Breaking News

ମହାନଦୀରେ ଛତିଶଗଡର ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ପାଖରେ ସମ୍ପୂର୍ଣ ତଥ୍ୟ ଥିବାର ସରକାରୀ ପ୍ରମାଣ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କଲା ବିଜେପି

– ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଥ୍ୟା ତଥ୍ୟର ସୌଦାଗର
– ଛତିଶଗଡ ପ୍ରକଳ୍ପ ସମ୍ବନ୍ଧରେ ଓଡିଶା ସରକାର ଛତିଶଗଡ ସରକାର ଓ ଜଳ ସମ୍ପଦ ବିଭାଗ ମଧ୍ୟରେ ହୋଇଛି ପତ୍ର ବ୍ୟବହାର
– ତଥ୍ୟକୁ ଲୁଚାଇ ବିଜେଡିର ମିଛ ଡ୍ରାମାର ପର୍ଦାଫାସ ହୋଇଛି
– ଉତରଦାୟିତ୍ୱ ନେଇ ମହାନଦୀ ପାଣିର ସୁରକ୍ଷା ପାଇଁ ଆଇନଗତ ପଦକ୍ଷେପ ନେବାକୁ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ
– ମହାନଦୀ ପାଣି ନେଇ ଓଡିଶାର ସ୍ୱାର୍ଥ ରକ୍ଷା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ

bjp party press meet photo (3)

ଭୁବନେଶ୍ୱର, ତା.୦୩/୦୮: ମହାନଦୀ ଓଡିଶାର ଜୀବନ ରେଖା। ଅର୍ଦ୍ଧାଧିକ ଓଡିଶାର କୃଷି, ପାନୀୟ ଜଳ ଓ ଜୀବନ ଜୀବିକା ସହ ମହାନଦୀ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜଡିତ। ମହାନଦୀର ପାଣି ଯେପରି ଭାବରେ ଓଡିଶାକୁ ଆସିବାରେ ପ୍ରଭାବିତ ହେବ ନାହିଁ ବିଜେପି ସେଥି ପାଇଁ ପ୍ରତିବଦ୍ଧ। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଏହା ପ୍ରକାଶ କରାଯାଇଛି।ଦୀର୍ଘ ଦିନରୁ ଓଡିଶାକୁ ଶାସନ କରିଥିବା ସରକାର ମାନେ ବିଶେଷ ଭାବରେ ଗତ ୧୬ ବର୍ଷ ଓଡିଶାକୁ ଶାସନ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ମହାନଦୀ ଜଳକୁ ନେଇ ଓଡିଶାର ଜନସାଧାରଣଙ୍କ ପାଖରେ ଉତରଦାୟୀ ରହିବା ପରିବର୍ତେ ମିଛ ତଥ୍ୟ ଓ କପୋଳକଳ୍ପିତ କଥା କହି ନିଜ ଦାୟିତ୍ୱରୁ ନିଜକୁ ଦୂରରେ ରଖିବାକୁ ଅପଚେଷ୍ଟା କରୁଛନ୍ତି ବୋଲି ବିଜେପି ତରଫରୁ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି।ଛତିଶଗଡର କେଲୋ ଜଳ ସେଚନ ପ୍ରକଳ୍ପ ନେଇ ଓଡିଶାକୁ ଅବଗତ କରା ଯାଇ ନଥିବା କାରଣରୁ ଓଡିଶା ସରକାର ଅନ୍ଧାରରେ ରହିଲେ ବୋଲି ବାରମ୍ବାର ବିଜେଡି ସରକାର କହି ଆସୁଛନ୍ତି। ବିଜେଡିର ମୁଖପାତ୍ର ମାନେ ଏହି ଗୋଟିଏ କଥା ଓଡିଶାକୁ ଜଣା ନ ଥିଲା, ଛତିଶଗଡ ରାଜ୍ୟରେ କଣ ହେଉଛି ଏହା ସଂଘୀୟ ବ୍ୟବସ୍ଥାରେ ଓଡିଶାକୁ କେନ୍ଦ୍ର ବା ସଂପୃକ୍ତ ରାଜ୍ୟ ନ ଜଣାଇଲେ ଓଡିଶା ଜାଣିବାର ସମ୍ଭାବନା ନାହିଁ ବୋଲି କହି ଆସୁଛନ୍ତି।ବିଜେଡିର ପ୍ରବକ୍ତା ମାନଙ୍କ ସହ ସ୍ୱର ମିଳାଇବା ପାଇଁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ବରିଷ୍ଠ ଅଧିକାରୀ ମାନଙ୍କୁ ମିଛ ତଥ୍ୟକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କୁହାଇ ଲୋକ ମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ଅପଚେଷ୍ଟା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ତରଫରୁ ଓଡିଶା ସରକାର ଓ ଛତିଶଗଡ ସରକାର ଦ୍ୱାରା ଲେଖାଯାଇଥିବା ବିଭିନ୍ନ ପତ୍ରକୁ ଉପସ୍ଥାପିତ କରାଯାଇ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ତଥ୍ୟର ସୌଦାଗର ବୋଲି ଦଳର ପୂର୍ବ ମତକୁ ଦୋହରା ଯାଇଛି।ଦଳ ତରଫରୁ ଓଡିଶା ଅଫିସ ଅଫ ଚିଫ ଇଂଜିନିୟର, ପ୍ରୋଜେକ୍ଟ ପ୍ଲାନିଂ ଏଣ୍ଡ ଫର୍ମୁଲେସନ, ମେମୋ ନମ୍ବର-୩୩୫୧ ତାରିଖ ୧୦.୦୪.୨୦୦୮କୁ ଉପସ୍ଥାପିତ କରାଯାଇଛି। ଏହି ପତ୍ରରେ ଛତିଶଗଡର ରାୟଗଡ ଜିଲ୍ଲାରେ କେଲୋ ପ୍ରକଳ୍ପର ପ୍ରଜେକ୍ଟ ରିପୋର୍ଟ ବାବଦରେ ଓଡିଶାର ଏନଓସି ସମ୍ବନ୍ଧରେ ଓଡିଶାର ଇଂଜିନିୟରିଂ ଇନ ଚିଫ, ଜଳ ସମ୍ପଦ ବିଭାଗ, ଓଡିଶା ସରକାରଙ୍କୁ ଅବଗତ କରାଯାଇଛି। ଛତିଶଗଡ ସହ ଜଳ ବିଭାଜନ ନେଇ ଆନ୍ତ ରାଜ୍ୟ ବୈଠକ କରିବାକୁ ପଦକ୍ଷେପ ନେବା ପାଇଁ ଏହି ପତ୍ରରେ ସୂଚିତ କରାଯାଇଛି। ଏହା ସହ ଛତିସଗଡ ସରକାରଙ୍କ ଅବଗତି ନିମନ୍ତେ ଏହାର ନକଲ ଛତିଶଗଡ ସରକାରଙ୍କୁ ପ୍ରଦାନ କରାଯାଇଛି।ଓଡିଶା ସରକାର ଲେଖିଥିବା ଉପରୋକ୍ତ ପତ୍ରରେ ଉତର ଛତିଶଗଡ ସରକାରଙ୍କ ତରଫରୁ ମେମୋ ନମ୍ବର ୧୧୦୨/ ଡବ୍ଲୂୂ /ଆଇଏସଡି /କେଲୋ ତାରିଖ ୨୩.୦୪.୨୦୦୮ରେ ଦିଆ ଯାଇ ଓଡିଶା ଚିଫ ଇଂଜିନିୟର, ପ୍ରୋଜେକ୍ଟ, ପ୍ଲାନିଂ ଏଣ୍ଡ ଫର୍ମୁଲେସନ ଆବଶ୍ୟକ କରୁଥିବା ସମସ୍ତ ତଥ୍ୟ ଓଡିଶାକୁ ଯୋଗାଇ ଦିଆଯାଇଥିବା ଏହି ପତ୍ରରେ ଉଲ୍ଲେଖ କରାଯାଇଛି। ଏହି ପତ୍ରର ନକଲ ମଧ୍ୟ ବିଜେପି ତରଫରୁ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପିତ କରାଯାଇଛି।ଏହା ସହ ବିଜେପି ତରଫରୁ ଆଉ ତିନି ଗୋଟି ପତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପିତ କରାଯାଇଛି। ମେମୋ ନମ୍ବର ୨୪୭୨ ତାରିଖ ୧୯.୧୨.୨୦୦୬ରେ କେଲୋ ପ୍ରକଳ୍ପର ସମ୍ପୂର୍ଣ ପ୍ରୋଜେକ୍ଟ ରିପୋର୍ଟ ସହ ଓଡିଶା ସରକାରଙ୍କୁ ଛତିଶଗଡ ସରକାରଙ୍କ ପତ୍ର ଉପସ୍ଥାପିତ କରାଯାଇଛି।୧୩.୨.୨୦୦୮ରେ ପତ୍ର ସଂଖ୍ୟା ୪୧୧ରେ ଛତିଶଗଡ କେଲୋ ପ୍ରକଳ୍ପରୁ ଓଡିଶା ଚିଫ ଇଂଜିନିୟର, ପ୍ରୋଜେକ୍ଟ ପ୍ଲାନିଂ ଏଣ୍ଡ ଫର୍ମୁଲେସନକୁ ଚିଠି ଆସିଛି।ଛତିଶଗଡ କେଲୋ ପ୍ରକଳ୍ପ ତରଫରୁ ଏ ସମ୍ପର୍କରେ କେଲୋ ପ୍ରକଳ୍ପର ସମ୍ପୂର୍ଣ ପ୍ରୋଜେକ୍ଟ ରିପୋର୍ଟ ଓଡିଶାକୁ ଦିଆଯାଇଥିବା କେନ୍ଦ୍ରୀୟ ଜଳ ଆୟୋଗକୁ ପତ୍ର ସଂଖ୍ୟା ୯୪୯ ତାରିଖ ୧୯.୦୪.୨୦୦୭ରେ ସୂଚିତ କରାଯାଇଛି।ଏହି ପାଂଚଟି ପତ୍ରର ଅବତାରଣା କରି ବିଜେପି ରାଜ୍ୟ ସରକାର କେଲୋ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ପାଖରେ ସୂଚନା ନ ଥିଲା ବୋଲି ଆଉ କହିବାର ତିଳେ ମାତ୍ର ଅବକାଶ ନାହିଁ ବୋଲି ପ୍ରକାଶ କରିଛି।ଗଣମାଧ୍ୟମରେ ବିଜେପି ତରଫରୁ ଉପସ୍ଥାପିତ କରାଯାଇଥିବା ଓଡିଶା ସରକାରଙ୍କ ପତ୍ର ଓ ଓଡିଶାକୁ ଆସିଥିବା ଛତିଶଗଡ ସରକାରଙ୍କ ପତ୍ରର ସତ୍ୟତାକୁ ସ୍ୱୀକାର କରନ୍ତୁ ବୋଲି ବିଜେପି ଦାବି କରିଛି।ମହାନଦୀ ଓଡିଶାର ଜୀବନରେଖା। ସାଧାରଣ ଓଡିଆ ଲୋକଙ୍କର ଜୀବନ ଜୀବିକାକୁ ପ୍ରାଥମିକତା ଦେଇ ମହାନଦୀର ପାଣି ଓଡିଶାକୁ ଯେପରି ଅବାରିତ ଭାବେ ପ୍ରବାହିତ ହେବ ଦେଶର ଆଇନ କାନୁନ ଆଧାରରେ ସରକାରୀ ସ୍ତରରେ ପଦକ୍ଷେପ ଦ୍ୱାରା ଏହା କରିବାକୁ ପଦକ୍ଷେପ ନେବା ପାଇଁ ବିଜେପି ପରାମର୍ଶ ଦେଇଛି।ଦଳ କହିଛି ମହାନଦୀର ପାଣି ଓଡିଶାକୁ କିପରି ସବୁ ଦିନ ପାଇଁ ଆସିବ ସେଥିପାଇଁ ବ୍ୟଗ୍ର ନ ହୋଇ ଶସ୍ତା ମିଛ ଓ ଲୋକଙ୍କୁ ଭଣ୍ଡେଇ ଭ୍ରାନ୍ତ ଧାରଣା ସୃଷ୍ଟି କରିବାକୁ ବିଜେଡିର ଚେଷ୍ଟାର ପର୍ଦାଫାସ ହୋଇଛି। ଏହି ନାଟକ ପାଇଁ ଓଡିଶାର ଜଳ ସମ୍ପଦ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେପି ମୁଖ୍ୟ ଖଳନାୟକ ବୋଲି କହିଛି। ଉତରଦାୟିତ୍ୱ ନ ନେଇ ଶସ୍ତା ଡ୍ରାମା କରୁଥିବା ନବୀନ ପଟ୍ଟନାୟକ ଓ ବିଜେଡି ମୁଖା ଖୋଲି ଯିବା ପରେ ଓଡିଶାର ଜନତା ସେମାନଙ୍କ ପ୍ରତି ଧୋକାର ଉଚିତ ଜବାବ ଦେବେ ବୋଲି ବିଜେପି ଆଶା ବ୍ୟକ୍ତ କରିଛିାବର୍ଷା ଦିନ ଛଡା ନନ ମନସୁନ ସମୟରେ ଓଡିଶାକୁ ମହାନଦୀର ପାଣି ଆସିବାରେ ଯେପରି କୌଣସି ପ୍ରଭାବ ପଡିବ ନାହିଁ ସେଥି ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ବୋଲି ବିଜେପି କହିଛି।ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରଦୀପ ପୁରୋହିତ, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଗୋଲକ ମହାପାତ୍ର ଏବଂ ସୁଦୀପ୍ତ ରାୟ ଉପସ୍ଥିତ ଥିଲେ।

bjp party press meet photo (1)

About surendrahota

Leave a Reply

%d bloggers like this:
Skip to toolbar