ଜୟ ମିଶ୍ର, ରବିନ୍ଦ୍ର ଆଚାର୍ଯ୍ୟ, ମନୋରଞ୍ଜନ ରାଉତରାୟ, ଜୟକୃଷ୍ଣ ମଲିଆ, ଅନିଲ୍ ବେଉରା, ରନôାକର ବେହେରା, ଜାନକୀ ମଲ୍ଲିକ, ଅଶୋକ ସିଂ, ବନମାଳି ବେହେରା, କମଲ୍ ସିଂ, ସଞ୍ଜୟ ପରିଡା ପ୍ରମୁଖ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

About surendrahota

Leave a Reply

%d bloggers like this:
Skip to toolbar