Breaking News
Home / Bhubaneswar / BJP team visited Kandhamal

BJP team visited Kandhamal

ବିଜେପିର ୩ଜଣିଆ ପ୍ରତିନିଧି ମଣ୍ଡଳ କନ୍ଧମାଳ ଗସ୍ତ

BJP Central Team for KMal Issue at BBSR Airport _15.07 (1)

ଭୁବନେଶ୍ୱର, ତା.୧୫/୦୭୨୦୧୬ (ମନୋମାନୀ ସିଂ): ବିଜେପିର ୩ ଜଣିଆ ପ୍ରତିନିଧି ମଣ୍ଡଳ ଭୁବନେଶ୍ୱର ବିମାନବନ୍ଦରଠାରେ ଗଣମାଧ୍ୟମକୁ କହିଲେ ଯେ କନ୍ଧମାଳରେ ଘଟିଥିବା ଗୁଳିକାଣ୍ଡ ବିଜେପିର କେନ୍ଦ୍ରୀୟ ନେତୃତ୍ୱକୁ ଚିନ୍ତିତ କରିଛି।ତେଣୁ ରାଷ୍ଟ୍ରୀୟ ସଭାପତି ଶ୍ରୀଯୁକ୍ତ ଅମିତ ଶାହ ଆମକୁ ତୁରନ୍ତ ଘଟଣାସ୍ଥଳକୁ ଯିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି।କେଉଁ ପରିସ୍ଥିତିରେ ଏହି ଗୁଳିକାଣ୍ଡ ଘଟିଲା ଓ ନିରୀହ ଆଦିବାସୀ ଦଳିତମାନେ ମୃତାହତ ହେଲେ, କେଉଁଠାରେ ବିଫଳତା ରହିଛି, ଏସବୁ ପ୍ରସଙ୍ଗ ବିସ୍ତୃତ ବିବରଣୀ ଦେବା ପାଇଁ ଆମକୁ କୁହାଯାଇଛି ବୋଲି ରାଷ୍ଟ୍ରୀୟ ଉପସଭାପତିତଥା ସାଂସଦ ଶ୍ରୀ ବିନୟ ସହସ୍ରବୁଦେ୍ଧ ଗଣମାଧ୍ୟମକୁ ଜଣାଇଛନ୍ତି। ଏହି ପ୍ରତିନିଧି ମଣ୍ଡଳରେ ଶ୍ରୀ ସହସ୍ରବୁଦେ୍ଧଙ୍କ ସହ ରାଷ୍ଟ୍ରୀୟ ସଂପାଦିକା ତଥା ସାଂସଦ ଶ୍ରୀମତୀ ଜ୍ୟୋତି ଧ୍ରୁବେ ଏବଂ ରାଷ୍ଟ୍ରୀୟ ସଂପାଦକ ତଥା ସାଂସଦ ଶ୍ରୀ ରାମବିଚାର ନେତାମ୍ ଅଛନ୍ତି। ଏହି ପ୍ରତିନିଧି ଦଳ କନ୍ଧମାଳରୁ ଫେରି ଦିଲ୍ଳୀରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ ଶାହାଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିବେ। ଏହି ରାଷ୍ଟ୍ରୀୟ ପ୍ରତିନିଧି ମଣ୍ଡଳସହ ରାଜ୍ୟର ସାଧାରଣ ସମ୍ପାଦକ ଅନନ୍ତ ନାୟକ, ପୁର୍ବତନ ବିଧାୟକ ପ୍ରତାପ ଷଢ଼ଙ୍ଗୀ, ପ୍ରବକ୍ତା ଗୋଲକ ମହାପାତ୍ର ସହିତ ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଓ ସମ୍ପାଦକ ଶ୍ରୀ ଶିଶିର ଗମାଙ୍ଗୋ, କାର୍ଯ୍ୟକାରିଣି ସଦସ୍ୟ ଶ୍ରୀ ସୁକାନ୍ତ ପାଣିଗ୍ରାହୀ ପ୍ରମୁଖ ରାଜ୍ୟନେତାମାନେ ତାଙ୍କ ସହିତ କନ୍ଧମାଳଗସ୍ତ କରିଛନ୍ତି।

BJP Central Team for KMal Issue at BBSR Airport _15.07 (2) BJP Central Team for KMal Issue at BBSR Airport _15.07 (3)

About surendrahota

Leave a Reply

%d bloggers like this:
Skip to toolbar