Breaking News
Home / Bhubaneswar / BJP demands inquiry against OKCL corruption

BJP demands inquiry against OKCL corruption

ଓକେସିଏଲ ମାମଲାରେ ସରକାରୀ ମିଛକୁ ସରକାର ନିଜେ ସ୍ୱୀକାର କରିଛନ୍ତି : ବିଜେପି

PRESS MEET FOR OKCL BJP PARTY PHOTO (3)

ଭୁବନେଶ୍ୱର, ତା.୧୦/୦୮/୨୦୧୬ (ମନୋମାନୀ ସିଂ): ରାଜ୍ୟ ସରକାର ତଥା ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂରକ୍ଷଣ ପ୍ରଦାନ କରିବା କାରଣରୁ ଓଡିଶା ନଲେଜ କର୍ପୋରେସନ (ଓକେସିଏଲ ) ମାଧ୍ୟମରେ ଚଞ୍ଚକତାର ସୁଯୋଗ ସୃଷ୍ଟି କରାଯାଇ ଶହ ଶହ କୋଟି ଟଙ୍କା ସରକାରୀ କାମ ପ୍ରଦାନ ର୍ୟାକେଟ ପଛରେ ଥିବା ମନ୍ତ୍ରୀ- ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଦାବି କରିଛନ୍ତି। ସରକାରୀ ଅର୍ଥ ହଡପ ପଛରେ ଥିବା ମନ୍ତ୍ରୀ ଓ ଅଧିକାରୀ ମାନଙ୍କୁ ସରକାର କାହିଁକି ଘଣ୍ଟ ଘୋଡାଉଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାରଙ୍କର ସ୍କୁଲରେ କଂପ୍ୟୁଟର ଶିକ୍ଷା କାର୍ଯ୍ୟକ୍ରମର ପାଖାପାଖି ୧୭୭.୩୦ କୋଟି ଟଙ୍କାର କାମ ସରକାରୀ କମ୍ପାନୀ ଭାବେ ବିନା ଟେଣ୍ଡରରେ ଓକେସିଏଲକୁ ପ୍ରଦାନ କରାଯାଇଥିଲା। ଓକେସିଏଲକୁ ସରକାରୀ କମ୍ପାନୀର ମାନ୍ୟତା ପ୍ରଦାନ କରିବା ପାଇଁ ରାଜପତ୍ରରେ (ଗେଜେଟ୍) ଘୋଷଣା କରାଯାଇଥିଲା। ଏହି ରାଜପତ୍ର (ଗେଜେଟ୍) ଚଞ୍ଚକତା କରି ପ୍ରସ୍ତୁତ କରାଯାଇଥିବା ବିଜେପି ତରଫରୁ ବାରମ୍ବାର ଅଭିଯୋଗ କରାଯାଇଛି। ରାଜ୍ୟ ଗଣ ଶିକ୍ଷା ବିଭାଗ ତରଫରୁ ଚଞ୍ଚକତା କରି ରାଜ୍ୟ ସରକାରଙ୍କର ଏସଆଇଇଟି ସଂସ୍ଥାକୁ ବନ୍ଦ କରି ଦିଆଯାଇ ଓକେସିଏଲକୁ ମିଛ ସରକାରୀ ମାନ୍ୟତା ଦେଇ ଆର୍ଥିକ ଲାଭ ପହଞ୍ଚାଇବାର ଯୋଜନା କରାଯାଇଥିବା ଏବେ ସ୍ପଷ୍ଟ ହୋଇ ଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।ଶ୍ରୀ ମହାନ୍ତି କହିଛନ୍ତି ଯେ ଗତ ଅଗଷ୍ଟ ୫ ତାରିଖରେ ଓକେସିଏଲ ଏକ ସରକାରୀ କର୍ପୋରସନ ନୁହେଁ ବୋଲି ଉଚ୍ଚ ଶିକ୍ଷା ବିଭାଗ ତରଫରୁ ନୋଟିଫିକେସନ ପ୍ରକାଶ ପାଇଛି। ଓକେସିଏଲକୁ ଏକ ବେସରକାରୀ କମ୍ପାନୀ ଭାବେ ଗ୍ରହଣ କରିବା ତଥା ଓକେସିଏଲକୁ କାମ ଦେବାକୁ ହେଲା ଏହାକୁ ସରକାରୀ କମ୍ପାନୀ ଭାବେ ପରିଗଣିତ ନ କରି ଖୋଲା ଟେଣ୍ଡର ମାଧ୍ୟମରେ କାମ ଦେଇ ପାରିବେ ବୋଲି କହିଛନ୍ତି। ବିଜେପି ତରଫରୁ ବାରମ୍ବାର ଓକେସିଏଲର ମହାଘୋଟାଲା ସମ୍ପର୍କରେ ପ୍ରତିବାଦ କରାଯାଇଥିଲା। ଓକେସିଏଲ୍ ଗଠନର ସମସ୍ତ ପ୍ରକ୍ରିୟାକୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୧ ମସିହାରେ ନିଜେ ଅନୁମୋଦନ କରିଥିଲେ। ଏଥିପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନକୁ ହଡପ କରିବା ପାଇଁ ଚଞ୍ଚକତା କରି ଜାଣିଶୁଣି ଏସ୍ଆଇଇଟି କୁ ଭାଙ୍ଗିବାର ପ୍ରସ୍ତାବକୁ ୨୦୧୩ ମସିହାରେ ମଧ୍ୟ ଅନୁମୋଦନ କରିଥିଲେ। ଓକେସିଏଲ ଭଳି ଗୋଟିଏ ପ୍ରାଇଭେଟ କମ୍ପାନୀକୁ ସରକାରୀ ନିଗମର ମାନ୍ୟତା ଦିଆଯାଇ ସମ୍ପୂର୍ଣ ବେଆଇନ ଭାବେ ସରକାରୀ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ପ୍ରଦାନ କରାଯାଇଥିଲା। ତେଣୁ ମୂଖ୍ୟମନ୍ତ୍ରୀଙ୍କ ଏହି ଦୁର୍ନିତୀରେ ସିଧାସଳଖ ହାତ ଥିବାର ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ମହାନ୍ତି ତଥ୍ୟ ଉପସ୍ଥାପନ କରି କହିଛନ୍ତି। ଚଞ୍ଚକତା କରି ହଜାର – ହଜାର କୋଟି ଟଙ୍କାର କାମ କରିବା ପଛରେ ଯେଉଁ ଲୋକ ମାନେ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ ଏବଂ ପ୍ରବକ୍ତା ସୁଦୀପ୍ତ ରାୟ ଉପସ୍ଥିତ ଥିଲେ।

About surendrahota

Leave a Reply

%d bloggers like this:
Skip to toolbar