Breaking News
Home / Bhubaneswar / State level Workers meeting of Swabhiman Party at Bhubaneswar

State level Workers meeting of Swabhiman Party at Bhubaneswar

ସ୍ୱାଭିମାନ ପାର୍ଟି ପ୍ରାଦେଶିକ କାର୍ଯ୍ୟକର୍ତ୍ତା ସମ୍ମିଳନୀ

meeting for Swabhiman Party photo  (1)
ଭୁବନେଶ୍ୱର, ତା ୩୧ା୭/୨୦୧୬ (ମନୋମାନୀ ସିଂ) : ସ୍ୱାଭିମାନ ପାର୍ଟି ଓଡ଼ିଶା ପକ୍ଷରୁ ସ୍ଥାନୀୟ ଲୋହିଆ ଏକାଡେମୀଠାରେ ପ୍ରାଦେଶିକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବ୍ୟବସ୍ଥା ପରିବର୍ତ୍ତନ, ଭାରତ କୈନ୍ଦ୍ରିକ-ଗରିବ କୈନ୍ଦି୍ରକ ଅର୍ଥନୀତିକୁ ଗୁରୁତ୍ୱ ଦେବା, ସାମାଜିକ ବିକାଶରେ ସଜ୍ଜନ ଶକ୍ତିକୁ ସମ୍ପୃକ୍ତ କରି ଓଡ଼ିଶାର ବିକାଶ କରିବା ଲାଗି ଏହି ସଭାରେ ମତପ୍ରକାଶ ପାଇଥିଲା । ଦଳର କେନ୍ଦ୍ରୀୟ ସଭାପତି ବୀରେନ୍ଦ୍ର ପାଣ୍ଡେ, ଉପସଭାପତି ବଳଦେବରାଜ ସୁଦ ଇଂ. ଲଡ଼ୁକିଶୋର ପଢ଼ିଆରୀ, ସାଧାରଣ ସମ୍ପାଦକ କମଳଲୋଚନ ନାୟକ, ଦିଲ୍ଲୀପ ମଲ୍ଲିକ, କାର୍ତ୍ତିକ ତି୍ରପାଠୀ, ପ୍ରମୋଦ କୁମାର ପଣ୍ଡା, ରାଜେନ୍ଦ୍ର ପ୍ରଧାନ, ଭୁବନ ମୋହନ ମହାନ୍ତି ପ୍ରମୁଖ ଭିନ୍ନ ଭିନ୍ନ ସମସ୍ୟା ବିଷୟରେ ଆଲୋକପାତ କରି ଲୋକଙ୍କ ମଧ୍ୟରେ ସ୍ୱାଭିମାନର ପ୍ରତିଷ୍ଠା ପାଇଁ ସଂକଳ୍ପବଦ୍ଧ ହେବାକୁ କହିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ କାର୍ଯ୍ୟକର୍ତ୍ତା ଏଥିରେ ଯୋଗଦେଇଥିଲେ । ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଦଳ ଅଂଶଗ୍ରହଣ କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

About surendrahota

Leave a Reply

%d bloggers like this:
Skip to toolbar