Breaking News
Home / Bhubaneswar / Deligates of All India Mahila Sanskrutik Sangathan meets Police D.G demanding justics forthe rape victim of Rajhikiria village

Deligates of All India Mahila Sanskrutik Sangathan meets Police D.G demanding justics forthe rape victim of Rajhikiria village

୪୨ମୈାଜାର ଦୁଷ୍କର୍ମ ଘଟଣାର ଅପରାଧିମାନଙ୍କୁ ତୁରନ୍ତ ଗିରଫ ଦାବିରେ ପୋଲିସ ଡି.ଜି.ଙ୍କୁ ଭେଟିଲେ ମହିଳା ସାଂସ୍କୃତିକ ସଂଗଠନର ପ୍ରତିନିଧି ଦଳ

IMG_20160730_113903059_HDR

ତା ୩୦.୦୭.୨୦୧୬ ଆଜି ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ତରଫରୁ ଏକ ପ୍ରତିନିଧି ଦଳ କଟକସ୍ଥିତ ୪୨ମୈାଜାର ଝିଙ୍କିରିଆ ଗ୍ରାମରେ ଗତ ୨୬ ଜୁଲାଇ ଦିନ ଜନୈକା ମହିଳାଙ୍କ ସହ ଘଟିଥିବା ଦୁଷ୍କର୍ମ ଘଟଣାରେ ସଂପୃକ୍ତ ସମସ୍ତ ଅପରାଧିଙ୍କୁ ଅବିଳମ୍ଭେ ଗିରଫ କରି ଦୃଷ୍ଟାନ୍ତମୂଳକ ଶାସ୍ତି ଦାବିରେ ପୋଲିସ ମହାନିଦେ୍ର୍ଦଶକଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଏଠାରେ ସୂୁଚନାଯୋଗ୍ୟ ଗତ କାଲି ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଏକ ପ୍ରତିନିଧି ଦଳ ୪୨ମୈାଜାର ଝିଙ୍କିରିଆଗ୍ରାମକୁ ଯାଇ ପୀଡିତାଙ୍କୁ ସାକ୍ଷାତ କରିବା ସହ ଘଟଣାର ଅନୁସଂଧାନ କରିଥିଲେ। ପ୍ରତିନିଧି ଦଳ ପ୍ରକାଶକରିଛନ୍ତି ଯେ ; ଦୁର୍ବୁ ମାନଙ୍କ ମୁଖ୍ୟ ଉଦେ୍ଦଶ୍ୟ ଡକାୟତି ନୁହେଁ, ତାହା ଥିଲା ଦୁଷ୍କର୍ମ କରିବା ଏବଂ ଯାହା ଜଣା ପଡୁଛି ସେମାନେ ସମସ୍ତେ ପାଖାପାଖି ଅଂଚଳର ବାସିନ୍ଦା। ନିଶାଗ୍ରସ୍ତ ଅବସ୍ଥାରେ ସେମାନେ ଏହି ଗଣ ଦୁଷ୍କର୍ମ କରିଛନ୍ତି। ସେହି ଅଂଚଳରେ ନିର୍ଭୟରେ ଦିନ ଦ୍ୱିପହରରେ ବିଭିନ୍ନ ସ୍ଥାନରେ ମଦ ଆଡ୍ଡା ଚାଲିିବା ସହ ମଦ ଭାଟିଗୁଡିକ ମଧ୍ୟ ନିଦ୍ୱନ୍ଦରେ ଚାଲିଛି। ଯାହା ଫଳରେ ସେହି ଅଂଚଳରେ ଅକ୍ଲେଶରେ ଏହିଭଳି ଅସାମାଜିକ କାର୍ଯ୍ୟ ବଢିବାରେ ଲାଗିଛି। ଯାହା ଫଳରେ ଗତ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଝିଙ୍କିରିଆଗ୍ରାମରେ ଏହିଭଳି ଦୁଃଖଦାୟକ ଘଟଣା ଘଟିଛି। ଯାହାକି ଅତ୍ୟନ୍ତ ନିନ୍ଦନୀୟ ଓ ବେଦନାଦାୟକ ତଥା ସଭ୍ୟସମାଜ ପାଇଁ ଏକ କଳଙ୍କମୟ ଘଟଣା। ତୁରନ୍ତ ଏହି ଗଣ ଦୁଷ୍କର୍ମ ଘଟଣାରେ ସଂପୃକ୍ତ ସମସ୍ତ ଅପରାଧିମାନଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ, ପୀଡିତାଙ୍କ ସାମାଜିକ ସୁରକ୍ଷା ଓ ନିରାପ।ର ବ୍ୟବସ୍ଥା କରିବା ତଥା ତାଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସହ ତାଙ୍କ ଚିକିସôାର ସୁବନେ୍ଦାବସ୍ତ କରିବା, ୪୨ମୈାଜା ଅଂଚଳରେ ଥିବା ସମସ୍ତ ମଦ ଭାଟି ଓ ମଦ ଆଡ୍ଡାକୁ ଅବିଳମ୍ବେ ବନ୍ଦ କରିବା ଇତ୍ୟାଦି ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ମହିଳା ସାଂସ୍କୃତିକ ସଂଗଠନର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ବୀଣାପାଣି ଦାସଙ୍କ ନେତୃତ୍ୱରେ ସଂଗଠନର କଟକ ଜିଲ୍ଲା ସଂଗଠିକା ସିପ୍ରା ମହାନ୍ତି, ଶୋଭାରାଣୀ ଦେହୁରୀ, ଝରଣା ଦାସ, ସ୍ୱାଧୀନ ବେହେରା, ନୟନା ନାୟକ, ଜି.ସୁନୀତା, ରାଧାରାଣୀ ସାହୁ, ସସ୍ମିତା ଦେହୁରୀ, ଟି.ମାଲେଶ୍ୱରୀ, ରୀନା ମଲ୍ଲିକ ମାଳବିକା ସାମଲ, କୁଂଜଲତା ବେହେରା ପ୍ରମୁଖଙ୍କୁ ନେଇ ଏକ ପ୍ରତିନିଧି ଦଳ ଡି.ଜିଙ୍କୁ ସାକ୍ଷାତ କରି ପ୍ରଦାନ କରିଛନ୍ତି। ପିଡୀତାଙ୍କୁ ନ୍ୟାୟ ପ୍ରଦାନ ତଥା ଏହିଘଟଣା ବିରୁଦ୍ଧରେ ସମସ୍ତ ଶୁଭବୁଦ୍ଧି ସଂପନ୍ନ ଜନସାଧାରଣ ତଥା ମହିଳା ସମାଜ ଆଗେଇ ଆସିବାକୁ ମହିଳା ସାଂସ୍କୃତିକ ସଂଗଠନ ତରଫରୁ ଆହ୍ୱାନ କରାଯାଇଛି।

About surendrahota

Leave a Reply

%d bloggers like this:
Skip to toolbar