Breaking News
Home / Bhubaneswar / Tribute to Banamali Jena

Tribute to Banamali Jena

ବିଶିଷ୍ଟ ଜନସେବୀ ବନମାଳୀ ଜେନାଙ୍କ ଶ୍ରଦ୍ଧାଞ୍ଜଳୀ ସଭା

DSCN4031

ଭୁବନେଶ୍ୱର ତା ୧/୦୮/୨୦୧୬ (ବିଶ୍ୱରଞ୍ଜନ ମିଶ୍ର), ପଟିଆକିଲାର ବିଶିଷ୍ଟ ଗାନ୍ଧିବାଦୀ ଜନସେବୀ ସ୍ୱର୍ଗତ ବନମାଳୀ ଜେନାଙ୍କର ଏକାଦଶାହ ଉପଲକ୍ଷେ ପଟିଆ ଯାତ୍ରା ପଡିଆଠାରେ ଗତକାଲି ସନ୍ଧ୍ୟାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଓ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦାନ କରି ସ୍ୱର୍ଗତ ଜେନା ଏକ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ବୋଲି ମତପ୍ରକାଶ କରିଥିଲେ।ଏହି ଶ୍ରଦ୍ଧାଞ୍ଜଳୀ ସଭାକୁ ପ୍ରବୀଣ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନ ଉଦ୍ଘାଟନ କରି ସ୍ୱର୍ଗତ ବନମାଳୀ ଜେନାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର ସ୍ୱର୍ଗତ ଜେନାଙ୍କୁ ଏକ ବହୁମୁଖୀ ପ୍ରତିଭାର ଅଧିକାରୀ ବୋଲି କହିଥିଲେ। ଭୁବନେଶ୍ୱରର ମେୟର ଅନନ୍ତ ନାରାୟଣ ଜେନା କହିଲେ ଯେ,ତାଙ୍କ ନିକଟରେ ମୁରବୀତ୍ୱର ଗୁଣ, କର୍ମ ରହିଥିଲା। ସ୍ୱର୍ଗତ ଜେନାଙ୍କ ନାମରେ ସ୍ଥାନୀୟ ଏକ ମୁଖ୍ୟ ରାସ୍ତାକୁ ନାମିତ କରିବାକୁ ପ୍ରସ୍ତାବ ଦେବା ସଂଗେ ସଂଗେ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବାପାଇଁ କହିଥିଲେ। ସମସ୍ତେ ତାଙ୍କଭଳି ଉଦ୍ଯୋଗୀ ହେବାକୁ ପରାମର୍ଶ ଦେଇଥିଲେ। କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡଃ ଅଚୁ୍ୟତ ସାମନ୍ତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ତାଙ୍କ ଅନୁଷ୍ଠାନର ସଫଳତା ପଛରେ ସ୍ୱର୍ଗତ ଜେନାଙ୍କର ବଡ ଅବଦାନ ରହିଥିଲା ବୋଲି କହିଥିଲେ। ଶ୍ରୀ ଜେନାଙ୍କର ସ୍ମୃତିଚାରଣ ବ୍ୟବସ୍ଥାକୁ ତ୍ୱାରାନ୍ୱିତ କରିବାକୁ କିଟ୍ ଏବଂ କିସ୍ର ସହେଯାଗ ଅବ୍ୟାହତ ରହିବ ବୋଲି ଡଃ ସାମନ୍ତ ପ୍ରକାଶ କରିଥିଲେ। ସ୍ଥାନୀୟ ଅଂଚଳର ବୟୋଜ୍ୟେଷ୍ଠ ବ୍ୟକ୍ତି ନିତ୍ୟାନନ୍ଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ପୂର୍ବତନମନ୍ତ୍ରୀ ସୁରେଶ କୁମାର ରାଉତରାୟ ରାଜ୍ୟ ସିପିଆଇର ସମ୍ପାଦକ ଦିବାକର ନାୟକ, ବରିଷ୍ଠନେତା ରାମକୃଷ୍ଣ ପଣ୍ଡା, ଡଃ ରାଧାଶ୍ୟାମ କର, ନବନିର୍ମାଣ କୃଷକ ସମିତିର ଅଧ୍ୟକ୍ଷ ଅକ୍ଷୟ କୁମାର, ଭୁବନେଶ୍ୱର ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ଦୁଃଶାସନ ସ୍ୱାଇଁ, ନୃସିଂହ ଚରଣ ରାଉତ, ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥି, ଶାନ୍ତି ମିଶ୍ର, ପୂର୍ବତନ ବିଧାୟକ ଅଜୟ ଜେନା, ବିଶିଷ୍ଟ ଚଳଚିତ୍ର ଅଭିନେତା ଅଶ୍ରୁମୋଚନ ମହାନ୍ତି, ଶିକ୍ଷାବିଭାଗର ଅବସର ପ୍ରାପ୍ତ ଯୁଗ୍ମ ନିଦେ୍ର୍ଦଶକ ଶରତ କୁମାର ବିଶ୍ୱାଳ, ବରିଷ୍ଠ ଆଇନ୍ଜିବୀ ବିଧାୟକ ପଟ୍ଟନାୟକ, କଟକ ଶାନ୍ତି କମିଟିର ବରିଷ୍ଠ ସଦସ୍ୟ ବିକ୍ରମ ମହାପାତ୍ର, ପଟିଆ, ବାରଙ୍ଗ, ଚନ୍ଦକା ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ବୁଦ୍ଧଜିବିି ଓ ଭୁବନେଶ୍ୱର ଆଞ୍ଚଳିକ ଶାନ୍ତି କମିଟିର ସଦସ୍ୟବୃନ୍ଦ ପ୍ରମୁଖ ସ୍ୱର୍ଗତ ଜେନାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ତାଙ୍କର ବହୁମୁଖୀ ପ୍ରତିଭାର ଅବତାରଣା କରିଥିଲେ। ସ୍ତମ୍ଭକାର ସୁଧାଂଶୁ ମହାପାତ୍ର ଶ୍ରଦ୍ଧାଞ୍ଜଳି ସଭାଟିକୁ ପରିଚାଳନା କରିଥିଲା ବେଳେ ଯୁବନେତା ପପୁ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ଭଜନ ସମାରୋହର ଆୟୋଜନ କରାଯାଇଥିଲା।

About surendrahota

Leave a Reply

%d bloggers like this:
Skip to toolbar