Breaking News
Home / Bhubaneswar / Women employees are not safe in BJD government: BJP

Women employees are not safe in BJD government: BJP

ସରକାରୀ କାର୍ଯ୍ୟାଳୟରେ ମହିଳା କର୍ମଚାରୀ ସୁରକ୍ଷିତ ନୁହନ୍ତି: ପ୍ରଭାତୀ ପରିଡ଼ା

press meet for BJP  mahila marchha photo (8)

ଭୁବନେଶ୍ୱର ତା. ୧୭.୭.୨୦୧୬ (ମନୋମାନୀ ସିଂ)- ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ପୁରୀ ଜିଲ୍ଳା ପର୍ଯ୍ୟଟନ କାର୍ଯ୍ୟାଳୟଠାରେ କନିଷ୍ଠ କିରାଣୀ ରୂପେ କାର୍ଯ୍ୟରତା ଜନୈକା ମହିଳା କର୍ମଚାରୀ ସେହି ଅଫିସ୍ର ବରିଷ୍ଠ କିରାଣୀ ଆକାଉଟେଣ୍ଟ ଭାବେ କାର୍ଯ୍ୟରତ ଶରତ ଚନ୍ଧ୍ର ପ୍ରଧାନ କାର୍ଯ୍ୟସ୍ଥଳରେ ଯୈାନ ନିର୍ଯ୍ୟାତନା ଲଗାତାର ଭାବେ କରି ଚାଲିଛନ୍ତି ବୋଲି ଶ୍ରୀମତୀ ପ୍ରଭାତୀ ପରିଡ଼ା ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତର ଅଭିଯୋଗ ଆଣିଛନ୍ତି ,ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୀଡ଼ିତା ୨୨/୦୧/୨୦୧୬ ଠାରୁ ଲଗାତର ଭାବେ ଉପରିସ୍ଥ ଅଧିକାରୀ ଯଥା ଜିଲ୍ଳା ପର୍ଯ୍ୟଟନ ଅଧିକାରୀ, ଜିଲ୍ଳାପାଳ ପୁରୀ, ଆରକ୍ଷୀ ଅଧିକ୍ଷକ, ପୁରୀ, ପର୍ଯ୍ୟଟନ ନିଦେ୍ର୍ଧଶକ, ସଚିବ ଓ ମହିଳା ଆୟୋଗର ଅଧ୍ୟକ୍ଷକଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ କମିଟୀ ସୁଶ୍ରୀ ପ୍ରଧାନଙ୍କୁ ମାମଲାର ନବଢ଼ାଇ ରଫାଦଫା କରିବା ପାଇଁ ବାର ମ୍ବାର ଚାପ ପ୍ରୟୋଗ କରାଯାଛି। ଆଭ୍ୟନ୍ତରୀଣ କମିଟି ସୁପ୍ରିମ୍କୋଟର ବିଶାଖା ଗାଇଡ଼ ଲାଇନକୁ ଅପମାନ କରାଯାଇଛି। ଜଣେ ତୃତୀୟ ପକ୍ଷ ମହିଳା ସମାଜସେବୀଙ୍କୁ କମିଟୀରେ ଉଦେ୍ଧଶ୍ୟମୂଳକ ଭାବେ ନିଆଯାଇ ନାହିଁ। ବିଭାଗୀୟ ତଦନ୍ତ ଏକତରଫା ହେବାରୁ କାର୍ଯ୍ୟାଳୟରେ ଅସୁରକ୍ଷିତ ଅନୁଭବ କରି ଗତ ୩୦/୦୫/୨୦୧୬ରେ ପୁରୀ ଟାଉନ ଥାନାରେ ଅଭିଯୋଗ କରିଥିଲେ ହେଁ ଅଭିଯୁକ୍ତଙ୍କ ଉପରେ କୋ÷ଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଦ୍ୱାରା ପୀଡ଼ିତା ମାନସିକ ଭାରସାମ୍ୟ ହରାଇଲା ଭଳି ସ୍ଥିତି ଉପୁଜୁଛି। ସୁଶ୍ରୀ ପ୍ରଧାନ ପିତାଙ୍କ ମୃତୁ୍ୟ ପରେ କନିଷ୍ଠ କିରାଣୀରେ ଯୋଗଦାନ କରି ବିଧବା ମାଆର ଦାୟିତ୍ୱ ବହନ କରି ଏକୁଟିଆ ରହନ୍ତି। ବିଭାଗୀୟ ଉଦାସୀନତା ଓ ପୋଲିସ ପ୍ରଶାସନର ନିଷ୍କିୟତାକୁ ବିଯେପି ମହିଳା ମୋର୍ଚ୍ଚା ନିନ୍ଦାକରିବା ସହିତ ପୁରୀ ଜିଲ୍ଳାରେ ଆଉ ଏକ କର୍ମଜିବୀ ଝିଅକୁ ଇତିଶ୍ରୀ ଭଳି କରିବାକୁ ଦିଆଯିବ ନାହିଁ ବୋଲି ଶ୍ରୀମତୀ ପରୀଡ଼ା ଦୃଢ଼ଭାବେ ପ୍ରକାଶ କରିଛନ୍ତି। ଯଦି ରାଜ୍ୟ ସରକାର ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦୋଷୀକୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ବିଜେପି ମହିଳା ମୋର୍ଚ୍ଚା ସୁଶ୍ରୀ ପ୍ରଧାନଙ୍କ ପାଇଁ ରାଜରାସ୍ତାକୁ ଓହ୍ଳାଇବ ବୋଲି ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, ମହିଳା ମୋର୍ଚ୍ଚାର ସାଧାରଣ ସଂପାଦିକା ପ୍ରତିଭା ଶତପଥୀ, ସଂପାଦିକା ରଶ୍ମିରେଖା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

press meet for BJP  mahila marchha photo (5)

About surendrahota

Leave a Reply

%d bloggers like this:
Skip to toolbar