Breaking News
Home / Angul / Political leaders of different party join Congress in Anugul

Political leaders of different party join Congress in Anugul

ତାଳଚେରର ବିଭିନ୍ନ ଦଳର ବହୁ ନେତୃବୃନ୍ଦଙ୍କ କଂଗ୍ରେସରେ ଯୋଗଦାନ

new member join congress (2) press of con  (1)

ଭୁବନେଶ୍ୱର ତା ୫.୮.୨୦୧୬ (ବିଶ୍ୱରଞ୍ଜନ ମିଶ୍ର)- କଂଗ୍ରେସ ଦଳର ନୀତି ଆଦର୍ଶପ୍ରତି ସମ୍ମାନ ଜଣାଇ ତଥା ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱ ପ୍ରତି ଆସ୍ଥାପ୍ରକଟ କରି ଅନୁଗୁଳ ଜିଲାର ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀର ତାଳଚେର ବ୍ଲକ, ତାଳଚେର ମୁ୍ୟନିସିପାଲଟି ଏବଂ କଣିହା ବ୍ଲକର ବିଭିନ୍ନ ଦଳର ନେତୃବୃନ୍ଦ ଯଥା ତାଳଚେର ପୌରପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ଆମ ଓଡ଼ିଶା ଦଳର ନେତା ଶ୍ରୀ କେଶବ ଭୁତିଆ, ତାଳଚେର ବ୍ଲକ ଜନମୋର୍ଚ୍ଚା ଦଳର ଅଧ୍ୟକ୍ଷ ଶ୍ରୀ ଦାଶରଥି ସାହୁ, କଣିହା ବ୍ଲକ ଜନମୋର୍ଚ୍ଚା ଅଧ୍ୟକ୍ଷ ଶ୍ରୀ ଶ୍ରୀନିବାସ ସାହୁ, ତାଳଚେର ମୁ୍ୟନିସ୍ପାଲଟି ଜନମୋର୍ଚ୍ଚା ଅଧ୍ୟକ୍ଷ ଶ୍ରୀ ପ୍ରବୀଣ କୁମାର ଦାସ, କଣିହା ବ୍ଲକର ବରିଷ୍ଠ ଆଇନଜିବୀ ତଥା ବିଜେଡ଼ି ନେତା ଶ୍ରୀ ଛବି କୁମାର ସାହୁଙ୍କ ସମେତ ବହୁ କର୍ମୀଙ୍କୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ଗ୍ରହଣ କରିନେଇଛନ୍ତି। ଏହି ଉପଲକ୍ଷେ କଂଗ୍ରେସ ଭବନଠାରେ ଆୟୋଜିତ ଏକ ବୈଠକରେ ପିସିସି ସଭାପତି ଶ୍ରୀ ହରିଚନ୍ଦନଙ୍କ ସମେତ ରାଜ୍ୟ ମହିଳା କଂଗ୍ରେସ ସଭାପତ ସସ୍ମିତା ବେହେରା, ଅନୁଗୁଳ ଜିଲା କଂଗ୍ରେସ ସଭାପତି ପ୍ରତାପ ପ୍ରଧାନ, ପିସିସି ମୁଖପାତ୍ର ଶ୍ରୀ ସୌଗତ ମହାନ୍ତି ଏବଂ ଜିଲା ମହିଳା କଂଗ୍ରେସ ସଭାପତି ସବିତା ଧିର ଉପସ୍ଥିତ ରହି ନେତୃବୃନ୍ଦ ମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ।ସେମାନଙ୍କର ଯୋଗଦାନ ଅନୁଗୁଳ ଜିଲାରେ କଂଗ୍ରେସ ସଂଗଠନକୁ ଅଧିକ କ୍ରିୟାଶୀଳ କରିବବୋଲି ମତ ପ୍ରକାଶ ପାଇଥିଲା।

new member join congress (1)

About surendrahota

Leave a Reply

%d bloggers like this:
Skip to toolbar