Breaking News
Home / Agriculture / Mahanadi River dispute. BJD will take final step on 12th August : F.M Pradeep Amat

Mahanadi River dispute. BJD will take final step on 12th August : F.M Pradeep Amat

ମହାନଦୀ ଜଳ ବିବାଦ ନେଇ ଚୂଡ଼ାନ୍ତ ରଣନୀତି ୧୨ ତାରିଖରେ ପ୍ରସ୍ତୁତ ହେବ: ପ୍ରଦୀପ ଅମାତ

1
ବରଗଡ଼,୧୦ା୮/୨୦୧୬ (ସୁରେନ୍ଦ୍ର ହୋତା))- ମହାନଦୀ ଜଳ ବିବାଦ ନେଇ ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଛତିଶଗଡ଼ ଯାଇଥିବା ବିଜେଡ଼ି ପ୍ରତିନିଧିମଣ୍ଡଳ ଆଜି ସନ୍ଧ୍ୟାରେ ବରଗଡ଼ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଅବସରରେ ସ୍ଥାନୀୟ ସାର୍କିଟ ହାଉସ ଠାରେ ପ୍ରତିନିଧିମଣ୍ଡଳର ସଦସ୍ୟ ତଥା ରାଜ୍ୟ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଗଣମାଧ୍ୟମ ସହ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ ଯେ, ଛତିଶଗଡ଼ ସରକାର ଚାଷୀଙ୍କ ନାମରେ ଶିଳ୍ପାଞ୍ଚଳକୁ ଜଳଯୋଗାଣ ପାଇଁ ମହାନଦୀ ତଥା ତହିଁର ଉପନଦୀ ଗୁଡ଼ିକରେ ବହୁ ପରିମାଣର ବ୍ୟାରେଜ ନିର୍ମାଣ କରିଛି। ମହାନଦୀକୁ ସଂଯୋଗ କରୁଥିବା ପ୍ରମୁଖ ଉପନଦୀଗୁଡ଼ିକ ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ ଦ୍ୱାରା ମହାନଦୀର ଜଳ ପ୍ରବାହ ସଂକୁଚିତ ହେବ ବୋଲି ପ୍ରତିନିଧିମଣ୍ଡଳର ହୃଦବୋଧ ହୋଇଛି। ଛତିଶଗଡ଼ ସରକାରଙ୍କ ଏତାଦୃଶ ପ୍ରୟାସ ଦ୍ୱାରା ଓଡ଼ିଶା ବିଶେଷ ରୂପେ କ୍ଷତିଗ୍ରସ୍ତ ହେବ। ତେବେ ଆଗାମୀ ୧୨ ତାରିଖ ଦିନ ପ୍ରତିନିଧିମଣ୍ଡଳର ସମୀକ୍ଷା ବୈଠକ ଉପରାନ୍ତେ ପରବର୍ତ୍ତୀ ଯୋଜନା ସ୍ଥିରୀକୃତ ହେବ ବୋଲି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରତିନିଧିମଣ୍ଡଳ ବରଗଡ଼ ଜିଲାର ଅମ୍ବାଭୋନା ଦେଇ ବରଗଡ଼ ସହରରେ ପ୍ରବେଶ କରିବା ସମୟରେ ସ୍ଥାନୀୟ ଭଟଲି ଛକ ଠାରେ ବିଜୁ ଜନତା ଦଳ ପକ୍ଷରୁ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସ୍ଥାନୀୟ ସାର୍କିଟ ହାଉସ ଠାରେ ଗଣମାଧ୍ୟମ ସହ ଆଲୋଚନା ସମୟରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ନଗରପାଳ ପ୍ରଶାନ୍ତ ବେହେରା ଏବଂ ନଗର ବିଜେଡ଼ି ସଭାପତି କିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

About surendrahota

Leave a Reply

%d bloggers like this:
Skip to toolbar