Breaking News
Home / Bhubaneswar / BJD refuse demand of all party meeting on Mahanadi Issue

BJD refuse demand of all party meeting on Mahanadi Issue

ମହାନଦୀ ପ୍ରସଂଗରେ ବିରୋଧୀ ନେତାଙ୍କ ସର୍ବଦଳୀୟ ବୈଠକ ଏକ ଧୂଆଁବାଣ: ବିଜେଡି

BJD PARTY DHARANA PHOTO (1) BJD PARTY DHARANA PHOTO (2)

ଭୁବନେଶ୍ୱର,୩/୮/୨୦୧୬:(ମନୋମାନୀ ସିଂ) ଓଡ଼ିଶାର ଜୀବନରେଖା ମହାନଦୀ ମା’ପରି ୪ କୋଟି ଓଡ଼ିଶାବାସୀଙ୍କୁ ବଞ୍ଚôବାକୁ ଶକ୍ତି ଯୋଗାଇଛି।ମହାନଦୀକୁ ଏ ଜାତି କେବେ ଅଣଦେଖା କରିପାରିବ ନାହିଁ। ଓଡ଼ିଶାର ସ୍ୱାର୍ଥ ଓ ମହାନଦୀର ସୁରକ୍ଷା ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବେ ବୋଲି ସ୍ପଷ୍ଟ ଭାବେ ରାଜ୍ୟବାସୀଙ୍କୁ କହିଛନ୍ତି। ଛତିଶଗଡ଼ ସରକାରର ଓଡ଼ିଶା ବିରୋଧୀ ଷଡ଼ଯନ୍ତ୍ର ଓ କେନ୍ଦ୍ରର ଦୋମୁହାଁ ନୀତିକୁ ବିରୋଧ କରି ବିଜୁ ଜନତା ଦଳ ଗଣ ଆନେ୍ଦାଳନର ଆହ୍ୱାନ ଦେଇଛି। ଏହି ପରିପ୍ରେକ୍ଷୀରେ ବିରୋଧୀ କଂଗ୍ରେସ ଓ ବିଜେପି ମହାନଦୀରେ ଛତିଶଗଡ଼ ସରକାରଙ୍କ ମନମୁଖି ପ୍ରକଳ୍ପ ନିର୍ମାଣକୁ ବିରୋଧ କରିବା ପରିବର୍ତ୍ତେ ସର୍ବଦଳୀୟ ବୈଠକ ଆଳରେ ରାଜନୀତି କରିବା ଦୁର୍ଭାଗ୍ୟଜନକ ବୋଲି ଦଳର ମୁଖପାତ୍ର ଶ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି।ଶ୍ରୀ ଦେବ କହିଛନ୍ତି ଯେ ବିରୋଧୀ ଦଳ ନେତାଙ୍କ ଦ୍ୱାରା ଆହୂତ ସର୍ବଦଳୀୟ ବୈଠକ ଗୋଟେ ଧୂଆଁବାଣ। କଂଗ୍ରେସ ଓ ବିଜେପି ନିଜର ଇଜ୍ଜତ ବଞ୍ଚାଇବା ପାଇଁ ପରସ୍ପର ହାତ ମିଳାଇଛନ୍ତି। କିନ୍ତୁ ଏହି ସର୍ବଦଳୀୟ ବୈଠକ ପାଇଁ ସେମାନଙ୍କର ଆନ୍ତରିକତା ନାହିଁ।କେଲୋ ପ୍ରକଳ୍ପକୁ ଏଆଇବିପି ଯୋଜନାରେ ୟୁପିଏ ସରକାର ଅର୍ଥ ବରାଦ କରିଥିଲେ, ଯାହାକୁ କେନ୍ଦ୍ରୀୟ ଜଳ ଆୟୋଗ ଓଡ଼ିଶାକୁ ଅନ୍ଧାରରେ ରଖି ମଞ୍ଜୁରୀ ଦେଇଛନ୍ତି। ବିରୋଧୀ ଦଳ ନେତା ଶ୍ରୀ ନରସିଂହ ମିଶ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପଚାରିପାରିବେ କି, କେଲୋ ପ୍ରକଳ୍ପ ପାଇଁ ୟୁପିଏ ସରକାର କାହିଁକି ଅର୍ଥ ବରାଦ କରିଥିଲେ। ଓଡ଼ିଶା କେବେ ବି କଂଗ୍ରେସ ହାଇକମାଣ୍ଡଙ୍କ ଏଜେଣ୍ଡାରେ ନଥିଲା କିମ୍ବା ଏବେବି ନାହିଁ।ଅତୀତରେ ପ୍ରଧାନମବୀ ଓଡ଼ିଶା ସାଂସଦଙ୍କୁ କଟାକ୍ଷ ଉତ୍ତର ‘ଗଛରେ ଟଙ୍କା ଫଳେ ନାହିଁ’ ଏବଂ ଆଦିବାସୀ ବିରୋଧୀ ପୋଲାଭରମ ପ୍ରକଳ୍ପ (ଇନ୍ଦିରା ସାଗର) ସଂପର୍କରେ ରାଜ୍ୟ କଂଗ୍ରେସ କେବେବି ମୁହଁ ନଖୋଲିବା ସ୍ପଷ୍ଟ ସୂଚନା ଦିଏ ଯେ ରାଜ୍ୟ କଂଗ୍ରେସ ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷା ଦେବାରେ କେତେ ତତ୍ପର। ବିରୋଧୀ ଦଳ ନେତା କଂଗ୍ରେସ ହାଇକମାଣ୍ଡଙ୍କ ମତାମତ ଓ ଆଗାମୀ କାର୍ଯ୍ୟାନୁଷ୍ଠାନ କ’ଣ କହିପାରିବେ କି? ଲକ୍ଷ୍ମଣ ରେଖାକୁ ଅତିକ୍ରମ କରିବାର ସାହସ ସେମାନଙ୍କର ନାହିଁ, ସେମାନେ କ’ଣ ସର୍ବଦଳୀୟ ବୈଠକରେ ଆଲୋଚନା କରିବେ? ମହାନଦୀ ପ୍ରସଂଗରେ ଉଭୟ କଂଗ୍ରେସ ଓ ବିଜେପି ନିଜର ଆଭିମୁଖ୍ୟ ରଖିବାରେ ଓଡ଼ିଶାବାସୀଙ୍କ ନିକଟରେ ଦୋଷୀ। ଆଜି ଦୁଇ ଅଭିଯୁକ୍ତ ଦଳ ବିଜୁ ଜନତା ଦଳର ମହାସଂଗ୍ରାମକୁ ପ୍ରତିହତ କରିବା ପାଇଁ ହାତ ମିଳାଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ରାଜ୍ୟସଭାରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳ କାହିଁକି ପଦଟିଏ ମୁହଁ ଖୋଲିଲେ ନାହିଁ ବିରୋଧୀ ଦଳ ନେତା ରାଜ୍ୟବାସୀଙ୍କୁ ଉତ୍ତର ଦେବେ କି? ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ମହାନଦୀ ପ୍ରସଂଗରେ କଂଗ୍ରେସ ଦଳ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ରାଜ୍ୟବ୍ୟାପୀ ଆନେ୍ଦାଳନ କରିବେ ବୋଲି ଘୋଷଣା କରିଥିଲେ। କିନ୍ତୁ ଆନେ୍ଦାଳନ ଆରମ୍ଭ କରିବା ପୂର୍ବରୁ ବିରୋଧୀ ଦଳ ନେତା ଦୋମୁହାଁ ନୀତି ଅପଣାଇ ସର୍ବଦଳୀୟ ବୈଠକରେ ବିଜେପି ସହିତ ମିଶି ବିଜୁ ଜନତା ଦଳ ବିରୋଧରେ ଆନେ୍ଦାଳନ ଗଢ଼ିତୋଳିବା ପାଇଁ ଆଲୋଚନା କରୁଛନ୍ତି।ଯଦି ସର୍ବଦଳୀୟ ବୈଠକର ଫଳାଫଳକୁ କଂଗ୍ରେସ ଆଶା ରଖିଛି, ତେବେ ୩୧ ତାରିଖରେ ପିସିସି ସଭାପତି କେନ୍ଦ୍ର ବିରୋଧରେ ଆନେ୍ଦାଳନ ଘୋଷଣା କଲେ କାହିଁକି? ଅତଏବ ପିସିସି ସଭାପତି ଜାଣିଛନ୍ତି ବିରୋଧୀ ଦଳ ନେତାଙ୍କ ସର୍ବଦଳୀୟ ବୈଠକ ଏକ ଧୂଆଁବାଣ। ସର୍ବଦଳୀୟ ବୈଠକରେ କୌଣସି ଏମିତି ପ୍ରସ୍ତାବ ଗ୍ରହଣ ହୋଇନାହିଁ କେନ୍ଦ୍ରୀୟ ଜଳ ଆୟୋଗ ଅଗଣତାନ୍ତ୍ରିକ ଉପାୟରେ ଛତିଶଗଡ଼ର ପ୍ରକଳ୍ପକୁ ମଞ୍ଜୁରୀ ଦେବା ସଂପର୍କରେ। ଉଭୟ କଂଗ୍ରେସ ଓ ବିଜେପି ଦଳର ରାଜ୍ୟ ସଭାପତି ସର୍ବଦଳୀୟ ବୈଠକରେ ଯୋଗଦେଲେ ନାହିଁ କାହିଁକି ବୋଲି ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି।

BJD PARTY DHARANA PHOTO (5) BJD PARTY DHARANA PHOTO (7)

About surendrahota

Leave a Reply

%d bloggers like this:
Skip to toolbar