Breaking News
Home / Bhubaneswar / Duplicate Land Patta Recket active in Subarnapur District: Kallol Mishra

Duplicate Land Patta Recket active in Subarnapur District: Kallol Mishra

ଇନ୍ଦିରା ଆବାସ ନିର୍ମାଣରେ ଅନିୟମିତତା ଅଭିଯୋଗ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ସଚିବଙ୍କୁ ଜଣାଇଲେ ସମାଜସେବୀ

IMG_9915 (1)

ଭୁବନେଶ୍ୱର, ତା ୦୪.୦୮.୨୦୧୬ (ମନୋମାନୀ ସିଂ) : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ପାୟତ ସମିତି ଅନ୍ତର୍ଗତ ଦୁର୍ଜନତୈଲା ଗ୍ରାମ ପାୟତର ଦାଦରପାଲି ଗ୍ରାମରେ ଇନ୍ଦିରା ଆବାସ ଯୋଜନାରେ ଅନିୟମିତତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ବିହୀତ ପଦକ୍ଷେପ ଗ୍ରହଣ କରିବା ଲାଗି ରାଜ୍ୟ ସରକାରଙ୍କଠାରେ ଦାବି କରାଯାଇଛି। ବୀରମହାରାଜପୁର ଅଳର ସମାଜସେବୀ କଲ୍ଲୋଳ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗୁରୁବାର ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏବଂ ପାୟତିରାଜ ବିଭାଗ କମିଶନର୍ ତଥା ଶାସନ ସଚିବ ଡି. କେ. ସିଂଙ୍କୁ ଏ ନେଇ ଲିଖିତ ଅଭିଯୋଗ ଜଣାଇଛନ୍ତି। ଏହା ପୂର୍ବରୁ ସମାଜସେବୀ ଶ୍ରୀ ମିଶ୍ର ଇନ୍ଦିରା ଆବାସ ପ୍ରଦାନରେ ଅନିୟମିତତା ନେଇ ରାଜ୍ୟପାଳ ଡଃ ଏସ୍. ସି. ଜମିରଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଉପରେ ତଦନ୍ତ କରାଇ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା।ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀଙ୍କ ନିକଟରେ କରାଯାଇଥିବା ଲିଖିତ ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ, ସରକାରୀ ଜାଗାରେ ୪ଟି ଇନ୍ଦିରା ଆବାସ ଗୃହ ନିର୍ମାଣ କରାଯାଇଛି। ବୀରମହାରାଜପୁର ତହସିଲ ଅନ୍ତର୍ଗତ ଦାଦରପାଲି ଗ୍ରାମର ଲକ୍ଷ୍ମୀଧର ନାୟକ, କାଲୁରୁପଡ଼ିଆ, ବୁଡୁ ଭେଷରା ଓ ହରପ୍ରସାଦ ମହାକୁରଙ୍କର ନିଜର ଗୃହ ଜମି ନଥିବା ବେଳେ ସରକାରୀ ଜମିରେ ଇନ୍ଦିରା ଆବାସ ଗୃହ ନିର୍ମାଣ କରିଛନ୍ତି। ଏହି ବ୍ୟକ୍ତିମାନେ ମିଥ୍ୟା ଘରଡିହ ପଟ୍ଟା ଦେଖାଇ ସରକାରୀ ଜମିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପୂର୍ବତନ ସରପଞ୍ଚ ଇନ୍ଦିରା ଆବାସ ପାଇଁ ଋଣ ଦେବାକୁ ନେଇ ସମାଜସେବୀ ଶ୍ରୀ ମିଶ୍ର ସୂଚନା ଆଇନ ଦ୍ୱାରା ସମସ୍ତ ତଥ୍ୟ ପାଇବା ପରେ ଏହି ଅନିୟମିତତାରେ ସମ୍ପୃକ୍ତ ଦୋଷୀ ବ୍ୟକ୍ତିମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାଲାଗି ଦାବି କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାପାଳ ଏବଂ ଡିଆରଡିଏର ପ୍ରକଳ୍ପ ନିଦେ୍ର୍ଦଶକ ଏ ସମ୍ପର୍କରେ ତଦନ୍ତ କରି ଦୋଷୀମାନଙ୍କ ପ୍ରତି ଦଣ୍ଡବିଧାନ କରିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି।

About surendrahota

Leave a Reply

%d bloggers like this:
Skip to toolbar