Breaking News
Home / Bhubaneswar / State level Youth Red Cross conference

State level Youth Red Cross conference

୨୧ତମ ଯୁବ ରେଡ଼କ୍ରସ୍ ଜିଲ୍ଲା କମିଟି ଅଧ୍ୟକ୍ଷ ଓ ଆବାହକ ସଂପାଦକଙ୍କ ସମ୍ମିଳନୀ

DSC_3662

ଭୁବନେଶ୍ୱର, ତା. ୦୧.୦୮.୨୦୧୬ (ବିଶ୍ୱରଞ୍ଜନ ମିଶ୍ର)– ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା, ଯୁବ ରେଡ଼କ୍ରସ୍ ଦ୍ୱାରା ୨୧ତମ ଯୁବ ରେଡ଼କ୍ରସ୍ ଜିଲ୍ଲା କମିଟି ଅଧ୍ୟକ୍ଷ ଓ ଆବାହକ ସଂପାଦକଙ୍କ ସମ୍ମିଳନୀ ସ୍ଥାନୀୟ ରେଡ଼କ୍ରସ୍ ଭବନ, ଭୁବନେଶ୍ୱର ଠାରେ ଆୟୋଜନ କରାଯାଇଅଛି। ଏହି କାର୍ଯ୍ୟକ୍ରମକୁ ମାନ୍ୟବର ଉଚ୍ଚଶିକ୍ଷା, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ତଥା ଯୁବ ରେଡ଼କ୍ରସ୍ ରାଜ୍ୟ କାର୍ଯ୍ୟକାରିଣୀ କମିଟିର ଅଧ୍ୟକ୍ଷ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ଉଦ୍ଘାଟନ କରିବା ସହ ଯୁବ ରେଡ଼କ୍ରସ୍ର କାର୍ଯ୍ୟକ୍ରମକୁ ଅଧିକ କୀ୍ରୟାଶୀଳ କରିବା ପାଇଁ ଯୁବ ରେଡ଼କ୍ରସ୍ ଜିଲ୍ଲା କମିଟି ଅଧ୍ୟକ୍ଷ ଓ ଆବାହକ -ସଂପାଦକ ମାନଙ୍କୁ ଆହ୍ୱାନ ଦେଇଥିଲେ। ଯୁବ ରେଡ଼କ୍ରସ୍ର ସମସ୍ତ ପ୍ରକାର କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସରକାରଙ୍କ ସହଯୋଗ କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ବିପର୍ଯ୍ୟୟ ଓ ସମାଜର ଆବଶ୍ୟକତା ସମୟରେ ବିଭିନ୍ନ ପ୍ରକାରର ସେବାରେ ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀମାନଙ୍କର କାର୍ଯ୍ୟଦକ୍ଷତାକୁ ଉଚ୍ଚ ପ୍ରଶଂସା କରିବା ସହ ଯୁବ ସମାଜର ସାମାଜିକ ଦାୟୀତ୍ୱବୋଧ ସମ୍ପର୍କରେ ଆଲୋକପାତ କରିଥିଲେ। ଯୁବ ରେଡ଼କ୍ରସ୍ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଯୁବ ରେଡ଼କ୍ରସ୍ର ବିକେନ୍ଦ୍ରୀକରଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ତତ୍ସହିତ ଉପସ୍ଥିତ ଜିଲ୍ଲା ସଂଯୋଜକମାନଙ୍କୁ ରେଡକ୍ରସ୍ର ଉନ୍ନତି ଉଦେ୍ଦଶ୍ୟରେ ନିଣ୍ଣାୟକ ଭୂମିକା କରିବା ପାଇଁ ଉପଦେଶ ଦେଇଥିଲେ।ଏହି ସମ୍ମିଳନୀରେ ଅନ୍ୟତମ ଅତିଥି ଭାବେ ଓଡିଶା ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ଜି.ଭି. ଭେନୁଗୋପାଳ ଶର୍ମା, ଆଇ.ଏ.ଏସ୍, ଉଚ୍ଚଶିକ୍ଷା ନିଦେ୍ର୍ଦଶକ ପ୍ରଫେସର୍ ଡଃ ନିହାର ରଞନ ପଟ୍ଟନାୟକ, ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ଉପ ଶାସନ ସଚିବ, ବିଭିନ୍ନ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ୍ ପରାମର୍ଶଦାତାଙ୍କ ସମେତ ଓଡିଶାର ବିଭିନ୍ନ ଜିଲ୍ଲାରୁ ୫୦ରୁ ଅଧିକ ଅଧ୍ୟକ୍ଷ ଓ ଯୁବ ରେଡ଼କ୍ରସ୍ ଜିଲ୍ଲା ସଂପାଦକ ଯୋଗ ଦେଇ ୨୦୧୬-୨୦୧୭ ମସିହା ପାଇଁ କାର୍ଯ୍ୟକ୍ରମର ଚୂଡ଼ାନ୍ତ ରୁପରେଖ ପ୍ରସ୍ତୁତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଗୁରୁତ୍ତ୍ୱପୁର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡଃ ଚକ୍ରଧର ପଣ୍ଡା, ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଆବାହକ ସଂପାଦକମାନଙ୍କୁ ସ୍ୱାଗତ କରିବା ସହ ରେଡ଼କ୍ରସ୍ର ପରିସରକୁ ସୁଦୁର ପ୍ରସାର ନିମନ୍ତେ ନିବେଦନ କରିବା ସହ ଯୁବ ସ୍ୱେଚ୍ଛାସେବୀଙ୍କୁ ବିଭିନ୍ନ ସମାଜ ସେବା କାର୍ଯ୍ୟରେ ନିୟୋଜିତ କରିବା ନିମନ୍ତେ ସମବେତ ଅଧ୍ୟକ୍ଷ ଓ ପରାମର୍ଶଦାତାଙ୍କୁ ଅନୁରୋଧ କରିଥିଲେ। ରେଡ଼କ୍ରସ୍ର କାର୍ଯ୍ୟକ୍ରମକୁ ସୁପରିଚାଳନା ନିମନ୍ତେ ସମର୍ପିତ ଭାବନେଇ ପରସ୍ପର ମଧ୍ୟରେ ବୁଝାମଣା ରକ୍ଷାକରି ନିଜର ମହତ୍ତ୍ୱବୃଦ୍ଧି କରିବା ସହ ରେଡ଼କ୍ରସ୍କୁ ଜନାଦୃତ କରିବା ପାଇଁ ପରାମର୍ଶ ଦେଇଥିଲେ।ଯୁବ ରେଡ଼କ୍ରସ୍ ଅଫିସର ମେଜର. ଡ଼ଃ. କଳ୍ପନା ଦାସ, ବାର୍ଷିକ ବିବରଣୀ ଉପସ୍ଥାପନ କରିବା ସହିତ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପରିଶେଷରେ ଶ୍ରୀ ଗୋପାଳ କୃଷ୍ନ ମିଶ୍ର, ଯୁବ ରେଡ଼କ୍ରସ୍ ପରାମର୍ଶଦାତା ଧନ୍ୟବାଦ ଅର୍ପଣ କରିଥିଲେ। ଶୀ୍ର ଲିଙ୍ଗରାଜ ପଣ୍ଡା ଏହି କାର୍ଯ୍ୟକ୍ରମର ପରିଚାଳନା ରେ ସହାୟତା କରିଥିଲେ। ଉକ୍ତ ସମ୍ମିଳନୀରେ ଶ୍ରୀ ଶୁସିଲ କୁମାର ପଟ୍ଟନାୟକ ଯୁବ ରେଡ଼କ୍ରସ୍ ପରାମର୍ଶଦାତାଙ୍କର ତତ୍ତ୍ୱାବଧାନରେ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା।

About surendrahota

Leave a Reply

%d bloggers like this:
Skip to toolbar