Breaking News
Home / Bhubaneswar / Swaviman Party condemns politicization of Mahanadi Issue of BJD

Swaviman Party condemns politicization of Mahanadi Issue of BJD

ମହାନଦୀ କୈନ୍ଦି୍ରକ ପ୍ରାକ୍ ନିର୍ବାଚନ ପ୍ରଚାର ଯୋଜନାକୁ ସ୍ୱାଭିମାନ ପାର୍ଟିର ନିନ୍ଦା

Mahanadi_River
ଭୁବନେଶ୍ୱର, ତା ୦୩ା୮/୨୦୧୬(ମନୋମାନୀ ସିଂ) : ମହାନଦୀର ଜଳବଣ୍ଟନକୁ ନେଇ ରାଜ୍ୟରେ ଯେପରି ଭାବେ ବିଦ୍ୱେଷ ଓ ସଂଘର୍ଷର ରାଜନୀତିକ ବାତାବରଣ ସୃଷ୍ଟି କରାଯାଉଛି ସ୍ୱାଭିମାନ ପାର୍ଟି ପକ୍ଷରୁ ତା’ର ଦୃଢ ନିନ୍ଦା କରାଯାଇଛି । ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଶାସକ ଦଳ ପକ୍ଷରୁ ଯେପରି ପଡ଼ୋଶୀ ରାଜ୍ୟ ବିରୋଧରେ ଘୃଣାଭାବ ସୃଷ୍ଟି କରାଯାଉଛି, ତାହା ଆଗାମୀ ଦିନରେ ରାଜ୍ୟପାଇଁ କ୍ଷତିକାରକ ହେବ । ଛତିଶଗଡ଼ ଓ ଓଡ଼ିଶା ଦୁଇଟି ଗରିବ ରାଜ୍ୟ । ଏହି ଦୁଇଟି ରାଜ୍ୟରେ ଅନେକ ଜନଜାତି ଲୋକେ ବସବାସ କରୁଥିବାରୁ ଉଭୟ ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ବୁଝାମଣା ନକରି ଯେପରି ଜନସାଧାରଣଙ୍କ ମନରେ ହିଂସାଭାବ ସୃଷ୍ଟି କରିବା ନେଇ ଭ୍ରାନ୍ତ ପ୍ରଚାର ଚଳାଇଛନ୍ତି ତାହା ଗଣତନ୍ତ୍ରର ପରିପନ୍ଥୀ ବୋଲି କୁହାଯାଇଛି । ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ମାଟି ବନ୍ଧ ହୀରାକୁଦ କାର୍ଯ୍ୟକ୍ଷମ ଥିଲାବେଳେ ରାଜ୍ୟସରକାର ବର୍ଷାଦିନର ଉଦ୍ବୃତ୍ତତ୍ତ ଜଳକୁ ଧରି ରଖିବା ଲାଗି ଅନ୍ୟ କୌଣସି ଜଳଭଣ୍ଡାର ହୀରାକୁଦର ତଳ ଅଞ୍ଚଳରେ ନିର୍ମାଣ କରିବାକୁ ଆଜିଯାଏ ସକ୍ଷମ ହୋଇନାହାଁନ୍ତି । ଏପରିକି ମହାନଦୀର ଓଡ଼ିଶା ଭାଗ ମୋଟ୍ ଜଳର ୯୦ ଭାଗ ସମୁଦ୍ରକୁ ଭାସି ଯାଉଥିବା ବେଳେ ତାର ଉପଯୋଗ କରିପାରୁ ନଥିବା ରାଜ୍ୟ ସରକାର ପଡ଼ୋଶୀ ରାଜ୍ୟକୁ ନାଲି ଆଖି ଦେଖାଇ ନକ୍ସଲ ସମସ୍ୟାଗ୍ରସ୍ତ ଛତିଶଗଡ଼ର ବିକାଶଧାରାରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚାହୁଁଛନ୍ତି । ହୀରାକୁଦ ତଳ ଅଞ୍ଚଳରେ ଦୁଇଟି ଜଳଭଣ୍ଡାର ନିର୍ମାଣ ଯୋଜନା ୫୦ ବର୍ଷ ହେଲା ପଡ଼ି ରହିଥିଲା ବେଳେ ସରକାର ଏବେ ‘ଘଇତା ପଛେ ମରୁ, ସଉତୁଣୀ ରାଣ୍ଡ ହେଉ’ ନୀତି ଧରିଛନ୍ତି, ଏହା ଜନସ୍ୱାର୍ଥ ବିରୋଧି । ରାଜ୍ୟ ସରକାର ଦୀର୍ଘଦିନ ଧରି ଶାସନରେ ଥାଇ ଏ ଦିଗରେ କିଛି କରିନପାରିବାର ଅପାରଗତାକୁ ଲୁଚାଇବା ପାଇଁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯେପରି ଲୋକଙ୍କୁ ସଂଘର୍ଷମୁଖୀ କରାଇବାକୁ ଚାହୁଁଛନ୍ତି ତାହା ଆଗାମୀ ଦିନରେ ରକ୍ତପାତ ଓ ଜନଜୀବନ ହାନୀ କରିବ ବୋଲି ଦଳ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ଗଣମାଧ୍ୟମରେ ବିଜ୍ଞାପନ ଜରିଆରେ ସରକାର ଏକ ପ୍ରକାର ପ୍ରାକ୍ ନିର୍ବାଚନ ପ୍ରଚାର ଯୋଜନା ଚଳାଇ ଲୋକଙ୍କ ଦୃଷ୍ଟିକୁ ଅନ୍ୟ ଆଡ଼କୁ ନେବାପାଇଁ ଯେପରି ଉଦ୍ୟମ କରୁଛନ୍ତି ତାର ଦୃଢ ନିନ୍ଦା କରିବା ଲାଗି ସ୍ୱାଭିମାନ ପାର୍ଟି ପକ୍ଷରୁ ସାଧାରଣ ସମ୍ପାଦକ କମଳ ଲୋଚନ ନାୟକ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।

About surendrahota

Leave a Reply

%d bloggers like this:
Skip to toolbar