Breaking News
Home / Bhubaneswar / Demonstration of Akil Bharatiya Bidyarthi Parisad demanding immediate supply of Text Book

Demonstration of Akil Bharatiya Bidyarthi Parisad demanding immediate supply of Text Book

ଗୁଣାତ୍ମକ ଉଚ୍ଚଶିକ୍ଷା ଦାବି କରୁଥିବା ସରକାର-ପାଠ୍ୟପୁସ୍ତକ କାହିଁ ? :ଏବିଭିପି

ABVP RA BIKHYAB PHOTO  (10)

ଭୁବନେଶ୍ୱର, ୨୭/୦୭/୨୦୧୬,(ମନୋମାନୀ ସିଂ) ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ପୂର୍ବ ଚେତାବନୀ ଅନୁସାରେ ରାଜ୍ୟ ପୁସ୍ତକ ଭବନ ଘେରାଉ କରାଯାଇଥିଲା। ଚଳିତ ବର୍ଷ +୨ ଶିକ୍ଷା କ୍ଷେତ୍ରରେ ସରକାର ବଡ଼ ଧରଣର ପରିବର୍ତ୍ତନ କରିଥିବା ଡ଼ିଣ୍ଡିମ ପିଟୁଥିବା ବେଳେ ଶିକ୍ଷାନୀତିରେ ପରିବର୍ତ୍ତନକୁ ଲାଗୁ କରିବା ତଥା ନୂଆ ଶିକ୍ଷାନୀତି ପାଇଁ ଆବଶ୍ୟକୀୟ ଭିତିଭୂମୀ ତିଆରି କରିବାରେ ସରକାରଙ୍କର ଅପାରଗତା ପଦାରେ ପଡିଛି। ଫଳରେ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇ ସାରିଥିଲେ ମଧ୍ୟ ବର୍ତ୍ତମାନ ଯାଏଁ +୨ ପାଠ୍ୟପୁସ୍ତକ ଛପାବନ୍ଧା କାମ ସରିନାହିଁ। ପିଲାଙ୍କ ପାଖରେ କେତେବେଳେ ପହଞ୍ଚାଇବେ ତଥା ପିଲା କେତେବେଳେ ପାଠପଢା ଆରମ୍ଭ କରିବେ ଏହା ଏକ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି। ପୁନଶ୍ଚ ସି.ଏଚ୍.ଏସି ପାଠ୍ୟକ୍ରମ ପରିବର୍ତ୍ତନ ଚଳିତବର୍ଷଠାରୁ ସି ବି ଏସି ପାଠ୍ୟକ୍ରମ ଲାଗୁ ହେଉଛି। ସି. ଏଚ. ସି ପାଇଁ ପୂର୍ବରୁ ୧୮୦ ଟି କ୍ଲାସ ବାର୍ଷିକ ମିଳୁଥିଲା ଏବଂ ସି ବି ଏସି କ୍ଲାସ କରିବା ପାଇଁ ୨୩୦ ଟି କ୍ଲାସ ଆବଶ୍ୟକ ଅଛି। +୨ ପ୍ରଥମ ବର୍ଷର ପରୀକ୍ଷା ଏ ବର୍ଷ ହେବାକୁ ଯାଉଥିବା ବେଳେ, ଯଦି ସେପ୍ଟେମ୍ବର ମାସରେ ପାଠପଢା ଆରମ୍ଭ ହୁଏ,ତେବେ କୋର୍ସ ସାରି ପାରିବେ ତ? ଶିକ୍ଷାମନ୍ତ୍ରୀ ତଥା ରାଜ୍ୟ ସରକାର ଶିକ୍ଷାନୀତି ଲାଗୁ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଛାତ୍ର ଆକ୍ରୋଶ ଆଜି ତୀବ୍ର ରୂପ ନେଇଛି। ଉତ୍ୟକ୍ତ ଛାତ୍ର ନେତାଙ୍କୁ ନିଦେ୍ର୍ଦଶିକା ଡ଼ା. ରୀତିକା ପଟ୍ଟନାୟକ ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟର ପ୍ରତ୍ୟେକ +୨ ଛାତ୍ରଛାତ୍ରୀଙ୍କ ହାତରେ ବହିଥିବା ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭ ଶାନ୍ତ ପଡ଼ିଥିଲା। ରାଜ୍ୟ ସମ୍ପାଦକ ଅଭିଳାଷ ପଣ୍ଡା କହିଥିଲେ ଯେ, ଶସ୍ତା ରାଜନୀତି ପାଇଁ ମୁଖ୍ୟମନ୍ତ୍ରୀ ବିଶ୍ୱବିଦ୍ୟାଳୟକୁ ହଷ୍ଟେଲ ଉଦଘାଟନ ପାଇଁ ଯାଉଥିବା ବେଳେ, +୨ ଶ୍ରେଣୀରେ ଶିକ୍ଷକମାନେ କୋର୍ସ ପାର୍ଟନ ତଥା ବହିର ଅଭାବରେ ପିଲାମାନଙ୍କୁ ଗପ ଶୁଣାଉଛନ୍ତି।ଏହି ବିକ୍ଷୋଭରେ ଏବିଭିପିର ଭୁବନେଶ୍ୱର ମହାନଗର ସମ୍ପାଦକ ଗାମା ସିଗ୍ମା, ପ୍ରଭୁଦ ସାମଲ, ବାଲକୃଷ୍ଣ ମଣ୍ଡଳ, ଲକ୍ଷ୍ମୀପ୍ରିୟା ସାହୁ, ଏମନ କୁମାର, ରାଜେନ୍ଦ୍ର କୁମାର ସାହୁ, ଇତିଶ୍ରୀ ସାହୁ, ପ୍ରଜ୍ଞାଶ୍ରୀ ଆଚାର୍ଯ୍ୟ, ସନ୍ତୋଷ ପଣ୍ଡା, ମନୋଜ ସ୍ୱାଇଁ, ପ୍ରତିଭା ବଳବନ୍ତରାୟ ପ୍ରମୁଖ ଆନେ୍ଦାଳନର ନେତୃତ୍ୱ ନେଇଥିଲେ।

ABVP RA BIKHYAB PHOTO  (8)

About surendrahota

Leave a Reply

%d bloggers like this:
Skip to toolbar