Breaking News
Home / Bargarh / BJP-BJD conflict at Bargarh : RDC level inquiry stated

BJP-BJD conflict at Bargarh : RDC level inquiry stated

କେନ୍ଦ୍ରମନ୍ତ୍ରୀଙ୍କୁ ଅପମାନ ବିବାଦ, ଆରଡ଼ିସି ତଦନ୍ତ ଆରମ୍ଭ: ପ୍ରଥମ ଦିନରେ କେହି ସତ୍ୟପାଠ ଦାଖଲ କଲେ ନାହିଁ

DSC03757

DSCN0022
ବରଗଡ଼,୧୫/୭/୨୦୧୬(ସୁରେନ୍ଦ୍ର ହୋତା)- ବିଗତ ୨୪ ଜୁନ ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ବରଗଡ଼ ଗସ୍ତ ସମୟରେ ନିୟମ ବର୍ହିଭୂତ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଉତ୍ତରାଞ୍ଚଳ ରାଜସ୍ୱ କମିସନଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏହି କ୍ରମରେ ଆଜି ଉତ୍ତରାଞ୍ଚଳ ରାଜସ୍ୱ କମିସନରଙ୍କ କାର୍ଯ୍ୟାଳୟରୁ ବିଧିବଦ୍ଧ ରୂପେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ତଦନ୍ତ ପ୍ରକ୍ରିୟାରେ ସମ୍ପୃକ୍ତ ଦିନ ଘଟିଥିବା ଘଟଣାର କ୍ରମ ବିବରଣ, ଅଘଟଣର କାରଣ, କ୍ରମବିକାଶ ସାଙ୍ଗକୁ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଭୂମିକା ଓ ଆଚରଣ, ସରକାରୀ ପକ୍ଷର ତ୍ରୁଟି ବିଚୁ୍ୟତି ଓ ଅନାନ୍ୟ ପ୍ରସଙ୍ଗ ତଦନ୍ତ ପରିସରଭୁକ୍ତ ଅଟେ। ବିଜ୍ଞପ୍ତି ଅନୁଯାୟୀ ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଆଗ୍ରହୀ ବ୍ୟକ୍ତି ଓ ପକ୍ଷମାନେ ସତ୍ୟପାଠ ଅନୁସାରେ ବରରଗଡ଼ ଅତିରିକ୍ତ ଜିଲାପାଳଙ୍କ ସମେତ ଉତ୍ତରାଞ୍ଚଳ ରାଜସ୍ୱ କମିସନରଙ୍କ ସଚିବଙ୍କ ନିକଟରେ ସତ୍ୟପାଠ ଦାଖଲ କରିପାରିବେ। ଯଦି କୌଣସି ପକ୍ଷ ଆଗତ ହୋଇଥିବା ସତ୍ୟପାଠ ଗୁଡ଼ିକୁ ଦେଖିବାକୁ ଚାହାନ୍ତି ସେମାନେ ଉତ୍ତରାଞ୍ଚଳ ରାଜସ୍ୱ କମିସନରଙ୍କ କାର୍ଯ୍ୟାଳୟରେ ଆଗାମୀ ୨୦ ତାରିଖ ଦିନ ପୂର୍ବରୁ ଦାଖଲ ହୋଇଥିବା ସତ୍ୟପାଠର ନକଲ ଦେଖି ପାରିବା ସାଙ୍ଗକୁ ଖଣ୍ଡନ ସତ୍ୟପାଠ ମଧ୍ୟ ଦାଖଲ କରିପାରିବେ। ଏହାପରେ ଆଗାମୀ ୨୮ ତାରିଖ ଦିନ ଉତ୍ତରାଞ୍ଚଳ ରାଜସ୍ୱ କମିସନର ବରଗଡ଼ ଠାରେ କ୍ୟାମ୍ପ କୋର୍ଟ ମାଧ୍ୟମରେ ବିଭିନ୍ନ ପକ୍ଷମାନଙ୍କ ଠାରୁ ସାକ୍ଷ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ତେବେ ଆଜି ସତ୍ୟପାଠ ଦାଖଲର ପ୍ରଥମ ଦିନ ଅତିକ୍ରାନ୍ତ ହୋଇଯାଇଥିଲେ ହେଁ କୌଣସି ପକ୍ଷ ସତ୍ୟପାଠ ଦାଖଲ କରିନଥିôବା ଜଣାପଡ଼ିଛି। ୨୪ ତାରିଖର ଘଟଣା ସମ୍ପର୍କରେ ଯଦି କୌଣସି ବ୍ୟକ୍ତି ସାକ୍ଷ ପ୍ରଦାନ କରିବାକୁ ଆଗ୍ରହ ପ୍ରକାଶ କରିବାକୁ ଆଗ୍ରହୀ ସେମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ଜିଲାପାଳ ଅଞ୍ଜନ କୁମାର ମାଣିକ ଅନୁରୋଧ ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ବରଗଡ଼ରେ ଅପମାନର ପ୍ରତିବାଦରେ ଭାଜପାର ଶୋଭାଯାତ୍ରା ଓ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ ବରଗଡ଼,୧୫/୭/୨୦୧୬(ସୁରେନ୍ଦ୍ର ହୋତା)- ବିଗତ ଜୁନ ୨୪ ତାରିଖ ଦିନ ଭାରତୀୟ ଜନତା ପାର୍ଟି ପକ୍ଷରୁ ବରଗଡ଼ ବିକାଶ ଉତ୍ସବରେ ଯୋଗ ଦେବାକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ବିଜେଡ଼ି ପକ୍ଷରୁ କଳା ପତାକା ପ୍ରଦର୍ଶନ ଓ ତାଙ୍କ ଗାଡ଼ି ଉପରକୁ ଢେଲା ମାଡ଼ ପ୍ରତିବାଦରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରାୟ ଆଠଶହ ବିଜେପି କର୍ମୀ ଓ ନେତା ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରୁ ଶୋଭାଯାତ୍ରାରେ ବାହାରି କଲେଜ ଛକ, ପିପଲାନୀ ଛକ, ଥାନାଛକ ଦେଇ ଯଦୁ ପଧାନ ଛକରେ ପହଞ୍ଚôଥିଲେ। ଏହି ଅବସରରେ ସେମାନେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେବା ସହ କେନ୍ଦ୍ରମନ୍ତ୍ରୀଙ୍କୁ ଅପମାନିତ କରିଥିବା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସମେତ ଅନ୍ୟାନ୍ୟ ବିଜେଡ଼ି ନେତୃବର୍ଗଙ୍କୁ ଗିରଫ କରିବା ପାଇଁ ସ୍ଳୋଗାନ ଦେଇଥିଲେ। ଶୋଭାଯାତ୍ରା ବରଗଡ଼ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚôôବା ପରେ ଭାଜପା ଜିଲା ସଭାପତି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତଙ୍କ ସମେତ ଭାଜପା ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରଗଡ଼ ଜିଲା ପ୍ରଭାରୀ ବଳଦେବ ବେଦବାଗ, ଭାଜପା ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ଭାଜପା ଜିଲା ସମ୍ପାଦକ ରବିନାରାୟଣ ଦାଶ, ସୌରୀ ଚରଣ ବାରିକ, ସୁରେଶ୍ୱର ଶତପଥି ପ୍ରମୁଖ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ବରଗଡ଼ରେ ଦିଆଯାଇଥିବା ଅପମାନ ଯୋଗୁଁ ସାମଗ୍ରିକ ରୂପେ ଓଡ଼ିଶାବାସୀ ଲଜ୍ଜିତ ବୋଲି ମନ୍ତବ୍ୟ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର ମୂଳ ସୂତ୍ରଧର ହୋଇଥିବା ସମୟରେ ଏହାର ଅନ୍ୟତମ ଖଳନାୟକ ବୋଲାଯାଉଥିବା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସମେତ ଅନ୍ୟ ବିଜେଡ଼ି ନେତାଙ୍କୁ ତୁରନ୍ତ ଗିରଫ କରାଯାଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି ଜଣାଇଥିଲେ। ଏହା ସହିତ ଏହି ମାମଲାରେ ଶାସକ ଦଳ ପ୍ରତି ବରଗଡ଼ ପୁଲିସ ତଥା ଜିଲା ଆରକ୍ଷୀ ଅଧିକ୍ଷକ କୋହଳ ମନୋବୃତ୍ତି ଗ୍ରହଣ କରୁଥିବା ଅଭିଯୋଗ କରି ପୁଲିସ ବିରୁଦ୍ଧରେ ସ୍ଲୋଗାନ ଦେଉଥିବା ଦେଖାଯାଇଥିଲା। ଭାଜପା ପକ୍ଷରୁ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ଯୋଜନା ରହିଥିଲା। ଜିଲା ଆରକ୍ଷୀ ଅଧିକ୍ଷକ ଦଶ ଜଣ ଭାଜପା ନେତା ଆସି ତାଙ୍କ ସହ ଆଲୋଚନା କରିବା ପାଇଁ ପରାମର୍ଶ ଦେଇଥିଲେ। ମାତ୍ର ବାହାରେ ଥିôବା ଭାଜପା କର୍ମୀମାନେ ଜିଲା ଆରକ୍ଷୀ ଅଧିକ୍ଷକ ନିଜେ ଧାରଣାସ୍ଥଳୀକୁ ଆସି ଦାବିପତ୍ର ଗ୍ରହଣ କରିବାକୁ ଜିଦ ଧଣିଥିଲେ। ମାତ୍ର ଏହି ସମୟରେ ହଠାତ ପ୍ରବଳ ବର୍ଷା ହୋଇଥିଲା। ଫଳତଃ କର୍ମୀମାନେ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ଭାଜପା କର୍ମୀମାନେ ପୁଲିସ ମୁଖ୍ୟାଳୟକୁ ଜୋର ଜବରଦସ୍ତିି ପ୍ରବେଶ କରିବାର ଉଦ୍ୟମ କରିବାରୁ ପୁଲିସ ବଳ ପ୍ରୟୋଗ କରି ସେମାନଙ୍କୁ ଘଉଡ଼ାଇ ଦେଇଥିଲା। ଆଜିର ଏହି ଶୋଭାଯାତ୍ରାର ଭାଜପା ନେତା ଅବନୀକାନ୍ତ ପଣ୍ଡା, କିଶୋର ଦାଶ, ଅଶୋକ ପଣ୍ଡା, ସଞ୍ଜିବ ମହାପାତ୍ର, ନବକିଶୋର ପାଣିଗ୍ରାହୀ, ଗୌରହରି ମିଶ୍ର, ପ୍ରଶାନ୍ତ ମାଝି, ଉର୍କୁଲୁ ତାଣ୍ଡି, ମିଲନ ସେଠ, ଇରାସିଶ ଆଚାର୍ଯ୍ୟ ପ୍ରମୁଖ ନେତୃତ୍ୱ ନେଇଥିଲେ।

111

 

DSC0397311

 

About surendrahota

Leave a Reply

%d bloggers like this:
Skip to toolbar