Breaking News
Home / Bhubaneswar / BJD Gundaraj in Naveen’s Government

BJD Gundaraj in Naveen’s Government

ଓଡିଶାରେ ଚାଲିଛି ବିଜେଡିର ଗୁଣ୍ଡାରାଜ ,ନବୀନ ଶାସନରେ ଜାନକୀ ଯୁଗ ଫେରିଛି : ବିଜେପି

IMG_0400

ଭୁବନେଶ୍ୱର, ତା.୩୦/୦୭/୨୦୧୬ (ମନୋମାନୀ ସିଂ)-ପାରାଦ୍ୱୀପ, ବରଗଡ, ବ୍ରହ୍ମପୁର, ବୈkଦ୍ଧ – ମନୋମୁଣ୍ଡା ଏବଂ ଆଜି ଅନୁଗୁଳ ସହରରେ ବିଜେଡି ଗୁଣ୍ଡାମାନେ ପୋଲିସର ସହଯୋଗରେ ଯେଉଁ କାଣ୍ଡ ଭିଆଇଲେ, ତାହା ଦେଖି ସାରିବା ପରେ ଯେ କୈାଣସି ଲୋକ ବିନା ଦ୍ୱିଧାରେ କହିପାରିବଯେ, ଓଡିଶାରେ ଗୁଣ୍ଡାରାଜ ଚାଲିଛି। ଏହି ସମସ୍ତ ଘଟଣାକ୍ରମ ନବୀନ ପଟ୍ଟନାୟକଙ୍କର ଶାସନରେ ଜାନକୀ ପଟ୍ଟନାୟକଙ୍କର କଂଗ୍ରେସ ଯୁଗ ଫେରାଇ ଆଣିଛି ବୋଲି ବିଜେପିର ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି।ବିଜେଡି ସରକାରର ଦୁର୍ନିତୀ, ଅପାରଗତା ଓ ଦାୟୀତ୍ୱହୀନତା ଦିନକୁ ଦିନ ସବୁ ଧରା ପଡଯିିବା ଫଳରେ ଶାସକ ବିଜେଡି ଅସହାୟ ହୋଇ ପଡିଛି। ଫଳସ୍ୱରୁପ ନିଜର ବିଫଳତାକୁ ଘୋଡାଇବା ପାଇଁ ବିଜେଡି ହିଂସାର ଆଶ୍ରୟ ନେଇଛି। ସାରା ରାଜ୍ୟରେ ଖାଦ୍ୟ ନିରାପତା ଆଇନ ଅନ୍ତର୍ଗତ ରେସନ କାର୍ଡ ବାଂଟିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛି। ବର୍ତମାନ ସରକାର ରାଜ୍ୟର ହଜାର ହଜାର ନିରୀହ ମାଆ ଭଉଣୀଙ୍କଠାରୁ ହଜାର ହଜାର ଟଙ୍କା ଜୋରିମାନା ନେଉଛନ୍ତି, ଗିରଫ କରୁଛନ୍ତି, ଜେଲକୁ ମଧ୍ୟ ପଠାଉଛନ୍ତି। ପ୍ରଥମରୁ ରେସନ କାର୍ଡ କରାଇ ଦେବା ପାଇଁ ଲାଂଚ ନେଇଥିଲେ। ବିଜେଡି ବିଧାୟକ ଓ ନେତାମାନେ ନାଲି ଆଖି ଦେଖାଇ ରେସନ କାର୍ଡ ଲୁଟିଲେ। ବିନା ଦୋଷରେ ହଜାର ହଜାର ମାଆ ଭଉଣୀମାନଙ୍କୁ ଗିରଫ କରି ଜେଲ ପଠାଇବାରେ ନବୀନ ସରକାର ଦେଶରେ ପ୍ରଥମ ମୁଖ୍ୟମନ୍ତ୍ରୀ। ରେସନ କାର୍ଡ ବଂଟନର ଚୟନ ପ୍ରକ୍ରିୟାରେ ନବୀନ ସରକାର ଭୂଲ କଲେ ଅଥଚ ନିଜର ଭୂଲକୁ ଲୁଚାଇବା ପାଇଁ ପୋଲିସ ଲଗାଇ ନିରୀହ ମାଆ ଭଉଣୀମାନଙ୍କ ଉପରେ ମଧ୍ୟ ଗୁଣ୍ଡାଗିରି ଆରମ୍ଭ କରିଦେଇଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି। ଅଶୀ ଦଶକର ଶେଷ ଆଡକୁ ଏବଂ ନବେ ଦଶକର ଶେଷ ଆଡକୁ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ କଂଗ୍ରେସ ସରକାର ଯେଉଁ ଭଳି ଗୁଣ୍ଡାରାଜ କରି ଓଡିଶା ଶାସନରୁ ବିଦାୟ ହୋଇଥିଲା, ଠିକ୍ ସେହିଭଳି ସ୍ଥାଣୁ ଓ ଅପାରଗ ପାଲଟିଥିବା ନବୀନ ସରକାର ଅସହାୟ ହୋଇପଡି ଗୁଣ୍ଡାରାଜକୁ ଆପଣାଇଛି ବୋଲି ଶ୍ରୀ ଶର୍ମା ମତପ୍ରକାଶ କରିଛନ୍ତି।

About surendrahota

Leave a Reply

%d bloggers like this:
Skip to toolbar