Breaking News
Home / Bargarh / Remembering Dayanidhi Mishra of Bargarh the Veteran Journalist,Editor of Mukura

Remembering Dayanidhi Mishra of Bargarh the Veteran Journalist,Editor of Mukura

ଦିବଙ୍ଗତ ସାହିତି୍ୟକ ସାମ୍ବାଦିକ ଦୟାନିଧି ମିଶ୍ରଙ୍କ ସ୍ମୃତିରେ..

Dayanidhi Mishra 1
ବରଗଡ଼ ୧୭/୭ (ନି.ପ୍ର)-ବିଂଶ ଶତାଦ୍ଦୀର ଦ୍ୱିତୀୟ ଓ ତୃତୀୟ ଦଶକରେ ପଶ୍ଚିମାଞ୍ଚଳ ଓଡ଼ିଶାର ଅନ୍ୟତମ ବରପୁତ୍ର ସ୍ୱ-ଦୟାନିଧି ମିଶ୍ର ଓଡ଼ିଆ ସାହିତ୍ୟ ଜଗତରେ ଜଣେ ଔପନ୍ୟାସିକ, କବି ଓ ସାମ୍ବାଦିକ ଭାବରେ ପ୍ରତିଷ୍ଠା ଲାଭ କରିଥିଲେ। ୧୯୧୫ ରେ ତାଙ୍କ ଦ୍ୱାରା ରଚିତ ‘ନୟନ ତାରା’ ସାମାଜିକ ଉପନ୍ୟାସ ତାଙ୍କୁ ଓଡ଼ିଆ ସାହିତ୍ୟର ଚତୁର୍ଥ ଔପନ୍ୟାସିକ ଓ ତଦ୍କାଳୀନ ସହରୀ ପରିବେଶ ଓ ସାମାଜିକ ପରିସ୍ଥିତି ଉପରେ ପର୍ଯ୍ୟବେଶିତ ନୟନ ତାରା ଉପନ୍ୟାସ କୁ ସମ୍ଭବତଃ ପ୍ରଥମ ସହରୀ ସାମାଜିକ ଉପନ୍ୟାସ ର ପରିଚୟ ଦିଏ। ୧୯୨୧ ରେ ତାଙ୍କ ଐତିହାସିକ ଉପନ୍ୟାସ ‘ସଂଯୁକ୍ତା’ ପ୍ରକାଶିତ ହୋଇଥିଲା। ଏହା ଓଡ଼ିଆ ସାହିତ୍ୟର ପ୍ରଥମ ଐତିହାସିକ ଉପନ୍ୟାସ। ତାଙ୍କର ଗଳ୍ପ ସଙ୍କଳନ ‘କଥା କଦମ୍ବ’ ୧୯୨୪ସାଲରେ ପ୍ରକାଶିତ ହୋଇ, ଚନ୍ଦ୍ରଶେଖର ନନ୍ଦଙ୍କର ‘ଚିତ୍ର’ ଓ ଫକିର ମୋହନ ଙ୍କ ‘ଗଳ୍ପସ୍ୱଳ୍ପ’ ପରେ ଓଡ଼ିଆ ସାହିତ୍ୟ ଜଗତର ତୃତୀୟ ଗଳ୍ପ ସଂକଳନ ର ମାନ୍ୟତା ଲାଭ କରେ। ସ୍ୱର୍ଗତଃ ଦୟାନିଧି ମିଶ୍ର ୧୮୯୧ ଜୁନ୍ ୨୦ ରେ ବରପାଲି ନିକଟସ୍ଥ ତୁଲଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିତା ପଣ୍ଡିତ ଲୋକନାଥ ମିଶ୍ର ଓ ମାତା କୁନ୍ତି ଦେବୀ। ତାଙ୍କର ସାନ ଭାଇ ପଦ୍ମଶ୍ରୀ ଡ. ପର୍ଶୁରାମ ମିଶ୍ର ଉକôଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି। ପିଲାଦିନରୁ ଦୟାନିଧି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରଚନାବଳି ପ୍ରତି ଆକୃଷ୍ଟ ହୋଇଥିଲେ। ପରେ ସେ କଟକରୁ ପ୍ରକାଶିତ “ମୁକୁର” ପତ୍ରିକାର ସହ ସଂପାଦକ, ବ୍ରହ୍ମପୁର ରୁ ପ୍ରକାଶିତ ‘ଆଶା’ ଓ ସମ୍ବଲପୁର ରୁ ପ୍ରକାଶିତ “ନବଯୁଗ” ପତ୍ରିକା ଇତ୍ୟାଦିର ସଂପାଦକ ଥିଲା ବେଳେ କବି ଗଙ୍ଗାଧର ଙ୍କ ରଚିତ କାବ୍ୟ ଗ୍ରନ୍ଥଗୁଡ଼ିକୁ ଧାରାବାହିକ ରୂପେ ପ୍ରକାଶିତ କରିଥିଲେ। ତତ୍କାଳୀନ ମାନ୍ଦ୍ରାଜ ପ୍ରେସିଡେନ୍ସିର ଗଞ୍ଜାମ ଜିଲ୍ଲାରେ ସ୍କୁଲ୍ ଇନ୍ସପେକ୍ଟର ଥିବା ବେଳେ ଦୟାନିଧି ଗଙ୍ଗାଧରଙ୍କର ପଦ୍ୟ ପୁସ୍ତକ ଗୁଡ଼ିକୁ ପାଠ୍ୟ କ୍ରମରେ ପ୍ରଚଳନ କରାଇଥିଲେ ଏବଂ ପରେ ଓଡ଼ିଶାର ବିଭିନ୍ନ ସ୍କୁଲରେ ସେ ସବୁ ପାଠ୍ୟକ୍ରମରେ ସାମିଲ୍ ହୋଇଥିଲା। ୧୯୨୧ ସାଲ୍ରେ ଉଚ୍ଚ ସରକାରୀ ·କିରୀରେ ପଦୋନ୍ନତି ସତ୍ତ୍ୱେ, ଗେଜେଟେଡ୍ ଅଫିସର୍ ·କିରୀ ରୁ ଇସ୍ତାପା ଦେଇ ସ୍ୱାଧିନତା ଆନେ୍ଦାଳନରେ ଯୋଗଦେଲେ। ବ୍ରହ୍ମପୁରର ବାରାକ୍ସ ପଡ଼ିଆରେ ବିଲାତି ବସ୍ତ୍ର ବର୍ଜନ ପାଇଁ ଏକ ସାଧାରଣ ସଭାରେ ଦୟାନିଧି ଅଗ୍ନିବର୍ଷି ଭାଷଣ ଦେଇ ନିଜ ବସ୍ତ୍ରକୁ ଅଗ୍ନି ସଂଯୋଗ କଲେ। ତାଙ୍କର ଉକ୍ତ ଭାଷଣ ଏତେ ମର୍ମସ୍ପର୍ଶୀ ଥିଲା ଯେ, ଅସଂଖ୍ୟ ଲୋକ ନିଜ ନିଜର ବିଲାତି ବସ୍ତ୍ର ସେହି ସ୍ଥାନରେ ଅଗ୍ନିରେ ନିକ୍ଷେପ କଲେ। ତଦ୍ୱାରା ସେ ଇଂରେଜ ସରକାର ର ରୋଶର ଶିକାର ହେଲେ ଏବଂ ଜେଲ ଗଲେ। ସେବେଠାରୁ ୧୯୫୫ ରେ ତାଙ୍କର ମୃତୁ୍ୟ ପର୍ଯ୍ୟନ୍ତ ସେ ଖଦି କିମ୍ବା ମଠାର ପୋଷାକ ପିନ୍ଧୁଥିଲେ। ଦୟାନିଧି ଙ୍କ ରଚନାବଳୀ ପ୍ରାୟତଃ ୧୯୧୪ ରୁ ୧୯୨୮ ର ସ୍ୱଳ୍ପ ସମୟ ମଧ୍ୟରେ ପ୍ରକାଶିତ ହୋଇଥିଲା। କବିତା ପୁସ୍ତକ ‘ବିରହବଂଶୀ ’ ଓ ‘କବିତା କୁଞ୍ଜ’ ସାମାଜିକ ଉପନ୍ୟାସ ‘ନୟନ ତାରା’ ଓ ‘ମାନଭଞ୍ଜନ’ ଐତିହାସିକ ଉପନ୍ୟାସ ‘ସଂଯୁକ୍ତା’ ଓ ‘ରାଣାପ୍ରତାପ ସିଂହ’ ଓ ପୌରାଣିକ ଉପନ୍ୟାସ ‘ସୁଭଦ୍ରା’ ‘ରୋହିଣୀ’ ‘ଧ୍ରୁବ’ ‘ପ୍ରହ୍ଲାଦ’ ଇତ୍ୟାଦି। ତାଙ୍କର ଗଳ୍ପମାନଙ୍କ ବିଷୟରେ ଡ. ନଟବର ସାମନ୍ତରାୟ ଲେଖ୍ôଛନ୍ତି (ଓଡ଼ିଆ ସାହିତ୍ୟର ଇତିିହାସ) “ଏଇ ବିରତ୍ୱ ଓ ପ୍ରଣୟର ଉପସ୍ଥାପନା କୌଶଳ, ବିଷୟ ବସ୍ତ୍ରୁର ବିଭାଗୀକରଣ, ଆରମ୍ଭର ବୈଚିତ୍ର, ବିଷୟ ଗ୍ରନ୍ଥୀର କ୍ରମ ଉନ୍ମୋଚନ, ବିଭିନ୍ନ ପରିସ୍ଥିତିରେ ଆବେଗ ଓ ଉତ୍ତେଜନାର ସମାବେଶ, ଏଇ ସବୁ ଗଳ୍ପମାନଙ୍କର ଶିଳ୍ପ ଗୌରବ। ଏ ଗୌରବ ସମସାମୟିକ ଅଧିକାଂଶ ଗଳ୍ପରେ ଏକାନ୍ତ ବିରଳ କହିଲେ ଚଳେ।” ୧୯୨୯ ରୁ ୧୯୫୫ ପର୍ଯ୍ୟନ୍ତ ଦୟାନିଧି ବରଗଡ଼ରେ ଓକିଲାତି କରିଥିଲେ। ଯେତେବେଳେ ଇଂରେଜ ସରକାରଙ୍କ ଆକ୍ରୋଶରେ ଅନ୍ୟମାନେ ଭୟଭିତ ଥିଲେ, ଦୟାନିଧି ଇଂରେଜ ସରକାରଙ୍କ ବିରୁଦ୍ଧରେ ସ୍ୱାଧିନତା ସଂଗ୍ରାମୀ ମାନଙ୍କ ମକଦ୍ଦମା ସବୁ ନିର୍ଭିକ ଭାବରେ ନିଃଶୁଳ୍କରେ ଲଢ଼ୁଥିଲେ। ବରଗଡ ମ୍ୟୁନିସିପାଲିଟି ପ୍ରଥମେ ‘ସେନିଟେସନ ବୋର୍ଡ’ ଥିଲା ଏବଂ ଏହି ବୋର୍ଡର ପ୍ରଥମ ଅଧ୍ୟକ୍ଷ ଥିଲେ ଦୟାନିଧି ମିଶ୍ର। ଏ ସମୟରେ ସେ ଅନେକ ଜନହିତକାରୀ କାର୍ଯ୍ୟକରିଥିଲେ। ଉପନ୍ୟାସିକ ଗୋପୀନାଥ ମହାନ୍ତି ଲେଖିଛନ୍ତି – “ବରଗଡ଼ର ପ୍ରାଚୀନତମ ଓ ସୁକ୍ଷ୍ମବୁଦ୍ଧି ପାରଙ୍ଗମ ଓକିଲ ବୋଲି ତାଙ୍କର ଖ୍ୟାତି ଥିଲା। ୧୯୪୭-୪୯ ରେ ମୁଁ ବରଗଡ଼ରେ ତାଙ୍କର ଓକିଲାତିର କିଛି ପରିଚୟ, ବିଶେଷତଃ ଇଂରେଜୀ ଭାଷା ଉପରେ ତାଙ୍କର ଯେପରି ଦଖଲ ଥିଲା, ତାଙ୍କର ଆର୍ଗୁମେଣ୍ଟର ନିର୍ଭିକତାର, ସ୍ୱାଧିନ ବିଚାରର ଓ ବେଳେ ବେଳେ ଗଭୀର ଭାବପ୍ରବଣତାର ପରିଚୟ ପାଉଥିଲି। ସମସ୍ତେ ତାଙ୍କୁ ସମ୍ମାନ କରୁଥଲେ। ଜୀବନରେ ସେଭଳି ପ୍ରବଳ ବ୍ୟକ୍ତିତ୍ୱ ଅଳ୍ପ ଦେଖିଥିବି।” ଦୟାନିଧି ଙ୍କ ଯୁଗାନ୍ତକାରୀ ସାହିତ୍ୟ ସୃଜନ ବର୍ତ୍ତମାନ ଏକ ପ୍ରକାର ବିସ୍ମୃତି ଗର୍ଭରେ ଲୀନ କହିଲେ ଚଳେ। କାରଣ ହେଉଛି ପ୍ର·ର ଓ ପ୍ରସାରର ଅଭାବ। ତାଙ୍କର ବହି ସବୁ ମାନ୍ଦ୍ରାଜ ଓ ପାଟ୍ଟନା ବିଶ୍ୱବିଦ୍ୟାଳୟରେ ପାଠ୍ୟକ୍ରମରେ ସାମିଲ ହୋଇଥିଲା। ବୋଧହୁଏ ସାଂସାରିକ ଜଂଜାଳ ୧୯୨୮-୨୯ ରୁ ତାଙ୍କୁ ସାହିତ୍ୟଠାରୁ ଦୂରେଇ ନେଇଥିଲା। ୧୯୪୮ ରେ ତାଙ୍କ ଲିଖିତ (ସହକାରରେ ପ୍ରକାଶିତ) “ଅମର ବୀଣା” ରୁ ତାହା ଜଣାପଡ଼େ। ତାଙ୍କର ବହୁତ ଉପନ୍ୟାସ ଓ କବିତା ବିଭିନ୍ନ ପତ୍ର, ପତ୍ରିକାରେ ପ୍ରକାଶିତ ହୋଇଥିଲା, ଯାହାକି ଆଜି ପର୍ଯ୍ୟନ୍ତ ଆନାବିଷ୍କୃତ। ଭବିଷ୍ୟତ ର ଓଡ଼ିଆ ସାହିତ୍ୟ ଗବେଷକ ଏ ଉପରେ ଅଧିକ ଆଲୋକପାତ କଲେ ଦୟାନିଧିଙ୍କର ଓଡ଼ିଆ ସାହିତ୍ୟର କ୍ରମ ବିକାଶରେ ପ୍ରକୃତ ମୂଲ୍ୟାଙ୍କନ ହୋଇପାରନ୍ତା। ୧୯୫୫ ଜୁଲାଇ ୧୮ ଆଜିର ଦିନରେ ବରଗଡ଼ରେ ତାଙ୍କର ଦେହାବସାନ ହୋଇଥିଲା।

About surendrahota

Leave a Reply

%d bloggers like this:
Skip to toolbar