Breaking News
Home / Bhubaneswar / Both BJP & BJD cheated peoples of Odisha in Mahandi issue : Congress

Both BJP & BJD cheated peoples of Odisha in Mahandi issue : Congress

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର କରିଛନ୍ତି ମହା ବିଶ୍ୱାସଘାତ:ବିଜେଡି ଓ କେନ୍ଦ୍ରର ଦୋମୁହାଁ ନୀତି,ଆନେ୍ଦାଳନକୁ ଜୋରଦାର କରିବ କଂଗ୍ରେସ

Congress bhavan thare pcc sabhapati prasad harichandan nka press meet photo (7)

ଭୁବନେଶ୍ୱର, ତା ୩୧ା୭/୨୦୧୬ (ମନୋମାନୀ ସିଂ) : ମହାନଦୀ ପ୍ରସଙ୍ଗରେ ଓଡିଶା ସରକାର ଓଡିଶାବାସୀ ଓ ଓଡିଶାର ଚାଷୀଙ୍କ ପ୍ରତି ମହାବିଶ୍ୱାସ ଘାତ କରିବା ସହ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳୀ ଦେଇଛନ୍ତି । ଛତିଶଗଡର ରମଣ ସିଂହ ନେତୃତ୍ୱାଧୀନ ବିଜେପି ସରକାର ମହାନଦୀର ଉପରମୁଣ୍ଡରେ ଓ ଏହାର ବିଭିନ୍ନ ଶାଖା-ଉପନଦୀରେ ବିଭିନ୍ନ ଶିଳ୍ପସଂସ୍ଥାଙ୍କୁ ÷ଅଯାଚିତ ଅନୁଗ୍ରହ ପୂର୍ବକ ପାଣି ଯୋଗାଇଦେବା ପାଇଁ ୫୦୦ରୁ ଊଦ୍ଧ୍ୱର୍ ଛୋଟବଡ ବନ୍ଧ ଓ ବ୍ୟାରେଜ ନିର୍ମାଣ କରିସାରିଲେଣି । ଏପଟେ ନବୀନ ପଟ୍ଟନାୟକ ସରକାର ଶିଳ୍ପସଂସ୍ଥାମାନଙ୍କୁ ଅକୁଣ୍ଠ ଚିତରେ ମହାନଦୀର ପାଣି ବିକି ଚାଲିଛନ୍ତି । ଏ ସମସ୍ତ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପରୋକ୍ଷ ସମର୍ଥନ ରହିଛି । ଯାହା ଫଳରେ ମହାନଦୀର ଭବିଷ୍ୟତ ବିପନ୍ନ ହେବାକୁ ବସିଥିବା ବେଳେ ଓଡିଶା ଆସନ୍ନ ବିପଦ ଭିତରକୁ ଠେଲି ହୋଇଯାଇଛି । ତେଣୁ ନବୀନ ପଟ୍ଟନାୟକ ସରକାରଙ୍କ ଏଭଳି ରାଜ୍ୟ ବିରୋଧୀ ମାନସିକତା ଆଉ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ଓଡିଶା ବିରୋଧୀ ମନୋଭାବ ପରିପ୍ରେକ୍ଷୀରେ ରାଜ୍ୟ ଓ ରାଜ୍ୟବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ସମ୍ବଲପୁର ମହାନଦୀର ସୁରକ୍ଷା ଓ ଓଡିଶାର ସ୍ୱାର୍ଥରକ୍ଷା ପାଇଁ ବିକ୍ଷୋଭ ସମାବେଶ ତଥା ଜନଆନେ୍ଦାଳନକୁ ବ୍ୟାପକ କରାଯିବ । ଏହା ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏଭଳି ଦୋମୁହାଁ ନୀତି ବିରୋଧରେ ଜନମତ ଜାଗ୍ରତ କରିବା ପାଇଁ ମହାନଦୀ ତଟବର୍ତ୍ତି ସମସ୍ତ ୧୫ଟି ଜିଲ୍ଲାରେ ଚାଲିଥିବା ଜନଆନେ୍ଦାଳନକୁ ବ୍ୟାପକ କରାଯିବ । ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେଇଥିବା ରାଜ୍ୟ ସରକାର ଏବେ ବିଧବା ଓ ବିକଳାଙ୍ଗଙ୍କ ଉପରେ ବି ଦାଉ ସାଧିବାକୁ ବସିଛନ୍ତି । ରାସନ କାର୍ଡ ପାଇଥ୍ôବା ଗରିବ ବିଧବା ମହିଳା ଓ ବିକଳାଙ୍ଗଙ୍କୁ ଏବେ ରାସନକାର୍ଡ ଫେରାଇବା ପାଇଁ ବାଧ୍ୟ କରାଯାଉଛି ଅବା ସେମାନଙ୍କୁ ତାଲିକାରୁ ବାଦଦେଇ ସେମାନଙ୍କ ଠାରୁ ଜୋର ଜବରଦସ୍ତ ଜରିମାନା ଆଦାୟ କରାଯାଉଛି । ଅନେକ ସ୍ଥାନରେ ରାଜ୍ୟ ସରକାର ମାନବିକତା ବିହୀନ ଭାବେ ବିଧବା ବିକଳାଙ୍ଗଙ୍କୁ ଜେଲ ପଠାଇବାକୁ ପଛାଉନାହାନ୍ତି । ତେଣୁ ରାଜ୍ୟ ସରକାରଙ୍କ ଏଭଳି ଅମାନବୀୟ ଆଚରଣ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ସେପ୍ଟେମ୍ବର ୧୫ ତାରିଖରୁ ଦଫାୱାରୀ ଚାଲିଥିବା ଆନେ୍ଦାଳନକୁ ବ୍ୟପାକ କରାଯିବ । ସେହିପରି କନ୍ଧମଳ ଜିଲ୍ଲାର ଗୁମୁଡୁମା ଠାରେ ଏସଓଜି ଜବାନଙ୍କ ବର୍ବରତା ଯୋଗୁ ୪ଜଣ ନିରୀହ ଆଦିବାସୀ ଦଳିତ ଓ ଜଣେ ନିଷ୍ପାପ ଶିଶୁ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ହତ୍ୟାକାରୀଙ୍କୁ ଧରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ତେଣୁ ଏହାର ପ୍ରତିବାଦରେ କନ୍ଧମାଳ ଜିଲ୍ଲାରେ ଅଗଷ୍ଟ ୯ କ୍ରାନ୍ତି ଦିବସର କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାବ୍ୟାପୀ ପଦଯାତ୍ରା ଆୟୋଜନ କରାଯିବ ବୋଲି ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କହିଛନ୍ତି ।ଆଜି ଏକ ସା ମ୍ଭାଦିକ ସ୧ିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ନେତା ଓ ଜିଲ୍ଲା ସଭାପତିମାନଙ୍କ ବୈଠକ ବସି ଓଡିଶାରେ ଦେଖାଦେଇଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି ।ମହାନଦୀ ପ୍ରସଙ୍ଗରେ ରାଜ୍ୟସରକାରଙ୍କ ଦୋମୁହାଁ ନୀତିକୁ ସମାଲୋଜନା କରାଯିବା ସହ ଛତିଶଗଡ ସରକାରଙ୍କ ବୟାନକୁ ଦୁର୍ଭାଗ୍ୟ ଜନକ ବୋଲି ଦର୍ଶାଇ ବୈଠକରେ ନିନ୍ଦା କରାଯାଇଛି । ମହାନନୀ ପାଇଁ କଂଗ୍ରେସ ପକ୍ଷରୁ ଚାଲି୍ଥିବା ଆନେ୍ଦାଳନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ବୈଠକରେ ମତପ୍ରକାଶ ପାଇଛି । ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ରାସନ କାର୍ଡ ପ୍ରଦାନରେ ଅନିୟମିତତା ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଦୁର୍ବାର ଆନେ୍ଦାଳଦ କରାଯିବା ପରେ ରାଜ୍ୟସରକାର ଏବେ ଯେଉଁଭଳି ଭାବେ ନିରୀହ ହିତାଧିକାରୀଙ୍କ ଉପରେ ଆର୍ଥିକ ତଣ୍ଡ ଓ ଜେଲ ଦଣ୍ଡ ଲଦି ଦେଉଛନ୍ତି ତାହାକୁ ବି ନିନ୍ଦା କରାଯିବା ସହ ଏହାକୁ ନେଇ ଆନେ୍ଦାଳନ ଜୋରଦାର କରିବାକୁ କୁହାଯାଇଥିଲା । ଓଡିଶା ସରକାରଙ୍କ ମିଛ ବିକାଶ ନଗଡାରେ ପଦାରେ ପଡି ଯାଇଥିବା ବେଳେ ରାଜ୍ୟରେ ଆଜି ତାରିଖରେ ୩୦ ପ୍ରତିଶତରୁ ଅଧିକ ଲୋକ ଅପପୁଷ୍ଟିର ଶିକାର ହେଉଥିବା ଘଟଣାରେ ବୈଠକରେ ଉଦ୍ବେଗ ପ୍ରକାଶ ପାଇଛି । ଏ ସରକାର ଅମଳରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ ବଗିଡି ଯାଇଛି । ଏ ବେମାରିଆ ସରକାର ରାଜ୍ୟକୁ ବେମାରିଆ କରିସାରିଛନ୍ତି । ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ବିଫଳତା,ଦାୟିତ୍ୱହୀନତା ଓ ଚଂଚକତା ବିରୋଧରେ କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ଆନେ୍ଦାଳନ ଜୋରଦାର କରିବା ପାଇଁ ମତ ପ୍ରକାଶ ପାଇଛି । ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ମହାନଦୀ ଓଡିଶାର ଜୀବନ ଧାରା । ମହାନଦୀର ଜଳ ଓଡିଶା ବାସୀଙ୍କ ପାଇଁ ଜୀବନ । ହେଲେ ମହାନଦୀ ପ୍ରସଙ୍ଗରେ ରାଜ୍ୟରେ ଦୀର୍ଘ ୧୬ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ଓ ଖୋଦ ଜଳସମ୍ପଦ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାୟିତ୍ୱହୀନତା କାରଣରୁ ଏବେ ସମଗ୍ର ରାଜ୍ୟରେ ଜଳ ସଙ୍କଟ ଗୁରୁତର ହେବାର ଆଶଙ୍କା ସୃଷ୍ଟି ହୋଇଛି। ମହାନଦୀର ଜଳ କେତେ ଓଡିଶା ପାଇଁ ଆବଶ୍ୟକ ଓଡିଶା ସରକାର ତାହାର ଆକଳନ କରିନଥିବା ବେଳେ ବିଭିନ୍ନ ସଂସ୍ଥା ଦ୍ୱାରା କରାଯାଇଥିବା ଆକଳନ ଅନୁଯାୟୀ ଓଡିଶା ମହାନଦୀରୁ ପାଉଥିବା ଜଳ ଆଜି ସ୍ଥିତିରେ ଉଦ୍ବୃତ ନାହିଁ। ହେଲେ ଶିଳ୍ପସଂସ୍ଥାଙ୍କୁ ପାଣି ଦେବା ପାଇଁ ଛତିଶଗଡ ସରକାର ଉପରମୁଣ୍ଡରେ ବ୍ୟାରେଜ୍ ଓ ଡ୍ୟାମ୍ କରି ମହାନଦୀ ଜଳକୁ ଅଟକାଇବା ଦ୍ୱାରା ଓଡିଶା ଆହୁରି କମ୍ପାଣି ପାଇବ। ଏପଟେ ଓଡିଶା ସରକାର ୫ଟି ଶିଳ୍ପ ସଂସ୍ଥାକୁ ମହାନଦୀର ଜଳ ବିକି ଦେଇ ରାଜ୍ୟ ୫ଲକ୍ଷ ଚାଷୀଙ୍କ ପରିବାରକୁ ଉଚ୍ଛନ୍ନ କରିବାକୁ ଷଡଯନ୍ତ୍ର କରିଥିବା ବେଳେ ଛତିଶଗଡରେ ନିର୍ମାଣାଧୀନ ବ୍ୟାରେଜ ମହାନଦୀ ଜଳକୁ ଅଟକାଇବା ଦ୍ୱାରା ଓଡିଶାର ଚାଷୀକୁଳଙ୍କ ଜୀବନ ଜୀବିକା ବିପନ୍ନ ହୋଇଯିବ ।କେବଳ ସେତିକି ନୁହେଁ ରାଜ୍ୟରେ ଚାଷ ଉଜୁଡିବା, ପାନୀୟ ଜଳ ସଙ୍କଟ ସୃଷ୍ଟି ହେବା ସହ ବର୍ଷାଦିଦେ ଉପରମୁଣ୍ଡରୁ ଛତିଶଗଡ ବ୍ୟାରେଜବା ଡ୍ୟାମରୁ ପାଣି ଛାଡି ଓଡିଶାରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । କେନ୍ଦ୍ରର ମୋଦୀ ସରକାର ମଧ୍ୟ ମହାନଦୀ ଜଳ ଓଡିଶାରେ କମ୍ ଉପଲବ୍ଧ ହେଉନାହିଁ ବୋଲି ମନ୍ତବ୍ୟ ଦେଇ ଓଡିଶାବାସୀଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ଅନ୍ୟପକ୍ଷରେ ମୋଦି ଓ ନବୀନ ସରକାର ମିଶି ଓଡିଶା ବାସୀଙ୍କ ପ୍ରତି ଧୋକା କରିବାକୁ ଷଡଯବ କରିଛନ୍ତି । ଓଡିଶାର ଲାଇଫଲାଇନ ମହାନଦୀ ସହ ଗୋଦାବରୀ ନଦୀର ସଂଯୋଗୀକରଣ କରିବା ପାଇଁ ମହାନଦୀ ଗୋଦାବରୀ ରିଭରଲିଙ୍କିଂ ଯୋଜନା ପାଇଁ ଓଡିଶା ସରକାର ହାତ କାଟି ଲେଖିଦେଇଛନ୍ତି । ଗୋଦାବାରୀ ହେଉଛି ଶୁଷ୍କ ବେସିନ । ମହାନଦୀର ସମସ୍ତ ଜଳ ରୁଷିକୁଲ୍ୟା ମଧ୍ୟ ଦେଇ ଯଦି ଗୋଦାବରୀକୁ ଚାଲିଯାଏ ତେବେ ଆନ୍ଧ୍ର ପ୍ରଦେଶ ପାଇବ ଜଳ ଓ ଓଡିଶାବାସୀ ଆଉ ଓଡିଶାର ଚାଷୀ ଜଳ ପାଇଁ ଛଟପଟ ହେବେ । ମହାନଦୀକୁ ନେଇ ଏବେ ଯେଉଁ ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଛି ଏଥିପାଇଁ ରାଜ୍ୟରେ ଶାସନ କରୁଥିବା ନବୀନ ବାବୁଙ୍କ ବିଜେଡି ସରକାର ଦାୟୀ। ବହୁ ଆଗରୁ ଏ ସରକାର ଜାଣିଛନ୍ତି ଯେ ଛତିଶଗଡ ଉପରମୁଣ୍ଡରେ ବ୍ୟାରେଜ୍ ଓ ଡ୍ୟାମ ତିଆରି କରୁଛି। ଏପରିକି ୨୦୦୮ ମସିହାରେ ଜଳ ସମ୍ପଦ ବିଭାଗର କାର୍ଯ୍ୟାବଳୀ ରିପୋର୍ଟରେ ଛତିଶଗଡ ନିର୍ମାଣ କରୁଥିବା ବ୍ୟାରେଜ ଓ ଡ୍ୟାମ ସମ୍ପର୍କରେ ଉଲ୍ଲେଖ ରହିଛି । ଏପରିକି ରାଜ୍ୟ ସରକାରଙ୍କ ତଦାନିନ୍ତନ ଜଳସେଚନ ସଚିବ ସୁରେଶ ମହାପାତ୍ର ମଧ୍ୟ ସ୍ୱୀକାର କରିଥିଲେ ଯେ ଉପରମୁଣ୍ଡରେ ଛତିଶଗଡ ଯଦି ୧୦୦ଟା ଡ୍ୟାମ ବା ବ୍ୟାରେଜ୍ ନିର୍ମାଣ କରେ ତେବେ ଓଡିଶା ପାଇଁ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ । ଆଉ ଏହା ବି କହିଥିଲେ ଯେ ଜଳ ସମ୍ପଦ ବିଭାଗର ସମସ୍ତ ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରନ୍ତି ଓ ତାଙ୍କରି ଦିଶା ନିଦେ୍ର୍ଦଶରେ ବିଭାଗର କାର୍ଯ୍ୟ ହୋଇଥାଏ। ଅର୍ଥାତ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ବହୁଦିନ ଧରି ଅର୍ଥାତ ୨୦୦୮ମସିହାରୁ ଜାଣିଥିଲେ ଯେ ଛତିଶଗଡ ଉପରମୁଣ୍ଡରେ ବ୍ୟାରେଜ ଓ ଡ୍ୟାମ ନିର୍ମାଣ କରୁଛି । ଏପରିକି ଛତିଶଗଡ ସରକାରଙ୍କ ପକ୍ଷରୁ ଉପରୋକ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ବାରମ୍ବାର ଡକାଯାଇଥିଲେ ମଧ୍ୟ ଓଡିଶା ସରକାର ପକ୍ଷରୁ ତାକୁ ଏଡାଇ ଦିଆଯାଇଛି । ବିଭିନ୍ନ ଆଳରେ ଓଡିଶା ଓ ଓଡିଶାର ଜୀବନ ରେଖ ମହାନଦୀର ସ୍ୱାର୍ଥ ପରି ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ କି ମନ୍ଦ ଉଦେ୍ଦଶ୍ୟ ରଖି ରାଜ୍ୟ ସରକାର ଟାଳି ଆସିଛନ୍ତି ତାହା ସନେ୍ଦହଜନକ । କେତେବେଳେ ମହାନଦୀ ଡ୍ୟାମ ଅଫିସର ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି କହି ଓଡିଶା ବୈଠକକୁ ଯାଇନଥିବା ବେଳେ ଛତିଶଗଡ ସରକାରଙ୍କ ନିମନ୍ତ୍ରଣ ସତ୍ୱେ ସେଠାକାର ବିଧାନସଭା ଅଧିବେଶନ ଚାଲିଥିବା ଯୋଗୁ ଓଡିଶାର ଅଧିକାରୀ ମାନେ ପରେ ଯିବେ କହି ତାରିଖ ଗଡାଇବା ଘଟଣାରୁ ମହାନବୀ ପ୍ରସଙ୍ଗରେ ରାଜ୍ୟସରକାର କେତେ ସମ୍ବେଦନଶିଳ ତାହା ପ୍ରମାଣିତ ହୋଇଯାଇଛି । ହେଲେ ସେସବୁ ଜାଣି ଚୁପ୍ ରହିଥିବା ତଥା ଓଡିଶା ଓ ମହାନଦୀର ସୁରକ୍ଷାକୁ ଅଜଣା ବିପଦ ଆଡକୁି ଠେଲିଦେଇ ଚେଇଁ ଶୋଇଥିବା ବିଜେଡି ସରକାର ଏବେ ହଠାତ ନିଦରୁ ଉଠି ବିଳିବିଳେଇ ଛତିଶଗଡ ବିରୋଧରେ ମହାନଦୀର ସୁରକ୍ଷା ପାଇଁ ଲଢେଇ କରିବା ପାଇଁ ଗୁରାଳି ଛାଡୁଛନ୍ତି । ଜାଣିଶୁଣି ମହାନଦୀ ଓ ଓଡିଶାବାସୀଙ୍କ ଭବିଷ୍ୟତକୁ ବିପନ୍ନ କରିବା ପାଇଁ ସମସ୍ତ ସୁଯୋଗ ଛତିଶଗଡ ହାତରେ ଛାଡିଦେଇଥିବା ବିଜେଡି ସରକାର ଏବେ ଦୋମୁହାଁ ନୀତି ଅବଲମ୍ବନ କରି ପଂଚାୟତ ନିର୍ବାଚନକୁ ଆଖିରେ ରଖି ମହାନଦୀକୁ ନେଇ ନାଟକବାଜୀ ଚଳାଇଛନ୍ତି । ହେଲେ ରାଜ୍ୟ ସରକାରଙ୍କ ଏ ଚଂଚକତା ଓ ଦୋମୁହଁ ନୀତିକୁ କୌଣସି ପରିସ୍ଥିତିରେ କଂଗ୍ରେସ ବରଦାସ୍ତ କରିବ ନାହିଁ । ଓଡିଶା ବାସୀ ଓ ଓଡିଶାର ଚାଷୀଙ୍କ ସ୍ୱାର୍ଥରକ୍ଷା ତଥା ମହାନଦୀ ପ୍ରତି ଘନେଇ ଆସିଥିବା ଅଜଣାବିପଦରୁ ଏହାକୁ ରକ୍ଷା କରିବା ପାଇଁ କଂଗ୍ରେସ ଦଳ ଦୁର୍ବାର ଆନେ୍ଦାଳନ ଗଢିତୋଳିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଦ । ଏହି ସା ମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପିସିସି ମୁଖପାତ୍ର ସୁଲୋଚନା ଦାସ, ଗିରିଜା ଶଙ୍କର ଦାଶ ଓ ସୌଗତ ମହାନ୍ତି ଉପସ୍ଥିତ ଥିଲେ।

About surendrahota

Leave a Reply

%d bloggers like this:
Skip to toolbar