Breaking News
Home / Bhubaneswar / Representative of All India Mahila Sanskrutik Sangathan meets the Rape victim of Rajhikiria village

Representative of All India Mahila Sanskrutik Sangathan meets the Rape victim of Rajhikiria village

ମହିଳା ସାଂସ୍କୃତିକ ସଂଗଠନର ପ୍ରତିନିଧି ଦଳ ୪୨ମୈାଜାର ପିଡୀତାଙ୍କୁ ଭେଟିଲେ

News and Photo of Mahila Sanskrutika Sangathan's team visited Jhinkiria, 42Mauza victim photo (1)
ଭୂବନେଶ୍ୱର ,ତା୨୯.୭.୨୦୧୬ (ମନୋମାନୀ ସିଂ)- ଆଜି ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ତରଫରୁ ଏକ ପ୍ରତିନିଧି ଦଳ କଟକର ୪୨ମୈାଜା ରଝିଙ୍କିରିଆ ଗ୍ରାମରେ ଗତ ୨୬ ଜୁଲାଇ ଦିନ ଜଣେ ମହିଳାଙ୍କ ସହ ଘଟିଥିବା ଦୁଃଖଦାୟକ ଘଟଣାର ଅନୁସଂଧାନ ଉଦେ୍ଦଶ୍ୟରେ ଗସ୍ତ କରିଥିଲେ। ମହିଳା ସାଂସ୍କୃତିକ ସଂଗଠନର ରାଜ୍ୟ ସଭାନେତ୍ରୀ ଶ୍ରୀମତି ବୀଣାପାଣି ଦାସଙ୍କ ନେତୃତ୍ୟରେ ସଂଗଠନର କଟକ ଜିଲ୍ଲା ସଂଗଠିକା ଶ୍ରୀମତି ସିପ୍ରା ମହାନ୍ତି, ଶୋଭାରାଣୀ ଦେହୁରୀ, ଝରଣା ଦାସ, ସ୍ୱାଧୀନ ବେହେରା ପ୍ରମୂଖ ପିଡୀତାଙ୍କ ସହ ସାକ୍ଷାତ କରିଥିଲେ। ଗତ ମଙ୍ଗଳବାର ବିଳ ମ୍ଭିତ ରାତ୍ରୀରେ ଚାରି ଜଣ ଦୁର୍ବୁତ ସେହି ମହିଳାଙ୍କ ଘରେ ପଶି ଲୁଟପାଟ କରିବା ସହ ମହିଳାଙ୍କୁ ଟେକି ନେଇ କାଠଯୋଡି ପଠାରେ ତାଙ୍କ ସହ ଗଣ ଦୁଷ୍କର୍ମ କରିଛନ୍ତି। ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ବେଦନାଦାୟକ। ମହିଳା ସାଂସ୍କୃତିକ ସଂଗଠନର ପ୍ରତିନିଧି ଦଳ ଘଟଣାର ଅନୁସଂଧାନ କରି ପ୍ରକାଶ କରିଛନ୍ତି ଯେ ; ଦୁର୍ବୁତ୍ତ ମାନଙ୍କ ମୁଖ୍ୟ ଉଦେ୍ଦଶ୍ୟଡକାୟତି ନୁହେଁ ତାହା ଥିଲା ଦୁଷ୍କର୍ମ। ଏବଂ ଘଟଣାରୁ ଯାହା ଜଣା ପଡୁଛି ସେମାନେ ସମସ୍ତେ ପାଖାପାଖି ଅଞ୍ଚଳର ବାସିନ୍ଦା। ସେହି ରାତ୍ରୀର ଘଟଣା ସଭ୍ୟ ସମାଜ ପାଇଁ ଏକ କଳଙ୍କ ବୋଲି ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି। ମହିଳା ସାଂସ୍କୃତିକ ସଂଗଠନ ତରଫରୁ ତୁରନ୍ତ ସମସ୍ତ ଦୁର୍ବୁତ ମାନଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ, ପିଡୀତାଙ୍କୁ କ୍ଷତିପୂରଣ ଦେବା ସହ ତାଙ୍କର ଚିକିସôା ତଥାସୁରକ୍ଷାର ସୁବନେ୍ଦାବସ୍ତ କରିବା, ମଦକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା ତଥା ଅଶ୍ଳୀଳତା – ଅପସଂସ୍କୃତିକୁ ରୋକିବା ଇତ୍ୟାଦି ଦାବୀ କର୍ତୃପକ୍ଷଙ୍କ ଉପଲକ୍ଷେ ଉପସ୍ଥାପନ କରାଯାଇଛି। ଏହି ଘଟଣା ବିରୁଦ୍ଧରେ ସମସ୍ତ ଶୁଭବୁଦ୍ଧି ସଂପନ୍ନ ଜନସାଧାରଣ ତଥା ମହିଳାସମାଜ ଆଗେଇ ଆସିବାକୁ ମହିଳା ସାଂସ୍କୃତିକ ସଂଗଠନ ତରଫରୁ ନିବେଦନ କରାଯାଇଛି। ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଏହି ସମସ୍ତ ଦାବୀକୁ ନେଇ ଜିଲ୍ଲ୍ାପାଳ ଓ ପୋଲିସ ମହାନିଦେ୍ର୍ଧଶକଙ୍କୁ ସାକ୍ଷାତ କରାଯିବ ବୋଲି ସଂଗଠନର ରାଜ୍ୟ ସଭାନେତ୍ରୀ ଶ୍ରୀମତି ଦାସ ପ୍ରକାଶ କରିଛନ୍ତି।

About surendrahota

Leave a Reply

%d bloggers like this:
Skip to toolbar