Breaking News
Home / Bhubaneswar / NCSC Chairman Dr. P.L. Punian Visit to Kandhamal today

NCSC Chairman Dr. P.L. Punian Visit to Kandhamal today

ଅନୁସୂଚିତ ଜାତି ଆୟୋଗ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡକ୍ଟର ପି.ଏଲ୍. ପୁନିଆଁ ଅନୁସନ୍ଧାନ ପାଇଁ ୧୪ରେ କନ୍ଧମାଳ ଆସୁଛନ୍ତି
ଭୁବନେଶ୍ୱର, ତା ୧୪ା୭.୨୦୧୬ (ôବିଶ୍ୱରଞ୍ଜନ ମିଶ୍ର) : କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ ଗୁମୁଡ଼ିମାହା ଠାରେ ପୋଲିସ୍ ଗୁଳିରେ ପ୍ରାଣ ହରାଇଥିବା ଦଳିତ ଓ ଆଦିବାସୀ ପରିବାରକୁ ଭେଟି ଘଟଣାର ତଦନ୍ତ ପାଇଁ ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷ ଡକ୍ଟର ପି.ଏଲ୍. ପୁନିଆଁ ଆଜି କନ୍ଧମାଳ ଗସ୍ତ କରିବେ । ଡକ୍ଟର ପୁନିଆଁ ସକାଳ ଘ.୯.୧୫ମି. ସମୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ ସଡ଼କ ପଥରେ ଫୁଲବାଣୀ ଯାଇ ବାଲିଗୁଡ଼ା ବ୍ଲକର ଗୁମୁଡ଼ିମାହା ଗ୍ରାମଠାରେ ମୃତକଙ୍କ ପରିବାର ସଦସ୍ୟମାନଙ୍କୁ ଭେଟିବା ସହ ସ୍ଥାନୀୟ ଜନସାଧାରଣ ଓ ପ୍ରଶାସନ ସହ ଆଲୋଚନା କରିବେ । ପୋଲିସ୍ ଏବଂ ଏସ୍.ଓ.ଜି. ଜବାନ ମାନେ କେଉଁ ପରିସ୍ଥିତିରେ ଗୁଳି ଚଳାଇ ନିରୀହ ତଥା ଦିନମଜୁରିଆ ଦଳିତ ଓ ଆଦିବାସୀଙ୍କ ଉପରେ ଅତର୍କିତ ଗୁଳିଚଳାଇ ହତ୍ୟା କଲେ ତାହାର ତଦନ୍ତ କରିବେ । ରାଜ୍ୟ ପୋଲିସ୍ ଏବଂ ସି.ଆର.ପି.ଏଫ୍. ଜବାନ ମାନେ ହତ୍ୟାକରିଥିବା ଏହି ୫ଜଣ ଶ୍ରମଜିବୀଙ୍କ ମଧ୍ୟରୁ ୩ଜଣ ଅନୁସୂଚିତ ଜାତିର ହୋଇଥିଲା ବେଳେ ୨ଜଣ ଆଦିବାସୀ ସମ୍ପ୍ରଦାୟର ବୋଲି ଜଣାପଡ଼ିବା ପରେ ଡକ୍ଟର ପୁନିଆଁଙ୍କର ଏହି ଜରୁରୀ ଗସ୍ତ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି । ନୂଆଦିଲ୍ଲୀଠାରେ ଗତକାଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଏବଂ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଶ୍ରୀ ବି.କେ. ହରିପ୍ରସାଦ ଡକ୍ଟର ପୁନିଆଁଙ୍କୁ ଏହି ତଥ୍ୟ ଅବଗତ କରାଇବା ପରେ ଆୟୋଗଙ୍କ ତରଫରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଆଜି ସକାଳେ ଡକ୍ଟର ପୁନିଆଁ ତାଙ୍କର ଓଡ଼ିଶା ପ୍ରତିନିଧି ଶ୍ରୀ ହଳଧର ସେଠୀଙ୍କ ସହ ଫୋନ୍ ଯୋଗେ ନିର୍ଦ୍ଦିଷ୍ଟ ତଥ୍ୟ ଜାଣିବା ପରେ ଆସନ୍ତାକାଲିର ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଡକ୍ଟର ପୁନିଆଁ କନ୍ଧମାଳରୁ ଅପରାହ୍ନରେ ଫେରି ଭୁବନେଶ୍ୱର ରାଜ୍ୟ ଅତିଥିଭବନଠାରେ ରାତ୍ରୀଯାପନ କରିବେ । ପରଦିନ ସକାଳ ୧୦ଘଟିକା ସମୟରେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାର ପୋଲିସ୍ ଓ ସିଆରପିଏଫ୍ ଜବାନ ମାନଙ୍କ ତରଫରୁ ନକ୍ସଲ ଦମନ କୁମ୍ବିଙ୍ଗ୍ ବେଳେ ବାରମ୍ବାର ଏହିପରି ଘଟଣା ଦ୍ୱାରା ନିରୀହ ଆଦିବାସୀ ଓ ଦଳିତ ଜନସାଧାରଣ ପ୍ରାଣ ହରାଉଥିବା ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଛି ।

About surendrahota

Leave a Reply

%d bloggers like this:
Skip to toolbar