Breaking News
Home / Bhubaneswar / Demonstration of BJP on July 29th in front of all Block office of Odisha. Regarding failure of State Government

Demonstration of BJP on July 29th in front of all Block office of Odisha. Regarding failure of State Government

ରାଜ୍ୟ ସରକାରଙ୍କ ବିଫଳତା ବିରୁଦ୍ଧରେ ଜୁଲାଇ ୨୯ରେ ସମସ୍ତ ବ୍ଲକରେ ବିଜେପିର ବିକ୍ଷୋଭ

IMG_0400
ଭୁବନେଶ୍ୱର, ତା.୨୭/୦୭/୨୦୧୬ (ମନୋମାନୀ ସିଂ): ରାଜ୍ୟ ସରକାରଙ୍କ ପାଖରେ ଆର୍ଥିକ ବ୍ୟବସ୍ଥା ଥିବା ସତ୍ୱେ ସ୍ଥାଣୁତା, ଅପାରଗତା ଓ ରାଜନୈତିକ ଇଚ୍ଛାଶକ୍ତିର ଘୋର ଅଭାବ କାରଣରୁ ସାଧାରଣ ଗରୀବ ଓଡିଆ ଲୋକ ସେମାନଙ୍କର ନ୍ୟାଯ୍ୟ ହକରୁ ବଞ୍ଚିତ ହେଉଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିବା ସହ ଆଗାମୀ ୨୯ ତାରିଖରେ ଦଳ ରାଜ୍ୟର ସବୁ ବ୍ଲକ ଅଫିସ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଘୋଷଣା କରିଛନ୍ତି। ଶ୍ରୀ ପଣ୍ଡା କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୧୬ ବର୍ଷର ରାଜ୍ୟ ସରକାର ସାଧାରଣ ଗରୀବ ଓଡିଆ ଲୋକଙ୍କର ନ୍ୟାଯ୍ୟ ଅଧିକାର ଦେବା ପରିବର୍ତ୍ତେ ସେମାନଙ୍କର ଜୀବନ ମାନ, ଜୀବିକା ଓ ରୋଜଗାରକୁ ବିପନ୍ନ କରିଛନ୍ତି। ସେ କହିଛନ୍ତି ଯେ ଗୋଟିଏ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ ଭାବରେ ରାଜ୍ୟ ସରକାରଙ୍କର ଦୋଷ ଦୁର୍ବଳତାକୁ ଜନ ଆନେ୍ଦାଳନରେ ପରିଣତ କରି ସରକାରଙ୍କର ବିରୁଦ୍ଧରେ ଜନମତ ସୃଷ୍ଟି କରିବା ପାଇଁ ବିଜେପି ବଦ୍ଧପରିକର।ସବୁ ବ୍ଲକ ଅଫିସ ସାମନାରେ ଆନେ୍ଦାଳନର ବିଷୟବସ୍ତୁ ସମ୍ବନ୍ଧରେ ସୂଚନା ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ ନୂତନ ଖାଦ୍ୟ ସୁରକ୍ଷା ନିୟମରେ ଓଡିଶାର ଜନସଂଖ୍ୟାର ୭୮ ଭାଗ ଲୋକ ସାମିଲ ହେବା ପାଇଁ କେନ୍ଦ୍ର ସରକାର ଆର୍ଥିକ ବ୍ୟବସ୍ଥା କରିଛନ୍ତି। ମାତ୍ର ହିତାଧିକାରୀ ଚୟନ ପ୍ରକ୍ରିୟାରେ ବିଭ୍ରାଟ କାରଣରୁ ଲକ୍ଷ ଲକ୍ଷ ଯୋଗ୍ୟ ହିତାଧିକାରୀ ସେମାନଙ୍କର ନ୍ୟାଯ୍ୟ ହକରୁ ବଂଚିତ ହେଲେ।ସରକାରୀ ଦଳର ନେତାଙ୍କ ଇଙ୍ଗିତରେ ପ୍ରଶାସନ ତାଲିକା ପ୍ରସ୍ତୁତ କଲା। ମାତ୍ର ଏବେ ସରକାରୀ କଳ ନୁହେଁ ସାଧାରଣ ଲୋକଙ୍କ ମୁଣ୍ଡରେ ସରକାର ଦୋଷ ଲଦି ନିଜକୁ ବଞ୍ଚାଇବାକୁ ଚେଷ୍ଟାକୁ ଦଳ ଏହି ବିକ୍ଷୋଭରେ ଦୃଢ ବିରୋଧ କରିବ। ତୁରନ୍ତ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ସେମାନଙ୍କର ନ୍ୟାଯ୍ୟ ହକ ପ୍ରଦାନ ପାଇଁ ଦଳ ଦୃଢ ଜାବି କରିବ। ରାଜ୍ୟ ସରକାର ଗତ ମରୁଡି ସମୟରେ ଇନପୁଟ ସବସିଡି ଯୋଗାଇ ଦେବା ନେଇ ଦାବି କରିଥିବା ବେଳେ ଗାଁ ଗଣ୍ଡାରେ ହଜାର ହଜାର ଯୋଗ୍ୟ ହିତାଧିକାରୀ ସବସିଡିରୁ ବଞ୍ଚôତ ଅଛନ୍ତି। ଗତ ବର୍ଷ ମରୁଡି କାରଣରୁ ବୀମା ରାଶି ପାଇବା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ କାହିଁକି ସେମାନଙ୍କର ପ୍ରାପ୍ୟ ମିଳି ନାହିଁ ଏହି ବିକ୍ଷୋଭରେ ରାଜ୍ୟ ସରକାରଙ୍କୁ ଜବାବ ମଗା ଯିବ। କେନ୍ଦ୍ର ସରକାରଙ୍କର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ ସାମିଲ ହେଲେ ତଳି ପକା ଠାରୁ ଅମଳ ପର୍ଯ୍ୟନ୍ତ ଚାଷ ବୀମା ଭୁକ୍ତ ହେବ। ବୀମା ରାଶିର ଅଧିକାଂଶ କେନ୍ଦ୍ର ସରକାର ବହନ କରିବେ। ରାଜ୍ୟ ସରକାର ଜାଣି ଶୁଣି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ଚାଷୀଙ୍କ ପାଖରେ ନ ପହଞ୍ଚାଇ ଓଡିଆ ଚାଷୀଙ୍କୁ କାହିଁକି କ୍ଷତି ପହଞ୍ଚାଉଛି ଏ ସ ମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବ। କୃଷି ପାଇଁ ଜଳସେଚନ ଅପରିହାର୍ଯ୍ୟ। ପ୍ରମୁଖ ଫସଲରେ ଓଡିଶାରେ ୩୦ ପ୍ରତିଶତରୁ କମ ଜମି ଜଳ ସେଚନ ସୁବିଧା ପାଇଛି। ପ୍ରତି ବ୍ଲକର ଅନ୍ୟୁନ ୩୫ ପ୍ରତିଶତ ଜମିକୁ ଜଳସେଚନ ସୁବିଧା କୁଆଡେ ଗଲା ବୋଲି ଏହି ବିକ୍ଷୋଭରେ ପ୍ରଶ୍ନ କରାଯିବ। କାହିଁକି ରାଜ୍ୟର ୪୯ଟି କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ପ୍ରକଳ୍ପଗୁଡିକ ସଂପୂର୍ଣ୍ଣ କରାଯାଉନାହିଁ। ରାଜ୍ୟ ସାରା ଗର୍ଭବତୀ ମା ଓ ଶିଶୁ ଅପ ପୃଷ୍ଟିର ଶୀକାର ଖବର ଆସୁଥିବା ବେଳେ ରାଜ୍ୟ ତହବିଲରେ ସପ୍ଲିମେଂଟାରୀ ନ୍ୟୁଟ୍ରେସନ ପ୍ରୋଗ୍ରାମ ପାଇଁ କେନ୍ଦ୍ରୀୟ ଅର୍ଥ ଖର୍ଚ ନ ହୋଇ ପଡି ରହିବା ସରକାରଙ୍କ ଗରୀବ ଓଡିଆ ମା ଓ ଶିଶୁଙ୍କ ପ୍ରତି ଚରମ ଅବହେଳା ନା ନୁହେଁ, ଏହି ବିକ୍ଷୋଭ ମାଧ୍ୟମରେ ରାଜ୍ୟ ସରକାରଙ୍କୁ କୈଫିୟତ ମଗାଯିବ।ଖରାଦିନେ ପାନୀୟ ଜଳର ସଂକଟ ମା ଭଉଣୀ ମାନଙ୍କୁ ହାଣ୍ଡି ମାଠିଆ ଧରି ରାଜରାସ୍ତାକୁ ଆଣିଥିଲା। ବର୍ଷା ଦିନ ଆରମ୍ଭ ହେଉ ହେଉ ହଇଜା, ଡେଙ୍ଗୁ,ମ୍ୟାଲେରିଆ ଓ ଜଣ୍ଡିସ ମହାମାରୀର ରୂପ ନେଉଛି। ଲୋକ ମାନଙ୍କୁ ସୁସ୍ଥ ଜୀବନ ବିତାଇବା ପାଇଁ ସୁବନେ୍ଦାବସ୍ତ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ନା ନାହିଁ ଏହାର ସ୍ପଷ୍ଟତା ଏହି ବିକ୍ଷୋଭ ମାଧ୍ୟମରେ ଲୋକ ମାନଙ୍କୁ ଦିଆଯିବ। ସ୍କୁଲରେ ଶିକ୍ଷକ ନାହାନ୍ତି, ବ୍ଲକ-ତହସିଲରେ କର୍ମଚାରୀ ମଡକ, ଥାନାରେ ପୋଲିସ ନଥିବା କାରଣରୁ ଆଇନ ଶୃଙ୍ଖଳା ଉପରେ ନିୟନ୍ତ୍ରଣ ନାହିଁ। ଏଥି ପାଇଁ ରାଜ୍ୟ ସରକାର ନିଜ ମୁଣ୍ଡକୁ ଦାୟିତ୍ୱ ନେଇ ଓଡିଆ ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏ ସବୁ ପ୍ରସଙ୍ଗରେ ବ୍ଲକ ଅଫିସ ସାମନାରେ ୨୯ ତାରିଖର ବିକ୍ଷୋଭ ସହ ଗାଁ ଗାଁରେ ବିଜେପି କାର୍ଯ୍ୟକତ୍ତ୍‌ା ମାନେ ବ୍ୟାପକ ଜନ ଜାଗରଣ କାର୍ଯ୍ୟରେ ଲାଗିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଉପସ୍ଥିତ ଥିଲେ।

IMG_0385

About surendrahota

Leave a Reply

%d bloggers like this:
Skip to toolbar