Breaking News
Home / Bhubaneswar / Demonstration of Youth Congress

Demonstration of Youth Congress

ପ୍ରଦେଶ ଛାତ୍ର କଂଗ୍ରେସର  ବିକ୍ଷୋଭ ଗୁମୁଡୁମାହା ଆଦିବାସୀ ଓ ଦଳିତ ହତ୍ୟା ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ:ଛାତ୍ର କଂଗ୍ରେସ

Bhubaneswar 19.07.2016.002

ଭୁବନେଶ୍ୱର ତା ୧୯.୭.୨୦୧୬ (ମନୋମାନୀ ସିଂ)– ଗୁମୁଡୁମାହା ଆଦିବାସୀ ଓ ଦଳିତ ହତ୍ୟା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଇତିଶ୍ ପ୍ରଧାନଙ୍କ ନେତୃତ୍ୱରେ ଏକ ବିଶାଳ ର୍ୟାଲି କଂଗ୍ରେସ ଭବନରୁ ବାହାରି ରାଜମହଲ ଛକ ଦେଇ ଶିଶୁଭବନ ଛକ ପର୍ଯ୍ୟନ୍ତ ଯାଇଥିଲା। ଏହି ର୍ୟାଲିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦଶାନନ ରାବଣ ସଜାଯାଇ, ଦୁର୍ନୀତିରେ ଲିପ୍ତ ଥିବା ମନ୍ତ୍ରୀଙ୍କ ମୁଣ୍ଡ ଏଥିରେ ସ୍ଥାନିତ କରାଯାଇ ଏକ ବିଶାଳ କୁଶ ପୁତ୍ତଳିକା କଂଗ୍ରେସ ଭବନଠାରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ନିଆଯାଇ ସେଠାରେ ଦାହ କରାଯାଇଥିଲା। ଶିଶୁଭବନ ଛକରେ ବିକ୍ଷୋଭ କରୁଥିବା ସମୟରେ ଛାତ୍ର କଂଗ୍ରେସ ସଭାପତି ଇତିଶ୍ ପ୍ରଧାନ ଏବଂ ଛାତ୍ର କଂଗ୍ରେସର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ପୋଲିସ ଗିରଫ କରି ଅଟକ ରଖିଥିଲା। ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଇତିଶ୍ ପ୍ରଧାନ କହିଲେ ଯେ ନବୀନ ସରକାର ଆଦିବାସୀ ଓ ଦଳିତ ବିରୋଧୀ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ବିଭାଗ ଦାୟିତ୍ୱରେ ଥାଇ ଏହାର ପରିଚାଳନାରେ ବିଫଳ ହୋଇଛନ୍ତି। ଆଦିବାସୀ ଓ ଦଳିତଙ୍କ ରକ୍ତରେ ନବୀନ ସରକାର ୧୬ ବର୍ଷ ହେଲା ହୋଲି ଖେଳୁଛନ୍ତି। କଳିଙ୍ଗ ନଗରରେ ୧୩ ଜଣ ଆଦିବାସୀଙ୍କୁ ହତ୍ୟା, ମାଇକ ରେ ୫ ଓ ରାଇଘରରେ ୩ ଜଣ ଆଦିବାସୀ ଓ ଦଳିତଙ୍କୁ ହତ୍ୟା ନବୀନ ସରକାର ଚକ୍ରାନ୍ତରେ କରାଯାଇଛି। ନିୟମଗିରି ପାହାଡରେ ଝରଣିଆ କନ୍ଧ, କୁଟିଆ କନ୍ଧ ଓ ଡଙ୍ଗରିଆ କନ୍ଧଙ୍କୁ ବିତାଡିତ କରିବା ପାଇଁ ନବୀନ ସରକାର ଚକ୍ରାନ୍ତ କରିଥିଲେ। ମାଓବାଦୀଙ୍କ ସହ ଗୁଳି ବିନିମୟ ଆଳରେ ଗୁମୁଡୁମାହାର ୫ ଜଣ ନିରୀହ ଆଦିବାସୀ ଓ ଦଳିତଙ୍କ ଜୀବନ ନିଆଗଲା। ବିଜେଡି-ବିଜେପି ମିଳିତ ସରକାରର ଚକ୍ରାନ୍ତରେ କନ୍ଧମାଳରେ ୨୦୦୭ ଏବଂ ୨୦୦୮ ରେ ଦଙ୍ଗା କରାଯାଇ ନିରୀହ ଆଦିବାସୀ ଓ ଦଳିତ ଲୋକଙ୍କୁ ଭୟଙ୍କର ପରିସ୍ଥିତି ଭିତରକୁ ଠେଲି ଦିଆଯାଇଥିଲା। ନବୀନ ପଟ୍ଟନାୟକ ୧୬ ବର୍ଷ ଭିତରେ ପୋଲିସ ଗୁଳିକାଣ୍ଡର ଯେଉଁ ତଦନ୍ତ ବସାଇଛନ୍ତି ତା’ର ରିପୋର୍ଟ ଏ ପର୍ଯ୍ୟନ୍ତ ପାଇପାରି ନାହାନ୍ତି। ଗତ ୨୦୧୫ ମସିହାରେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କୋଟଗଡ଼ ବ୍ଲକର ମାଦାଗୁଡ଼ାର ୨ଜଣ, ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଲକର ସୁନାବେଡ଼ାର ଚିତ୍ତରଞ୍ଜନ ସାହୁ, କଳାହାଣ୍ଡି ଜିଲ୍ଲାର ଭବାଣୀପାଟଣା ବ୍ଲକ ଅନ୍ତର୍ଗତ ନିଶାନଗୁଡ଼ାର ୩ ଜଣଙ୍କୁ ମାଓ ଦମନ ନାଁରେ ଫେକ୍ ଏନ୍କାଉଣ୍ଟର କରାଯାଇଛି। ଓଡିଶାରେ ନବୀନ ସରକାର ବନ୍ଧୁକ ମୁନରେ ଶାସନ ଚଳାଉଛି। ଦଳିତ ଓ ଆଦିବାସୀର ସ୍ୱାର୍ଥ ଓ ସୁରକ୍ଷା ପାଇଁ ପ୍ରଦେଶ ଛାତ୍ର କଂଗ୍ରେସ ତା’ର ଆନେ୍ଦାଳନ ଜାରି ରଖିବ। ନବୀନ ସରକାର ବିରୁଦ୍ଧରେ ରାଜ୍ୟର ଆଦିବାସୀ ଓ ଦଳିତ ଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଛାତ୍ରକଂଗ୍ରେସ ଆହ୍ୱାନ ଦିଆଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଅଭିଳାସ ମାଣିଆ, ପ୍ରୀତମ ପରିଜା, କୃଷ୍ଣ ମହାନ୍ତି, ବିକାଶ ଦାସ, ଶିବ ଅଗ୍ରୱାଲ, ସୁକୁମାର ଗୌରବ, ଅନୀଲ୍ ସାହୁ, ସଞ୍ଜୟ ବାରିକ୍, ଅରୂପ ବେହେରା, ଚିରଞ୍ଜିବ ମହାନ୍ତି, ସୌମ୍ୟପ୍ରକାଶ ମିଶ୍ର, ସୁନିଲ୍ ମାଟିଆ, ଅଶ୍ୱିନୀ ଭୋଇ, ଅଭିଷେକ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Bhubaneswar 19.07.2016.003 Bhubaneswar 19.07.2016.004 Bhubaneswar 19.07.2016.005 Bhubaneswar 19.07.2016.006

About surendrahota

Leave a Reply

%d bloggers like this:
Skip to toolbar