Breaking News
Home / Bhubaneswar / Reaction of BJP on the Bad call given by Congress on 16th

Reaction of BJP on the Bad call given by Congress on 16th

ମହାନଦୀ ଜଳ  ସମସ୍ୟା ସମାଧାନ ଛାଡି ରାଜନୈତିକ ସ୍ୱାର୍ଥ ସାଧନର ଦୌଡରେ ଥିବା ବିଜେଡି ସହ ବନ୍ଦ ଡାକରା ଦେଇ କଂଗ୍ରେସ ଏହି ଦୌଡରେ ସାମିଲ ହୋଇଛି : ବିଜେପି

–    ଆନେ୍ଦାଳନ ଦ୍ୱାରା ଉଭୟ  ଦଳଙ୍କ  ଓଡିଶାବାସୀଙ୍କ ଦୃଷ୍ଟିକୁ ମୂଳ ସମସ୍ୟାରୁ ହଟାଇ ରାଜନୈତିକ ସ୍ୱାର୍ଥ ପାଇଁ  ବିଭ୍ରାନ୍ତ କରିବାର ହୀନ ଉଦ୍ୟମ
–    ମହାନଦୀ ଓଡିଶାର ଜୀବନ ରେଖା, ଅଣ ମୌସୁମୀ ସମୟରେ ମଧ୍ୟ  ଓଡିଶା ଅବାରିତ ଜଳ ପ୍ରବାହ ନେଇ ବିଜେପି ପ୍ରତିଶ୍ରୁତିବଦ୍ଧ
BJP
ଭୁବନେଶ୍ୱର, ତା.୧୨/୦୮: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କଂଗ୍ରେସ ଦଳର  ଓଡିଶା ବନ୍ଦ ଡାକରା , ବିଜୁ ଜନତା ଦଳର ଦୀର୍ଘ ଦିନ ଧରି ଚାଲୁଥିବା ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କାର୍ଯ୍ୟକ୍ରମ ସମାନ ମାନସିକତାର ପରିପ୍ରକାଶ ବୋଲି ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। କଂଗ୍ରେସ ଓ ବିଜେଡିର ଆନେ୍ଦାଳନ ପ୍ରଜାତନ୍ତ୍ରରେ ରାଜନୈତିକ ଅଧିକାରଭୁକ୍ତ। ମାତ୍ର ଏହି ଆନେ୍ଦାଳନ ଦ୍ୱାରା  ମହାନଦୀର ପାଣିକୁ ନେଇ ଓଡିଶାର ସ୍ୱାର୍ଥ ରକ୍ଷା ହୋଇ ପାରିବ ନାହିଁ।  ଏହି ଆନେ୍ଦାଳନ ଦ୍ୱାରା ଉଭୟ  ଦଳ ଓଡିଶାବାସୀଙ୍କ ଦୃଷ୍ଟିକୁ ମୂଳ ସମସ୍ୟାରୁ ହଟାଇ ରାଜନୈତିକ ସ୍ୱାର୍ଥ ପାଇଁ  ବିଭ୍ରାନ୍ତ କରିବାର ହୀନ ଉଦ୍ୟମ। ଓଡିଶା ଓ ଛତିଶଗଡର ମୁଖ୍ୟ ଶାସନ ସଚିବଙ୍କ  ମଧ୍ୟରେ କେନ୍ଦ୍ର ଜଳ  ସମ୍ପଦ ସଚିବଙ୍କ  ମଧ୍ୟସ୍ଥତାରେ ଅନୁଷ୍ଠିତ ବୈଠକର ୧୫ ଦିନ ବିତି ସାରିଲା ପରେ ମଧ୍ୟ ଓଡିଶା ସରକାରଙ୍କର ନୀରବତା ଘୋର ଚିନ୍ତାର ବିଷୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି।ବିଜେଡିର ରାଜନୈତିକ ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରତିନିଧି ମାନଙ୍କୁ ଛତିଶଗଡକୁ ମହାନଦୀ ଜଳ ସମସ୍ୟା ସମ୍ବନ୍ଧରେ ଅନୁଧ୍ୟାନ କରିବାକୁ ପଠାଇଥିଲେ । ତ୍ତମାତ୍ର  ଖୋଦ ସେ ନିଜେ, ମୁଖ୍ୟ ଶାସନ ସଚିବ, ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ମାନେ ସମସ୍ୟା ଠାରୁ ମୁହଁ କାହିଁକି ଲୁଚାଉଛନ୍ତି ବୋଲି ପ୍ରଶ୍ନ କରିବା ସହ କଂଗ୍ରେସର ଏହି ବନ୍ଦ ଡାକରା ବିଜେଡିର ସମସ୍ୟା ଠାରୁ ଦୂରେଇ ରାଜନୈତିକ ସ୍ୱାର୍ଥର ଲଢେଇ ଠାରୁ କୌଣସି ମାତ୍ରାରେ ଭିନ୍ନ ନୁହେଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ମହାନଦୀ ଓଡିଶାର ଜୀବନ ରେଖା।  ଅଣ ମୌସୁମୀ ସମୟରେ ମଧ୍ୟ  ଓଡିଶା ଅବାରିତ ଜଳ ପ୍ରବାହ ନେଇ ବିଜେପି ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଓଡିଶାକୁ ମହାନଦୀ ପାଣି ସମସ୍ୟା ସମାଧାନର ରାସ୍ତା କାଢିବା ପରିବର୍ତେ ଏହାକୁ ରାଜନୈତିକ ଦୃଷ୍ଟିରୁ ସ୍ୱାର୍ଥ ସାଧନ ପାଇଁ ଉଭୟ ଦଳର ଚେଷ୍ଟାକୁ ଓଡିଶାବାସୀ ପ୍ରତ୍ୟାଖ୍ୟାନ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।  ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ରବି ନାରାୟଣ ନାଏକ ଏବଂ ସାଧାରଣ ସଂପାଦକ ରଂଜନ ପଟେଲ ଉପସ୍ଥିତ ଥିଲେ।

About surendrahota

Leave a Reply

%d bloggers like this:
Skip to toolbar